spot_img
Home Blog Page 3379

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ; ସମଲିଙ୍ଗୀ ବିବାହକୁ ନମିଳୁ ଆଇନଗତ ମାନ୍ୟତା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନମିଳୁ ଆଇନଗତ ମାନ୍ୟତା । ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ କୋର୍ଟରେ ଦାଏର ପିଟିସନକୁ କେନ୍ଦ୍ର ବିରୋଧ କରିଛି । ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେବାକୁ ଏକ ଦମ୍ପତି କୋର୍ଟରେ ପିଟିସନ ଦାଏର କରିଥିଲେ । ଏହି ଆବେଦନକୁ ନେଇ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଥିଲେ ସୁପ୍ରିମକୋର୍ଟ । ରବିବାର ସତ୍ୟପାଠ ଦାଖଲ କରି ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଭିନ୍ନ ବର୍ଗ । ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଏକାଠି ରହୁଥିବା ସମଲିଙ୍ଗୀ ପାର୍ଟନରମାନେ ଅପରାଧ କରୁନାହାନ୍ତି ।

କିନ୍ତୁ ଏହା ଭାରତୀୟ ପରିବାର ସହିତ ସମାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ପରିବାରର ଅବଧାରଣା ସ୍ବାମି, ସ୍ତ୍ରୀ ଓ ତାଙ୍କଠାରୁ ଜନ୍ମିତ ଶିଶୁ ହୋଇଥାନ୍ତି । ମାତ୍ର ସମଲିଙ୍ଗୀ ପାର୍ଟନର ଏହା ସହିତ ସମାନ ହୋଇପାରିବେ ନାହିଁ ବୋଲି ୫୬ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲଖ କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ନିଜ ସତ୍ୟପାଠରେ କହିଛନ୍ତି, ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା ମୁତାବିକ ନୁହେଁ । ସତ୍ୟପାଠରେ ସମଜାର ବର୍ତ୍ତମାନ ସ୍ଥିତିର ମଧ୍ୟ ଉଲ୍ଲେଖ କରାଯାଇଛି । କେନ୍ଦ୍ର କହିଛି, ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାରର ବିବାହ ବା ସମ୍ବର୍କକୁ ଆପଣାଯାଉଛି । ଆମକୁ ଏହା ଉପରେ ଆପତ୍ତି ନାହିଁ ।

ଦୁଇ ଦିନ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ

ଭୁବନେଶ୍ୱର: ଅସ୍ତବ୍ୟସ୍ତ କରିବ କାଳବୈଶାଖୀ । ଦୁଇ ଦିନ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ ବଢିବ । ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୫ ତାରିଖରେ ୧୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । କାଳବୈଶାଖୀ ଯୋଗୁ ରବି ଫସଲ ବ୍ୟାପକ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଶେଷ କରି ଡାଲିଜାତୀୟ ଫସଲ ଅମଳ ସମୟ ହୋଇଥିବାରୁ ସେଗୁଡିକ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ପାଣିପାଗ ବିଜ୍ଞାନୀ ।

ପନିପରିବା ଚାଷରେ ମଧ୍ୟ କୀଟନାଶକ ପ୍ରୟୋଗ ବନ୍ଦ କରିବାକୁ କୁହାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ପୁଣି ଉପରମୁହାଁ ହୋଇପାରେ ପାରଦ । କିଛି ସ୍ଥାନରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।

କାଶ୍ମୀରରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି; ମହିଳାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ସଇତାନ ବ୍ଯକ୍ତି

କାଶ୍ମୀର: ମଧ୍ୟ କାଶ୍ମୀରର ବଡଗାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଘଟଣା କାଶ୍ମୀରରେ ଘଟିଛି । ଜଣେ ବ୍ୟକ୍ତି ମହିଳାଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦେଇଛି । ପୋଲିସ ଏଠାକାର ଜଣେ ମହିଳାଙ୍କ ହତ୍ୟା କରିବା ଏବଂ ତାଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି ଯେ, ୩୦ ବର୍ଷୀୟା ମହିଳା ଶିକ୍ଷାରେ ସ୍ନାତକର ପାଠ ପଢ଼ୁଥିଲେ ।

୭ ମାର୍ଚ୍ଚରେ ସେ ନିଖୋଜ ହୋଇଯାଇଥିଲେ । ମହିଳାଙ୍କ କଲ ଡିଟେଲ ଆଧାରରେ ପୋଲିସ ୮ ମାର୍ଚ୍ଚରେ ଶବିର ଅହମ୍ମଦକୁ ହେପାଜତକୁ ନେଇଛି । ପୋଲିସ କହିଛି ଯେ, ଅଭିଯୁକ୍ତ ଶନିବାର ନିଜର ଅପରାଧ ନେଇ ସ୍ୱୀକାର କରିଛି । ୪୫ ବର୍ଷୀୟ ଅଭିଯୁକ୍ତ ଶବିର ବିବାହିତ ଅଟେ ଏବଂ ବଡଗାମ ଜିଲ୍ଲାର ଓମପୋରା ଅଞ୍ଚଳରେ ବାସିନ୍ଦା ଅଟେ । ସେ ପେସାରେ ଜଣେ ବଢ଼େଇ ଅଟେ । ଅବଶ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା ହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ଖୁଲାସା କରିପାରିନାହିଁ, କିନ୍ତୁ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ପୁରୁଷ ଜଣଙ୍କ ପୂର୍ବରୁ ବିବାହ ପାଇଁ ତାଙ୍କ ପରିବାର ସହ ସମ୍ପର୍କ କରିଥିଲା, କିନ୍ତୁ ମହିଳା ଜଣଙ୍କ ତାଙ୍କ ପ୍ରସ୍ତାବକୁ ଆଗ୍ରହ୍ୟ କରିଦେଇଥିଲେ ।

ପୋଲିସ ମୁତାବିକ, ମହିଳା ଗତ ଚାରି ଦିନ ହେବ ନିଜ ଘରୁ ନିଖୋଜ ଥିଲେ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ମହିଳାଙ୍କ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା । ଏହାପରେ ଖଣ୍ଡଗୁଡିକୁ ରେଲୱେ ବ୍ରିଜ ଓମପୋରା ଏବଂ ସେବଦେନ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲା । ପୋଲିସ ଶନିବାର ରାତିରେ ପୀଡିତାଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶକୁ ଜବତ କରିଛି । ମାମଲାରେ ପୋଲିସର ଆଗାମୀ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ମହିଳାଙ୍କ ପରିବାରର କହିବା ଅନୁଯାୟୀ ଅଭିଯୁକ୍ତ ଅହମ୍ମଦ ଟାଇଲ ସହ ସମ୍ବନ୍ଧିତ କୌଣସି କାର୍ଯ୍ୟ ପାଇଁ ତାଙ୍କ ଘରକୁ ଆସିଥିଲା ।

ରାଜଧାନୀରେ ବ୍ରାଉନସୁଗାର ଖାଇ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନସୁଗାର ଖାଇ ଗାଡ଼ି ଚଲାଉଥିଲେ, ଘଟିଲା ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ୟନଗରରେ ମାଡ଼ି ବସିଲେ ଲୋକେ । ୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଲେ । କ୍ୟାପିଟାଲ ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।  ତେବେ ଉକ୍ତ ଗାଡ଼ି ଭିତରେ ନିଶା ସେବନ ସାମଗ୍ରୀ ମଧ୍ୟ ପଡ଼ିଛି । ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ ।

