spot_img
Home Blog Page 3374

ତାତିରେ ଲାଗିଲା ବ୍ରେକ୍‌, ରାଜଧାନୀରେ ବର୍ଷା

0

ଭୁବନେଶ୍ୱର: ରାଜ୍ୟରେ ତାତିରେ ଲାଗିଲା ବ୍ରେକ୍ । ହଠାତ ପାଗରେ ପରିବର୍ତ୍ତନ ସହ ସାରା ରାଜ୍ୟରେ ନରମିଛି ପାଗ ।  ରାଜଧାନୀ ଭୁବନେଶ୍ୱରରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଛି ।    ପରିସ୍ଥିତିକୁ ଦେଖି ହିଟ ୱେଭ ୱାର୍ଣ୍ଣିଂ ହଟାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବାଲେଶ୍ୱରକୁ ବାଦ୍‌ ଦେଲେ ସବୁ ସହରରେ ତାପମାତ୍ରାରେ ୩୫ ଡିଗ୍ରୀ ତଳକୁ ଖସିଛି । ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ପୁରୀରେ ୩୩.୪, ଭୁବନେଶ୍ୱରରେ ୩୩.୨, ପାରାଦୀପ ଓ ଝାରସୁଗୁଡ଼ାରେ ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨, ସମ୍ବଲପୁରରେ ୩୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁରରେ ୩୧, ହୀରାକୁଦରେ ୨୯.୨ ଓ କେନ୍ଦୁଝରରେ ୨୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ଆଶଂକା କରାଯାଇଛି । ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସହ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ହେବା ସହ ଜୋରରେ ପବନ ବହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଘଣ୍ଟା ପ୍ରତି ୧୫ ରୁ ୨୦ କିଲୋମିଟର ବେଗରେ ପବନ ବହୁଛି ।

ନିଜ ସୀମାରେ ବୋମାମାଡ କଲା ଋଷ, ବିସ୍ଫୋରଣରେ ୪ ମୃତ

ମସ୍କୋ: ନିଜ ସୀମାରେ ଋଷର ଆକ୍ରମଣ । ବର୍ଷାଧିକ କାଳ ଧରି ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଥିବା ବେଳେ ଭୁଲ ବଶତଃ ଆଜି ନିଜ ଅଞ୍ଚଳରେ ଏକ ବୋମାମାଡ଼ କରିଛି ଋଷ । ଲଢୁଆ ବିମାନରୁ ବୋମାମାଡ କରାଯାଇଥିବା ବେଳେ ଭୟଙ୍କର ଶବ୍ଦରେ ଥରି ଉଠିଥିଲା ବେଲଗୋରଦ ସହର । ସହର ମଝିରେ ୬୫ ଫୁଟର ଏକ ଗାଢ଼ ହୋଇଯାଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ସୀମାକୁ ଲାଗି ରହିଥିବା ବେଲଗୋରଦ ସହର ଉପରେ ଆକ୍ରମଣ ଯୋଗୁ ଅନେକ ବିଲ୍ଡିଂ ଧ୍ୱସ୍ତ ହୋଇଯାଇଛି । ଏକାଧିକ ଗାଡ଼ି ମୋଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବେଲଗୋରଦ ମେୟର ସୋସିଆଲ ମିଡିଆରେ ସହର କ୍ଷୟକ୍ଷତିର ଫଟୋ ପୋଷ୍ଟ କରିଛନ୍ତି । ଘର ଭାଙ୍ଗି ଯାଇଥିବା ଲୋକମାନଙ୍କୁ ଅସ୍ଥାୟୀ ଭାବେ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ୨୦୨୨ ଫେବ୍ରୁଆରୀରୁ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ସୀମା ପାର୍ଶ୍ବରେ ଥିବା ଋଷର ଏହି ସହରରେ ଅନେକ ଥର ଗୁଳିଗୋଳା ବର୍ଷା ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାସହ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି ।

ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ୍‌ ଥ୍ରି’ରେ ଓଡ଼ିଶା

ଭୁବନେଶ୍ୱର:  ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ ଥ୍ରିରେ ସ୍ଥାନ ପାଇଛି ଓଡ଼ିଶା । ଗତ ଥର ଅପେକ୍ଷା ୧୩ ସ୍ଥାନ ଡେଇଁ ଟପ୍‌ ଥ୍ରିରେ ସ୍ଥାନ ହାସଲ ପାଇବାରେ ସଫଳ ହୋଇଛି ଓଡ଼ିଶା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରି ଜଣାଇଛି ।

ଗତ ଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା । ଏଥର ଓଡ଼ିଶା ତୃତୀୟ ସ୍ଥାନ ଦଖଲ କରିଛି । ସର୍ବେକ୍ଷଣ କରିଥିବା ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ତେବେ ବଡ ରାଜ୍ୟ ମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପୂର୍ବପରି ଏକ ନମ୍ବର ସ୍ଥାନରେ ରହିଛି । ସେହିପରି କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ରହିଛି ସବୁଠୁ ଆଗୁଆ ।

କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଲାକ୍ଷାଦ୍ୱୀପ  ୮ରୁ ଉଠି ଏକ ନମ୍ବର ସ୍ଥାନ ଦଖଲ କରିବାରେ ସଫଳ ହୋଇଛି । ମୋଟ ୭ଟି ତତ୍ତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା । ନିଜ ପସନ୍ଦ ପାଇଁ ସ୍ୱାଧୀନତା , ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ । ଏପରି ୭ଟି କ୍ୟାଟେଗୋରୀରେ ସର୍ଭେ କରାଯାଇ ସବୁଠୁ ଖୁସିର ରାଜ୍ୟ ତାଲିକା ପ୍ରକାଶ ପାଇଛି ।

ମହିଳାଙ୍କୁ ଆଗକୁ ନେବାକୁ ମିଶନଶକ୍ତି ସଂକଳ୍ପବଦ୍ଧ: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

0

ଭୁବନେଶ୍ୱର:  ମହିଳାଙ୍କ ବିକାଶ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମହିଳାଙ୍କ ପରିଚୟ ପାଲଟିଥିବା ଓଡ଼ିଶା ସ୍କିଲ କନକ୍ଲେଭରେ ଯୋଗ ଦେଇ କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ। ପରିବାର,ସମାଜକୁ ଗଢିବାର ଗୁରୁଦାୟିତ୍ୱ ନିଷ୍ଠାର ସହ ତୁଲାଉଛନ୍ତି ମହିଳା। ମହିଳାଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ। ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି ସୁଜାତା କାର୍ତ୍ତିକେୟନ କହିଛନ୍ତି।

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ ଏକ ଆନ୍ଦୋଳନ ।  ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ମିଶନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ରହିଛି। ଏହା କେବଳ ରୋଜଗାର ଦେଉନି ମହିଳାଙ୍କୁ ରାଜ୍ୟ ସରକାରଙ୍କ ପ୍ରଶାସନରେ ଭାଗିଦାର କରୁଛି। କୋଭିଡ୍ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ସମାଜ ଓ ସରକାରଙ୍କ ମଧ୍ୟରେ ସେତୁ ପାଲଟିଛନ୍ତି ମିଶନ ଶକ୍ତି ମହିଳା। କେବଳ ରୋଜଗାର ନୁହେଁ ମିଶନ ଶକ୍ତି ମହିଳାଙ୍କ ପରିଚୟ ଓ ସ୍ୱର ପାଲଟିଥିବା ସୁଜାତା କାର୍ତ୍ତିକେୟନ କହିଛନ୍ତି।

