spot_img
Home Blog Page 30

ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ସରିଲା ନିର୍ବନ୍ଧ, ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ

ପ୍ରିୟଙ୍କା ଗାନ୍ଧିଙ୍କ ପୁଅ ରେହାନଙ୍କ ସରିଲା ନିର୍ବନ୍ଧ, ଶୀଘ୍ର ବାଜିବାକୁ ଯାଉଛି ଶାହାନାଇ

ନନ୍ଦିଘୋଷ ବ୍ୟୁରୋ: ଭାରତର ରାଜନୀତିରେ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଗାନ୍ଧି ପରିବାରରେ ବିବାହ ଶାହାନାଇ ବାଜିବାକୁ ଯାଉଛି । କଂଗ୍ରେସ ମହାସଚିବ ତଥା କେରଳ ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରୋବର୍ଟ ଭଦ୍ରାଙ୍କ ପୁଅ ରେହାନ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ରେହାନଙ୍କ ନିର୍ବନ୍ଧ ହୋଇଯାଇଛି । ରେହାନ ତାଙ୍କ ପ୍ରେମିକା ଅଭିବା ବେଗଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ରେହାନ ଏବଂ ଅଭିବା ଗତ ୭ ବର୍ଷ ହେଲା ରିଲେଶନସିପରେ ଥିଲେ । ନିକଟରେ ରେହାନ ଅଭିବାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ବିବାହ ପାଇଁ ଉଭୟଙ୍କ ପରିବାର ସହମତି ଦେଇ ସାରିଛନ୍ତି । ଦୁଇ ପରିବାରର ସହମତି ପରେ ନିର୍ବନ୍ଧ ହୋଇଯାଇଛି । ଆଉ ଏହି କାର୍ଯ୍ୟକ୍ରମ ଦୁଇ ପରିବାରର ଲୋକଙ୍କ ସହ କିଛି ଅତି ନିକଟତର ଲୋକ ଉପସ୍ଥିତ ଥିଲେ ।

ଅଭିବାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି । ସୂଚନାଯୋଗ୍ୟ, ୨୪ ବର୍ଷିୟ ରେହାନ ଜଣେ ଇଷ୍ଟଲେସନ ଓ ଭିଜୁଆଲ ଆର୍ଟିଷ୍ଟ ।ଜଡାର୍କ ପର୍ସେପଶନ ନାମକ ଏକ ସୋଲୋ ପଦର୍ଶନୀ କରି ସାରିଛନ୍ତି । ଏହାସହ ସେ ନେଚର ଫଟୋଗ୍ରାଫି ଓ ଟ୍ରାଭଲିଂରେ ମଧ୍ୟ ରୁଚି ରଖନ୍ତି ।

କଳା ଓ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ରହୁଥିବା ରେହନ ରାଜନୀତି ଓ ଲାଇମଲାଇଟରୁ ସବୁ ବେଳେ ଦୂରରେ ରହିବାକୁ ଭଲ ପାଇଥାନ୍ତି । ସେ ତାଙ୍କ ପ୍ରାରମ୍ଭିକ ପାଠପଢ଼ା ଦିଲ୍ଲୀରେ ପଢ଼ିବା ପରେ ଡେରାଡୁନ ଓ ଲଣ୍ଡନରେ ପଢ଼ିଛନ୍ତି ।

ନୂଆବର୍ଷରୁ ବନ୍ଦ ହୋଇଯିବ ଡାକ୍ତରୀ ସେବା ! ସମ୍ପୂର୍ଣ୍ଣ ଅସହଯୋଗ ପାଇଁ ଓମସାର ଚେତାବନୀ

ନୂଆବର୍ଷରୁ ବନ୍ଦ ହୋଇଯିବ ଡାକ୍ତରୀ ସେବା ! ସମ୍ପୂର୍ଣ୍ଣ ଅସହଯୋଗ ପାଇଁ ଓମସାର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଆବଶ୍ୟକ ପଡ଼ିଲେ ନୂଆବର୍ଷରୁ ବନ୍ଦ ହୋଇପାରେ ଡାକ୍ତରୀ ସେବା । ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ଓମସା ପକ୍ଷରୁ ଦିଆଯାଇଛି ଚେତାବନୀ । ଏନେଇ ଆଜି ବସିବ ଓମସାର ରାଜ୍ୟସ୍ତରୀୟ ବୈଠକ । ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଗତ ଡିସେମ୍ବର ୨୬ରୁ ସକାଳ ୧୦ରୁ ୧୧ ଯାଏଁ ସମସ୍ତ ସରକାରୀ ହସ୍ପିଟାଲର ଓପିଡି ବନ୍ଦ ରଖୁଛନ୍ତି ଡାକ୍ତର ।

