spot_img
Home Blog Page 31

ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ; ଆଜି ହେବ ରାଥକାଠ ଅନୁକୂଳ

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ । ପୁରୀ ରଥଯାତ୍ରା ପାଇଁ ରଥକାଠ  କରାଯିବ ପୂଜାର୍ଚ୍ଚନା । ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ ରଥଖଳାରେ କାଠ ପୂଜା କରାଯିବ । ରଥଖଳାକୁ ପରିସ୍କାର କରାଯିବା ସହ ୩ରଥ ପାଇଁ ୩ଟି ୧୨ ଫୁଟିଆ ଧଉରା କାଠକୁ ରଖାଯିବ ।  ସ୍ୱତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ମାନେ ମନ୍ତ୍ର ଉଚ୍ଚାରଣ କରି କାଠ ପୂଜା କରିବେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ପରମ୍ପରା ଅନୁସାରେ କିନ୍ତୁ ରାମନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟର ଅନୁକୂଳ ହେବ ।

ଆଜିର ପବିତ୍ର ତିଥିରେ ଚଳିତବର୍ଷ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯିବ। ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ ରଥଖଳାରେ କାଠ ପୂଜା ହେବ। ଏ ନେଇ ରଥଖଳାକୁ ପରିଷ୍କାର କରାଯିବା ସହ ତିନିରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ରଖାଯିବ। ସନ୍ଧ୍ୟା ସମୟରେ ଶ୍ରୋତୀୟ ବ୍ରାହ୍ମଣ ଓ ରାଜଗୁରୁମାନେ ମନ୍ତ୍ର ଉଚ୍ଚାରଣ କରି ଏହି ତିନିଖଣ୍ଡ ଧଉରା କାଠ ପୂଜା କରିବେ। ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯିବ।ଅନ୍ୟ ପକ୍ଷରେ ଆଜି ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଅନୁଷ୍ଠିତ ହେବ।

ଅମାନିଆଙ୍କୁ ତ୍ରାହି ନାହିଁ l ; ଏଣିକି ୫ ଥର ଚାଲାଣ କଟିଲେ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ

ନନ୍ଦିଘୋଷ ବ୍ୟୁରୋ : ଅମାନିଆଙ୍କୁ ତ୍ରାହି ନାହିଁ । ଏଣିକି ୫ ଥର ଚାଲାଣ କଟିଲେ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ । ୩ ମାସ ପାଇଁ ଗାଡ଼ି ଚଲାଇ ପାରିବେନି ଗାଡ଼ି ମାଲିକ। ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ । ଅମାନିଆଙ୍କୁ ସାବାଡ଼ ପାଇଁ କଠୋର ହେଲା ବିଭାଗ । ଗୋଟିଏ ବର୍ଷରେ ୫ କିମ୍ବା ତାଠାରୁ ଅଧିକ ଟ୍ରାଫିକ୍ ନିୟମ ଭଙ୍ଗ କଲେ ଏବେ ୩ ମାସ ପାଇଁ ଗାଡ଼ି ଚଲାଇବାରୁ ବାରଣ କରାଯାଇପାରିବ । ଅଭ୍ୟାସଗତ ତ୍ରୁଟିପୂର୍ଣ୍ଣ ଚାଳକମାନଙ୍କ ଉପରେ ଲଗାମ ଲଗାଇବାକୁ ଏପରି ଏକ ପଦକ୍ଷେପ ନିଆଯାଇଛି । ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ସଡ଼କ ପରିବହନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଫଳରେ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ କୁହାଯାଇଛି । ଅମାନିଆ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିପାରିବ RTO । ଜିଲ୍ଲା ପରିବହନ କାର୍ଯ୍ୟାଳୟକୁ ମଧ୍ୟ ଏପରି ପଦକ୍ଷେପ ନେବାକୁ କୁହାଯାଇଛି । ନୂଆ ଟ୍ରାଫିକ୍ ନିୟମରେ ଆହୁରି ମଧ୍ୟ କୁହାଯାଇଛି, କର୍ତ୍ତୃପକ୍ଷ ଲାଇସେନ୍ସ ଧାରୀଙ୍କୁ ଶୁଣାଣିର ସୁଯୋଗ ଦେବା ଆବଶ୍ୟକ । ପୂର୍ବରୁ ଟ୍ରାଫିକ୍ ନିୟମରେ ଅମାନିଆଙ୍କ ପାଇଁ ୨୪ଟି ବ୍ୟବସ୍ଥା ରହିଥିଲା । ଯେଉଁଥିରେ ଗାଡ଼ି ଚୋରି, ଯାତ୍ରୀଙ୍କ ଉପରେ ଆକ୍ରମଣ, ଯାତ୍ରୀଙ୍କୁ ଅପହରଣ, ଅଧିକ ବେଗରେ ଗାଡ଼ି ଚାଳନା, ଓଭରଲୋଡିଂ ଏବଂ ସାର୍ବଜନୀନ ସ୍ଥାନରେ ଗାଡ଼ି ପାର୍କିଂ କରିବା ଭଳି ଦଣ୍ଡନୀୟ ନିୟମ କରାଯାଇଥିଲା । ଏହାଛଡ଼ା ଛଡ଼ା ଏବେ ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ଏବଂ ଲାଲ ସିଗନାଲ ଡେଇଁବା ଭଳି ୫ କିମ୍ବା ତାଠାରୁ ଅଧିକ ଟ୍ରାଫିକ୍ ନିୟମ ଭାଙ୍ଗିଲେ DL ବାତିଲ ପାଇଁ ନିଷ୍ପତ୍ତି ନେଇଛି ବିଭାଗ ।

ପୁଣି ଇରାନକୁ ଟ୍ରମ୍ପଙ୍କ ନାଲିଆଖି ; ଇରାନ ଅଭିମୁଖେ ବିଶାଳ ବାହିନୀ ପଠାଯାଉଥିବା କହିଛନ୍ତି ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ପୁଣି ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନାଲିଆଖି। ଇରାନ ଅଭିମୁଖେ ଏକ ବିଶାଳ ବାହିନୀ ପଠାଯାଉଥିବା କହିଛନ୍ତି ଟ୍ରମ୍ପ। କିଛି ଦିନର ଆନ୍ଦୋଳନ ଥମିଥିବାବେଳେ ଇରାନ ଉପରେ ସାମରିକ ବଳ ପ୍ରୟୋଗ ଲାଗି ମନା କରିଥିଲେ ଟ୍ରମ୍ପ। ମାତ୍ର ପୁଣି ଏକ ବାହିନୀ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ମଧ୍ୟପ୍ରାଚ୍ୟରେ ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ଆବ୍ରାହମ ଲିଙ୍କନ,  କିଛି ଡେଷ୍ଟ୍ରୟର ଓ ଫାଇଟର ବିମାନ ବି ପଠାଯାଇଛି। ଟ୍ରମ୍ପ କହିଛନ୍ତି ଇରାନ ବିରୋଧରେ ଆମେରିକା ଏକ ବିଶାଳ ବାହିନୀ ପଠାଯାଇଛି। ହେଲେ ଏହାର ବ୍ଯବହାର ହୋଇ ନପାରେ। ଇରାନରେ ଘଟୁଥିବା ଘଟଣାବଳୀ ଉପରେ ଆମେରିକାର ସତର୍କ ନଜର ଥିବା ସେ କହିଛନ୍ତି। ଆୟାତୋଲ୍ଲା ଖାମେନେଇ ବିରୋଧୀ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲା ଆମେରିକା। ତେବେ ଆମେରିକାର ଚେତାବନୀ ପରେ ଏହି ହତ୍ୟା ବନ୍ଦ କରାଯାଇଥିବା କହିଥିଲେ ଟ୍ରମ୍ପ। ସେ କହିଛନ୍ତି ତାଙ୍କର ହସ୍ତକ୍ଷେପ ଯୋଗୁ ଇରାନରେ ୮୩୭ ଲୋକ ଫାଶୀ ପାଇବାରୁ ରକ୍ଷା ପାଇଛନ୍ତି।

ନିରଞ୍ଜନଙ୍କ ଗହନ କଥ: ଓଡ଼ିଶାରେ ନାହିଁ କଂଗ୍ରେସର ଭୋଟ୍

ନିରଞ୍ଜନଙ୍କ ଗହନ କଥ: ଓଡ଼ିଶାରେ ନାହିଁ କଂଗ୍ରେସର ଭୋଟ୍

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସର ଭୋଟ ନଥିବାରୁ ପରାଜିତ ହେଉଛି ଦଳ । କଂଗ୍ରେସ ଭୋଟକୁ ଅନ୍ୟ ଦଳ ନେଉ ଯାଉଛନ୍ତି l ତେଣୁ ଦଳ କୌଣସି ଏନଏସି ଦଖଲ କରିପାରୁନାହିଁ l ସଂଗଠନକୁ କ୍ରିୟାଶୀଳ କରିବାକୁ ଦଳ ଏବେ ଅଣ୍ଟା ଭିଡିଛି । ଏମିତି କିଛି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଯାହାକୁ ନେଇ ହାତ ଶିବିରରେ ହଲଚଲ ଦେଖିବାକୁ ମିଳିଛି । ସେପଟେ ନିରଞ୍ଜନଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ବରିଷ୍ଠ ନେତା ଓ ବିଧାୟକ l

ରାଜ୍ୟରେ କଂଗ୍ରେସର ଭୋଟ ନାହିଁ ? ଖରାପ ସ୍ଥିତିରେ ଅଛି କି ଦଳ ? କାହିଁକି ହାରୁଛି କଂଗ୍ରେସ ଓ କୁଆଡେ ଯାଉଛି ଭୋଟ ? କଂଗ୍ରେସକୁ କାହିଁକି ଭରସା କରି ପାରୁନାହାନ୍ତି ଲୋକେ ? ଯାହାର ଗୁମର ଖୋଲିଛନ୍ତି ଭେଟେରାନ କଂଗ୍ରେସ ଲିଡର ନିରଞ୍ଜନ ପଟ୍ଟନାୟକ । ରାଜ୍ୟ କଂଗ୍ରେସର ସ୍ଥିତି, ଅବସ୍ଥିତି ଓ ଭବିଷ୍ୟତକୁ ନେଇ ନିରଞ୍ଜନ କହିଛନ୍ତି, କଂଗ୍ରେସ ଭୋଟକୁ ଅନ୍ୟ ଦଳ ନେଇ ଯାଉଛନ୍ତି । ନିଜ ଭୋଟକୁ ରଖି ପାରୁନାହିଁ ଗ୍ରାଣ୍ଡ ଓଲ୍ଡ ପାର୍ଟି । ରାଜ୍ୟରେ କଂଗ୍ରେସ ୨୫ ବର୍ଷ ହେବ କ୍ଷମତାରେ ନାହିଁ । ଏହାରି ଭିତରେ ଦଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଯଦି ଦଳ କ୍ରିୟାଶୀଳ ହେବ, ତେବେ ଜନତାଙ୍କ ଆସ୍ଥଭାଜନ ହୋଇପାରିବ ବୋଲି କହିଛନ୍ତି ନିରଞ୍ଜନ ।

ନିରଞ୍ଜନଙ୍କ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ। ସୁର କହିଛନ୍ତି ବରିଷ୍ଠ ଏକାଠି ହେଲେ ଭୋଟ ଫେରି ଆସିବ । ସେହପିରି ଦଳୀୟ ସଙ୍ଗଠନ ମଜବୁତ ହେବ ବୋଲି ଆଶା ବାଢ଼ିଛନ୍ତି ବିଧାୟକ ପବିତ୍ର ସାଉଣ୍ଟା । ଦୀର୍ଘ ବର୍ଷ ହେବ କ୍ଷମତା ବାହାରେ ରହିବା ପରେ ଏବେ କଂଗ୍ରେସକୁ ଘାରିଛି କ୍ଷମତାକୁ ଫେରିବା ଚିନ୍ତା । ଏହାରି ଭିତରେ ନିରଞ୍ଜନଙ୍କ ବୟାନ କଂଗ୍ରେସ ରାଜନୀତିକୁ ଉଷ୍ମ କରିଛି ।

ରାଜ୍ୟସଭା ନିର୍ବାଚନ ଗଣିତ କହୁଛି ୪ରୁ ବିଜେପିକୁ ଦୁଇ, ବିଜେଡିକୁ ଗୋଟିଏ, ଚତୁର୍ଥ ଆସନ କାହାର ?

ରାଜ୍ୟସଭା ନିର୍ବାଚନ ଗଣିତ କହୁଛି ବିଜେପିକୁ ଦୁଇ, ବିଜେଡିକୁ ଗୋଟିଏ, ଚତୁର୍ଥ ଆସନ କାହାର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ l ଓଡ଼ିଶାର ଖାଲି ପଡୁଥିବା ଚାରି ଆସନ ପାଇଁ ନିର୍ବାଚନ ହେବ l ରାଜ୍ୟସଭା ଗଣିତ କହୁଛି ୨ଟି ଆସନ ବିଜେପି ଓ ଗୋଟିଏ ଆସନ ବିଜେଡି ଖାତାକୁ ଯିବା ସୁନିଶ୍ଚିତ l ଦଳୀୟ ହୁଇପ ଭିତରେ ଚତୁର୍ଥ ଆସନ କିଏ ହାତେଇବ ତାହାକୁ ନେଇ ଛକାପଞ୍ଚା ଆରମ୍ଭ ହୋଇଛି l ରାଜନୀତି ବିଶେଷଜ୍ଞ ଏନେଇ ଭିନ୍ନ ଆକଳନ କରିଛନ୍ତି l

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା l  ଓଡ଼ିଶାରେ ଖାଲି ପଡୁଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ପ୍ରସ୍ତୁତି ଆରମ୍ଭ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ନିମନ୍ତେ RO, ARO ନିଯୁକ୍ତି ପାଇଁ ପ୍ରସ୍ତାବ, ମତଦାନ ପ୍ଲାନ ଓ ଭୋଟ ବାକ୍ସର ପ୍ରକାରକୁ ପ୍ରସ୍ତୁତ କରିବା ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି । ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେଉଛି।  ଏଥିରେ ଓଡ଼ିଶାର ଚାରିଟି ଆସନ ଖାଲି ହେବ । ରାଜ୍ୟସଭା ସଂଖ୍ୟା ଗଣିତ କହୁଛି ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ପାଇବ l ହେଲେ ଚତୁର୍ଥ ଆସନ କାହାର ହେବ ସେନେଇ ରାଜନୀତି ସରଗରମ ହୋଇଛି l ଅଙ୍କ କହୁଛି ଚତୁର୍ଥ ଆସନ ପାଇଁ ନା ବିଜେଡି ନା ବିଜେପି ପାଖେ ସଂଖ୍ୟା ଅଛି l

ଚତୁର୍ଥ ଆସନ ପାଇଁ ଏବେଠାରୁ ଚାଲିଲାଣି ଅଙ୍କକଷା । ବିଧାୟକ ସଂଖ୍ୟା ଦେଖିଲେ ବିଜେପି ଓ ବିଜେଡି ମିଶିଲେ ଦୁଇ ଦଳର ବଳକା ଭୋଟରେ ଚତୁର୍ଥ ପ୍ରାଥୀ ଜିତିବେ l ବିଜେଡିର ବଳକା ଭୋଟ, କଂଗ୍ରେସ ଭୋଟ, ବାମଦଳର ଜଣେ ବିଧାୟକଙ୍କ ଭୋଟକୁ ନେଇ ମଧ୍ୟ କରାଯାଉଛି ଆକଳନ l ବିଜେଡି କହୁଛି, ଏଯାଏଁ ଚତୁର୍ଥ ଆସନ କି ରାଜ୍ୟସଭା ନେଇ କୌଣସି ଆଲୋଚନା ହୋଇନାହିଁ l

ବିଧାନସଭାର ୧୪୭ ଆସନରୁ ବିଜେପିର ୭୯, ବିଜେଡି ୫୦, କଂଗ୍ରେସ ୧୪, ୩ ଜଣ ସ୍ୱାଧୀନ ଓ ସିପିଆଇ୍(ଏମ)ର ଜଣେ ବିଧାୟକ ଅଛନ୍ତି l ରାଜନୀତି ସମୀକ୍ଷକ କହିଛନ୍ତି ନିଲମ୍ବିତ ବିଧାୟକଙ୍କ ଉପରେ ମଧ୍ୟ୍ ହୁଇପ ଜାରି ହେବ l

ମହାନଦୀକୁ ନେଇ ନ୍ୟାୟ ନମିଳିଲେ ଦୁର୍ବାର ଆନ୍ଦୋଳନ ହେବ: ବିଜେଡି

ମହାନଦୀକୁ ନେଇ ନ୍ୟାୟ ନମିଳିଲେ ଦୁର୍ବାର ଆନ୍ଦୋଳନ ହେବ: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ହେବ ତ ? ଏ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଆନ୍ତରିକତା କେତେ ? ୨୦୨୬ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ଯକାଳ ସରୁଛି । ଅଥଚ ଏ ଯାଏଁ ଉଭୟ ରାଜ୍ୟ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ପାଇଁ କୌଣସି ଦରଖାସ୍ତ ମିଳିଲାନି । ମହନଦୀ ଜଳବିବାଦ ମାମଲା ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସେପଟେ ରାଜ୍ୟ ନ୍ୟାୟ ନପାଇଲେ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବା ନେଇ ବିଜେଡି ଚେତାବନୀ ଦେଇଛି ।

ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ଓଡ଼ିଶାର ଓକିଲ ମହେଶ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । କିନ୍ତୁ ସେଦିନ ଟ୍ରିବ୍ୟୁନାଲରେ ଉପସ୍ଥିତ ରହିପାରିବେନି ବୋଲି ଗତ ୧୭ ତାରିଖରେ ଚିଠି ଲେଖି ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ ଜଣାଇଥିଲେ । ସବୁ ଦିଗରୁ ବିଚାର କରି ଟ୍ରିବ୍ୟୁନାଲ ଏହାକୁ ଅଗ୍ରାହ୍ୟ କରିଛନ୍ତି । ଚିଠିରେ ରେଜିଷ୍ଟ୍ରାର ଜଣାଇଛନ୍ତି ଫେବ୍ରୁଆରୀ ୭ ତାରିଖରେ ହେବାକୁ ଥିବା ଟ୍ରିବ୍ୟୁନାଲଙ୍କ ଶୁଣାଣିରେ ସେପରି କୌଣସି ବଡ଼ ଧରଣର ନିଷ୍ପତ୍ତି ହେବାର ନାହିଁ । ତେଣୁ ଓଡ଼ିଶା ଆଡଭୋକେଟ ଜେନେରାଲଙ୍କ ଉପସ୍ଥିତି ଆବଶ୍ୟକ କରୁନି । ଆଡଭୋକେଟ ଜେନେରାଲଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି ହୋଇପାରିବ । ସେପଟେ ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ନେଇ ସରକାରଙ୍କ ତତ୍ପରତା ନଥିବା ଅଭିଯୋଗ କରିଛି ମହନଦୀ ବଞ୍ଚାଅ ଆନ୍ଦୋଳନ ।

