spot_img
Home Blog Page 2790

ଦୁଇ ମାସରେ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ନୀତିଶଙ୍କ ଚିକିତ୍ସା ପାଇଁ ଘୋଷଣା କଲେ ୧୦ ଲକ୍ଷ

ଭୁବନେଶ୍ବର: ପ୍ରତିଟି ଜୀବନ ମୂଲ୍ୟବାନ । ଏହା ଏକ ନାରା ନୁହେଁ ବରଂ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କରି ଦେଖାଇଛନ୍ତି । ଆଜି ସମ୍ବଲପୁରର ନୀତିଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ମୂଖ୍ୟମନ୍ତ୍ରୀ ।

ନାକଟିଦେଉଳ ବ୍ଲକର ନିତୀଶ ୫ ବର୍ଷହେଲା ଚାଲିପାରୁନାହାନ୍ତି । ଫିଜିଓଥେରାପି ପାଇଁ ମୋଟା ଅଙ୍କର ଟଙ୍କା ଆବଶ୍ୟକ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବାପା କୌଶିକ ସାହୁ । ୨ ମାସ ଭିତରେ ଦୁଃଖ ବୁଝି ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଲେ ପରିବାର  ।

କୋହଲିଙ୍କୁ ନେଇ ଏମିତି କହିଲେ ଆଫଗାନିସ୍ତାନ ଫ୍ୟାନ୍

ନୂଆଦିଲ୍ଲୀ: ବିଶ୍ବକପର ନବମ ମ୍ୟାଚରେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଇପିଏଲ ସମୟରେ ନବୀନ ଉଲ୍ଲକହ ଏବଂ କୋହଲିଙ୍କ ବିବାଦକୁ ନେଇ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନର ଜଣେ ସୁନ୍ଦରୀ ପ୍ରଂଶସକ ଓ୍ବାଜମା ଆୟୁବି ବିରାଟ କୋହଲିଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଉଭୟ ନବୀନ ଏବଂ କୋଡଳିଙ୍କ ପ୍ରଂଶସକ ଝଗଡ଼ା ନକରିବାକୁ ଟୁଇଟ କରିଛନ୍ତି । ସେପଟେ ସେ କୋହଲିଙ୍କୁ ନେଇ ମଧ୍ୟ ଏହି ପୋଷ୍ଟରେ ଲେଖିଛନ୍ତି । ସେ ଲେଖିଛନ୍ତି କି, ଦିଲ୍ଲୀ ହେ ଦିଲ୍ ଓ୍ବାଲେ କା । ଏପରିକି ସେ କହିଛନ୍ତି କି, ସେ ହେଉଛନ୍ତି କୋହଲିଙ୍କ ଜଣେ ବଡ଼ ପ୍ରଂଶସକ । ମୁଁ ଆଫଗାନିସ୍ତାନର ହେଲେ ମଧ୍ୟ କୋହଲି ମୋର ପ୍ରିୟ ଖେଳାଳି । ତାଙ୍କୁ କିଙ୍ଗ କୁହାଯିବା ପଛରେ କାରଣ ରହିଛି । ଏଭଳି ଅନେକ ପ୍ରଂଶସା କରିଥିଲେ ।

ସୂଚନା ଥାଉକି, ୨୦୨୩ ଆଇପିଏଲରେ ଲକ୍ଷ୍ନୌ ପକ୍ଷରୁ ନବୀନ ଖେଳୁଥିବାବେଳେ କୋହଲି ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ଏକ ମ୍ୟାଚରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥିଲା । ଏଡାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ନବୀନ ବହୁ ପୋଷ୍ଟ କରିଥିବାବେଳେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଏମିତିକି ପଡ଼ିଆରେ ମଧ୍ୟ ଟ୍ରୋଲ ହୋଇଛନ୍ତି ନବୀନ ।

ବୁଧବାର ଆାଫଗାନିସ୍ତାନକୁ ଭାରତ ନିଜର ଦ୍ବିତୀୟ ମୁକାବିଲାରେ ହରାଇ ଲଗାତାର ବିଜୟ ହାସଲ କରିଛି । ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମା ଏହି ମ୍ୟାଚରେ ଅନେକ ରେକର୍ଡ ଅର୍ଜନ କରିଛନ୍ତି । ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାମରେ କରିଛନ୍ତି । ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ରୋହିତ ଦିନିକିଆରେ ୫୫୬ଟି ଛକା ମାରି ଏବେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି କ୍ରିସ୍ ଗେଲ୍ ସେ ୫୫୩ ଛକା ମାରିଛନ୍ତି । କେବଳ ଏତିକି ନୁହେଁ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ତାଙ୍କ ନାମରେ ଯୋଡ଼ି ହୋଇଛି ।

