spot_img
Home Blog Page 3515

ବେଦ ପାଠ କରି ବିଶ୍ବକପ ଟ୍ରଫିକୁ ସ୍ବାଗତ କଲା ରାଉରକେଲା

ରାଉରକେଲା: ଷ୍ଟିଲସିଟିରେ ପହଞ୍ଚିଲା ବିଶ୍ଵକପ ଟ୍ରଫି । ବେଦବ୍ୟାସ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ଓ ଆଳତୀ କରାଯାଇଛି । ଗୁରୁକୂଳ ଆଶ୍ରମ ଶିଷ୍ୟମାନେ ବେଦପାଠ କରି ଟ୍ରଫିକୁ ସ୍ବାଗତ କରିଛନ୍ତି । ଏହାପରେ ବେଦବ୍ୟାସ ଛକକୁ ଯିବ ଟ୍ରଫି। ପାନପୋଷ ଦେଇ ସହର ପରିକ୍ରମା କରିବ ଟ୍ରଫି । ଟ୍ରଫିକୁ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯିବ।

ଦେଓଗାଁ, ଫର୍ଟିଲାଇଜର, ପାନପୋଷ ହକି ଛକ, ହନୁମାନ ବାଟିକା, ରାଉରକେଲା ମହାନଗର ନିଗମ ଅଫିସ ଗସ୍ତ କରିବ। ପରେ ଉଦିତନଗର, ଡେଲି ମାର୍କେଟ, ବନ୍ଧମୁଣ୍ଡା, ସେକ୍ଟର 2 , ଜଗଦା ଝିରପାଣି, କୋଏଲ ନଗର, ଛେଣ୍ଡ, ବାସନ୍ତୀ କଲୋନୀ, କଳିଙ୍ଗ ବିହାର ହୋଇ ସନ୍ଧ୍ୟାସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଟ୍ରଫି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଖେରି ମାମଲାର ବିଚାର ପାଇଁ ଲାଗିଯିବ ୫ ବର୍ଷ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅଭିଯୁକ୍ତ

ଖେରି: ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ । ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ଗାଡି ଚଢାଇଦେବା ନେଇ ହୋଇଥିଲା ଗୁରୁତର ଅଭିଯୋଗ । ଏହି ମାମଲାରେ ବି ଅନ୍ୟତମ ଅଭିଯୁକ୍ତ ଅଛନ୍ତି ଆଶିଷ ।

ସୁପ୍ରିମକୋର୍ଟ ନିକଟରେ ରିପୋର୍ଟ ଦାଖଲ କରି ଅତିରିକ୍ତ ଦୌରାଜଜ କହିଛନ୍ତି- ଏହି ମାମଲାରେ ୨୦୮ ଜଣ ସାକ୍ଷୀ ଥିବାବେଳେ ୧୭୧ଟି ନଥି ଓ ୨୭ଟି ଫରେନସିକ ସାଇନସ୍ ଲାବରେଟୋରୀ ରିପୋର୍ଟ ରହିଛି । ମାମଲାର ଅଗ୍ରଗତି ନେଇ ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିବା ପରେ ଏହି ରିପୋର୍ଟ ଦାଖଲ ହୋଇଛି । ଏସବୁକୁ ଯାଞ୍ଚ କରିବା ସହ ମାମଲାର ବିଚାର ଶେଷ ଲାଗି ୫ ବର୍ଷ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

ଗତ ୨୦୨୧ ଅକ୍ଟୋବର ୩ ତାରିଖରେ ଘଟିଥିବା ଘଟଣାରେ ଆଶିଷ ୪ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ଗାଡ଼ି ଚଢାଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୨୦୨୧ ଅକ୍ଟୋବର ୯ ତାରିଖରେ ଗିରଫ ହୋଇଥିଲେ ଆଶିଷ । ମାମଲାରେ ନିମ୍ନକୋର୍ଟ ଆଶିଷ ମିଶ୍ରା ଓ ଅନ୍ୟ ୧୨ ଜଣଙ୍କ ନାମରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା । ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୪୯, ୩୦୨, ୩୦୭, ୩୨୬, ୪୨୭, ୧୨୦-ଖ ଆଦି ଲାଗିଛି । ଏହା ସହ ମୋଟର ଯାନ ଆଇନର ଧାରା ୧୭୭ ବି ଲାଗୁ ହୋଇଛି ।