ଟ୍ରିବ୍ୟୁନାଲଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ମଞ୍ଚର ଆବାହକ ଅଭିଯୋଗ କରିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ସରକାରଙ୍କ ଆନ୍ତରିକତା ଥିବା ପରି ଜଣାପଡ଼ୁନି । ଖରାଦିନ ଦୂରେ ଥାଉ,ଏବେ ବର୍ଷ ଆରମ୍ଭରୁ ମହାନଦୀର ଓଡ଼ିଶା ପଟେ ନଦୀ ଗର୍ଭ ଶୁଖିଗଲାଣି । ରାଜ୍ୟରେ ଉତ୍ତର ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି । ଆଗକୁ ଗ୍ରୀଷ୍ଣଋତୁ ଆରମ୍ଭ ହେଲେ ସ୍ଥିତି ଆହୁରି ସଙ୍ଗୀନ ହେବ । ଏସବୁ କଥା ରାଜ୍ୟ ସରକାର ଅବଗତ ଥାଇ କାହିଁକି ଟ୍ରିବ୍ୟୁନାଲର ଅବଧି ବୃଦ୍ଧି କରିବା ନେଇ ଢିଲାପଣ କରୁଛନ୍ତି ବୁଝିହେଉନାହିଁ । ଏହି ମାମଲା ଦୁଇଟି ରାଜ୍ୟ ମଧ୍ୟରେ ଚାଲିଛି । ମୁଖ୍ୟତଃ ଓଡ଼ିଶାର ସ୍ବାର୍ଥ ରକ୍ଷା ହୋଇ ନପାରିଲେ ଏଭଳି ଦିନ ସିନା ଗଡ଼ୁଥିବ କିନ୍ତୁ ରାଜ୍ୟ ନ୍ୟାୟ ପାଇବନି । ବିଜେପି ସରକାର ଆସିବା ପରଠୁ ମହନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ମନ୍ତ୍ରୀସ୍ତରୀୟ କମିଟି ଓ ସର୍ବଦଳୀୟ ବୈଠକ ଡାକି କାହିଁକି ଚୁପ ବସିଛନ୍ତି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେଡି ପିଏସି ବୈଠକ ପରେ କହିଛି, ସରକାର ଡାକିଥିବା ସର୍ବଦଲୀୟ ବୈଠକରେ ଯୋଗ ଦେବ । ଯଦି ରାଜ୍ୟ ନ୍ୟାୟ ନପାଏ ତେବେ ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ପିଏସି ସଦସ୍ୟ ସଞ୍ଜୟ ଦାସ ବର୍ମା କହିଛନ୍ତି ।

ରାଜଧାନୀରେ ମଇଁଷି ଷଣ୍ଢ, ଦାମ ୨୫ କୋଟି ଟଙ୍କା

ରାଜଧାନୀରେ ମଇଁଷି ଷଣ୍ଢ, ଦାମ ୨୫ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ମତ୍ସ୍ୟ ପ୍ରାଣୀ ସମାବେଶରେ ଜମୁଛି ଭିଡ଼ । ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ଦ୍ବାରା ଆୟୋଜିତ ଏହି ସମାବେଶରେ ମଇଁଷି, ଗାଈ, ଛେଳି, କୁକୁଡ଼ା, ମାଛ, ବତକ ଭଳି ବିଭିନ୍ନ ପ୍ରକାର ପ୍ରାଣୀ ସାମିଲ ହୋଇଛନ୍ତି । ପୁଙ୍ଗାନୁର ଗାଈ ଓ ସୁରବୀରକୁ ଦେଖିବାକୁ ଲୋକଙ୍କ ଭିତରେ ବଢୁଛି ଉତ୍କଣ୍ଠା ।

ଦେଖିବାକୁ ଯେମିତି ଆକର୍ଷଣୀୟ, କାମ ବି ସେମିତି ଆଶ୍ଚର୍ଯ୍ୟକର । ନାଁ ହେଉଛି ଶୂରବୀର । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ସୁରବୀର ପାଇଁ ଦର୍ଶକଙ୍କ ନାହିଁ ନଥିବା ଉତ୍କଣ୍ଠା । ହରିଆଣା କୁରୁକ୍ଷେତ୍ରରୁ ଆସିଛି ମୁରାହ ପ୍ରଜାତୀର ଏହି ମଇଁଷି ଷଣ୍ଢ । ବୟସ ୫ ବର୍ଷ, ଓଜନ ୧୫ କୁଇଣ୍ଟାଲ ହୋଇଥିବା ବେଳେ ମୂଲ୍ୟ ୨୫ କୋଟିରୁ ଅଧିକ ଟଙ୍କା । ପ୍ରତିଦିନ ୫ କିଲୋମିଟର ଦୌଡ଼ିବା ସହ ବିଭିନ୍ନ ପ୍ରକାର ଫଳ ଖାଏ । ସୋରିଷ ତେଲ ଲଗାଇ ଦୁଇ ଘଣ୍ଟା ମାଲିସ ହୁଏ । ଶୂରବୀର ସିମେନରୁ ଜନ୍ମ ନେଉଥିବା ମଇଁଷିମାନେ ୧୬ରୁ ୨୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ସେହିପରି ପୁଙ୍ଗାନୁର ଗାଈକୁ ଦେଖିବାକୁ ମଧ୍ୟ ଲୋକଙ୍କ ପ୍ରବଳ ଆଗ୍ରହ ରହିଛି । ଆନ୍ଧ୍ରପ୍ରଦେଶର ଡେକାନ ଚିତ୍ତର ଜିଲ୍ଲାର ପୁଙ୍ଗାନୁର ଅଞ୍ଚଳରେ ଦେଖାଯାଆନ୍ତି ଏହି ବାମନ ପ୍ରଜାତୀର ଗୋରୁ । ହାରା ହାରି ଉଚ୍ଚତା ୭୦ରୁ ୯୦ ସେମି । ଓଜନ ୧୧୫ରୁ ୨୦୦ କିଲୋଗ୍ରାମ । ଏମାନେ ୨ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଅନ୍ତି । ଏମାନଙ୍କ କ୍ଷୀର ଲିଟର ପିଛା ୧୨ ଶହ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ମାଲିକ ।

ମତ୍ସ୍ୟ ପ୍ରାଣୀ ସମାବେଶରେ ବିଭିନ୍ନ ପ୍ରକାରର ଗାଈ ଓ ଛେଳିଙ୍କୁ ଦେଖିବାକୁ ମିଳିଛି । ସାହିଓ୍ବାଲ ଗାଈ, ଶଙ୍କରା ଜାତୀୟ ଜର୍ସି, ବିଞ୍ଝାରପୁରୀ ଗାଈଙ୍କ ରହିଛି ଅଧିକ ଡିମାଣ୍ଡ । ଗୀର୍ ଗାଈ ଗୁଜୁରାଟ ଅଞ୍ଚଳରେ ଦେଖିବାକୁ ମିଳେ । ଏହା ଦୈନିକ ୫ରୁ ୬ ଲିଟର ଦୁଗ୍ଧ ଦେଇଥାଏ । ସେହିପରି କରୋଲି କୋଟା ଛେଳି, ବିଟାଲ୍ ଛେଳି, ତୋତାପୁରୀ ଛେଳି, ବ୍ଲାକ ବେରିଙ୍ଗ ଛେଳି, ସିରୋହି ଛେଳି ଏଠାରେ ଦେଖିବାକୁ ମିଳିଛି । କରୋଲି କୋଟା ଛେଳି ସିଙ୍ଗ ଓ କାନ ପାଇଁ ପ୍ରସିଦ୍ଧ । ଏମାନଙ୍କୁ ସୌନ୍ଦର୍ଯ୍ୟ ପାଇଁ ପାଳନ କରାଯାଏ ।

ରାଜଧାନୀରେ ବୁଲୁଛି ଅପହରଣକାରୀ କାର, ଟାର୍ଗେଟରେ ବରମୁଣ୍ଡାରେ ଓହ୍ଲାଉଥିବା ଯାତ୍ରର

ରାଜଧାନୀରେ ବୁଲୁଛି ଅପହରଣକାରୀ କାର, ଟାର୍ଗେଟରେ ବରମୁଣ୍ଡାରେ ଓହ୍ଲାଉଥିବା ଯାତ୍ରର

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବୁଲୁଛି ଅପହରଣକାରୀ କାର I ମଉକା ପାଇଲେ କାରରେ ଆସି ଅପହରଣ ଓ ଲୁଟ କରି ମାରୁଛନ୍ତି ଚମ୍ପଟ । ଟାର୍ଗେଟରେ ବରମୁଣ୍ଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡକୁ ଆସୁଥିବା ବାହାର ଯାତ୍ରୀଙ୍କୁ କରୁଛନ୍ତି ନିଶାନା । ଏମିତି ଏକ ଲୁଟେରା ଗ୍ୟାଙ୍ଗର ଜଣଙ୍କୁ ବାନ୍ଧିଛି ପୋଲିସ I

ଅଭିଯୋଗକାରୀ ରାକେଶ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ଭରତପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୨୦ ତାରିଖ ରାତିରେ ଘଟିଛି ଘଟଣା ।

ରାକେଶ ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଆସି ଭୁବନେଶ୍ୱର ବରମୁଣ୍ଡାରେ ଓହ୍ଲାଇଥିଲେ I ଟିକେ ଆଗକୁ ଚାଲିକି ଯାଉଥିବା ବେଳେ ହଠାତ୍‌ କିଛି ଯୁବକ କାରରେ ଆସି ସେଠାରେ ପହଞ୍ଚିବା ସହ ବଳପୂର୍ବକ ତାଙ୍କୁ ଅପହରଣ କରି ଅଜଣା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ମାରଧର କରିବା ସହ ପାଖରେ ଥିବା ମୋବାଇଲ୍ ଫୋନ୍‌ ଓ କିଛି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ I ଏହି ଗ୍ୟାଙ୍ଗ ସବୁବେଳେ ବାହାର ରାଜ୍ୟର ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ I ଯାହା ଫଳରେ କୌଣସି ମାମଲା ହେବ ନାହିଁ I କିଛିଦିନ ଧରି ରାତି ଅଧରେ ଏମାନେ ଏକୁଟିଆ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ I ବରମୁଣ୍ଡା ଅଞ୍ଚଳରେ ଏମାନଙ୍କ ଗ୍ରୁପ ରହିଛି । ଏମାନେ ସାଧାରଣତଃ ବରମୁଣ୍ଡା ବସଷ୍ଟାଣ୍ଡକୁ ପହଞ୍ଚିବା ପୂର୍ବରୁ ତପୋବନ ଲେନ୍‌ ଓ ଖଣ୍ଡଗିରି ବାଇପାସ୍‌ ରାସ୍ତା ପରି ନିର୍ଜନ ସ୍ଥାନରେ ସାଧାରଣ ଲୋକ ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କୁ ଧମକ ଦେଇ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥାନ୍ତି ବୋଲି ପୋଲିସ ସୂଚନା ଦେଇଛି ।

