ଭୁବନେଶ୍ୱର: ଭୁବନେଶ୍ବର ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣ ନିଷିଦ୍ଧ । ଗୋରୁଙ୍କ ବିଚରଣକୁ ନିଷିଦ୍ଧ କଲା ବିଏମସି । ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡକ ଦୁର୍ଘଟଣା ଅଧିକ ଘଟୁଛି । ଏଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ଉଠାଇ ନେଇ ଜାମୁକୋଳି, ଖୋର୍ଦ୍ଧା ଓ ପୁରୀ ଠାରେ ଥିବା ଗୋଶାଳାରେ ରଖାଯିବ ଓ ସେମାନଙ୍କର ଯତ୍ନ ନିଆଯିବ। ଏଥିପାଇଁ ଦୁଇଟି ସଂସ୍ଥାକୁ ନିୟୋଜିତ କରାଯାଇଥିବା କହିଛନ୍ତି ଭୁବନେଶ୍ବର ମେୟର । ସେହିପରି ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୭ ୱିକେଟରେ ଭାରତ ପରାଜିତ
ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଶୁକ୍ରବାର ଅକଲାଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ୭ ରନରେ ପରାଜିତ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ୭ ୱିକେଟ୍ ହରାଇ ଭାରତ ୩୦୬ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ତିନି ବ୍ୟାଟ୍ସମ୍ୟାନ ଅଧିନାୟକ ଶିଖର ଧୱନ (୭୨ରନ୍), ଶୁଭମନ୍ ଗିଲ (୫୦) ଏବଂ ଶ୍ରେୟସ ଅୟର (୮୦) ଅର୍ଦ୍ଧଶତକ ମାରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୩୬ ରନ୍ ଓ ୱାସିଂଟନ୍ ସୁନ୍ଦର ଅପରାଜିତ ୩୭ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ମିଲନେ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୪୭.୧ ଓଭରରେ ୩ ୱିକେଟ୍ ହରାଇ ୩୦୭ରନର ଟାର୍ଗେଟକୁ ହାସଲ କରିନେଇଛି । କିୱିର ଦଳୀୟ ସ୍କୋର ୮୮ ଥିବା ବେଳେ ୩ଟି ୱିକେଟ୍ ପଡ଼ିଥିଲା ।
ଏହାପରେ ଅଧିନାୟକ କେନ ୱିଲିୟମସନ୍ ଏବଂ ଟମ ଲାଥମ ଦଳକୁ ସମ୍ଭାଳିଥିଲେ । ୱିଲିୟମସନ ଅପରାଜିତ ୯୪ରନ୍ ଓ ଲାଥମ ଅପରାଜିତ ୧୪୫ରନ୍ ଭାଗିଦାରିରେ କରିଥିଲେ। ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ । ଭାରତ ପକ୍ଷରୁ ଉମ୍ରାନ ମଲିକ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶ୍ରାଦ୍ଧୁଲ ଠାକୁର ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଅନ୍ୟ ବୋଲର ମାନେ କୌଣସି ୱିକେଟ୍ ହାସଲ କରିବାରେ ବିଫଳ ହୋଇଥିଲେ । ୨୦୧୯ ବିଶ୍ୱକପରୁ ଏପର୍ଯ୍ୟନ୍ତ ସୁଦ୍ଧା ଭାରତ ନ୍ୟୁଜିଲାଣ୍ଡଠାରୁ ଲଗାତାର ୫ମଥର ପରାଜିତ ହୋଇଛି ।
ପରକୀୟା ପ୍ରୀତି ବେଳେ ହେଲା ହାର୍ଟ ଆଟାକ୍, ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଲା ଗାର୍ଲଫ୍ରେଣ୍ଡ
ବେଙ୍ଗାଲୁରୁ: ଗାର୍ଲଫ୍ରେଣ୍ଡ ସହ ପରକୀୟା ପ୍ରୀତି ବେଳେ ଚାଲିଗଲା ଜୀବନ । ହାର୍ଟ ଆଟାକ ହେବାରୁ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ଘଟଣାକୁ ଚପାଇ ଦେବାପାଇଁ ଗାର୍ଲଫ୍ରେଣ୍ଡ ସ୍ବାମୀ ଏବଂ ଭାଇ ସହ ମିଶି ମୃତଦେହକୁ ଜରି ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ।
