spot_img
Home Blog Page 2726

ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ !

ଭୁବନେଶ୍ୱର: ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ। ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ । ନିକଟରେ ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବାକୁ ସେ ସହମତି ପ୍ରକାଶ କରିଥିଲେ । ରାହୁଲଙ୍କ ଗସ୍ତବେଳେ ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି ।

ବକ୍ସ ଅଫିସରେ ଡ୍ରିମ ଗର୍ଲ-୨ର କମାଲ, ମିଡିଲ କ୍ଲାସ ଫ୍ୟାମିଲି ଡ୍ରାମା ସହ ଫୁଲ କମେଡି

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଡ୍ରିମ ଗର୍ଲ-୨ । ଆୟୁଷ୍ମାନ ଖୁରାନାଙ୍କ ଡ୍ରିମଗର୍ଲ ସିକ୍ବେଲକୁ ନେଇ ଫ୍ୟାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଟ୍ରେଲରରେ ଆୟୁଷ୍ମାନଙ୍କ ପୂଜା ଚରିତ୍ର ଓ ଗୀତକୁ ଦର୍ଶକ ବେଶ୍ ପସନ୍ଦ ଆସିଥିଲା । ଆଡଭାନ୍ସ ବୁକିଂରେ ଫିଲ୍ମ ସେତେ ଭଲ ରୋଜଗାର କରି ନଥିଲେ ବି ରିଲିଜ ପରେ ଷ୍ଟାରକାଷ୍ଟ ଓ ଷ୍ଟୋରୀ ଦର୍ଶକଙ୍କୁ ପସନ୍ଦ ଆସିଛି । ରାଜ୍ ସାନ୍ଧିଲ୍ୟଙ୍କ ନିର୍ଦ୍ଦେଶିତ ଡ୍ରିମଗର୍ଲ-୨ରେ ଆୟୁଷ୍ମାନଙ୍କ ସହ ନଜର ଆସିଛନ୍ତି ଅନନ୍ୟା ପାଣ୍ଡେ । ଫାଷ୍ଟ ଡେ’ ଫାଷ୍ଟ ଶୋ’ ପରେ ଫିଲ୍ମକୁ ଭଲ ରେଟିଂ ମିଳିଛି । ମିଡିଲ କ୍ଲାସ ଫ୍ୟାମିଲି ଷ୍ଟୋରୀରେ ଆୟୁଷ୍ମାନଙ୍କ ପୂଜା ଚଳିତ୍ର ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଛି । ଅନନ୍ୟା ପାଣ୍ଡେଙ୍କ ଗ୍ଲାମରସ ପରୀ ଚରିତ୍ର ବି ପ୍ରଶଂସକଙ୍କୁ ପସନ୍ଦ ଆସିଛି । ଶନିବାର, ରବିବାର ଫିଲ୍ମ ଭଲ ରୋଜଗାର କରିବା ଆଶାରେ ରହିଛନ୍ତି ମେକର୍ସ । ଆୟୁଷ୍ମାନ ଖୁରୁନା, ଅନନ୍ୟା ପାଣ୍ଡେଙ୍କ ସହ ପରେଶ ରାଓ୍ବଲ, ଅନୁକପୁର, ରାଜପାଲ ଯାଦବ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ୨୦୧୯ରେ ଆୟୁଷ୍ମାନ-ନୁସରତଙ୍କ ଡ୍ରିମଗର୍ଲ ବକ୍ସ ଅଫିସରେ ୧୩୦ କୋଟି ରୋଜଗାର କରିଥିଲା ।

ସମ୍ବଲପୁରରେ ଜିଏସଟି ରେଡ୍, ତିନୋଟି ସ୍ଥାନରେ ଚାଲିଛି ଜିଏସଟି ରେଡ୍

ସମ୍ବଲପୁର: ସମ୍ବଲପୁରରେ ଜିଏସଟି ରେଡ୍ । ତିନୋଟି ସ୍ଥାନରେ ଚାଲିଛି ଜିଏସଟି ରେଡ୍ । ଗୋଲବଜାର, କ୍ଷେତରାଜପୁର ଓ ରେମେଡରେ ଚଢାଉ କରିଛି ଜିଏସଟି ବିଭାଗ । ଟିକସ ଫାଙ୍କିଥିବା ଅଭିଯୋଗରେ ପାନ ମସଲା ଗୋଦାମରେ ରେଡ୍ ଚାଲିଥିବା ସୂଚନା ମିଳିଛି ।