ଇଣ୍ଡିଆ ଵୁକ ଅଫ ରେକର୍ଡରେ ୫୦ ଫୁଟ ଲମ୍ବର ହକି ଵିଶ୍ଵ ଟ୍ରଫି

ଭୁବନେଶ୍ୱର:  ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରାଉରକେଲା ସହରରେ ରଙ୍ଗୋଲୀରେ ନିର୍ମିତ ହୋଇଥିବା ୫୦ ଫୁଟ ଲମ୍ବର ହକି ଵିଶ୍ଵ ଟ୍ରଫି। ରାଉରକେଲା ସହରରେ ବିଶ୍ଵର ସର୍ବ ବୃହତ୍ ହକି ଷ୍ଟାଡିୟମ୍ ନିର୍ମାଣ କରି ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଵା ପାଇଁ
ମିଶନ ରାଉରକେଲା ପକ୍ଷରୁ ନିର୍ମିତ ହୋଇଥିଲା ୫୦ ଫୁଟ ଲମ୍ବର ରଙ୍ଗୋଲୀ।

ଗତ ଫେବୃଆରୀ ୨୧ ତାରିଖ ମିଶନ ରାଉରକେଲାର ୬୦ରୁ ଅଧିକ ସଦସ୍ୟ ଦୁଇ ଶହ କେଜି ରଙ୍ଗୋଲୀରେ ୫୦ ଫୁଟ ଲମ୍ବର ରଙ୍ଗୋଲୀରେ ପୁରୁଷ ହକି ଵିଶ୍ଵ କପ ଟ୍ରଫି ନିର୍ମାଣ କରିଥିଲେ । ଅଧିକ ଅଲୋଚନା କରିଛନ୍ତି ରାଉରକେଲା ରିପୋର୍ଟର ଅବନୀ ମହାପାତ୍ର।..

ବିଜେଡିରେ ମିଶିଲେ ୨୦୦ରୁ ଅଧିକ ବିରୋଧୀ

0

ଭୁବନେଶ୍ୱର:  ଅଧିକ ସଶକ୍ତ ହେଉଛି ବିଜେଡି । ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଭିନ୍ନ ଦଳ ଛାଡି ବିଜେଡିରେ ମିଶିଛନ୍ତି ୨୦୦ରୁ ଅଧିକ ଲୋକ । ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ମାହାରାସାହିରେ ଯୁବନେତା ଗୌତମ ରାଉତଙ୍କ ନେତୃତ୍ୱରେ ଓ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ସେମାନେ କହିଛନ୍ତି ।

ବରଗଡ଼ରେ କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ନେଇ ତନାଘନା

ଭୁବନେଶ୍ୱର:  ପୁରୀ ପରେ ବରଗଡ଼ରେ କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ନେଇ ତନାଘନା । ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ସୂଚନା । ଗତକାଲି ୟୁପି ଏସଟିଏଫର ଟିମ ବରଗଡ଼ ଆସିଥିଲା । ରାଜା ଖାଁ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା ହୋଇଛି । ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ । ସୋହେଲାରେ ତାର ବ୍ୟବସାୟ ରହିଛି । ସ୍ଥାନୀୟ ପୋଲିସ ସହାୟତାର ପଚରାଉଚରା କରାଯିବା ପରେ ତାକୁ ଅଟକ ରଖାଯାଇଛି । ଗୁଡୁ ମୁସଲିମ ସହିତ ତାର ଲିଙ୍କ ଥିବା ଜଣାପଡିଛି ।


ଟେଲିଫୋନ ଟ୍ରାକିଂ ଆଧାରରେ ଜେରା ହୋଇଥିବା ସୂଚନା ମିଳିଛି । ଖୁବଶୀଘ୍ର ପୁରୀରେ ମଧ୍ୟ ଉତ୍ତରପ୍ରଦେଶ STF ଖୋଳତାଡ଼ ଆରମ୍ଭ କରିପାରେ ବୋଲି କହିଛନ୍ତି ଆଇଜି । ଇଣ୍ଟେଲିଜେନ୍ସ ସହାୟତରେ ଉତ୍ତରପ୍ରଦେଶ ଏସଟିଏଫ ବରଗଡ଼ ଆସିଥିବା ସୂଚନା ମିଳିଛି । ମୋବାଇଲ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମିଳିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ । ଗୁଡ୍ଡୁର ଶେଷ ଲୋକେସନ ପୁରୀ ଥିବା ସୂଚନା ମିଳିଥିଲା ।