ମୃତଦେହ ଭର୍ତ୍ତି ବ୍ୟାଗ ମିଳିବା ପରେ ପୋଲିସ ଏହି ଖୁଲାସା କରିଛି । ମୃତକ ଜଣଙ୍କ ହେଉଛନ୍ତି ବାଲା ସୁବ୍ରମଣ୍ୟମ ।
ସୂଚନା ଅନୁସାରେ, ଜେପି ନଗରରେ ରହୁଥିବା ବାଲା ସୁବ୍ରମଣ୍ୟମଙ୍କ ଘରକୁ କାମ କରିବାକୁ ଆସୁଥିଲେ ୩୫ ବର୍ଷୀୟ ମହିଳା । ମହିଳାଙ୍କ ସହ ବୃଦ୍ଧଙ୍କର ପରକୀୟା ପ୍ରୀତି ଥିଲା । ଗତ ୧୬ ତାରିଖ ଦିନ ବାଲା ଗାର୍ଲଫ୍ରେଣ୍ଡ ଘରକୁ ଆସିଥିଲେ । ଏହି ସମୟରେ ପରକୀୟାରେ ଲିପ୍ତ ଥିଲାବେଳେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା ।
ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୬ ତାରିଖ ଦିନ ନାତିକୁ ବ୍ୟାଡମିଣ୍ଟନ କ୍ଲାସ ଛାଡ଼ିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ ବାଲା । ସନ୍ଧ୍ୟା ୪. ୫୫ ବେଳେ ବାଲା ବୋହୂଙ୍କୁ କହିଥିଲେ ମୋର ଅଲଗା ଯାଗାରେ କାମ ଅଛି ଫେରିବାରେ ଡେରି ହୋଇପାରେ ।
ବହୁ ଡେରି ପରେ ବାଲା ଘରକୁ ନ ଫେରିବାରୁ ପୁଅ-ବୋହୂ ଫୋନ କରିଥିଲେ । କିନ୍ତୁ ବାଲାଙ୍କର କୌଣସି ପତ୍ତା ମିଳି ନଥିଲା । ଏହା ପରେ ପୁଅ ବାପା ନିଖୋଜ ଥିବା ଖବର ଥାନାରେ ରିପୋର୍ଟ କରିଥିଲେ ।
ଏହା ପରେ ୧୭ ତାରିଖରେ ପୋଲିସକୁ ବେଡସିଟ ଏବଂ ଜରି ଅଖାରେ ଭର୍ତ୍ତି ଥିବା ଶବ ମିଳିଥିଲା । ପରିବାରକୁ ଏ ଖବର ଦିଆଯିବା ପରେ ପରିବାର ଲୋକ ଶବଟି ବାଲାଙ୍କର ବୋଲି ଚିହ୍ନଟ କରିଥିଲେ । ଶବ ବ୍ୟବଚ୍ଛେଦ କରିବାରୁ ବାଲାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।
ଏହି ମାମଲାରେ ଅଧିକ ଖୋଳତାଡ଼ କରିବାରୁ କାମ କରୁଥିବା ୩୫ ବର୍ଷିୟ ମହିଳା ସତ କଥା କହିଥିଲେ । ସେ କହିଲେ ଯେ, ବାଲାଙ୍କ ସହ ତାଙ୍କର ପରକୀୟା ପ୍ରୀତି ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ।
ବାଲାଙ୍କୁ ହତ୍ୟା କରିବା ଆରୋପ ନିଜ ଉପରେ ନ ଆସୁ ବୋଲି ଭାବି ଶବକୁ ଜରି ଅଖାରେ ଭର୍ତ୍ତି କରି ରାସ୍ତା କଡ଼ରେ ପକାଇ ଦେଇଥିଲେ । ଶବ ଫୋପାଡ଼ିବା ବେଳେ ତାଙ୍କ ସ୍ବାମୀ ଏବଂ ଭାଇଙ୍କ ସାହାଯ୍ୟ ନେଇଥିଲେ ।
ଅଧିକ ତଦନ୍ତ ପରେ ପୋଲିସକୁ ଜଣାପଡ଼ିଛି ଯେ, ସୁବ୍ରମଣ୍ୟମ ଦୀର୍ଘଦିନ ଧରି କାମ କରିବାକୁ ଆସୁଥିବା ମହିଳାଙ୍କ ସହ ସମ୍ପର୍କରେ ଥିଲେ । ବାଲା ଅନେକଥର ମହିଳାଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ ।
କେତେବେଳେ ‘ଗଜନୀ’ ତ କେତେବେଳେ ‘ଦୃଶ୍ୟମ’ କଥା କହୁଛି ଅଫତାବ
ନୂଆଦିଲ୍ଲୀ: କେତେବେଳେ ଗଜନୀ ଫିଲ୍ମର ହିରୋ ଆମିର ଖାନଙ୍କ ଭଳି ଭୁଲି ଯାଉଛି ତ ଆଉ କେତେବେଳେ ଫିଲ୍ମ ଦୃଶ୍ୟମ ଭଳି ପୋଲିସକୁ ବୁଲାଇ ବୁଲାଇ ଉତ୍ତର ଦେଉଛି ଅଫତାବ ।
ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବର ଆଜି ପୁଣି ପଲିଗ୍ରାଫ ଟେଷ୍ଟ କରାଯାଉଛି । ଘଟଣା ପଛରେ ଥିବା ସତ ଖୋଜି ପାଇବାକୁ ପୋଲିସ ଏହି ଉପାୟ ଅବଲମ୍ବନ କରିଛି । ପୂର୍ବରୁ ଗୁରୁବାର ମଧ୍ୟ ଅଫାବର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ ପୋଲିସ ଅଫତାବକୁ ୫୦ ପ୍ରଶ୍ନ କରିଥିଲା ।
ହେଲେ ଅଫତାବ ଏବେ ଚାଲାଖି କରିବା ଆରମ୍ଭ କରିଛି । କେତେବେଳେ ଦୃଶ୍ୟମ ଫିଲ୍ମ ଭଳି ପୋଲିସକୁ ଭୁଆଁ ବୁଲାଉଛି ତ ଆଉ କେତେବେଳେ ଗଜନୀ ଫିଲ୍ମ ଭଳି ଭୁଲି ଯିବା ଅଭିନୟ କରୁଛି । ପୋଲିସ ପଚାରୁଥିବା ପ୍ରଶ୍ନକୁ ବୁଲେଇ ବାଲେଇ ଉତ୍ତର ଦେଉଛି ।
ପୋଲିସ ଆଗରେ ଅଫତାବ ଭୁଲି ଯିବାର ଅଭିନୟ କରୁଛି । ଅଫତାବର ଏଭଳି ଆଚରଣ ପୋଲିସକୁ ଦ୍ବନ୍ଦରେ ପକାଇଛି । ପୋଲିସ ସତ ଜାଣିବା ଏବେ କଷ୍ଟକର ହୋଇପଡ଼ିଛି ।
ଅନ୍ୟପଟେ ଦୃଶ୍ୟମ ଦେଖି ହତ୍ୟା ପ୍ଲାନ୍ କରିଥିବା ଅଫତାବ ପୋଲିସକୁ କହିଛି । ସିନେମାରେ ଯେପରି ହିରୋ ପୋଲିସକୁ ଚକମା ପରେ ଚକମା ଦେଇ ଚାଲିଛି ସେହିଭଳି ଅଫତାବ ବି ପୋଲିସକୁ ଚକମା ଦେଇ ଚାଲିଛି ।
ସୂଚନା ଅନୁସାରେ, ଶ୍ରଦ୍ଧାକୁ ହତ୍ୟା କରିବା ପରେ କାଟିବା ପାଇଁ ଅଫତାବ ୫ଟି ଛୁରି ବ୍ୟବହାର କରିଥିଲା ।
ଏଣିକି ଆଉ ବ୍ୟବହାର କରିପାରିବେନି ଅମିତାଭଙ୍କ ନାଁ, ଫଟୋ ଏବଂ ଭଏସ୍
ନୂଆଦିଲ୍ଲୀ: ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି ବିଗ୍ ବି ଅଭିତାଭ ବଚ୍ଚନ । ବଲିଉଡର ମହାନାୟକ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା କରିଛନ୍ତି । ଯେଉଁଥିରେ ସେ ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି ।
ସେ କହିଛନ୍ତି ଯେ, କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ ଫଟୋ ଏବଂ କଣ୍ଠସ୍ବର ବ୍ୟବହାର କରୁଛନ୍ତି । ଏହାକୁ ସେ ଦୀର୍ଘ ସମୟ ଧରି ବ୍ୟବହାର କରି ଆସୁଛନ୍ତି । ଏଥିପାଇଁ ସେ ବ୍ୟକ୍ତିଗତ ବା ପର୍ସନାଲ ରାଇଟ୍ସ ଚାହୁଁଛନ୍ତି ।
ଏହି ମାମଲା ଉପରେ କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଅମିତାଭଙ୍କ ବିନା ଅନୁମତିରେ ଫଟୋ ଏବଂ ଭଏସ ବ୍ୟବହାର ହୋଇଥିବାରୁ ଏହାକୁ ସେ ହଟାଇବାକୁ ଚାହୁଁଛନ୍ତି ।
ସୂଚନା ଅନୁସାରେ, ଅମିତାଭ ବଚ୍ଚନଙ୍କ ନାଁ, କଣ୍ଠସ୍ବର ଏବଂ ବ୍ୟକ୍ତିତ୍ବକୁ କିଛି କମ୍ପାନୀ ବ୍ୟବହାର କରୁଛନ୍ତି ତାହା ପୁଣି ଅଭିତାଭଙ୍କ ବିନା ଅନୁମତିରେ । ଏନେଇ ଅମିତାଭ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କେବିସି ଲୋଗ ଲଗାଇ କିଛି କମ୍ପାନୀ ବିଜ୍ଞାପନ କରୁଥିବା ସେ ଦର୍ଶାଇଥିଲେ । ଏ ଭଳି ପୋଷ୍ଟକୁ ରୋକିବା ପାଇଁ ଅମିତାଭ କୋର୍ଟରେ ଅପିଲ କରିଥିଲେ । ଏ ନେଇ ହାଇକୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।
ଅମିତାଭ ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାରୁ ତାଙ୍କ ନାଁ ନେଇ ଏପରି ବିଜ୍ଞାପନ ଦ୍ବାରା ଆତ୍ମସ୍ବାଭିମାନକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି ।
ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ବିଜେଡି ବିଧାୟକ, ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର
ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ବିଜେଡି ବିଧାୟକ। ରାଜ୍ୟ ଚାଷୀଙ୍କ ସ୍ବାର୍ଥ ସମ୍ବଳିତ ୫ଦଫା ଦାବି ନେଇ ବିଧାନସଭା ପରିସରରୁ ରାଜଭବନ ଯାଏଁ ବିଜେଡି ବିଧାୟକ ଚାଲି ଚାଲି ଯାଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଭଳି ୫ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ବିଧାୟକ। ଏଥିସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରାଇ ଦେଇନାହାନ୍ତି ବିରୋଧୀ। ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେଇଥିଲେ। ଏହାପରେ ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲି କରି ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଜୋରଦାର ବିରୋଧ କରିଛି ବିଜେଡି।
ପଦମପୁରରେ ବର୍ଷାଙ୍କ ଆଶୀର୍ବାଦ ମହିଳା ସମାବେଶ, ଯୋଗଦେଲେ ହଜାର ହଜାର ମହିଳା
ଓଡ଼ିଶା: ପଦମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ଜାମସେଠରେ ଆଜି ଆରମ୍ଭ ହୋଇଛି ଆଶୀର୍ବାଦ ମହିଳା ସମାବେଶ । ବର୍ଷା ସିଂ ବରିହାଙ୍କୁ ଅଂଚଳବାସୀ ଆର୍ଶୀବାଦର ବର୍ଷା କରନ୍ତୁ ବୋଲି ମଇଦାନକୁ ଓହ୍ଲାଛନ୍ତି ହେବିୱେଟ୍ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠଙ୍କ ସହ ହଜାର ହଜାର ସଂଖ୍ୟକ ମହିଳା ଯୋଗଦେଇଛନ୍ତି ।
କେନ୍ଦ୍ରର ଚାଷୀ ମାରଣନୀତି ପ୍ରତିବାଦରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ବିଧାନସଭାରେ ଚାଷୀ ପ୍ରସଙ୍ଗ ଆଲୋଚନା କରାଇ ଦେଲେନି ବିରୋଧୀ। ଏହାର ପ୍ରତିବାଦ କରିଛି ବିଜେଡି। ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେବା ସହିତ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲିଚାଲି ଯାଇ ରାଜ୍ୟପାଳଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରିଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିର ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବା ସହିତ ବିଜେପିକୁ ନିନ୍ଦା କରିଥିଲେ । ଓଡ଼ିଶା ଚାଷୀଙ୍କ ବୀମା ଟଙ୍କା ହଡ଼ପର ଜୋରଦାର ପ୍ରତିବାଦ କରାଯାଇଛି।
‘ଇଡି ଓ ସିବିଆଇର ନିୟନ୍ତ୍ରଣ ଆପ୍ ହାତକୁ ଆସିଲେ ଜେଲରେ ଯିବେ ବିଜେପିର ଅଧାରୁ ଅଧିକ ବିଧାୟକ’