ସେପଟେ ଦାବି ଉପରେ ତର୍ଜମା କରିବାକୁ ସରକାର ଗଠନ କରିଛନ୍ତି ଅନ୍ତର୍ବିଭାଗୀୟ କମିଟି । ହେଲେ ଏଯାଏଁ ବୈଠକ ବସିଲାନି । ଖାଲି ପଡ଼ିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବି ରଖିଛି ଓମସା ।

୬୦ ପ୍ରତିଶତ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ଖାଲି ରହିଛି । ମଞ୍ଜୁରୀ ପ୍ରାପ୍ତ ୧୫ ହଜାର ୭୭୪ରୁ ଖାଲି ପଡିଛି ୯ ହଜାର ୫୦୩ ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬ ହଜାର ୨୭୧ ଡାକ୍ତର । ଏହି ୬ ହଜାର ୨୭୧ ଭିତରୁ ୧୧୩୫ ଠିକା ନିଯୁକ୍ତି ପାଇଛନ୍ତି । ଆଡହକରେ ୧୯ ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ ଜଣ ଡାକ୍ତର ଅଛନ୍ତି । ସ୍ଥାୟୀ ନିଯୁକ୍ତିରେ ଅଛନ୍ତି ମାତ୍ର ୫ ହଜାର ୩ ଜଣ ଡାକ୍ତର । ୫ ହଜାର ୨୪୮ ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଛି ।

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୪ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୪ଟି ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟରୋ: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଯାଞ୍ଚ ଚଲାଇଛନ୍ତି । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏଏସଆଇ ଓ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।

ପିଇଓଙ୍କ ଘରେ ପଶିଲା ଭିଜିଲାନ୍ସ

ସେହିପରି କେନ୍ଦୁଝର ଭିଜିଲାନ୍ସ ଜାଲରେ ଆନନ୍ଦପୁର ହାଟଡିହି ବ୍ଲକ ବାଞ୍ଚୋ ପିଇଓ ଜିତେନ୍ଦ୍ର କୁମାର ଜେନା । ଜିତେନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଚଢ଼ାଉରେ ଜଣ ଡିଏସପି,  ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଆଳତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଆଳତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଶାମ୍ବ ଦଶମୀ । ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ ସହ ସାରା ରାଜ୍ୟ । ଘରେ ଘରେ ମହିଳା ନିଜ ପରିବାର ଲୋକଙ୍କ ନିରୋଗ କାମନା କରିବା ପାଇଁ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିଛନ୍ତି । ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ଓ ସୂର୍ଯ୍ୟ ଆଳତି ଲାଗି ଭିଡ଼ ଲାଗିଛି ।

ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିଛି । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ।

ଚୀନର ଜଷ୍ଟିସ ମିଶନ ୨୦୨୫ ଡ୍ରିଲରେ ତାଇଓ୍ବାନରେ ଛନକା

ଚୀନର ଜଷ୍ଟିସ ମିଶନ ୨୦୨୫ ଡ୍ରିଲରେ ତାଇଓ୍ବାନରେ ଛନକା

ନନ୍ଦିଘୋଷ ବ୍ୟୁରୋ: ପୁଣି ତେଜିଲା ଚୀନ-ତାଇୱାନ ବିବାଦ । ତାଇଓ୍ବାନ ଉପରେ ଚୀନର ଦାଦାଗିରି l ତାଇୱାନ ଚାରିପାଖେ ମିଲିଟାରୀ ଡ୍ରିଲ କରିଛି ଚୀନ । ଜଷ୍ଟିସ ମିଶନ ୨୦୨୫ ନାମରେ ନାମିତ ଏହି ଡ୍ରିଲରେ ତାଇୱାନ ଲୋକଙ୍କ ମନରେ ଛନକା ଭରି ଦେଇଛି । ତାଇୱାନ ଚାରିପାଖେ ଚୀନ ଏହି ଡ୍ରିଲ କରୁଛି । ଏଥିରେ ସାମିଲ ହେବେ ଆର୍ମି, ଯୁଦ୍ଧ ଜାହାଜ, ଲଢୁଆ ବିମାନ ଓ ଆର୍ଟିଲେରି ୟୁନିଟ ।