କାରଗିଲରେ ରାହୁଲ ଗାନ୍ଧୀଙ୍କ କ୍ରେଜ୍‌, ଲଦାଖ ଜମି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌

କାରଗିଲ: କାରଗିଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ରେଜ । ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ । କହିଛନ୍ତି- ଲଦାଖର ଇଞ୍ଚେ ଜମି ଚୀନ କବଳରେ ନାହିଁ ବୋଲି ସରକାର ଯାହା କହୁଛନ୍ତି ତାହ ମିଛି । ସେ କହିଛନ୍ତି ଭାରତ ଯୋଡ ଯାତ୍ରାର ଅଭିଜ୍ଞତା ଓ ସଫଳତା । ଏକ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି-ଦେଶରେ ଭାଇଚାର, ସଂପ୍ରୀତି ପ୍ରତିଷ୍ଠା ଲାଗି ଏହି ଯାତ୍ରା ଉଦ୍ଧିଷ୍ଟ ଥିଲା । କନ୍ୟାକୁମାରୀରୁ କାଶ୍ମୀର ଯାଏ ଚାଲିଥିଲା ଏହି ଯାତ୍ରା । ଦେଶରେ ବିଜେପି ଓ RSS ଯେଉଁ ହିଂସା, ଦ୍ବେଷଭାବର ପ୍ରସାର କରୁଛନ୍ତି ତାହା ବିରୋଧରେ ଏହି ଯାତ୍ରା ଉଦ୍ଧିଷ୍ଟ ଥିଲା । ହିଂସାର ବଜାରରେ ପ୍ରେମର ଦୋକାନ ପ୍ରତିଷ୍ଠା ହୋଇଥିଲା । ଲଦାଖରେ ବି ଏହି ଯାତ୍ରା କରିବାକୁ ହେବ । ଲଦାଖରେ ସେ ଗରିବ, ମା’ ଭଉଣୀଙ୍କ ସହ ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଲଦାଖର କୋଣ ଅନୁକୋଣରେ ପ୍ରତିଫଳିତ ।

ସେପଟେ ଆସନ୍ତାକାଲି ଶ୍ରୀନଗରରେ ରାହୁଲ ଗାନ୍ଧୀଙ୍କୁ ସାଥ୍ ଦେବ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଗତ ପ୍ରାୟ ଏକ ସପ୍ତାହ ଧରି ରାହୁଲ ଶ୍ରୀନଗର, ଲଦାଖ ଓ କାରଗିଲ ଗସ୍ତରେ ଯାଇ ବହୁ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ଆସନ୍ତାକାଲି ସୋନିଆ ଦୁଇ ଦିନିଆ ଶ୍ରୀନଗର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ନିଖୋଜ ନୁହେଁ ଭୀମଭୋଇ ମେଡିକାଲ କଲେଜରେ ରହିଛନ୍ତି ମହିଳା ଏସଆଇ

ବଲାଙ୍ଗୀର: ବିଷ ପିଇ ବଲାଙ୍ଗୀର ସଇଁତଳା ଥାନା ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ନିଖୋଜ ନୁହେଁ ଭୀମଭୋଇ ମେଡିକାଲ କଲେଜରେ ରହିଛନ୍ତି ମହିଳା ଏସଆଇ । ଏନେଇ ବଲାଙ୍ଗୀର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କୌଣସି ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ କାରଣ ପାଇଁ ଏଭଳି ଘଟିଥିବା ସେ କହିଛନ୍ତି । ମହିଳା ଏସଆଇଙ୍କ ସ୍ବାସ୍ଥ୍ଯବସ୍ଥା ଏବେ ସ୍ବାଭାବିକ ରହିଛି । ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଥିବା ଏସଡିପିଓ କହିଛନ୍ତି । ବୁଧବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ ଏସଆଇ । ଆଡମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତକାଲି ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ୍ ତାଙ୍କୁ ପାଇନଥିଲେ । ପୁରୁଷ ବନ୍ଧୁଙ୍କ ସହ ବ୍ୟକ୍ତିଗତ ବିବାଦକୁ ନେଇ ମହିଳା ଏସଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ଭୁବନେଶ୍ବର ମହାନଗର ନିଗମ, ୪୧୬ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି ।
କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଏମସିରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା ।
ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।
ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନଫୋରସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ  ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।
ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି  ।ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ)  ଅନ୍ତର୍ଭୁକ୍ତ । ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ  ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି ।
ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା । ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି । ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି । ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି ।

