spot_img
Home Blog Page 3643

ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଯୁବକ ମୃତ 

0

ଭୁବନେଶ୍ୱର: ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଯୁବକ ମୃତ  । ଦେବଗଡ଼ ଉଟୁଣୀଆମୁଣ୍ଡାରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଯୁବକ ମୃତ୍ୟୁ । ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିଛି । ଦୁଇ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଇରା ଲୁହୁରା ଓ ଭିଣୋଇ ସିଂରାଇକୁ ଗିରଫ କରିଛି  । ଘଟଣାସ୍ଥଳରେ ଅଭିଯୁକ୍ତ କାଇରାକୁ ଧରି ଘଟଣାର ସିନ ରିକ୍ରିଏସନ କରିଛି ପୋଲିସ ।

ସୂଚନା ଅନୁସାରେ ଗାଁର ରମେଶ ମୁଣ୍ଡାଙ୍କ ଭଉଣୀ ଜେମା ମୁଣ୍ଡାକୁ ସିଙ୍ଗରାଇ ମୁଣ୍ଡା ତିନି ବର୍ଷ ପୂର୍ବେ ବିବାହ କରିଥିଲେ, ତାଙ୍କର ଏକ ଶିଶୁପୁତ୍ର ବି ରହିଛି । ହେଲେ ଜେମା ଅନ୍ୟ ଜଣେ ଯୁବକ ସହ ପଳାଇବାରୁ ଶିଶୁ ପୁତ୍ର ରମେଶ ଘରେ ଥିଲା  । ତେବେ ରମେଶ ସିଂରାଇକୁ ଶିଶୁ ପୁତ୍ରକୁ ନିଜ ପାଖକୁ ନେଇଯିବାକୁ କହିବାରୁ ଏ ନେଇ ଗତ ୪ ତାରିଖ ଦିନ ଉଭୟଙ୍କ ମଧ୍ୟରେ କଥା ଝଗଡା ହୋଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ ସିଙ୍ଗରାଇ ଜଣେ ସମ୍ପର୍କୀୟଙ୍କ ସହ ମିଶି ରମେଶଙ୍କୁ ଆକ୍ରମଣ କରିବା ସହ ଏକ ଇଟା ସାହାଯ୍ୟରେ ରମେଶଙ୍କ ମୁଣ୍ଡକୁ ଛେଚିଥିଲେ । ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିଲେ  । ରମେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଦେବଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ ଏକ ନିଖୋଜ ମାମଲାରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଗତକାଲି ଉତଟୁଣିଆମୁଣ୍ଡା ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ରମେଶର ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ ।

ସର୍ବାଧିକ ABHA ପରିଚୟ ପତ୍ର ସୃଷ୍ଟି କରିଥିବାରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର:  ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ ୨୦୨୨ ଅଭିଯାନରେ ସର୍ବାଧିକ ସଂଖ୍ୟକ ABHA ବା Ayushman Bharat Health Accounts ପରିଚୟପତ୍ର ସୃଷ୍ଟି କରିଥିବାରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ଏଚ୍‌ ଆଣ୍ଡ୍‌ ଏଫ୍‌ ଡବ୍ଲୁ ବିଭାଗ, ପକ୍ଷରୁ, ଡା.ବୃନ୍ଧା ଡି, IAS ମିଶନ୍‌ ନିର୍ଦ୍ଦେଶକ, ଓଡ଼ିଶା ନ୍ୟାସନାଲ ହେଲ୍ଥ ମିଶନ୍‌  କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି । ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ’ ୨୦୨୨ ଅବସରରେ  ଡିସେମ୍ବର ୧୦ରେ ବାରଣାସୀରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହା ଏଭଳି ଏକ ସ୍ୱାସ୍ଥ୍ୟ କାର୍ଡ଼ ଯାହାକୁ ପାଇଥିବା ଭାରତର ନାଗରିକ କେବେ ମଧ୍ୟ କୌଣସି ସମୟରେ ଏବଂ କୌଣସି ସ୍ଥାନରେ ଏହାର ଲାଭ ପାଇପାରିବେ ।

ଏହା ଦ୍ୱାରା ସମ୍ପୂର୍ଣ୍ଣ ଡିଜିଟାଇଡ୍‌ ଇତିହାସ ପାଇବାର ବ୍ୟବସ୍ଥା ରହିଛି । ରୋଗୀର ରୋଗ ସମ୍ବଦ୍ଧୀୟ ପ୍ରତ୍ୟେକ ତଥ୍ୟ ଅତି ସହଜରେ ଡାକ୍ତର ବୁଝିପାରିବେ । ଭାରତର କୌଣସି ସ୍ଥାନରେ କୌଣସି ହସ୍ପିଟାଲରେ ଚିକିତ୍ସା କଲେ ମଧ୍ୟ ସମସ୍ୟା ହୋଇନଥାଏ । ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସମସ୍ତ ସୂଚନା ପାଇପାରନ୍ତି ।

ପ୍ରତିବର୍ଷ ଡିସେମ୍ବର ୧୨ରେ ଇଣ୍ଟରନ୍ୟାସନାଲ ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ’ ପାଳନ କରାଯାଏ ।ଚଳିତ ବର୍ଷର ଥିମ୍‌ ରହିଛି, “Build the World we Want: A Healthy Future for All”  ।

ଅଧିକରୁ ଅଧିକ ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ

ନୂଆଦିଲ୍ଲୀ:  ଆହୁରି ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଭୟଙ୍କର ସଂଘର୍ଷରେ ଛାରଖାର ହୋଇଛି ପୁରା ୟୁକ୍ରେନ । ଏବେ ବି ଅଧିକାଂଶ ସହରରେ ଗୁଳିଗୋଳା ମାଡ, ମିସାଇଲ ଆକ୍ରମଣ  ଜାରି ରହିଛି । ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ଘାଇଲା ହୋଇଛି ଋଷ । ମସ୍କୋ ବାହିନୀ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ ସୈନ୍ୟ ଅଧିକାର କରିଥିବା ସହରଗୁଡ଼ିକରେ ଆକ୍ରମଣକୁ ଜୋରଦାର କରିଛି ୟୁକ୍ରେନ ।

ସେପଟେ ପୋର୍ଟ ସିଟି ଓଡେସାରେ ପାଓ୍ୱାର ନେଟଓ୍ବର୍କ ଉପରେ ଡ୍ରୋନ୍‌ ଯୋଗେ ଆକ୍ରମଣ ଜାରି ରଖିଛି ଋଷ । ଇରାନ ମେଡ୍‌ ଡ୍ରୋନରେ ଶକ୍ତି କ୍ଷେତ୍ରଗୁଡ଼ିକୁ ଋଷ ସୈନ୍ୟ ଧ୍ବଂସ କରି ଦେଇଛନ୍ତି । ଫଳରେ ପୋର୍ଟ ସିଟି ଓ ଏହାର ଆଖପାଖ ସହରର ପ୍ରାୟ ୧୫ ଲକ୍ଷ ଲୋକ ଅନ୍ଧକାରରେ ରହିଛନ୍ତି । ଡେନେସ୍କ ଓ ଲୁହାନସ୍କରେ ମଧ୍ୟ ଋଷ ଆକ୍ରମଣକୁ ଜୋରଦାର ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ କବଜା କରିଥିବା ସହର ଗୁଡ଼ିକରେ ପୁଣିଥରେ ୟୁକ୍ରେନ ନିଜ ଅଧିକାରକୁ ଆଣିବାରେ ସଫଳ ହୋଇଛି ।

ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ

0

ନୂଆଦିଲ୍ଲୀ: ଉତ୍ତରପ୍ରଦଶେର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ । ମୁଖ୍ୟ ସାକ୍ଷୀ ପ୍ରଭଜୋତ ସିଂ ଓ ତାଙ୍କ ଭାଇ ସର୍ବଜିତ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଲଖିମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କର ଏଥିରେ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଆଶିଷଙ୍କ ଘନିଷ୍ଠ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ପ୍ରଭଜୋତ ଓ ସର୍ବଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଶିଷଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ FIRରୁ ଆଶିଷଙ୍କ ନାଁ ହଟାଇବାକୁ ବାଧ୍ୟ କରୁଛି ବୋଲି ପ୍ରଭଜୋତ କହିଛଡ଼୍ତି ।

