spot_img
Home Blog Page 3496

ସଡ଼କ ଦୁର୍ଘଟଣାରେ ଗୁରୁତର ଓଡ଼ିଆ ପୁଅ, ଓଡିଶା ମୋ ପରିବାରର ସହାୟତା ଲୋଡିଲେ ପତ୍ନୀ

ଭୁବନେଶ୍ୱର: ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ ଗୁରୁତର ଓଡ଼ିଆ ପୁଅ । ଚିକତ୍ସା ପାଇଁ ପରିବାରର ଆକୁଳ ନିବେଦନ । ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ମୋ ପରିବାରର ସହାୟତା ଲୋଡିଛନ୍ତି ସ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପରକୁଳା ଗାଁର ସୁଧିର କୁମାର ମଲ୍ଲୀକ ଅଭାବ ଅନଟନ ପାଇଁ ଆଠ ମାସ ତଳେ ଦିଲ୍ଲୀ ଯାଇଥିଲେ।

ଦିଲ୍ଲୀର ଆନନ୍ଦବିହାର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଚଳିତ ମାସ ୨ ତାରିଖ ସକାଳ ୮ଟାରେ କାର୍ଯ୍ୟ ସ୍ଥଳକୁ ଯାଉଥିବା ବେଳେ ଏକ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସୁଧିରଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ସୁଧିର ଏବେ ଦିଲ୍ଲୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସ୍ବାମୀଙ୍କ ଦୁର୍ଘଟଣା ଖବର ପାଇ ସଂପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ସନ୍ତୋଷିନି ମଲ୍ଲୀକ। ସୁଧିରଙ୍କ ମୁଣ୍ଡରେ ବଡ ଧରଣର ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ୧୦ ରୁ ୧୨ ଲକ୍ଷ ଲାଗିବ ବୋଲି କହିଛନ୍ତି ଡାକ୍ତର। ଫଳରେ ପରିବାର ଲୋକେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଓଡିଶା ମୋ ପରିବାରକୁ ସହାୟତା ପାଇଁ ନିବେଦନ କରିଛନ୍ତି।

ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ‘ଡାକୋଟା’

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା ।

ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଅନିଶ୍ଚିତତା ଭିତରେ ଯୋରନ୍ଦା ମାଘମେଳା

ଢେଙ୍କାନାଳ: ଅନିଶ୍ଚିତତା ଭିତରେ ଯୋରନ୍ଦା ମାଘମେଳା। ମେଳା ପ୍ରସ୍ତୁତିକୁ ନେଇ ଉଭୟ କୌପୀନଧାରୀ ଓ ବକଳଧାରୀ ସାଧୂଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବହାରିଲାନି ନିଷ୍କର୍ସ ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କୌପୀନଧାରୀ ମହିମା ସାଧୁଙ୍କ ପକ୍ଷରୁ ତୃତୀୟ ବେଢା ଉଛେଦ ପ୍ରସଙ୍ଗ ଉଠାଯାଇଥିଲା । ସେମାନଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇ ଉପାସନା ପୀଠ ପୁନଃ ନିର୍ମାଣ ପ୍ରତିଶ୍ରୁତି ଦିଆ ଯାଇଥିଲା। କିନ୍ତୁ ବକଳଧାରୀ ମହିମା ସମାଜ ଆୟତରେ ଥିବା ଗାଦୀ ମନ୍ଦିର କିମ୍ବା ଶୂନ୍ୟ ମନ୍ଦିର ମଧ୍ୟରୁ ଯେ କୌଣସି ଏକ ମନ୍ଦିର କୌପିନଧାରୀ ସାଧୁଙ୍କୁ ପ୍ରଦାନ ପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।

ଯାହାକୁ ନେଇ ଏବେ ବି କ୍ଷୁବ୍ଧ ଅଛନ୍ତି କୌପୀନଧାରୀ ମହିମା ସମାଜ ସନ୍ନ୍ୟାସୀ। ମାଘ ମେଳା ପୂର୍ବରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି। ନଚେତ ମାଘ ମେଳାକୁ କୌଣସି ପ୍ରକାର ସହଯୋଗ କରାଯିବନି ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି କୌପୀନଧାରୀ ମହିମା ସମାଜ ମୁଖ୍ୟ ବାବା ରଘୁନାଥ ଦାସ ।

ବିର୍ସାମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କଲେ ଅନ୍ତର୍ଜାତୀୟ ହକି କୋଚ