ଭାରତୀୟ କ୍ରିକେଟର ରୋହିତ ଶର୍ମା ବୁଧବାର ଦିନ ଆଫଗାନିସ୍ତାନ ବିରୋଧରେ ଶତକ ହାସଲ କରିଛନ୍ତି। ନିଜର ୧୯ତମ ଦିନିକିଆ ବିଶ୍ବକପ ମ୍ୟାଚରେ ସେ ସପ୍ତମ ଶତକ ହାସଲ କରିଛନ୍ତି। ଏହା ପୁଣି ୬୩ଟି ବଲରେ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ। ସେ ବିଶ୍ବକପରେ ସର୍ବାଧିକ ୭ଟି ଶତକ ହାସଲ କରିପାରିଛନ୍ତି। ତାଙ୍କ ତଳକୁ ସଚିନ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ସ୍ଥାନୀୟ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ହିଟ୍ମ୍ୟାନ ଏକାଧିକ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ବକପରେ ଆଜି ୧୦୦୦ ରନ୍ ପୂରା କରିଛନ୍ତି।

 

ରୋଗୀଙ୍କ ମୃତ୍ୟୁ ପରେ ଶ୍ରୀ ହସ୍ପିଟାଲରେ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ବର: ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ରାଜଧାନରେ ଘଟିଥିବା ଏଭଳି ଏକ ଘଟଣାର CCTV ଭିଜୁଆଲ ଦେଖିବାକୁ ମିଳିଛି । ସିକ୍ୟୁରିଟିଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାରିଲେ ତାକୁ ମାରିଲେ । କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କଲେ ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ । କିଛି ଦୁର୍ବୃତ୍ତ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି । ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏଭଳି ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।

ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିବା ଯୁବକ ମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ଯାହାର ଚିକିତ୍ସା ଅନ୍ୟ ହସ୍ପିଟାଲରେ ହୋଇପାରିବ ବୋଲି ସ୍ପଷ୍ଟ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନଶୁଣିକି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ ।

ହେଲେ ରୋଗୀଙ୍କ ରୋଗ ଅନୁସାରେ ଭଲ ଟ୍ରିଟମେଣ୍ଟ ପାଇଁ ଅନ୍ୟ ହସ୍ପିଟାଲରେ ସେହି ସୁବିଧା ରହିଛି ବୋଲି ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରରେ ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ । ହେଲେ ସେଠାରେ ରୋଗୀର ମୃତୁ ହେବା ପରେ, ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ । ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି । ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

ପଡୋଶୀ ଘରେ ଝିଅକୁ ଛାଡିଥିଲେ, ମିଳିଲା ଝୁଲନ୍ତା ମୃତଦେହ

ଉଦଳା: ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ । ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାହାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ ।

ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି ।

ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା । ଏ ନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶିଶୁ କଲ୍ୟାଣ କମିଟି ମେମ୍ବରଙ୍କୁ ପିଟି ମାରିଦେଲେ, ଡ୍ରାଇଭର ହତ୍ୟା କରିଥିବା ସନ୍ଦେହ

ବ୍ରହ୍ମପୁର: ଗୋଶାଣୀ ନୁଆଁଗାଁ ଥାନା ବିଜିପୁର ନୀଳକଣ୍ଠ ନଗରରେ ହତ୍ୟାକାଣ୍ଡ । ଶିଶୁ କଲ୍ୟାଣ କମିଟି ମେମ୍ବରଙ୍କୁ ହତ୍ୟା । ଶିଶୁ କଲ୍ୟାଣ କମିଟି ମେମ୍ବର ହେଲେ ସୌଦାମିନୀ ରଥ । ସୌଦାମିନୀ କୌଣସି ଜଣେ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଦୁର୍ବୃତ୍ତ ଜଣକ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ତେବେ ସୌଦାମିନୀ ରଥଙ୍କୁ ତାଙ୍କ ଡ୍ରାଇଭର ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ବର୍ତ୍ତମାନ ଘଟଣାସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ଇସ୍ରାଏଲରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ, ଆରମ୍ଭ ହେଲା ଅପରେସନ ଅଜୟ