ଚୀନର ଏହି ଡ୍ରିଲ ଯୋଗୁଁ ତାଇୱାନର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତାଇଓ୍ବାନ ଚାରିପାଖରେ ଥିବା ପାଞ୍ଚଟି ଷ୍ଟ୍ରାଟେଜିକ ଜୋନରେ ଏହି ସମରାଭ୍ୟାସ ହେଉଛି l ସମୁଦ୍ର ଭିତରେ ଓ ଆକାଶମାର୍ଗରେ ଏହି ସମରାଭ୍ୟାସ କରାଯାଉଛି l ଜଷ୍ଟିସ ମିଶନ ୨୦୨୫ ନାମରେ ଏହି ସାମରିକ ଡ୍ରିଲରେ ସାମିଲ ହୋଇଛନ୍ତି ଚୀନର ନୌସେନା, ବାୟୁସେନା ଓ ରକେଟ ବାହିନୀ l ତାଇଓ୍ବାନକୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ଏହି ଡ୍ରିଲ କରାଯାଉଛି ବୋଲି କହିଛି ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ l

୨୦୨୨ ପରଠାରୁ ଏହା ହେବ ଚୀନର ଷଷ୍ଠ ଯୁଦ୍ଧ ବ୍ଲୁ-ପ୍ରିଣ୍ଟ l ଆମେରିକାର ତତ୍କାଳୀନ ହାଉସ ସ୍ପିକର ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉତକ୍ଷିପ୍ତ ହୋଇଛି ଚୀନ l ସାମୁଦ୍ରିକ ଓ ବାୟୁସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଏହି ଡ୍ରିଲ କାଯାଉଛି l ତାଇଓ୍ବାନର ପ୍ରମୁଖ ବନ୍ଦର ଓ କୌଶଳଗତ ଅଞ୍ଚଳକୁ ଟାର୍ଗେଟ କରି ଏହି ଡ୍ରିଲ କରାଯାଉଛି l ୨୦୨୪ରେ ହୋଇଥିବା ସମ ଧରଣର ଡ୍ରିଲରେ କିଛି ଗୁରୁତ୍ବପୂର୍ଣ୍ଣ ବନ୍ଦରକୁ ଅବରୋଧ କରିଥିଲା ଚୀନ l ସମ୍ଭାବ୍ୟ ଯୁଦ୍ଧରେ ବାହାର ଦେଶର ହସ୍ତକ୍ଷେପକୁ ବନ୍ଦ କରିବା ଲାଗି ଏହି ଅବରୋଧ କରାଯାଇଥିବା କହିଥିଲା ଚୀନ l

୮୦ ବର୍ଷ ବୟସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

୮୦ ବର୍ଷ ବୟସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତ । ୮୦ ବର୍ଷ ବୟସରେ ଖାଲିଦାଙ୍କ ପରଲୋକ ହୋଇଛି । ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ । ବାଂଲାଦେଶ ନ୍ୟାସନାଲ ପାର୍ଟି BNP ଅଧ୍ୟକ୍ଷ ଥିଲେ ଖାଲିଦା ଜିଆ । ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଖାଲିଦା । ଆଜି ସକାଳ ୬ଟାରେ ଖାଲିଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ବଡ଼ କଥା ହେଲା ବାଂଲାଦେଶରେ ଫେବୃଆରୀରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଗତକାଲି ଥିଲା ନାମାଙ୍କନ ଭରିବାର ଶେଷ ତାରିଖ । ଅସୁସ୍ଥ ଥିବା ସତ୍ତ୍ବେ ଖାଲିଦା ତିନୋଟି ସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଥିଲେ ।

ଗତ ମାସେ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ପ୍ରଥମେ ୧୯୯୧ରୁ ୧୯୯୬ ଏବଂ ଦ୍ୱିତୀୟ ଥର ୨୦୦୧ରୁ ୨୦୦୬ ଯାଏଁ ଶାସନରେ ଥିଲେ । ତାଙ୍କ ସ୍ୱାମୀ ଜିଆଉର ରହମାନ ଥିଲେ ଜଣେ ସାମରିକ ଅଧିକାରୀ ଏବଂ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପି ପ୍ରତିଷ୍ଠା କରିଥିଲେ । ୧୯୮୧ରେ ତାଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ, ବେଗମ ଖାଲିଦା ଜିଆ ଦଳର ନେତୃତ୍ୱ ନେଇଥିଲେ । ବର୍ତ୍ତମାନ, ତାଙ୍କ ପୁଅ ତାରିକ ରହମାନ ଦଳର ନେତୃତ୍ୱ ନେଉଛନ୍ତି । ସେ ୧୭ ବର୍ଷ ଧରି ଦେଶରୁ ଦୂରରେ ରହିବା ପରେ ବାଂଲାଦେଶ ଫେରିଛନ୍ତି ।

