ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନବିନ

1 min read

ଭୁବନେଶ୍ବର: ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କୁ ଅଧିକ ପଚରାଉଚରା କରାଯାଉଛି । ଗତକାଲି ବିଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ରେଡ୍ ହୋଇଥିଲା । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍-ଏ ତୃତୀୟ ମହଲା, ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁ, କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ ।