ଭୁବନେଶ୍ୱର: ନିଯୁକ୍ତ ହୋଇଛନ୍ତି OHRCର ନୂଆ ଅଧ୍ୟକ୍ଷ । ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ହୋଇଛନ୍ତି OHRC ଅଧ୍ୟକ୍ଷ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ । ଏନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେହିପରି OHRC ସଦସ୍ୟ ହୋଇଛନ୍ତି ଅସୀମ ଅମିତାଭ ଦାସ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ OHRC ସଦସ୍ୟ ଥିଲେ ଅସୀମ ଅମିତାଭ । ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ଖଣି ଓ ଇସ୍ପାତ ବିଭାଗରେ ନିଯୁକ୍ତ ପାଇଲେ ୬୫ ଅଧିକାରୀ
ଭୁବନେଶ୍ୱର: ଇସ୍ପାତ ଏବଂ ଖଣି ବିଭାଗରେ ଗୁରୁବାର 65 ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍, ଓଡିଶା ଜିଓଲୋଜିକାଲ୍ ସର୍ଭିସ୍ ଏବଂ ଓଡିଶା ସବୋର୍ଡିନେଟ ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ଅଟେ । ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରାଯାଉଛି । ‘5 ଟି’ ଏବଂ ‘ମୋ ସରକାର’ ଭଳି ପଦକ୍ଷେପ ମାଧ୍ୟମରେ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରଣନୀତି ଯେତେ ଚମତ୍କାର ଏବଂ ଅଭିନବ ହୋଇପାରେ, ଏହାର ପ୍ରକୃତ ସଫଳତା ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ନିର୍ଭର କରେ। ତେଣୁ ସେ ଅନୁରୋଧ କରିଛନ୍ତି, “ମୁଁ ଚାହେଁ ଯେ ଆପଣ ସମସ୍ତେ ନ୍ୟାୟପୂର୍ଣ୍ଣ ଭାବରେ କାର୍ଯ୍ୟ କରନ୍ତୁ, ସଚ୍ଚୋଟତା ଏବଂ ଅଖଣ୍ଡତା ସହିତ ଲୋକଙ୍କ ହିତ ପାଇଁ କାରର୍ଯ୍ୟ କରନ୍ତୁ । ରାଜ୍ୟରେ ନିଯୁକ୍ତି ପକ୍ରିୟାରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ । ପ୍ରତିଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯୁବ ଏବଂ ଦକ୍ଷ କର୍ମଚାରୀ । ସାଧରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର
ଭୁବନେଶ୍ୱର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ସୂଚନା କମିଶନରର ନୂଆ ସଦସ୍ୟ ଭାବେ ସୁଶାନ୍ତ ମହାନ୍ତି ନିଯୁକ୍ତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୮ ତାରିଖରେ ୩ଟି ସୂଚନା କମିଶନର ପଦବୀ ନିମନ୍ତେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ସୁଶାନ୍ତ କୁମାର ମହାନ୍ତି ହେଲେ ନୂଆ ରାଜ୍ୟ ସୂଚନା କମିଶନର । ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୁଶାନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଝରି ସାମ୍ବାଦିକତା ସହ ଜଡ଼ିତ ଅଛନ୍ତି । ସେ ଦୈନିକ ସମାଜର କ୍ରୀଡ଼ା ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିବା ସହ ବିଭିନ୍ନ ପଦପଦୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସେ ସମାଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ସୁଶାନ୍ତ କୁମାର ମହାନ୍ତି ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି । ରାଜ୍ୟ ସୂଚନା କମିଶନର ଭାବେ ନୂଆ ଦାୟିତ୍ବ ମିଳିବା ପରେ ସୁଶାନ୍ତ କୁମାର ମହାନ୍ତିଙ୍କ ପାଖକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

