ଭୁବନେଶ୍ବର : ସସପେନ୍ସରେ ରାଜ୍ୟସଭା ଗଣିତ । ବିଜେଡି ପରେ କଂଗ୍ରେସ ନେଲା ନାମାଙ୍କନ ଫର୍ମ । ଚତୁର୍ଥ ଆସନକୁ ନେଇ ପ୍ରମୁଖ ଦଳ ଭିଡାଭିଡି । ସବୁ ଦଳର ଦମ୍ଭୋକ୍ତି ଆମେ ହାତେଇବୁ ଚତୁର୍ଥ ଆସନ । ଚତୁର୍ଥ ଆସନ ସସପେନ୍ସ ଜାରି । କିଏ ହାତେଇବ ରାଜ୍ୟସଭାର ୪ର୍ଥ ଆସନ ? ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଗୋଳିଆ ହୋଇଛି ରାଜ୍ୟସଭା ନିର୍ବାଚନ ଗଣିତ । ଏହାରି ଭିତରେ ବିଜେଡି ବିଧାୟକ ସାରଦା ଜେନା ଦେଇଛନ୍ତି ବଡ ବୟାନ । ତାଙ୍କ ଯୁକ୍ତି ହେଉଛି ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି । ଆଜି ନବୀନ ନିବାସରେ ବସୁଥିବା ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ । ବିରୋଧୀ ଦଳ ହିସାବରେ ବିଜେଡି ଲଢିବ । ବିଜେଡି ଏକ ଅଛି । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । PAC ନବୀନ ପଟ୍ଟନାୟକଙ୍କୁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛି ।
ଆବଶ୍ୟକ ସଂଖ୍ୟା ନଥାଇ ରାଜ୍ୟସଭା ଚତୁର୍ଥ ଆସନ ପ୍ରାର୍ଥୀ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ । ୫ଜଣ ନାଁ ନେଇ ପିସିସି ସଭାପତି ଭକ୍ତ ଦାସ ଦିଲ୍ଲୀ ଗସ୍ତ କରିଛନ୍ତି । କଂଗ୍ରେସ ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ରାଜ୍ୟସଭା ନିର୍ବାଚନ ପାଇଁ ୩ ସେଟ୍ ଫର୍ମ ନେଇଛନ୍ତି । ତାଙ୍କ ଯୁକ୍ତି ହେଉଛି ଏଆଇସିସି ରଣନୀତି ପ୍ରସ୍ତୁତ କରିସାରିଛି । କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ। ଗୋଟିଏ ଆସନ ବିଜେଡି ନେବ। ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ତତ୍ପରତା ଦେଖାଦେଇଛି ।
କୋଦଳାକୁ ସବ୍ ଡିଭିଜନ ମାନ୍ୟତା ଦାବି: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ
କୋଦଳାକୁ ସବ୍ ଡିଭିଜନ ମାନ୍ୟତା ଦାବି: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ
ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ହେଉଛି ସର୍ବ ପୁରାତନ ତହସିଲ ।୧୦୦ ବର୍ଷ ତଳର ଏହି ପୁରୁଣା ତହସିଲକୁ ରାଜସ୍ବ ଉପଖଣ୍ଡର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଆସୁଛି । ଏହାକୁ ନେଇ ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ । ମଞ୍ଚ ପକ୍ଷରୁ ଏନେଇ ତହସିଲର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
କୋଦଳା ସ୍ଥିତ ବାବା ଦଣ୍ଡିଶ୍ଵର ମନ୍ଦିର ପୀଠରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କୋଦଳା ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏକ ସ୍ମାରକପତ୍ର କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁସାରେ, କୋଦଳା ବହୁ ପୁରାତନ ତହସିଲ ହୋଇଥିଲେ ବି ଅଭହେଳିତ ଅବସ୍ଥାରେ ରହିଛି । ଏଣୁ କୋଦଳାକୁ ଏବେ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ୟତା ଦେବାକୁ ଦାବି କରୁଛନ୍ତି ଅଞ୍ଚଳବାସୀ । କୋଦଳାକୁ ସବ୍ ଡିଭିଜନ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଆବାହକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, କୋଦଳା ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ଯୁବନେତା ପ୍ରମୋଦ କୁମାର ପଣ୍ଡା, ଚନ୍ଦନ ସ୍ବାଇଁ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, ପବିତ୍ର କୁମାର ରାଉତ, ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପଲେଇ, କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ,ସମିତି ସଭ୍ୟା ନୟନୀ ଗୌଡ଼, ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଆଇନଜୀବୀ ମୀରାବାଈ ଦେଓ, କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ପୂର୍ବତନ ବଣିକ ସଂଘ ସଭାପତି ଅଭୟ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ?
ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ?