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଭୁବନେଶ୍ୱର:  ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି  ।  ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ ,ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି ।  ସେ ଥିଲେ ସାଧାରଣ ଜନତାଙ୍କ ବନ୍ଧୁ  ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥିଲେ ।

ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟିର ଚେୟାରମ୍ୟାନ୍‌ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି  ।  ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।  ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପୂର୍ବତନ ବିଧାୟକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ହୁତୁ ହୁତୁ ହୋଇ ଜଳୁଛି ଚିଲିକା ନଳ ବଣ

0

ଚିଲିକା: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ତୀବ୍ରତା ଏତେ ଅଧିକ ହୋଇଛି ଯେ କୂଳକୁ ନାଉରିଆ ଡଙ୍ଗା ନେଇ ଆସିବାରେ ମଧ୍ୟ ଅସୁବିଧା ହେଉଛି ।

ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖି ଯାଇଥିବାରୁ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଏକର ଏକର ଅଞ୍ଚଳକୁ ବ୍ୟାପୁଛି ନିଆଁ । ନିଆଁ ବ୍ୟାପିବା ଫଳରେ ଚିଲିକାର ନଳ ଘାସ ଜଙ୍ଗଲରେ ରହୁଥିବା ବିରଳ ପ୍ରଜାତିର ପ୍ରାଣୀ ଫିସିଙ୍ଗ୍ କ୍ୟାଟ ପ୍ରତି ଦେଖା ଦେଇଛି ବିପଦ । ଏ ପର୍ଯ୍ୟନ୍ତ ଚିଲିକା ଡେଭଲପମେଣ୍ଟ ଅଥୋରିଟି (CDA)ର କୌଣସି ଅଧୀକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ତେଣୁ ଚିଲିକାରେ ଥିବା ବିରଳ ପ୍ରାଣୀ ଫିସିଙ୍ଗ କ୍ୟାଟ୍ ଜୀବନ ପ୍ରତି ବିପଦ ଦେଖା ଦେଇଛି ।

ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେଲା ନାଟକ ‘ଅପେକ୍ଷା କରିଛି ସେଇ ସକାଳ’କୁ

ଭୁବନେଶ୍ୱର:  ଭରପୁର ମନୋରଞ୍ଜନ ଓ ଜଣେ ସର୍ବଶାନ୍ତ ଚାଷୀର ହୃଦୟଭରା କାହାଣୀକୁ ନେଇ ପରିବେଷିତ ହୋଇଛି ନାଟକ ‘ଅପେକ୍ଷା କରିଛି ସେଇ ସକାଳ’କୁ। କ୍ଷୁଦ୍ର ଜଳସେଚନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହି ନାଟକ ମଞ୍ଚସ୍ଥ ହୋଇଛି ।

ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚନା ଓ ପରିକଳ୍ପନା ଓ ଅବିନାଶ ଦଣ୍ଡପାଟଙ୍କ ନିର୍ଦ୍ଦେଶନାରେ ନାଟକ ଦେଖି ବିଭୋର ହେଲେ ଦର୍ଶକ। ନାଟକରେ ସବୁକିଛି ହରାଇ ସାରିଥିବା ଜଣେ ଚାଷୀ କିଭଳି ବହୁ କଷ୍ଟ ପରେ ପୁଣି  ଜଣେ ସଫଳ ଚାଷୀ ହୋଇପାରୁଛି ତାହା ଦର୍ଶାଯାଇଛି ।

ଏହାସହ ସରକାରଙ୍କ ବିଭିନ୍ନ ଯୋଜନା ଓ ଜଳବାୟୁ ପରିବର୍ତ୍ତନ ଓ ନୂଆପଡାରେ ଜଳସେଚିତ ପ୍ରକଳ୍ପକୁ ନାଟକରେ ସ୍ଥାନିତ କରାଯାଇଛି ।