ଭୂବିଜ୍ଞାନୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: 36 ଜଣ ଭୂବିଜ୍ଞାନୀଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ନିଯୁକ୍ତିପତ୍ର । ସମସ୍ତେ ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ । ନୂତକ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସମ୍ପଦ ବିଭାଗର ପଦାଧିକାରୀ । ଆଗକୁ ଭୂତଳ ଜଳ ସଂରକ୍ଷଣ ଦିଗରେ ସେମାନେ କାମ କରିବେ । ବର୍ତମାନ ଭୂତଳ ଜଳ ଉତ୍ତୋଳନରେ ଜାତୀୟ ହାରଠାରୁ ଓଡ଼ିଶାର ହାର ଭଲ ରହିଛି ।

ଆଗାମୀ ପିଢ଼ିକୁ ଜଳ ଯୋଗାଇବାକୁ ସଚେତନ ରହିବାକୁ ପଡିବ । ଏହି ଅବସରରେ ସଚେତନତା ରଥର ଉଦଘାଟନ କରାଯାଇଛି । ସେହିପରି ଛାତ ଯୋଜନାର ସ୍ବତନ୍ତ୍ର ଆପ ଗେସ ମଧ୍ୟ ଲୋକାର୍ପଣ କରାଯାଇଛି । ସରକାରୀ ଚାକିରିରେ ଅବହେଳା ନକରି ଭଲ ଭାବେ କାମ କରିବାକୁ ନବନିଯୁକ୍ତ ଭୂବିଜ୍ଞାନୀଙ୍କୁ ଉଦବୋଧନ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ଶାସନ ସଚିବ ଅନୁ ଗର୍ଗ । କାମ କରିବାକୁ ସରକାର ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଆତ୍ମବିଶ୍ବାସ ସହ କାମ କରନ୍ତୁ । ଚାଷରେ ଉନ୍ନତି ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚଳିତ ବଜେଟରେ ଜଳ ସଂପଦ ବିଭାଗ ପାଇଁ 11ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 5T ଅଧୀନରେ କାମ କରି ମିଳିମିଶି ସରକାରଙ୍କ ଯୋଜନାକୁ ସଫଳ କରିବାକୁ ସେ ଦିଗଦର୍ଶନ ଦେଇଛନ୍ତି ।