ମଣିପୁର ପୋଲିସ ହାତରେ ଓଡ଼ିଶାର ସାଇବର ଠକ

ଭୁବନେଶ୍ୱର: ସାଇବର ଠକକୁ ମଣିପୁର ପୋଲିସ ବାନ୍ଧିବା ପରେ ଛାନବିନ୍ । ଓଡ଼ିଶାରେ ସାଇବର ଠକେଇ ନେଇ ଖୋଳତାଡ଼ ଆରମ୍ଭ କଲା ପୋଲିସ । ଗତକାଲି ନୟାପଲ୍ଲୀ ବେହେରା ସାହିରୁ ବିକାଶ ଆଚାର୍ଯ୍ୟକୁ ଗିରଫ କରିଥିଲା ମଣିପୁର ପୋଲିସ । ବାଲେଶ୍ବର ସଦର ଥାନା ବାଲିଆ ଅଞ୍ଚଳର ବିକାଶ ଆଚାର୍ଯ୍ୟ ବେହେରା ସାହିରେ ଭଡ଼ାରେ ରହୁଥିଲା । କମିଶନରେଟ ପୋଲିସ ସହାୟତାରେ ତାକୁ ଗିରଫ କରିଛି ପୋଲିସ । ୨୫ ଲକ୍ଷ ଟଙ୍କା ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗିରଫ ପରେ ଆନ୍ତଃରାଜ୍ୟ ଲିଙ୍କ ଖୋଜୁଛି ଭୁବନେଶ୍ବର ସାଇବର ପୋଲିସ । ଓଡ଼ିଶାରେ କାହାକୁ ଠକିଥିବା ନେଇ ଖୋଳତାଡ଼ ଜାରି ରହିଛି ।

ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ, ଏମର୍ଜେନ୍ସି ଡୋର ଖୋଲିବାକୁ ଉଦ୍ୟମ ବେଳେ କାବୁ କଲେ ଷ୍ଟାଫ୍

ମୁମ୍ବାଇ: ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ । ଟଏଲେଟରେ ସିଗାରେଟ ପିଇଲେ । ସହଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମଧ୍ୟ ଯାତ୍ରୀଜଣଙ୍କ ଦୁର୍ବ୍ୟବହାର କରିଛନ୍ତି । ଲଣ୍ଡନରୁ-ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କର ଏଭଳି କାରନାମା ସାମ୍ନାକୁ ଆସିଛି । ମଝି ଆକାଶରେ ଯାତ୍ରୀ ଜଣଙ୍କ ଶୌଚାଳୟ ଭିତରେ ସିଗାରେଟ ପିଉଥିବା ବେଳେ ଧରାପଡ଼ିଥିଲେ । ସିଗାରେଟ ପିଇବାକୁ ମନା କରିବାରୁ ଯାତ୍ରୀଜଣଙ୍କ କ୍ରୁ ମେମ୍ବରଙ୍କ ସହ ଯୁକ୍ତିତର୍କ କରିବା ପରେ ବନ୍ଧୁକ ଦେଖାଇଥିଲେ । ଏପରିକି କ୍ରୁ ମେମ୍ବରଙ୍କୁ ମାରପିଟ ମଧ୍ୟ କରିଥିଲେ । ପରେ ତାଙ୍କୁ କାବୁ କରାଯାଇ ଏକୁଟିଆ ସିଟରେ ବସାଇ ଦିଆଯାଇଥିବା ବେଳେ ସେ ଏମର୍ଜେନ୍ସି ଗେଟ ଖୋଲିବାକୁ ଉଦ୍ୟମ କରିଥିଲେ ।

ଯାତ୍ରୀମାନେ ଭୟଭୀତ ହୋଇପଡ଼ିବାରୁ ଉତ୍ପାତ କରୁଥିବା ଯାତ୍ରୀଙ୍କ ଗୋଡ଼ ହାତ ବାନ୍ଧି ଦିଆଯାଇଥିଲା । ମୁମ୍ବାଇରେ ବିମାନ ଅବତରଣ କରିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି । ସେ ଭାରତୀୟ ହୋଇଥିବା ବେଳେ ଆମେରିକୀୟ ନାଗରିକତା ଗ୍ରହଣ କରିଥିବା ଜଣାପଡ଼ିଛି ।