ପୀୟୂଷ ତ୍ରିପାଠୀଙ୍କୁ ରାଣୀ ପଣ୍ଡାଙ୍କ ଟାର୍ଗେଟ, କହିଲେ…

ପୀୟୂଷ ତ୍ରିପାଠୀଙ୍କୁ ରାଣୀ ପଣ୍ଡାଙ୍କ ଟାର୍ଗେଟ, କହିଲେ…

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ରାଣୀ ପଣ୍ଡାଙ୍କ ତେରଛା ବାଣ । କହିଲେ, ନିଜର ପବ୍ଲିସିଟି ପାଇଁ ଜାଣିଶୁଣି କଣ୍ଟ୍ରୋଭର୍ସି କରାଉଛନ୍ତି ପୀୟୂଷ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ବରୁଣେଶ୍ୱର ମେଳାରେ ଉଭୟ ରାଣୀ ପଣ୍ଡା ଓ ପୀୟୂଷ ତ୍ରିପାଠୀ ନିଜ ନିଜ ମଞ୍ଚରେ ଅଭିନୟ କରୁଛନ୍ତି ।

ପୀୟୂଷ ଜାଣିଶୁଣି ନିଜର ଲୋକପ୍ରିୟତା ପାଇଁ ଏଭଳି ବିବାଦ କରୁଥିବା ଅଭିଯୋଗ ଆଣିଛନ୍ତି ରାଣୀ ପଣ୍ଡା | ଯାତ୍ରା ଜଗତରେ ଯିଏ ଯେତେ ବିବାଦରେ ରହିବ ସେ ସେତେ ଲୋକପ୍ରିୟତା ପାଇବ ବୋଲି କହିଛନ୍ତି ରାଣୀ । ପୀୟୂଷ ଜଣେ ସାଇଲେଣ୍ଟ ଆକ୍ଟର । କଥା କମ କହୁନ୍ତି, ମୁରୁକି ମୁରୁକି ହସି ଦର୍ଶକଙ୍କୁ ଫସାନ୍ତି ବୋଲି କହିଛନ୍ତି ରାଣୀ ପଣ୍ଡା ।

ଅନ୍ୟପଟେ ରାଣୀଙ୍କ ପ୍ରତିକ୍ରିୟାକୁ ନେଇ ପୀୟୂଷ କହିଛନ୍ତି, ସେ ପଗେଳୀଟା ତେଣୁ ସେ କ’ଣ କହୁଛି ସେଥିରେ ମୋର ଯାଏ ଆସ ନାହିଁ ।

ରାଜନୀତିରୁ ସନ୍ୟାସ ନେବେ ଶେଖ ହସିନା ! ନିର୍ବାଚନରେ ବଡ଼ ଖେଳ କରିବାକୁ ହେଉଛନ୍ତି ପ୍ରସ୍ତୁତ

ରାଜନୀତିରୁ ସନ୍ୟାସ ନେବେ ଶେଖ ହସିନା ! ନିର୍ବାଚନରେ ବଡ଼ ଖେଳ କରିବାକୁ ହେଉଛନ୍ତି ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ରାଜନୀତିରୁ ସନ୍ୟାସ ନେବାକୁ ପ୍ରସ୍ତୁତି ଚଲାଇଛନ୍ତି । ସପଟେ ତାଙ୍କ ଦଳ ଆବାମୀ ଲିଗ ଆଗାମୀ ନିର୍ବାଚନରେ ପରଦା ପଛରେ ରହି ଜାତୀୟ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ଜାତୀୟ ପାର୍ଟି ପୂର୍ବରୁ ଆବାମୀ ଲିଗ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ି ସାରିଛି ।

ମିଡିଆ ରିପୋର୍ଟ ଅନୁସାରେ ଜାତୀୟ ପାର୍ଟି ଜରିଆରେ ଆବାମୀ ଲିଗ୍ ବାଂଲାଦେଶରେ ନିଜର ଶକ୍ତି ଦେଖାଇବାକୁ ଯୋଜନା କରିଛି । ନିର୍ବାଚନରେ ଜାତୀୟ ପାର୍ଟି, ଆବାମୀ ଲିର ଏକାଧିକ ନେତାଙ୍କୁ ଟିକେଟ ଦେବା ରିପୋର୍ଟର ସତ୍ୟତା ଆଡକୁ ଇଙ୍ଗୀତ କରୁଛି । ଯେଉଁମାନଙ୍କ ମଧ୍ୟରେ ଇଲିୟାସ ହୂସେନ (ତଙ୍ଗୋଲ-୧) ଏବଂ ତାରିକ ଶମ୍ସ (ତଙ୍ଗୋଲ-୬) ପ୍ରମୁଖ ଅଛନ୍ତି ।

ସୂଚନାଯୋଗ୍ୟ, ଫେବୃଆରୀ ୧୨ରେ ବାଂଲାଦେଶରେ ୩୦୦ ସିଟ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ସରକାର ଗଢ଼ିବା ପାଇଁ ୧୫୧ ଆସନର ଆବଶ୍ୟକତା ରହିଛି ।