ସରକାରୀ ବିଜ୍ଞାପନରେ ସୁପ୍ରିମ ଗାଇଡଲାଇନ୍ସ, ୧୬୩ କୋଟି ଗଣିବେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ସରକାର-ଉପ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ତୁତୁ ମେଁମେଁ । ଆମ ଆଦମୀ ପାର୍ଟିର ସମ୍ପତ୍ତି ଜବତ କରିବାକୁ ଜାରି ହୋଇଛି ନୋଟିସ । ପଲିଟିକାଲ ଆଡ୍ ବାବଦ ୧୬୩ କୋଟି ଖର୍ଚ୍ଚକୁ ନେଇ ଜୋର ଧରିଛି ରାଜନୀତି । ବିଜ୍ଞାପନ ବାବଦକୁ ଦଳ ଖର୍ଚ୍ଚ କରିଥିବା ଟଙ୍କା ଆସନ୍ତା ୧୦ ଦିନରେ ଆଦାୟ କରିବାକୁ ନୋଟିସ ଜାରି କରିଛନ୍ତି ଉପ ରାଜ୍ୟପାଳ ବି କେ ସକ୍ସେନା ।

ମାସକ ତଳେ ବିଜ୍ଞାପନ ବାବଦ ଟଙ୍କା ଆଦାୟ ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ । ଏବେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟିକୁ ନୋଟିସ ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସୁଧ ମଧ୍ୟ ଭରଣା କରିବାକୁ ଉଲ୍ଲେଖ ରହିଥିବା ଜଣାପଡ଼ିଛି ।

ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ଭରଣା ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମ ଆଦମୀ ପାର୍ଟିର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ନୋଟିସ କରାଯାଇଛି । ୩୧ ମାର୍ଚ୍ଚ ୨୦୧୭ ସୁଦ୍ଧା ୯୯ କୋଟି ୩୧ ଲକ୍ଷ ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଥିଲା ଆପ୍ । ଏହି ରାଶିରେ ୬୪ କୋଟି ୩୧ ଲକ୍ଷ ଟଙ୍କାର ସୁଧ ମିଶାଇ ୧୬୩ କୋଟି ଦେବାକୁ ଆମ ଆଦମୀ ପାର୍ଟିକୁ ନୋଟିସ କରାଯାଇଛି । ଦିଲ୍ଲୀ ସରକାର ନିର୍ବାଚନ ସମୟରେ କେତେ ଟଙ୍କା ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ତା’ର ଅଡିଟ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଫୁଲବାଣୀରୁ ଛୁଆହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଫୁଲବାଣୀ: ଋକରଡ଼ା ରେଞ୍ଜ ଡେଙ୍ଗାଖମଣ ଗାଁ ନିକଟରୁ ଏକ ଛୁଆ ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ବୟସ ଆନୁମାନିକ ୩ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳ ସମୟରେ ଡେଙ୍ଗା ଖମଣ ଗାଁ ନିକଟ ଜଙ୍ଗଲରେ ଛୁଆ ହାତୀର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଫୁଲବାଣୀ ବନଖଣ୍ଡ ହୋଇଥିବାରୁ ସ୍ଥାନୀୟ କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡାଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ସେଠାରେ ପହଂଚି ଥିଲେ। କରଡ଼ା ରେଞ୍ଜରେ ଗତ କିଛି ଦିନ ହେଲା ଏକ ଛୁଆ ହାତୀ ଓ ତାର ମାଆ ସହ ବିଚରଣ କରୁଥିଲା  ।