ଶେଷ ହେଲା ୧୨୦୪ ଦିନର ଅପେକ୍ଷା, ଚତୁର୍ଥ ଟେଷ୍ଟରେ ଶତକ ହାସଲ କଲେ ବିରାଟ

ଅହମଦାବାଦ: ଶେଷ ହେଲା ୧୨୦୪ ଦିନର ଅପେକ୍ଷା । ଟେଷ୍ଟ କ୍ରିକେଟରେ ଶତକ ହାସଲ କଲେ ବିରାଟ କୋହଲି । ୨୩ ନଭେମ୍ବର ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନଥିଲେ ବିରାଟ । ତେବେ ଅହମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଶେଷ ହୋଇଛି ଏହି ଅପେକ୍ଷା । ଏହି ଶତକ ସହ ଅନ୍ତର୍ଜାତୀୟ କ୍ରିକେଟରେ ୭୫ତମ ଶତକ ହାସଲ କରିଛନ୍ତି କୋହଲି ।

ଟେଷ୍ଟ କ୍ରିକେଟରେ ଏହା ହେଉଛି ବିରାଟ କୋହଲିଙ୍କ ୨୮ ତମ ଶତକ । ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି କୋହଲି । ସେ ୨୪୧ ବଲରେ ଶତକ ଶତକ ପୂରଣ କରିଥିଲେ । ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଆରମ୍ଭରୁ ବିରାଟ କୋହଲି ଧୀମା ବ୍ୟାଟିଂ କରିଥିଲେ । ବିରାଟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହା ପୂର୍ବରୁ ବିରାଟ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଓ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଶତକ ହାସଲ କରିଥିଲେ ।

ଗତ ତିନି ବର୍ଷ ଧରି ଟେଷ୍ଟରେ ବିରାଟ କୋହଲିଙ୍କ ବ୍ୟାଟ ଶାନ୍ତ ଥିଲା । ସେ ୨୦୨୦ରେ ୧୯.୩୩ ହାରାହାରିରେ ୧୧୬ ରନ୍, ୨୦୨୧ରେ ୨୮.୨୧ ହାରାହାରିରେ ୫୩୬ ରନ୍ ଓ ୨୦୨୨ରେ ୨୬.୫ ହାରାହାରିରେ ୨୬୫ ରନ୍ କରିଥିଲେ । ଗତ ୧୫ଟି ଇନିଂସରେ ମଧ୍ୟ ବିରାଟ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ତେବେ ଚଳିତ ବର୍ଷ ଆରମ୍ଭ ମଧ୍ୟ ବିରାଟଙ୍କ ପାଇଁ ଭଲ ନଥିଲା । ବର୍ଡର-ଗାଭାସ୍କର ସିରିଜର ପ୍ରଥମ ତିନୋଟି ମ୍ୟାଚରେ ବିରାଟ ୧୧୧ ରନ୍ କରିଥିଲେ । କିନ୍ତୁ ଏହି ସିରିଜର ଚତୁର୍ଥ ମ୍ୟାଚରେ ବିରାଟ କୋହଲି ଶତକ ହାସଲ କରି ତିନି ବର୍ଷ ଧରି ଥିବା ଅପେକ୍ଷାର ଅନ୍ତ ଘଟାଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ମାମଲା: ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ପୁଣି ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ପୁଣି ସମନ । ମାର୍ଚ୍ଚ ୧୬ରେ ହାଜର ହେବାକୁ ଇଡିର ନୋଟିସ୍ । ଗତକାଲି ୯ ଘଣ୍ଟା ଜେରା ପରେ କବିତାଙ୍କୁ ପୁଣି ଜେରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ନୀତି ମାମଲାରେ ସାଉଥ ଗ୍ରୁପର ସମ୍ପୃକ୍ତିକୁ ନେଇ ଇଡି ତଦନ୍ତ ଚଳାଇଛି । କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା ଜଣାପଡିଛି । କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି ।

ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଏମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ପ୍ରମାଣ ଇଡିକୁ ମିଳିଛି । ଏଥିପାଇଁ ଆପ୍‌କୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।

ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ, ଜିଲ୍ଲାବାସୀଙ୍କ କଥା ମାନିଲେ ଟୋଲପ୍ଲାଜା କର୍ତ୍ତୁପକ୍ଷ