ସେପଟେ ଦୁଇ ଗୋଷ୍ଠୀ ଗଣ୍ଡଗୋଳରୁ ଏହି ଆକ୍ରମଣ ହୋଇଛି ବୋଲି ପୋଲିସ କହିଛି । ଲଖିମପୁର ଖେରୀ ମାମଲାରେ ଡିସେମ୍ବର ୬ ତାରିଖରେ ଏଡିଜେ ପ୍ରଥମେ କୋର୍ଟରେ କେନ୍ଦ୍ର ମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶି ମିଶ୍ରାଙ୍କ ସମେତ ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ମୋଟର ଯାନ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଗଠନ କରାଯାଇଛି। ଡିସେମ୍ବର ୧୬ରୁ ଏହି ମାମଲାର ଟ୍ରାଏଲ୍ ଆରମ୍ଭ ହେବ ।

ଶପଥ ନେଲେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ

ଶିମଲା: ହିମାଚଳରେ ସୁଖବିନ୍ଦର ସରକାର । ନୂଆ ମୁଖ୍ୟମନ୍ତ୍ରୀ ପାଇଲା ପାହାଡ଼ି ରାଜ୍ୟ ହିମାଚଳ । ସିଏମ୍ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ଶିମଲାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ହିମାଚଳର ନୂଆ ସରକାର ସଚ୍ଚୋଟ ହେବା ସହ, ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଉପରେ କାର୍ଯ୍ୟ କରିବ ବୋଲି ସୁଖବିନ୍ଦର କହିଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହୋଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସଚିନ ପାଇଲଟଙ୍କ ସମେତ ବହୁ ନେତା ଶପଥ ସମାରୋହରେ ଉପସ୍ଥିତ ଥିଲେ । ଉଭୟ କଂଗ୍ରେସ ଓ ହିମାଚଳ ପାଇଁ ଏହା ନୂଆ ଇନିଂସ ବୋଲି ଗେହଲଟ କହିଛନ୍ତି । ବେକାରୀ ଓ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଭାରତ ଯୋଡ ପଦଯାତ୍ରା କରୁଥିବା ବେଳେ ହିମାଚଳରୁ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି ।

ହିମାଚଳ ପିସିସି ସଭାପତି ପ୍ରତିଭା ସିଂଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସୁଖବିନ୍ଦର ପିସିସି ମୁଖ୍ୟ ପ୍ରତିଭାଙ୍କୁ ଭେଟି ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ମତଭେଦ ରହିଥିବା ଆଲୋଚନା ହେଉଥିବା ବେଳେ ହିମାଚଳରେ ଆଗାମୀ ୫ବର୍ଷ ସ୍ଥିର ସରକାର ରହିବ ବୋଲି ପ୍ରତିଭା କହିଛନ୍ତି ।

ନାସାର ମୁନ୍‌ ମିଶନ କାଉଣ୍ଟଡାଉନ ଆରମ୍ଭ, ଆଜି ପୃଥିବୀକୁ ଫେରି ଆସିବ ଆର୍ଟେମିସ-୧

ୱାଶିଂଟନ: ଆଜି ପୁରା ହେବ ନାସାର ମୁନ ମିଶନ । ରାତି ୧୧ଟା ବାଜି ୧୦ ମିନିଟରେ ପୃଥିବୀକୁ ଫେରିଆସିବ ଆର୍ଟେମିସ-୧ । ୨୫ ଦିନ ୧୦ ଘଣ୍ଟା ୫୩ ମିନିଟର ଯାତ୍ରା ସାରି ଫେରିବ ନାସା SLS ରକେଟ୍ । କେନେଡି ସ୍ପେସ ଷ୍ଟେସନରୁ ଏହି ରକେଟ୍‌ ଉତକ୍ଷେପଣ କରାଯାଇଥିବା ବେଳେ ଏହା ମେକ୍ସିକୋର ଗୁଆଡାଲୁପ ଦ୍ବୀପ ପାର୍ଶ୍ବ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ ।

ଚନ୍ଦ୍ରପୃଷ୍ଠରୁ ପୃଥିବୀ ଫେରୁଥିବା ଏହି ରକେଟ ଲାଟେଷ୍ଟ ଟେକ୍ନୋଲୋଜି ସ୍କିପ୍ ଏଣ୍ଟ୍ରି ଟେକନିକରେ ଲ୍ୟାଣ୍ଡ କରିବ । ଏହି ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ ରହିଛି । ପ୍ରଥମେ ଏହା ପୃଥିବୀ ବାୟୁମଣ୍ଡଳର ଉପରିଭାଗରେ ପ୍ରବେଶ କରିବ । ଏହାପରେ କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଆସି ପୁଣି ପାରାଚ୍ୟୁଟ ଯୋଗେ ବାୟୁମଣ୍ଡଳରେ ପ୍ରବେଶ କରିବ । ସ୍କିପ ଏଣ୍ଟ୍ରି ବେଳେ ସ୍ପେସକ୍ରାଫ୍ଟ ଓ କ୍ରୁ ମଡ୍ୟୁଲ ଅଲଗା ହୋଇଯିବେ ।