ରୂପାନ୍ତରଣ ସ୍ପର୍ଶରେ ଗଞ୍ଜାମ ହେବ ଶ୍ରେଷ୍ଠ, ସମସ୍ୟାର ସମାଧାନ କରିବାକୁ ଲୋକଙ୍କ ପାଖରେ ପହଞ୍ଚିଛନ୍ତି 5T ସଚିବ

ଗଞ୍ଜାମ: ରୂପାନ୍ତରଣ ସ୍ପର୍ଶରେ ଗଞ୍ଜାମ ହେବ ଶ୍ରେଷ୍ଠ । ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଲୋକଙ୍କ ପାଖରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡ଼ାରେ ପହଞ୍ଚି ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କଠାରୁ ଅଭିଯୋଗ ଶୁଣିଛନ୍ତି 5T ସଚିବ । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମସ୍ତଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ମିଶନ ଶକ୍ତି ମହିଳା, ଛାତ୍ରଛାତ୍ରୀ, ଚାଷୀ, ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଛନ୍ତି । ପୁରୁଷୋତ୍ତମପୁର ବ୍ଲକର ଗୁପ୍ତେଶ୍ବର ମନ୍ଦିର, କବିସୂର୍ଯ୍ୟନଗର ବ୍ଲକର ଆଠଗଡ଼ ଜଗନ୍ନାଥ ମନ୍ଦିର ଓ ବେଗୁନିଆପଡା ବ୍ଲକର ସିଦ୍ଧେଶ୍ବର ମନ୍ଦିର ରୂପାନ୍ତରରଣ ପାଇଁ ଆଲୋଚନା କରିଛନ୍ତି । ଏହା ସହ ସାଲିଆ ଡ୍ୟାମ ଆଖପାଖର ବିକାଶ ପାଇଁ ଅନୁଧ୍ୟାନ ସହିତ ମିଶନ ଶକ୍ତି କାଫେକୁ ଯାଇ ମାଆଙ୍କୁ ପ୍ରଶଂସା କରିଛନ୍ତି 5T ସଚିବ ।

ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନବିନ

ଭୁବନେଶ୍ବର: ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କୁ ଅଧିକ ପଚରାଉଚରା କରାଯାଉଛି । ଗତକାଲି ବିଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ରେଡ୍ ହୋଇଥିଲା । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍-ଏ ତୃତୀୟ ମହଲା, ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁ, କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ ।

ନୂଆପଡ଼ାରେ ମାଓ ହିଂସା, ଗୋଲବନ୍ଧ ଗାଁରେ ଲାଲବାହିନୀର ଲଙ୍କାକାଣ୍ଡ

ନୂଆପଡ଼ା: ନୂଆପଡ଼ାରେ ମାଓ ହିଂସା । ନୂଆପଡ଼ା ଥାନା ଗୋଲବନ୍ଧ ଗାଁରେ ଫରେଷ୍ଟ ବିଟ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ବ୍ଲାଷ୍ଟିଂ କରି ମାଓବାଦୀ ବିଟ୍ ହାଉସ ଉଡ଼ାଇଦେଇଛନ୍ତି । ଏହା ସହିତ ଏକ ଜେସିବିକୁ ଜାଳି ଦେଇଛନ୍ତି । ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଲଙ୍କାକାଣ୍ଡ କରିଛି ଲାଲବାହିନୀ । ରାତି ପ୍ରାୟ ଗୋଟାଏରେ ୧୫ରୁ ୨୦ ମାଓବାଦୀ ଆସି ବର୍ବରକାଣ୍ଡ ଘଟାଇଛନ୍ତି । ପରେ ୮ଟି ପଲିଥିନରେ ଲାଲ ରଙ୍ଗରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ମାଓ ଆତଙ୍କ ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।

ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର

ଭୁବନେଶ୍ୱର: ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର । ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା କମିଛି । ସଡ଼କ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି । ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ, ୧୩୯୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ ଦୁର୍ଘଟଣା ଏବଂ ୧୪୯୦ ମୃତ୍ୟୁ ଘଟିଥିଲା । ସେହିପରି ଚଳିତ ବର୍ଷ ଦୁର୍ଘଟଣାରେ ୨୫୭୨ ଜଣ ଆହତ ହୋଇଛନ୍ତି । ପୋଲିସ ସହଯୋଗରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରାଯାଉଛି ବୋଲି କହିଛନ୍ତି ପରିବହନ ବିଭାଗର ଯୁଗ୍ମ କମିଶନର ।