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଇରାନ ମଧ୍ୟରେ ସମ୍ପର୍କ ବହୁତ ଭଲ । ହେଲେ ଭାରତୀୟ ସାଂସଦରେ ବଜେଟ ପାସ ପରେ ଇରାନ ନିରାଶ ହୋଇଛି । ଯାହାକୁ ନେଇ ଇରାନ ବୈଦେଶିକ ମନ୍ତ୍ରୀ ମୁହଁ ଖୋଲିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଚାବାହାର ବନ୍ଦରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଇରାନ ବିଦେଶମନ୍ତ୍ରୀ ଅବ୍ବାସ ଅରାଗଚି କହିଛନ୍ତି ଚାବାହାର ବନ୍ଦର ପାଇଁ ଭାରତ ଚଳିତବର୍ଷ ବଜେଟରେ କୌଣସି ଫଣ୍ଡ ଘୋଷଣା ନକରିବା ନିରାଶ କରିଛି । ଚାବାହାର ପୋର୍ଟ ହିନ୍ଦ ମହାସାମଗ କ୍ଷେତ୍ରରେ ମଧ୍ୟ ଏସିଆ ଓ ୟୁରୋପୀୟ ଦେଶଙ୍କୁ ଯୋଡ଼ିବାର ଏକ ଗୋଲଡେନ ଗେଟଓ୍ବେ ବୋଲି ସେ କହିଛନ୍ତି ।
ଅରାଗଚି ନିରାଶା ପ୍ରକାଶ କରି କହିଛନ୍ତି, ଭାରତ ଚଳିତ ବଜେଟରେ ଚାବାହାର ପୋର୍ଟ ପରିଯୋଜନା ପାଇଁ କୌଣସି ଫଣ୍ଡ ଆବଣ୍ଟନ ନକରିବାକୁ ନିଷ୍ପତ୍ତି ନେଇଛି ଯାହା ଦୁଇ ଦେଶ ପାଇଁ କ୍ଷତିକାରକ ହୋଇପାରେ ।
ସେ କହିଛନ୍ତି, ଥରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ଏହା ଏକ ଗୋଲଡେନ ଗେଟ୍ । ଯାହା ହିନ୍ଦ ମହାସାଗର କ୍ଷେତ୍ରକୁ ମଧ୍ୟ ଏସିଆ, କାକେଶସ ଓ ପରେ ୟୁରୋପ ସହ ଯୋଡ଼ିଥାଏ । ଏହା ଏକ ରଣନୈତିକ ପୋର୍ଟ । ଯଦି ଏହାକୁ ସମ୍ପୂର୍ଣ୍ଣ ବିକଶିତ କରାଯାଏ ତେବେ ଇରାନ ଜରିଆରେ ଏସବୁ ଅଞ୍ଚଳକୁ ଯୋଡ଼ି ହେବାକୁ ସହଜ ହେବ ।
ସେ ଆଗକୁ କହିଛନ୍ତି, ଏହା ସବୁଠାରୁ ଭଲ ମାର୍ଗ ହେବ । ମୋର ଆଶା ଅଛି, ଦିନେ ଆମେ ଏହି ବନ୍ଦର ସମ୍ପୂର୍ଣ୍ଣ ବିକଶିତ ରୂପ ଦେଖିପାରିବା । ଚାବାହାର ବନ୍ଦର ପ୍ରୋଜେକ୍ଟ ଏକ ରଣନୈତିକ ପୋର୍ଟ, ଯାହାକୁ ଭାରତ ଦକ୍ଷିଣ-ପୂର୍ବ ଇରାନର ଚାବାହାରରେ ବିକଶିତ କରାଯାଉଛି । ଏହାର ଉଦ୍ଦେଶ୍ୟ ପାକିସ୍ତାନକୁ ବାଇପାସ କରି ଆଫଗାନିସ୍ତାନ ଓ ସେଣ୍ଟ୍ରାଲ ଏସିଆ ପାଇଁ ସିଧା ବାଣିଜ୍ୟିକ ଓ ପରିବହନ ରୁଟ୍ ବନାଇବା ।
ଭାରତକୁ ଦେବାକୁ ଥିଲା ୧୦୦ କୋଟି
ଗତ କେନ୍ଦ୍ରୀୟ ବଜେଟରେ ଭାରତ ଇରାନର ଦକ୍ଷିଣ ସିସ୍ତାନ-ବଲୁଚିସ୍ତାନ ପ୍ରାନ୍ତରେ ଏହି ବଡ଼ କନେଟିଭିଟି ପ୍ରୋଜେକ୍ଟ ପାଇଁ ପ୍ରତିବର୍ଷ ୧୦୦ କୋଟି ଟଙ୍କାର ପ୍ରାବଧାନ ରଖିଥିଲା । ଏହି ଅଞ୍ଚଳରେ ଭାରତ ଏକ ମୁଖ୍ୟ ଓ ଗୁରୁତ୍ବପୂର୍ଣ୍ଣ ପାର୍ଟନର ଅଟେ । ଗତ ସେପ୍ଟେମ୍ବରରେ ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଥିଲା । ହେଲେ ଭାରତକୁ ଚାବାହାର ପୋର୍ଟରେ କାମ କରିବାକୁ ୬ ମାସର ସମୟ ଦେଇଥିଲା । ଏହି ସମୟ ୨୦୨୬ ଏପ୍ରିଲରେ ସରୁଛି । ଗତମାସ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟସଓ୍ବାଲ କହିଥିଲେ, ଚାବାହାର ପ୍ରସଙ୍ଗକୁ ନେଇ ଭାରତ ଓ୍ବାସିଂଟନ ସହ ଆଲୋଚନା କରୁଛି ।