ଖାଲିଦାଙ୍କ ଜନ୍ମ ୧୫ ଅଗଷ୍ଟ ୧୯୪୫ ମସିହାରେ ହୋଇଥିଲା । ବାଂଲାଦେଶୀ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ ଖାଲିଦା । ବାଂଲାଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କର ମୁଖ୍ୟ ବିରୋଧୀ ଥିଲେ । ଶେଖ୍ ହସିନା ଗତ କିଛି ବର୍ଷ ଧରି ଦେଶକୁ ଶାସନ କରିଥିଲେ । ଏହି ସମୟ ମଧ୍ୟରେ ଖାଲେଦା ଜିଆଙ୍କୁ ଅନେକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଶେଖ୍ ହସିନାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଦୀର୍ଘ ସମୟ ଧରି ଗୃହବନ୍ଦୀ ରହିଥିଲେ । ଗତବର୍ଷ ଶେଖ୍ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ତାଙ୍କୁ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ମୁକ୍ତ କରିଥିଲା । କିନ୍ତୁ, ତାଙ୍କର ବାର୍ଦ୍ଧକ୍ୟ ଏବଂ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିଥିଲେ ।

ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !

 

ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !

ନନ୍ଦିଘୋଷ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ଉପରେ ଆକ୍ରମଣ । ଉତ୍ତରାଞ୍ଚଳ ଋଷରେ ଥିବା ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ଋଷ ପକ୍ଷରୁ ଅଭିଯାଗ କରାଯାଇଛି । ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ଋଷର ଦାବିକୁ ଖଣ୍ଡନ କରିଛନ୍ତି ।

ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି, ନୋଭଗୋରୋଡ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିଲା । ହେଲେ ଆମେ ୯୧ଟି ଦୂରଗାମୀ ଡ୍ରୋନ ନଷ୍ଟ କରି ଦେଇଛୁ । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଡ୍ରୋନ ଆଟାକ ବେଳେ ପୁଟିନ ଡୋଲୋଗିୟେ ବୋରଡି ତଥା ଲଙ୍ଗ ବିୟର୍ଡସ ଘରେ ଥିବା ସୂଚନା ମିଳିଛି ।

ଡଲାର ତୁଳନାରେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ : ଭାରତୀୟ ବଜାରରୁ ଆସ୍ଥା ହରାଇଲେଣି ବିଦେଶୀ ପୁଞ୍ଜି ନିବେଶକାରୀ…