ଜେରୁଜେଲମ: ଇସ୍ରାଏଲରୁ ଉଦ୍ଧାର ହେବେ ଫଶିଯାଇଥିବା ଭାରତୀୟ । ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ । ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବେ । ସେପଟେ ଉତ୍ତର ଇସ୍ରାଏଲରେ ପଶିଛନ୍ତି ହମାସର ଆତଙ୍କୀ । ପାଖାପାଖି ୨୦ ଜଣ ଆତଙ୍କୀ ଇସ୍ରାଏଲରେ ବଡ଼ ଧର ଆକ୍ରମଣ କରିବାକୁ ଯୋଜନା କରିଛନ୍ତି । ଏପଟେ ଇସ୍ରାଏଲ ସରକାର ସେଠାକାର ଲୋକଙ୍କୁ ସତର୍କ ରହିବାକୁ କହିବା ସହ ସେନା ପଠାଯାଇଛି । ଗାଜା ଦଖଲ ପାଇଁ ଇସ୍ରାଏଲ ନିଜର ହମଲାକୁ ଜୋରଦାର କରିଛି ।

ଗାଜାର ଆଖପାଖ ଅଞ୍ଚଳକୁ ନିଜ ଦଖଲକୁ ନେଇଥିବା ଇସ୍ରାଏଲ ଏବେ ଆଉ ପାଦ ଆଗେଇଛି । ଖୁବଶୀଘ୍ର ଇସ୍ରାଏଲ କବଜାକୁ ଗାଜା ଚାଲି ଆସିବ । ଗାଜାକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରାଯାଇଛି । ଏବେ ସଂପୂର୍ଣ୍ଣ ଗାଜା ଷ୍ଟ୍ରିପ ଅନ୍ଧକାରମୟ ହୋଇ ଯାଇଛି । ଇସ୍ରାଏଲ ଆକ୍ରମଣ ପରଠାରୁ ପାଲେଷ୍ଟାଇନ ଏନକ୍ଲେଭରେ ଥିବା ଏକ ମାତ୍ର ବିଜୁଳି ଷ୍ଟେସନ କାମ କରୁଥିଲା । ଏବେ ସେଠାରେ ତେଲ ଶେଷ ହୋଇ ଯାଇଛି । ଫଳରେ ପାୱାର ଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହେଉନି । ପୂରା ଗାଜା ଅନ୍ଧାର ଭିତରେ ରହୁଛି ।

ଦୁଇ ଦିନ ତଳେ ଇସ୍ରାଏଲ ପକ୍ଷରୁ ଗାଜାକୁ ସଂପୂର୍ଣ୍ଣ ଅନ୍ଧକାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଇସ୍ରାଏଲ ଖାଦ୍ୟ ଓ ତେଳ ଯୋଗାଣ ଗାଜାକୁ ବନ୍ଦ କରି ଦେଇଥିଲା । ଅନ୍ୟପକ୍ଷରେ ତେଲଅଭିଭରେ ଥିବା ଇସ୍ରାଏଲର ବେନଗୁରିଅନ ଏୟାରପୋର୍ଟ ଉପରେ ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଛନ୍ତି । ଏଥିପାଇଁ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟରେ ସମସ୍ତ ସେବାକୁ ବାତିଲ କରି ଦିଆଯାଇଛି । ସେପଟେ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପାଇଁ ଘାତକ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଗତକାଲି ଏକ ବିମାନ ଭର୍ତ୍ତି ଯୁଦ୍ଧାସ୍ତ୍ର ଆମେରିକା ଇସ୍ରାଏଲକୁ ପଠାଇଛି ।

ଜୟନ୍ତୀରେ ମନେ ପଡିଲେ ଅକ୍ଷୟ, ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ଉଦାହରଣ

କଟକ: ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି । କୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ସେହି ଓଡ଼ିଆ ସଂଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ । ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ । ସଂଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ ।

