ଝାରସୁଗୁଡା ବିଜେପି ପ୍ରାର୍ଥୀ ଘୋଷଣା ପୂର୍ବରୁ ଭାଇରାଲ୍ ଅଡିଓକୁ ବିରୋଧ

ଝାରସୁଗୁଡା: ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଏକ ଭାଇରାଲ ଅଡିଓକୁ ନେଇ ଝାରସୁଗୁଡ଼ାରେ ଜୋରଦାର ବିରୋଧ। ବିଜେପି ଟିକେଟ୍ ଘୋଷଣା କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ୍ ହେଉଛି।

ଝାରସୁଗୁଡା ବିଜେପି ପାର୍ଟି ଅଫିସରୁ ଝାରସୁଗୁଡା ଭୋଟରମାନଙ୍କୁ ଫୋନ ଆସୁଛି। ବିଜେପିରୁ ସୁନ୍ଦରଗଡ଼ର ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବେ ବୋଲି ଅଡିଓରେ କୁହାଯାଉଛି। ଭାଇରାଲ୍ ହେଉଥିବା ଅଡିଓରେ କଣ କୁହାଯାଉଛି ଆସନ୍ତୁ ଶୁଣିବା।

ଏପଟେ ଭାଇରାଲ୍ ଅଡିଓକୁ ଝାରସୁଗୁଡ଼ାରେ ଜୋରଦାର ବିରୋଧ କରାଯାଇଛି । ଜିଲ୍ଲାରେ କଣ ନେତା ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଭୋଟର । କାହିଁକି ସୁନ୍ଦରଗଡ଼ରୁ ଆସିଥିବା ପ୍ରାର୍ଥୀଙ୍କୁ ବିଜେପି ଟିକେଟ୍ ଦେଉଛି ବୋଲି ପ୍ରଶ୍ନ କରୁଛନ୍ତି। ଝାରସୁଗୁଡାରେ ଭଲ ଭଲ ପ୍ରାର୍ଥୀ ଅଛନ୍ତି, ତଥାପି କାହିଁକି ବାହାର ଜିଲ୍ଲାର ନେତାଙ୍କୁ ବିଜେପି ଟିକେଟ୍ ଦେଉଛି। ବାହାର ଲୋକଙ୍କୁ କାହିଁକି ଭୋଟ ଦେବେ ବୋଲି ଭୋଟର ପ୍ରଶ୍ନ କରିଛନ୍ତି।