ଭୁବନେଶ୍ବର : ଭୂ-ରାଜନୈତିକ ସଂକଟ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ଯ ହ୍ରାସ। ଭାରତୀୟ ବଜାରରୁ ଆସ୍ଥା ହରାଇଲେଣି ବିଦେଶୀ ପୁଞ୍ଜି ନିବେଶକାରୀ। ୨୦୨୨ ପରେ ୨୦୨୫ରେ ବୈଦେଶିକ ପୋର୍ଟଫୋଲିଓ  ନିବେଶକାରୀ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ଯାହାର କରି ପଳେଇଲେଣି। ୨୦୨୨ରେ ବିଦେଶୀ ନିବେଶକ ଭାରତୀୟ ବଜାରରୁ ୧ ଲକ୍ଷ ୨୧ ହଜାର କୋଟି ଟଙ୍କା କାଢ଼ି ନେଇଥିଲେ। ଚଳିତବର୍ଷ ଅଧିକ ୩୯ ହଜାର କୋଟି  ଟଙ୍କାର ପୁଞ୍ଜି ପ୍ରତ୍ଯାହାର କରିଛନ୍ତି ବୈଦେଶିକ ପୋର୍ଟଫୋଲିଓ ନିବେଶକ। ଭାରତୀୟ ବଜାର ଉପରେ କାହିଁକି ଆସ୍ଥା ତୁଟାଉଛନ୍ତି ବିଦେଶୀ ପୁଞ୍ଜି ନିବେଶକାରୀ? ଏହାକୁ ନେଇ ଅର୍ଥନୀତି ବିଶାରଦ ଭିନ୍ନ ଭିନ୍ନ ତଥ୍ଯ ରଖିଛନ୍ତି। ଆମେରିକା ଫେଡେରାଲ ରିଜର୍ଭ ବ୍ଯାଙ୍କ ସୁଧ ହାର ଅଧିକ କରିଛି। ସମାନ ତାଳ ଦେଇ ଚୀନ ସେଣ୍ଟ୍ରାଲ ବ୍ଯାଙ୍କ ମଧ୍ଯ ସୁଧହାର ବଢ଼ାଇଛି। ଫଳରେ ବିଦେଶୀ ପୁଞ୍ଜି ନିବେଶକାରୀ ଆଉ ଭାରତୀୟ ବଜାରରେ ଅର୍ଥ ନ ଲଗାଇ ଆମେରିକା ଓ ଚୀନ ବଜାରରେ ଅର୍ଥ ଲଗାଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଡଲାର ତୁଳନାରେ ଟଙ୍କା ଲଗାତାର ହ୍ରାସ ଘଟୁଥିବାରୁ ବିଦେଶୀ ପୁଞ୍ଜି ନିବେଶକାରୀ କମ ରିଟର୍ଣ୍ଣ ପାଉଛନ୍ତି। ଯାହା ଫଳରେ ସେମାନେ ଭାରତୀୟ ବଜାରରୁ ଅର୍ଥ କାଢ଼ି ନେଇଛନ୍ତି। ଖାଲି ସେତିକି ନୁହେଁ, ଭାରତ ଚୀନକୁ ବାର୍ଷିକ ୧୫ରୁ ୨୦ ବିଲିୟନ ଡଲାର ମୂଲ୍ଯର ରପ୍ତାନୀ କରୁଥିବାବେଳେ ଚୀନରୁ ପ୍ରତ୍ଯେକ ସାମଗ୍ରୀ ଆମଦାନୀ ପରିମାଣ ୧୨୦ ବିଲିୟନ ଡଲାରରୁ ୧୩୦ ବିଲିୟନ ଡଲାରରେ ପହଞ୍ଚିଲାଣି। ଏହାଯୋଗୁ ଦେଶର ବାଣିଜ୍ଯିକ ନିଅଣ୍ଟ ବଢ଼ିଚାଲିଛି।

ଭାରତୀୟ ବଜାରରେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପ୍ରବେଶ ଓ ପ୍ରସ୍ଥାନର ସମୟ ଭୁଲ ଥିଲା ବୋଲି କହିଛନ୍ତି ବଜାର ବିଶେଷଜ୍ଞ। ଯେତେବେଳେ ଭାରତୀୟ ବଜାରରେ ଇକ୍ଯୁଟି ଅଂଶଧନ ମୂଲ୍ଯ ଅଧିକ ଥିଲା ସେତେବେଳେ ବୈଦେଶିକ ପୋର୍ଟଫୋଲିଓ ନିବେଶକାରୀ ପୁଞ୍ଜି ନିବେଶ କରିଥିଲେ। ଯାହାକି ଲାଭ ଦୃଷ୍ଟିରୁ ଠିକ ନଥିଲା। ଏହାସହିତ ଯେତେବେଳେ ମାର୍କେଟ କ୍ରାସ କରି ତଳକୁ ଖସୁଛି ସେତିକିବେଳେ ଏଫପିଓମାନେ ସେମାନଙ୍କ ପ୍ରଫିଟ ବୁକ କରୁଛନ୍ତି। ଏହି ଦୁଇଟିଯାକ ଭୁଲ ନିଷ୍ପତ୍ତିି।  ୨୦୨୬ରେ ସ୍ଥିତିରେ କିଛିଟା ସୁଧାର ଆସିପାରେ। ଆମେରିକା ସହିତ ଭାରତର ବାଣିଜ୍ଯିକ ଚୁକ୍ତିନାମା ପାଇଁ କେନ୍ଦ୍ର ସରକାର କଥାବାର୍ତ୍ତା ଜାରି ରଖିଛନ୍ତି। ଟାରିଫ ବି କମ ହେବାର ଅଛି।  ଏହାସହିତ ନ୍ଯୁଜିଲାଣ୍ଡ, ଜାପାନ ଓ ଜର୍ମାନୀ ଭଳି ଦେଶରେ ଭ୍ଯାଲୁଏସନ ଚରମ ସୀମାରେ ପହଞ୍ଚିବ। ଫଳରେ ସେଠାକାର ମାର୍କେଟ ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ କମ ରିଟର୍ଣ୍ଣ ଦେବ। ଫଳରେ ପୁଣି ଥରେ ବିଦେଶୀ ପୁଞ୍ଜି ନିବେଶକାରୀ ଭାରତ ବଜାର ମୁହାଁ ହେବେ ବୋଲି ଆଶା ରଖିଛନ୍ତି ବଜାର ବିଶେଷଜ୍ଞ । ୨୦୨୫ ବିଦାୟ ନେଉଛି। ବିଦେଶୀ ପୁଞ୍ଜି ନିବେଶକାରୀ ମୁହଁ ଫେରେଇନେଉଥିଲେ ବି ଏ ବର୍ଷ ଘରୋଇ   ପୁଞ୍ଜି ନିବେଶକାରୀ ଭାରତୀୟ ବଜାରରେ  ଅଧିକ ପୁଞ୍ଜି ଖଟାଇଛନ୍ତି। ଯାହାଯୋଗୁ ବଜାରରେ ସ୍ଥିରତା ରହିଛି।