ରାଉରକେଲା: କଳିଙ୍ଗ ପରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଅତି ଉଚ୍ଚଶ୍ରେଣୀର ଷ୍ଟାଡିୟମ। ଓଡ଼ିଶାର ଆଗାମୀ କେତେ ପିଢି ଏହାକୁ ଦେଖି ଗର୍ବ କରିବେ ନିଶ୍ଚୟ। ବିର୍ସାମୁଣ୍ଡା ଷ୍ଟାଡିୟମର ପ୍ରଶଂସା କରିଛନ୍ତି ବିଦେଶୀ।  ବିର୍ସା ମୁଣ୍ଡାରେ ଖେଳାଳି ଓ ଦର୍ଶକଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି ତାହା ଅତୁଳନୀୟ।

ଏପରି ବ୍ୟବସ୍ଥା କୌଣସି ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ନାହିଁ। ଏଠାକାର ଷ୍ଟାଡିୟମରେ ନିର୍ମିତ ଚେଞ୍ଜିଂ ରୁମକୁ ଟୋକିଓ ଅଲିମ୍ପିକରେ କପି କରାଯାଇଛି । ଏଥିରୁ ବୁଝିବା ଦରକାର ଓଡ଼ିଶାର ଭିତ୍ତିଭୂମି କେତେ ଶକ୍ତିଶାଳୀ ଓ ପ୍ରେରଣାଦାୟୀ। ଏପରି ପ୍ରଶଂସାରେ ପୋତି ପକାଇଛନ୍ତି ଅନ୍ତର୍ଜାତୀୟ ହକି କୋଚ ସିଜଫ୍ରେଡ ଐକମ୍ୟାନ । ଐକମ୍ୟାନ ଏଠାକୁ ୧୯୯୯ ମସିହାରୁ ୬ ଥର ଆସିଲେଣି । ସବୁଥର ସେ କ୍ରୀଡାରେ ଅନେକ ବିକାଶ ଦେଖିଥାନ୍ତି ବୋଲି କହିଛନ୍ତି । ଏଥର ବିର୍ସା ମୁଣ୍ଡା କିନ୍ତୁ ମନ ମୋହିନେଲା ବୋଲି କହିଛନ୍ତି ଐକମ୍ୟାନ । ହକିକୁ ଓଡ଼ିଶା ବହୁତ କିଛି ଦେଇଥିବାବେଳେ ଓଡ଼ିଶା ମଧ୍ୟ ହକିଠାରୁ ବହୁତ କିଛି ପାଇଛି ବୋଲି କହିଛନ୍ତି ଐକମ୍ୟାନ ।

ରାଜ୍ୟବାସୀଙ୍କ ଚିନ୍ତା ନୁହେଁ, ବିଜେପିର କେବଳ କ୍ଷମତା ଚିନ୍ତା: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସ୍ୱାର୍ଥ ଲାଗି ଲଢ଼େଇ ବଦଳରେ କ୍ଷମତା ପାଇଁ ଲାଳାୟିତ ବିଜେପିକୁ ବିଜେଡିର କଡ଼ା ଜବାବ । ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କାଉଣ୍ଟର । ଓଡିଶାର ସ୍ବାର୍ଥ ଲାଗି ନୁହେଁ, ବରଂ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଜୟନାରାୟଣ କରୁଛନ୍ତି ରାଜନୀତି । ସଦାବେଳେ ତାଙ୍କୁ କ୍ଷମତା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି- ଓଡ଼ିଆଙ୍କୁ ସବାଶେଷରେ ରଖିବାକୁ ଜୟନାରାୟଣ ଉଦ୍ୟମ କରୁଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ଦଳ ବି ରାଜ୍ୟବାସୀଙ୍କ ସ୍ବାର୍ଥକୁ ସର୍ବଦା ଗୌଣ କରୁଛନ୍ତି ।

ଏହି ସବୁ କାରଣରୁ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ । ୫ କିଲୋ ଚାଉଳ ବନ୍ଦ କରିଦିଆଯାଇଥିଲେ ବି ରାଜ୍ୟ ବିଜେପି ତାହାର ପ୍ରତିବାଦ କଲାନାହିଁ । ଆବାସ ପ୍ରସଙ୍ଗରେ ବି ଓଡ଼ିଶାର ଆବଶ୍ୟକତାକୁ ନେଇ ରାଜ୍ୟ ବିଜେପି ସ୍ବର ଉତ୍ତୋଳନ କରିନାହିଁ । କେନ୍ଦ୍ରୀୟ ନେତୃତ୍ବ ନିକଟରେ ଦାବି କରିବା ବଦଳରେ ଓଡ଼ିଶାକୁ ବିରୋଧ କରିବା ରାଜ୍ୟ ବିଜେପିର ଷ୍ଟ୍ରାଟେଜି ବୋଲି କହିଛନ୍ତି ଲେନିନ ମହାନ୍ତି ।