ହସିନା ସନ୍ୟାସ ନେବାର ସଙ୍କେତ

ଶେଖ ହସିନାଙ୍କ ପୁଅ ସାଜିଦ ଓ୍ବାଜିଦ କହିଛନ୍ତି, ମାଆ ନିର୍ବାଚନ ନଲଢ଼ିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ବାଂଲାଦେଶରେ ଶେଖ ହସିନାଙ୍କ ଯୁବର ଅନ୍ତ ହୋଇସାରିଛି । ସ୍ବାସ୍ଥ୍ୟଗତ କାରଣରୁ ମାଆ ଏହି ନିଷ୍ପତ୍ତି ନେଇଥିଲେ ।

ଆଗକୁ ସେ କହିଛନ୍ତି, ଶେଖ ହସିନାଙ୍କ ପରେ କିଏ ତାହାର ନିଷ୍ପତ୍ତି ହୋଇନି । ସେ ହଟିଯିବା ପରେ ପରେ ଆବାମୀ ଲିଗର ନେତୃତ୍ବ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆବାମୀ ଲିଗ୍ ବାଂଲାଦେଶର ସବୁଠାରୁ ପୁରୁଣା ଦଳ । ମାଆ ସାଙ୍ଗରେ ରୁହନ୍ତୁ ବା ନରୁହନ୍ତୁ, ଦଳ ଆଗକୁ ଚାଲିବ । କେହି ବି ସବୁବେଳେ ରହିନଥାନ୍ତି ।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପୂର୍ବରୁ ଶେଖ ହସିନା ସନ୍ୟାସ ନେଇ ଘୋଷଣା କରିପାରନ୍ତି । ଏହାଦ୍ବାରା ସେ ଭୋଟରଙ୍କ ସହ ଇମୋସନାଲ ଆଟାଚ ହେବାକୁ ଯୋଜନା କରିଛନ୍ତି । ଯାହାର ଫାଇଦା ନିର୍ବାଚନରେ ଜାତୀୟ ପାର୍ଟିକୁ ମିଳିବ ।

ପରଦା ପଛରୁ ଜାତୀୟ ପାର୍ଟିକୁ ସମର୍ଥନ କାହିଁକି ?

ଆବାମୀ ଲିଗ୍ ଜାତୀୟ ପାର୍ଟିକୁ ସମର୍ଥନ କରିବାର ଏକାଧିକ କାରଣ ରହିଛି । ବଡ଼ କାରଣ ହେଲା ବାଂଲାଦେଶରେ ଆବାମୀ ଲିଗ୍ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲାଗିଛି । ଆଲୋ ପକ୍ଷରୁ ନଭେମ୍ବରରେ ହୋଇଥିବା ପ୍ରଥମ ସର୍ଭେରେ ୨୬ ପ୍ରତିଶତ ଲୋକ ଆବାମୀ ଲିଗକୁ ନିର୍ବାଚନରେ ସାମିଲ ହେବାକୁ ଅନୁମତି ଦେବାକୁ ମତ ଦେଇଥିଲେ । ଏହାର ଅର୍ଥ ବାଂଲାଦେଶରେ ଆବାମୀ ଲିଗକୁ ଏବେ ବି ଭରପୂର ସମର୍ଥନ ରହିଛି ।

ତୃତୀୟ ବିକଳ୍ପ

ଦ୍ବିତୀୟ ବଡ଼ କାରଣ ହେଲା ଚଳିତ ନିର୍ବାଚନରେ ବିଏନପି ଓ ଜମାତ ମେଣ୍ଟ ମଧ୍ୟରେ ହେବାକୁ ଯାଉଛି । ଉଭୟ ମେଣ୍ଟ ଶେଖ ହସିନାଙ୍କ ପ୍ରବଳ ବିରୋଧୀ । ହସିନାଙ୍କ ଦଳ ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ସମର୍ଥନ ଦେଇ ରାଜନୈତିକ ସ୍ତରରେ ମାନ୍ୟତା ଦେବାକୁ ଚାହୁଁନାହିଁ । ଏହି କାରଣରୁ ଜାତୀୟ ପାର୍ଟିକୁ ତୃତୀୟ ବିକଳ୍ପ ଭାବେ ଆବାମୀ ଲିଗ୍ ଚୟନ କରିଛି ।

ଆବାମୀ ଲିଗ୍ ପାଇଁ ସହଜ ହେବ ବାଟ

ଶେଖ ହସିନାଙ୍କ ସମର୍ଥନରେ ଯଦି ଜାତୀୟ ପାର୍ଟି କିଙ୍ଗ ମେକର ଭୂମିକାକୁ ଆସିବ ତେବେ ବାଂଲାଦେଶରେ ପୂରା ଖେଳ ବଦଳି ଯିବ । ଆଗାମୀ ଦିନରେ ଆବାମୀ ଲିଗ୍ ପାଇଁ ଢାକାକୁ ଯିବା ରାସ୍ତା ସହଜ ହୋଇଯିବ । ଆଉ ଜାତୀୟ ପାର୍ଟିକୁ ସମର୍ଥନ ଦେବାର ଅନ୍ୟ ଏକ ଉଦ୍ଦେଶ୍ୟ ହେଲା ଜମାତକୁ ତୃତୀୟ ସ୍ଥାନକୁ ଖସାଇବା ।