କୋଗିଲୁରେ ୪୦୦ରୁ ଅଧିକ ଘର ଭାଙ୍ଗିବା ଘଟଣାକୁ ନେଇ ବଢିଲା ବିବାଦ

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଲୁରୁ କୋଗିଲୁରେ ୪୦୦ରୁ ଅଧିକ ଘର ଭାଙ୍ଗିବା ଘଟଣାକୁ ନେଇ ବଢିଲା ବିବାଦ। ବିଶେଷ କରି ମୁସଲିମ ସମ୍ପ୍ରଦାୟ ବେଘର ହେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସେପଟେ ବସ୍ତି ଉଚ୍ଛେଦ ସ୍ଥଳ ପରିଦର୍ଶନ କରିଛନ୍ତି ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାର। ଏପରିକି ଏହି ଉଚ୍ଛେଦକୁ ସମାଲୋଚନା କରିଛନ୍ତି କେରଳର ବାମପନ୍ଥୀ ସରକାର। ଗତ ଡିସେମ୍ବର ୨୨ରେ ବେଙ୍ଗାଳୁରୁର କୋଗିଲୁ ଅନ୍ତର୍ଗତ ଫକିର କଲୋନିର ୪୦୦ରୁ ଅଧିକ ପରିବାରର ଘର ଭାଙ୍ଗିଦିଆଯାଇଥିଲା। ସେଠାରେ ବେଙ୍ଗାଳୁରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲିମିଟେଡ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ସେପଟେ ଆଜି ଶିବକୁମାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏହି ସ୍ଥାନ ସରକାରୀ ଏବଂ ସରକାର ସେଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରିବାକୁ ଯାଉଥିବାରୁ ଏହି ଉଚ୍ଛେଦ ହୋଇଛି। ସେଠାରେ ଲୋକମାନେ ୨୫ ବର୍ଷରୁ ଅଧିକ କାଳ ରହୁଥିବାରୁ ଏହି ଉଚ୍ଛେଦ ବେଆଇନ ବୋଲି ଦାବି କରାଯାଉଛି।

ଜୀବନ ହାରିଲେ ପ୍ରସିଦ୍ଧ କନ୍ନଡ ଓ ତାମିଲ ଟେଲିଭିଜନ ତାରକା ନନ୍ଦିନୀ ସିଏମ…

ନନ୍ଦିଘୋଷ ବ୍ୟୁରୋ : ଜୀବନ ହାରିଲେ ପ୍ରସିଦ୍ଧ କନ୍ନଡ ଓ ତାମିଲ ଟେଲିଭିଜନ ତାରକା ନନ୍ଦିନୀ ସିଏମ । ବେଙ୍ଗାଳୁରୁସ୍ଥିତ ବାସଭବନରେ ଆତ୍ମହତ୍ୟା କଲେ ନନ୍ଦିନୀ। କନ୍ନଡ ଓ ତାମିଲ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା। ନନ୍ଦିନୀଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ ଜବତ ହୋଇଛି। ସୁଇସାଇଡ ନୋଟରେ ବିବାହ ଲାଗି ଚାପରୁ ଆତ୍ମହତ୍ୟା କରିଥିବା ସୂଚନା। କିଛି ଦିନ ଧରି ମାନସିକ ଚାପରେ ଥିଲେ ନନ୍ଦିନୀ। ନିଜ ଇଚ୍ଛା ବିରୋଧରେ ବିବାହ ଲାଗି ଚାପ ପଡୁଥିବାରୁ ଆତ୍ମହତ୍ୟା କରିଥିବା ସୂଚନା