ହାଇଦ୍ରାବାଦରେ ଚମକିଲେ ଶୁଭମନ, ପଞ୍ଚମ ଭାରତୀୟ ଭାବେ ଦିନିକିଆରେ ହାସଲ କଲେ ଦ୍ୱିଶତକ

ହାଇଦ୍ରାବାଦ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରେକର୍ଡ କଲେ ଓପନର ଶୁଭମନ ଗିଲ୍‌ । ୧୪୫ ବଲରେ ୨୦୦ ରନ କଲେ ଗିଲ୍ । ହ୍ୟାଟ୍ରିକ୍ ଛକା ମାରି ଦ୍ୱିଶତକ ପୂରଣ କଲେ ଗିଲ୍‌ । ଦିନିକିଆ କ୍ରିକେଟରେ ପଞ୍ଚମ ଭାରତୀୟ ଭାବରେ ଦ୍ୱିଶତକ ହାସଲ କଲେ ଶୁଭମନ । ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ୱାଗ, ରୋହିତ ଶର୍ମା ଓ ଇଶାନ କିଶାନଙ୍କ ପରେ ୨୦୦ ରନର କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍ ।

ଭୁବନେଶ୍ୱରରେ ପହଞ୍ଚିବ ବିଜୁବାବୁଙ୍କ ଡାକୋଟା; ଆଉ କିଛି ସମୟର ଅପେକ୍ଷା…

ଭୁବନେଶ୍ୱର: ଓଡ଼ିଶାରେ ଡାକୋଟା। ଆଉ କିଛି ସମୟ ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ, କଟକ ଅତିକ୍ରମ କରିଛି ବିଜୁଙ୍କ ବାହନ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସୁଛି ଡାକୋଟା।

ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣୁଛନ୍ତି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର । ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।

ତେବେ ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଉଛି । ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଦିବାସୀଙ୍କ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍

ଭୁବନେଶ୍ୱର: ଆଦିବାସୀଙ୍କ କଳା, ସଂସ୍କୃତି, ଶିକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ। ନବୀନ ନିବାସରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ବୈଠକ ସରିବା ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଉଚ୍ଚଶିକ୍ଷା ପାଇଁ ସ୍ୱତନ୍ତ୍ର ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କନକ୍ଲେଭ କରାଯିବା ସହ ପ୍ରତି ଜିଲ୍ଲାରୁ ୨ଜଣ ଲେଖାଏଁ ଆଦିବାସୀ ଛାତ୍ରଙ୍କୁ ବିଦେଶ ପଠାଯିବ। ଆଦିବାସୀଙ୍କୁ ସମାଜରେ ଉଚ୍ଚ ସ୍ଥାନରେ ରଖିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରଦୀପ ମାଝିଙ୍କ ନେତୃତ୍ବରେ ୯ଟି ଜିଲ୍ଲାର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ହୋଇଥିଲେ।

ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ । ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଏହି ପ୍ଲାନ । ଆକ୍ସନ ପ୍ଲାନକୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି । ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଆଶିଷ ମିଶ୍ର ।

ଏସୀୟ କ୍ରୀଡ଼ାରୁ ଦୂତି ଚାନ୍ଦ ସସପେଣ୍ଡ ଘଟଣା, ସସପେଣ୍ଡ ନେଇ କୌଣସି ଚିଠି ଆସିନି ବୋଲି କହିଲେ ଦୂତି

ଭୁବନେଶ୍ୱର: ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଅସ୍ବୀକାର କଲେ ଦୂତୀ ଚାନ୍ଦ । ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଡୋପ୍ ଟେଷ୍ଟରେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଫେଲ୍‌ ହୋଇଥିଲେ । ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ଏକ ଖବର ଆସିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଦୂତୀ ଏହାକୁ ଅସ୍ବୀକାର କରିଛନ୍ତି । ଖବରକୁ ଫେକ୍ ବୋଲି କହିବା ସହ ତାଙ୍କ ପାଖକୁ ଓ୍ବାଡା ପକ୍ଷରୁ କିଛି ଅଫିସିଆଲ ଚିଠି ଆସିନି ବୋଲି ଦୂତୀ କହିଛନ୍ତି ।

ପୂର୍ବରୁ ୪ ଶହରୁ ଊର୍ଦ୍ଧ୍ବ ଥର ଡୋପ୍ ଟେଷ୍ଟ ଦେଇଛି । ଆଗକୁ ମୋର କିଛି ଗେମ୍ସ ନାହିଁ । ମୁଁ ଡୋପ୍ ଟେଷ୍ଟ ମଧ୍ୟ ଦେଇନି । ପଜିଟିଭ ରିପୋର୍ଟ କେଉଁଠୁ ଆସିଲା ଜାଣିନି ବୋଲି ଦୂତୀ କହିଛନ୍ତି । ମୋ ନାଁରେ ମିଛ ଖବର ପ୍ରସାରଣ କରାଯାଉଛି ବୋଲି ସେ କହିଛନ୍ତି ।