କିନ୍ତୁ ଛୁଆ ହାତୀର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡା ସୂଚନା ଦେଇଛନ୍ତି। ଆଜି ଛୁଆ ହାତୀର ଶବ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ପରେ ଛୁଆ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଦୁଇଟି ଭାରତୀୟ ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମନାକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ । ନୋଏଡାରେ ଥିବା ମାରିଅନ୍‌ ବାୟୋଟେକ ଦ୍ବାରା ଏହି ଔଷଧ ପ୍ରସ୍ତୁତ କରାଯାଉଛି । ଉଜବେକିସ୍ତାନରେ ଔଷଧ ଖାଇ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସେଠାରେ ଏହି ଔଷଧକୁ ବ୍ୟବହାର ପାଇଁ ବାରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ତାର ଗୁଣବତ୍ତା ବଜାୟ ରଖିବାରେ ଫେଲ ମାରିଛି । ଏହି ଔଷଧ ଜୀବନ ପ୍ରତି ବିପଦ । ଦୁଇଟି ଔଷଧ ହେଲା ଆବ୍ରୋନଲ ସିରପ ଏବଂ ଡକ୍‌ ଓ୍ବାନ ମାକ୍ସ ସିରପ । ଏହି ଦୁଇଟି ସିରପର ବ୍ୟବହାର ସୁରକ୍ଷିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଇନାହିଁ । ପୂର୍ବରୁ ମାରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ଖାଇ ଉଜବେକିସ୍ତାନର ୧୮ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।

ଆଜି ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ

କୋଲକାତା: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ 1-0ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ଯାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି ।

ଲଗାତାର ମ୍ୟାଚ୍ ଜିତି ଦଳର ମନୋବଳ ଦୃଢ ଥିବାରୁ ଆଜି ମଧ୍ୟ ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଭଶ୍ରୀଲଙ୍କା । ଆଜି ଭାରତକୁ ଚେକ୍ ଦେଇ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ରନରେ ହରାଇଥିଲା ମେନ ଇନ୍ ବ୍ଲୁ ।

କାଲିଠୁ ହକି ବିଶ୍ବକପ, କମ୍ପିବ କଳିଙ୍ଗ ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍

ଭୁବନେଶ୍ବର: କାଲିଠୁ ହକି ବିଶ୍ବକପ । କମ୍ପିବ କଳିଙ୍ଗ, ବିର୍ସାମୁଣ୍ଡାରେ ବର୍ଷିବ ଗୋଲ୍ । ପଡ଼ିଆରେ ମୁକାବିଲା ପୂର୍ବରୁ ବିଶ୍ବ ଦେଖିଲା ଓଡ଼ିଶାର ଆୟୋଜନ । ଆତିଥେୟତାରେ ମୁଗ୍ଧ ହେଲେ ବିଦେଶୀ । କଟକ ବାରବାଟୀରେ ଉଦଘାଟିତ ହୋଇଛି ପୁରୁଷ ହକି ବିଶ୍ବକପ । ମେଗା ଇଭେଣ୍ଟରେ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶ୍ବବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର ।

ବିଶ୍ବରେ ଓଡ଼ିଶା ଆତିଥେୟତା ଦେବାରେ ନାଁ କରିଛି । ଏବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡ଼ିଶା । ଏଥିପାଇଁ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ । ଓଡ଼ିଶାରେ ହକି ବିଶ୍ବକପ ହେଉଥିବାରୁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି । ଉତ୍ସବରେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ବିଶ୍ବର ଅନେକ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଛି । ହେଲେ ଓଡ଼ିଶା ଯେଭଳି ଆୟୋଜନ କରିଛି ତାହା ଆଉ କେଉଁଠାରେ ଦେଖିବାକୁ ମିଳିନି । ହକି ପ୍ରତି ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । FIH ସଭାପତି ତୟବ ଇକରାମ ଉଦବୋଧନ ଦେଇ ହକି ପ୍ରତି ଓଡ଼ିଶାର ଅବଦାନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ହେଉଛି ହକିର ଭୂମି । ଓଡ଼ିଶା ସରକାର ଏହାର ବିକାଶକୁ ଗୁରୁତ୍ବ ଦେଉଛନ୍ତି । ରାଉରକେଲାରେ ବିଶ୍ବର ଶ୍ରେଷ୍ଠ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ତାହା ପ୍ରଶଂସନୀୟ ।