ପବିତ୍ର ମହାଳୟାରେ କଟକ ଜିଲ୍ଲା ବାଙ୍କୀ ମୁଣ୍ଡେଇରେ ମହାନଦୀ ତୀରେ ଜନ୍ମ ହୋଇଥିଲେ ସଂଗୀତ ସାମ୍ରାଜ୍ୟର ଅଜାତ ଶତ୍ରୁ । ସଂଗୀତ ଶିକ୍ଷା ନେଇନଥିଲେ ସତ ହେଲେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ । ସଂଗୀତଠୁ ଅଭିନୟ ଆଉ ସାହିତ୍ୟ । ସବୁଥିରେ ଅକ୍ଷୟ ଥିଲେ ପାରଙ୍ଗମ । ସେ ଲେଖିଥିଲେ ୭ ଖଣ୍ଡ ଉପନ୍ୟାସ, ଗଳ୍ପ ସଂକଳନ ଓ ଗୀତିକଥା ଏବଂ ଗୋଟିଏ ଭ୍ରମଣ କାହାଣୀ । ଆର୍ଯ୍ୟ ଦାସର ଶେଷଲିପିରେ ସେ ଲେଖିଛନ୍ତି ତାଙ୍କ ଜୀବନ କାହାଣୀ ।

୧୯୫୬ରେ ଆକାଶବାଣୀ କଟକର ସ୍ବିକୃତୀପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ । ‘ମା’ ଚଳଚ୍ଚିତ୍ରର ‘ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସୁଦୀର୍ଘ କ୍ୟାରିୟରରେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି । ଏହା ସହିତ ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି। ତିନିଟି ଚଳଚ୍ଚିତ୍ରରେ ଅଭିନୟ ସହିତ ଗୋଟିଏ ସିନେମାରେ ଯୁଗ୍ମ ନିର୍ଦେଶକ ରହିଛନ୍ତି ।

ଅକ୍ଟୋବରରେ ପାରଦ ୩୫ ଡିଗ୍ରୀ ଉପରେ, ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ରାଜ୍ କରୁଛି ଗରମ ଗୁଳୁଗୁଳି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେଘ ମୁକ୍ତ ଆକାଶ ସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଦେଖାଦେଇଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ।

ଗତକାଲି ସର୍ବାଧିକ ତାପମାତ୍ରା ଚାନ୍ଦବାଲିରେ ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ବି ତାତି ଜାରି ରହିଛି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ ମଧ୍ୟ କମିଛି । ଫଳରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ସେପଟେ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେବାପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମାଲକାନଗିରିରେ ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଲେଖାହେବ ନୂଆ ଅଧ୍ୟାୟ । ଯୋଡି ହେବ ଗାଁରୁ ରାଜଧାନୀ । ଐତିହାସିକ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ନବୀନ । ନିଜେ ମାଲକାନଗିରି ଯାଇ ଲୋକାଭିମୁଖି ଯୋଜନାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ।

ଆଜିଠୁ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ଏହା ଚଳାଚଳ କରିବ । ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି ।

ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଯୋଜନା ଅଧିନରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ।

ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ ବଗି ଲାଇନଚ୍ୟୁତ, ୪ ମୃତ

ପାଟନା: ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି।‌ ଗତକାଲି ରାତି ପ୍ରାୟ ୯ଟା ୩୫ରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ନିକଟରେ ଦିଲ୍ଲୀ-ହାୱଡା ରେଳ ଲାଇନରେ ରେଳ ଦୁର୍ଘଟଣା ଘଟିଥିଲା । ଦାନାପୁର ଡିଭିଜନର ବକ୍ସର- ଆରା ମଧ୍ୟରେ ଥ‌ିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଏକ ବଗି ସମ୍ପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ୍ ହୋଇଯାଇଛି।

ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ରେଳବାଇ ଅଧିକାରୀ, ଏନଡିଆର ଏଫ, ଏସଡିଆର ଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧ‌ିବାସୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା । ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ବଗିରେ ଫସିଥିବା ଲୋକଙ୍କୁ ଦେଖ୍ ବାହାର କରାଯାଇଥିଲା ।

ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଏହି ସୁପରଫାଷ୍ଟ ଟ୍ରେନ୍‌ଟି ଦିଲ୍ଲୀରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଉକ୍ତ ମାର୍ଗରେ ସମସ୍ତ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।..