ସାମ୍ନାକୁ ଆସିଲା ଋଷଭଙ୍କ ଦୁର୍ଘଟଣାର କାରଣ, ଖାଲ ପାଇଁ ହୋଇଥିଲା ଦୁର୍ଘଟଣା

ଡେରାଡୁନ: କାର ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଋଷଭ ପନ୍ତ ଡେରାଡୁନର ମାସ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ପନ୍ତଙ୍କ ଚିକିତ୍ସାରେ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ଏହି ଡାକ୍ତରୀ ଟିମରେ ସର୍ଜନ, ଅର୍ଥୋପେଡିକ୍ ସର୍ଜନ ସମେତ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ଅଛନ୍ତି। ହସ୍ପିଟାଲର ପରିଚାଳକ ସିଧା ସଳଖ ପନ୍ତଙ୍କ ପରିବାର ଏବଂ ଡିଡିସିଏଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଉଛନ୍ତି ।

ଡିଡିସିଏର ଅଧିକାରୀ ହସ୍ପିଟାଲରେ ପହଞ୍ଚି ସୂଚନା ଦେଇଛନ୍ତି ଯେ, ପନ୍ତଙ୍କ ଚିକିତ୍ସା ପାଇଁ ଭାରତର ସର୍ବୋତ୍ତମ ଡାକ୍ତରଙ୍କ ପରାମର୍ଶ ନିଆଯାଉଛି । ଡେରାଡୁନର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ଚିକିତ୍ସା ଚାଲିବ ବୋଲି ଡିଡିସିଏ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏନର ନିର୍ଦ୍ଦେଶକ ଶ୍ୟାମ ଶର୍ମା ପନ୍ତଙ୍କ ସହ ଦେଖା ହେବା ପରେ ତାଙ୍କ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛନ୍ତି । ପନ୍ତଙ୍କ ଦୁର୍ଘଟଣା ନିଦ ଲାଗିବା କାରଣରୁ ନୁହେଁ ରାସ୍ତାରେ ଥିବା ଖାଲରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ କାରଟି ଅନିୟନ୍ତ୍ରଣ ହୋଇ ଦୁର୍ଘଟଣା ଗସ୍ତ ହୋଇଥିଲା।