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ । ଏମସିଡି ନିର୍ବାଚନ ପୂର୍ବରୁ ବଢୁଛି ରାଜନୀତି ପାରା । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଇଡି ଓ ସିବିଆଇର ଦୁରୁପୋଯୋଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କେଜରିଓ୍ବାଲ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ନିୟନ୍ତ୍ରଣ ଗୋଟିଏ ଦିନ ପାଇଁ ଆପ୍ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ବିଧାୟକ ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି।
ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଆମ ଆଦମୀ ପାର୍ଟି ନେତାଙ୍କୁ ଲଗାତାର ଟାର୍ଗେଟ କରାଯାଉଛି । ଦିଲ୍ଲୀରେ ଆପ୍ ସରକାର ଆସିବା ପରେ ବିଜେପି ଅନେକ ଅଭିଯୋଗ ଆଣିଛି। ୭ବର୍ଷ ହେଲା କେନ୍ଦ୍ରୀୟ ଏଜେନ୍ସିର ୮ଶହରୁ ଅଧିକ ଅଫିସର ଦୁର୍ନୀତିର ପ୍ରମାଣ ଖୋଜିବାରେ ଲାଗିଛନ୍ତି। ହେଲେ ଗୋଟିଏ ବି କେସ୍ କୋର୍ଟରେ ପ୍ରମାଣିତ ହୋଇପାରିନି । ଆମ ଆଦମୀ ପାର୍ଟି ବିଧାୟକଙ୍କ ନାଁରେ ୧୬୭ କେସ୍ ରୁଜୁ ହୋଇଛି । ମଦ ଦୁର୍ନୀତି ମାମଲାରେ ମନିଷ ସିସୋଦିଆଙ୍କ ଘର ଓ ବ୍ୟାଙ୍କ ଲକର ବି ଯାଞ୍ଚ କରାଯାଇଛି । ହେଲେ ଟଙ୍କାଟିଏର ଦୁର୍ନୀତି ନେଇ ପ୍ରମାଣ ମିଳିପାରିନି।
ଗୋଟିଏ ଦିନ ଇଡି, ସିବିଆଇ ନିୟନ୍ତ୍ରଣ ଆମ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ନେତା ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି । ସେହିପରି ଏମସିଡି ୧୫ ବର୍ଷ ଧରି ବିଜେପି ହାତରେ ରହିଛି। ମାତ୍ର ବିଜେପି ବିକାଶ ବଦଳରେ କେବଳ ଆମ ଆଦମୀ ପାର୍ଟିକୁ ଗାଳି ଦେଇଛି ବୋଲି କେଜରିଓ୍ବାଲ କହିଛନ୍ତି । ବ୍ୟବସାୟୀଙ୍କଠାରୁ ପାର୍କିଂ ଚାର୍ଜ ନାଁରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି। ଏମସିଡି କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳୁନି। ଦିଲ୍ଲୀ ଚାରିପଟେ ଅଳିଆ ଗଦା କରି ରଖାଯାଇଛି । ଆପ୍ ହାତକୁ ଏମସିଡି ଆସିଲେ ଦିଲ୍ଲୀକୁ ସୁନ୍ଦର କରିଗଢ଼ିବୁ ବୋଲି କେଜରିଓ୍ବାଲ କହିଛନ୍ତି।
ସିଇଓ ଅଫିସରେ ବିଜେଡି ଟିମ୍, ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି
ଭୁବନେଶ୍ୱର: ହାରିବା ଭୟରେ ବିଜେପି କରୁଛି ହିଂସା। ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି। ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିର ଦୁଇଜଣ ତାରକା ପ୍ରଚାରକ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏବେ ବେଲ୍ରେ ଅଛନ୍ତି। ଏଥରକ ବି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ସେ ଦୁଇଜଣ ଷ୍ଟାର ପ୍ରଚାରକ ଯୋଜନା କରୁଛନ୍ତି।

ତେଣୁ ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଛି ବିଜେଡି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଅତିରିକ୍ତ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେଡି ଟିମ୍।