ପୁଣି ହଟହଟା ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ପୁଣି ହଟହଟା ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୟୁନିଟ ୩ ପ୍ରେସ କଲୋନୀ ଜଗନ୍ନାଥ ବସ୍ତିରେ ଅପରାଜିତାଙ୍କୁ ବିରୋଧ କରିଛନ୍ତି ଜନସାଧାରଣ । କୁଆଡ଼େ ଆସିଛ ବୋଲି ପ୍ରଶ୍ନ ପଚାରିବା ସହିତ କଳାପତାକା ଦେଖାଇ ପ୍ରତିବାଦ କରିଛନ୍ତି । କିଛି ଅସାମାଜିକ ଲୋକଙ୍କୁ ନେଇ ଅପରାଜିତା ବସ୍ତିକୁ ଯାଇଥିବା ଅଭିଯୋଗ ହୋଇଛି ।

ଯାହାକୁ ବିରୋଧ କରିଥିଲେ ବସ୍ତିବାସିନ୍ଦା । ନିର୍ବାଚନ ପରେ ସାଂସଦଙ୍କଙ୍କ ଦେଖାମିଳୁନି । ସେମାନଙ୍କୁ ଅପରାଜିତା ଅଣଦେଖା କରୁଥିବା ଅଭିଯୋଗ ଆଣି ତୀବ୍ର ବିରୋଧ କରିଥିଲେ ଶହଶହ ଲୋକ । ଶେଷରେ ଗୋ ବ୍ୟାକ ନାରାରେ ଫେରିଯିବାକୁ ବାଧ୍ୟ ହୋଇଥିଲେ ଅପରାଜିତା । ପୂର୍ବରୁ କେଦାରପଲ୍ଲୀ ବସ୍ତିକୁ ଯାଇ ସମାନ ଢଙ୍ଗରେ ହଟହଟା ହୋଇଥିଲେ ଭୁବନେଶ୍ବର ସାଂସଦ ।

ସାଢେ ୩ବର୍ଷ ପରେ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରିଥିଲେ ଜନସାଧାରଣ । ବିରୋଧକୁ ସାମ୍ନା କରିନପାରି ବସ୍ତିରୁ ଫେରିଯାଇଥିଲେ ଅପରାଜିତା ଷଡ଼ଙ୍ଗୀ । ନିର୍ବାଚିନ ଜିତିବା ପରେ ଅପରାଜିତା ଲୋକଙ୍କ ସମ୍ପର୍କରେ ରହୁନାହାନ୍ତି । ଜନସାଧାରଣଙ୍କ କଥା ନବୁଝି ରାଜନୀତିରେ ମାତିଥିବା ଅଭିଯୋଗ ହୋଇଛି । ସାଂସଦଙ୍କର ଏଭଳି ଆଚରଣକୁ ନାପସନ୍ଦ କରିବା ସହ ସବୁଠି ତାଙ୍କୁ ବିରୋଧ କରାଯାଉଛି ।

ଉଦଘାଟନୀ ଉତ୍ସବରେ ନବୀନଙ୍କ ବାର୍ତ୍ତା, ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର

କଟକ: ମେଗା ଇଭେଣ୍ଟରେ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶ୍ବବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆତିଥ୍ୟ ପ୍ରଦାନରେ ଓଡ଼ିଶା ସ୍ବତନ୍ତ୍ର । ବିଶ୍ବରେ ଓଡ଼ିଶା ଆତିଥେୟତା ଦେବାରେ ନାଁ କରିଛି । ଏବେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡ଼ିଶା । ଏଥିପାଇଁ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ ।

ଓଡ଼ିଶାରେ ହକି ବିଶ୍ବକପ ହେଉଥିବାରୁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି । ଉତ୍ସବରେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ବର ଅନେକ ସ୍ଥାନରେ ହକି ବିଶ୍ବକପ ଆୟୋଜନ ହୋଇଛି । ହେଲେ ଓଡ଼ିଶା ଯେଭଳି ଆୟୋଜନ କରିଛି ତାହା ଆଉ କେଉଁଠାରେ ଦେଖିବାକୁ ମିଳିନି ।

ହକି ପ୍ରତି ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । FIH ସଭାପତି ତୟବ ଇକରାମ ଉଦବୋଧନ ଦେଇ ହକି ପ୍ରତି ଓଡ଼ିଶାର ଅବଦାନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ହେଉଛି ହକିର ଭୂମି । ଓଡ଼ିଶା ସରକାର ଏହାର ବିକାଶକୁ ଗୁରୁତ୍ବ ଦେଉଛନ୍ତି । ରାଉରକେଲାରେ ବିଶ୍ବର ଶ୍ରେଷ୍ଠ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ତାହା ପ୍ରଶଂସନୀୟ ।

ବିଶ୍ୱସ୍ତରୀୟ ଆୟୋଜନ କରିଛି ଓଡିଶା, ବାରବାଟୀରେ ଅନୁରାଗଙ୍କ ପ୍ରଶଂସା

କଟକ: ବାରବାଟୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର  । ବାରବାଟୀରେ ହେଉଥିବା ଉଦଘାଟନୀ ମ୍ୟାଚରେ ଦେଲେ ଯୋଗ  । ଓଡ଼ିଶାକୁ କଲେ ଭୂୟସୀ ପ୍ରଶଂସା  । ଓଡ଼ିଶା ଏହି ଭବ୍ୟ ଆୟୋଜନ କରିଥିବାରୁ  ଓଡ଼ିଶାରେ ହକିର ଗ୍ରହଣୀୟତାକୁ ନେଇ ଜଣାଇଛନ୍ତି ସତ ସାଧୁବାଦ  । ମେଜର ଧ୍ୟାନଚାନ୍ଦଙ୍କ ଉଦାହରଣ ନେଇ ଭାରତର ହକି ଖେଳକୁ ଉତଥାପନ କରିଛନ୍ତି  ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ଜଣେ ହକିର ଯୋଦ୍ଧା ପାଇଥିଲା  । ବଲବୀର ସିଂଙ୍କ ଭଳି ପୁତ୍ର ଭାରତ ପାଇ ଗର୍ବିତ  । ବଲବୀର ସିଂଙ୍କ ଅଧିନାୟକତ୍ୱରେ ଭାରତ ପାଇଛି ଅନେକ କୃତୀ  ।

ବିଶ୍ୱ ସ୍ତରୀୟ ଆୟୋଜନ କରିଛି ଓଡ଼ିଶା । ଓଡ଼ିଶାରେ ଏକ ନୂଆ ଷ୍ଟାଡିୟମ ଉଦଘାଟନ ହୋଇଛି  । ଏହି ଷ୍ଚାଡିୟମ କେବଳ ରାଜ୍ୟ ପାଇଣ ନୁହେଁ  । ସମଗ୍ର ଭାରତ ପାଇଁ ଓଡିଶା ଗଢିଛି ବିର୍ସାମୁଣ୍ଡା ଷ୍ଟାଡିୟମ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିସାବାସୀଙ୍କୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର  ।