ଦେବଗଡ଼: ପୂରଣ ହେଲା ଦାବି, ବନ୍ଦ ହେଲା ଆନ୍ଦୋଳନ । ଦେବଗଡ଼ ଜିଲ୍ଲାବାସୀଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ । ବଡ଼କୁଦର ଟୋଲ ଗେଟରେ ଦେୟ ମୁକ୍ତ ଦାବିରେ ହୋଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ଏନଏଚଏଆଇ କର୍ମକର୍ତ୍ତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବନ୍ଦ କରାଯାଇଛି ଆନ୍ଦୋଳନ । ଯାନବାହାନର କାଗଜପତ୍ର କିମ୍ବା ଆଧାର କାର୍ଡ ଦେଖାଇ ଟୋଲ ଗେଟରେ ଦେଇ ଦେୟ ମୁକ୍ତ ଭାବେ ଯାଇପାରିବେ ଜିଲ୍ଲାବାସୀ ।

ଏହାସହ ଟୋଲ ଟ୍ୟାକ୍ସ ସଂଗ୍ରହ ନ କରିବାକୁ ଆନ୍ଦୋଳନକାରୀଙ୍କ ଦାବିକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ମାନିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିବା ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ । ବାରକୋଟ ବ୍ଲକ ବଡ଼କୁଦର ଠାରେ ଟୋଲ ପ୍ଲାଜାରେ ଜିଲ୍ଲାର ଯାନବାହାନ ଗୁଡ଼ିକ ଉପରେ ଅତ୍ୟଧିକ ମୂଲ୍ୟର ଟୋଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଟୋଲ ଟ୍ୟାକ୍ସ ସମସ୍ୟା ନେଇ କର୍ଣ୍ଣପାତ କରିନଥିଲେ ବିଜେପି ସାଂସଦ ଓ ବିଧାୟକ । ଯାହାକୁ ନେଇ ଟୋଲ ଗେଟ ନିକଟରେ ଗତକାଲିଠାରୁ ଜିଲ୍ଲା ବିଜେଡି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଥିଲା l

ଆଜି ଇମ୍ରାନଙ୍କ ମେଗା ସୋ’, ପିଟିଆଇ ରାଲି ପୂର୍ବରୁ ଲାହୋରରେ ୧୪୪ ଧାରା ଲାଗୁ

ଲାହୋର: ଆଜି ଲାହୋରରେ ଇମ୍ରାନ ଖାନଙ୍କ ଶକ୍ତି ପ୍ରଦର୍ଶନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଲିଡର ଇମ୍ରାନ ଖାନ ନିର୍ବାଚନୀ ରାଲି ଘୋଷଣା କରିବା ପରେ ଲାହୋରରେ ୧୪୪ ଧାରା ଲାଗୁ କରାଯାଇଛି । ଜନସମାଗମ ଉପରେ ରୋକ ଲଗାଇଛନ୍ତି ପାକିସ୍ତାନର ପଞ୍ଜାବ ସରକାର । ଆଜି ଦିନ ୧୨ଟାରୁ ଇମ୍ରାନଙ୍କ ଅଧ୍ୟକ୍ଷତାରେ ଦଳର ରାଲି ଆରମ୍ଭ ହେବ । ରାଲି ପୂର୍ବରୁ ଲାହୋରରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ଗତକାଲି ଭିସିରେ ଇମ୍ରାନ ଘୋଷଣା କରିଥିଲେ । ଏହାପରେ ଶନିବାର ରାତିରୁ ଲାହୋରରେ ୧୪୪ ଧାରା ଲାଗୁ ପାଇଁ ଘୋଷଣା କରାଯାଇଛି ।

ଲାହୋରରେ ପାକିସ୍ତାନ ସୁପର ଲିଗ୍ ମ୍ୟାଚ୍ ହେବାକୁ ଥିବା ବେଳେ ୪୦ କିମିର ଲମ୍ବା ରାଲି ଓ ସାଇକେଲ ରେସ୍ ବି କରାଯିବ । ଯାହାଫଳରେ ଇମ୍ରାନଙ୍କ ଦଳକୁ ଜନସଭା ପାଇଁ ଅନୁମତି ନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଆମୀର ମୀର କହିଛନ୍ତି ।