ଆର୍ଟେମିସ-୧ ନାସା ମୁନ ମିସନର ଟେଷ୍ଟ ଫ୍ଲାଇଟ । ଆର୍ଟେମିସ-୨ରେ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ନାସା ଯୋଜନା କରୁଛି । ଟେଷ୍ଟ ଫ୍ଲାଇଟର ଲ୍ୟାଣ୍ଡିଂ ପରେ ହିଁ ଆର୍ଟେମିସ-୨ର ପ୍ଲାନିଂ କରାଯିବ । ୨୦୨୪ ସୁଦ୍ଧା ଆର୍ଟେମିସ-୨ ଲଞ୍ଚ କରିବାକୁ ନାସା ଯୋଜନା କରୁଛି ।

ସରକାରୀ କର୍ମଚାରୀଙ୍କ ଉପରେ ବଢୁଛି ଆକ୍ରମଣ, DFOଙ୍କୁ ମରଣାନ୍ତକ ଆକ୍ରମଣ

0

ଢେଙ୍କାନାଳ: ସଦର ଥାନା କୁରୁମଟାଙ୍ଗରରେ ଡିଏଫଓ ପ୍ରକାଶ ଚାନ୍ଦ ଗୁଗିନେନିଙ୍କ ଉପରେ ଖଣି ମାଫିଆଙ୍କ ଆକ୍ରମଣ ଅଭିଯୋଗ। ବେଆଇନ ଖଣି ଖନନ ଚାଲିଥିବା ବେଳେ ଚଢ଼ାଉ । DFO ଙ୍କୁ ଆକ୍ରମଣ କଲେ ଖଣି ମାଫିଆ। ପଥରରେ ମୁଣ୍ଡକୁ ଛେଚି ଆକ୍ରମଣ କରିଛନ୍ତି ।

ଘଟଣା ପରେ ଗୋବିନ୍ଦପୁର ଫାଣ୍ଡିରେ ଏତଲା ଦେଇଛନ୍ତି DFO। ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି । ଖୁବଶୀଘ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ। ଏହା ପୂର୍ବରୁ ପଥର ମାଫିଆ କରିଥିଲେ ଆକ୍ରମଣ।

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକସନରେ ଯୁବକଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ

ରାୟଗଡା: ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକସନରେ ଯୁବକଙ୍କ ମୃତ୍ୟୁ । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଶବ ଜବତ କରି ପୋଲିସ ଆରମ୍ଭ କରିଛି ତଦନ୍ତ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗାଁରେ । ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା । ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ବି.ଏ ରାଓ ବା ନନ୍ଦୁ ବାବୁ ନାମକ ନକଲି ଡାକ୍ତର କ୍ଲିନିକକୁ ପ୍ରଶାନ୍ତ କୌଶଲ୍ୟା ଯାଇଥିଲେ ।

ତାଙ୍କର ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହେଉଥିଲା । କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ ନନ୍ଦୁ । ଇଞ୍ଜେକସନ ଦେବା ପରେ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ ସହ ବିଭିନ୍ନ ଗାଁକୁ ଯାଇ ନକଲି ଡାକ୍ତର ଜଣକ ଘର ଘର ବୁଲି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଥିଲେ । ନନ୍ଦୁ ବାବୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତଙ୍କ ପରିବାର ।

କେନ୍ଦୁଝରରେ ଡବଲ ମର୍ଡର, ଗୁଣି ଗାରେଡିରୁ ହତ୍ୟା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ନୃଶଂସ ହତ୍ୟା । କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହିରେ ବିଳମ୍ବିତ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଗାଁର ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ । ଘଟଣାସ୍ଥଳରେ ହରିଚନ୍ଦନପୁର ଓ ଦୈତାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାହାଡ଼ା ମୁର୍ମୁ ଗାଁ ଶାଳରେ ପୂଜାପାଠ କରୁଥିଲେ । ଏହାକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଦେଶୀଙ୍କ ପସନ୍ଦ କୋରାପୁଟ କଫି, ଜିଆଇ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ

0

ଭୁବନେଶ୍ବର: କୋରାପୁଟ କଫିକୁ ସ୍ବତନ୍ତ୍ର ଜିଆଇ ମାନ୍ୟତା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଦେଶ ବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଓଡ଼ିଶା ଆସିଲେ ପର୍ଯ୍ୟଟକମାନେ ଥରୁଟିଏ କୋରାପୁଟ କଫିର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି । କୋରାପୁଟ କଫିର ଲୋକପ୍ରିୟତାକୁ ସୁଦୂରବିସ୍ତାରୀ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ ।

ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍କୁ ଏକାଠି କରାଯାଉଛି। ଦସ୍ତାବିଜରେ କୋରାପୁଟ୍ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ ସାମିଲ କରାଯିବ । କଫି ବୋର୍ଡ ଅଫ୍ ଇଣ୍ଡିଆକୁ ଆର୍କୁ ଭ୍ୟାଲିରେ ଉତ୍ପାଦିତ କଫି ପାଇଁ ୨୦୧୯ ମାର୍ଚ୍ଚ ୧ରେ ଜିଆଇ ଟ୍ୟାଗ୍ ମିଳିସାରିଛି। କୋରାପୁଟରେ ଉତ୍ପାଦିତ କଫି ଆନ୍ଧ୍ରପ୍ରଦେଶର ଆର୍କୁ କଫି ତାଲିକାରେ ସାମିଲ ହୋଇ ଜିଆଇ ମାନ୍ୟତା ପାଇଛି।

ମାତ୍ର ସ୍ୱତନ୍ତ୍ର ଭାବେ କୋରାପୁଟ କଫିକୁ ଜିଆଇ ମାନ୍ୟତା ମିଳିପାରିନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦାକୁ ଦେଖି ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶିକା । ଅନ୍ୟପକ୍ଷରେ କଫି ବୋର୍ଟ ଅଫ୍ ଇଣ୍ଡିଆ ଯୁକ୍ତି ଦର୍ଶାଇଛି ଯେ, ଆର୍କୁ ଭ୍ୟାଲିରେ ସମୁଦ୍ର ସ୍ତରର ୩ରୁ ୫ ହଜାର ଫୁଟ୍ ଉପରେ ଥିବା ମାଟିରେ କଫି ଉତ୍ପାଦନ ହେଉଛି।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏଭଳି ଉତ୍ପାଦନ ହେଉଥିବା ବେଳେ ଉଭୟ ସ୍ଥାନରେ ଜଳବାୟୁ ମଧ୍ୟ ପ୍ରାୟତଃ ସମାନ। ସେହିଭଳି କୋରାପୁଟ ସମେତ କନ୍ଧମାଳ, ରାୟଗଡ଼ା, କେନ୍ଦୁଝର, ଗଜପତି, ଓ କଳାହାଣ୍ଡିରେ ମଧ୍ୟ ସାମନ କଫି ଉତ୍ପାଦନ ହେଉଛି। ଏଣୁ କୋରାପୁଟ କଫିକୁ ସ୍ୱତନ୍ତ୍ର ମାନ୍ୟତା ପାଇଁ ବିଚାର କରିବା ବେଳେ ପ୍ରଥମେ କୋରାପୁଟ କଫିର ସ୍ୱତନ୍ତ୍ରତା ଥିବା ଉପସ୍ଥାପିତ କରିବାକୁ ପଡ଼ିବ । ସେହିଭଳି କୋରାପୁଟ କଫି ସମ୍ପ୍ରତି ଏକ ଜିଆଇ ଇଣ୍ଡିକେସନ୍ ମଧ୍ୟରେ ସାମିଲ ରହିଥିବା ବୋର୍ଡ କହିଛି। ଅନ୍ୟପକ୍ଷରେ ନିଗମ ପକ୍ଷରୁ କୋରାପୁଟ୍ କଫିକୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉପସ୍ଥାପିତ କରାଯାଇଥିବା ବେଳେ ଏହି କଫିର ସ୍ୱତନ୍ତ୍ରତା ସମ୍ପର୍କିତ ସୂଚନା ଏକାଠି କରିବାରେ ଲାଗିଛି ନିଗମ।