spot_img
Home Blog Page 2629

ନୂଆଁଖାଇ ପାଇଁ ଚଳଚଞ୍ଚଳ ହେଲାଣି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ହେଲାଣି ପଶ୍ଚିମ ଓଡ଼ିଶା। ନୂଆଁଖାଇ ପାଇଁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଆଜି ପହଞ୍ଚିବ ନୂଆଁଧାନ। ମାଙ୍କ ମନ୍ଦିରରେ ନୂଆଁଧାନ ପହଞ୍ଚିବ । ଯାହାକୁ ଗ୍ରହଣ କରିବେ ପୂଜକ ।

ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଆଁଖାଇ ଦିନ ମାଁ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁ ଖାଇବାର ପରମ୍ପରା ରହିଛି। ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଜମିଲାଣି ମାର୍କେଟ୍।

ହନିଟ୍ରାପ ମାମଲା: ଲୋକଙ୍କୁ ଚୁନା ଲଗାଇବା ପାଇଁ ନାଁ ବଦଳାଇଥିଲା ଇରାନୀ

ଭୁବନେଶ୍ୱର: ବ୍ଲାକମେଲର ଇରାନୀ ପାତ୍ର ହନିଟ୍ରାପ ମାମଲା। ଖୋଲୁଛି ଦମ୍ପତ୍ତିଙ୍କ ଠକେଇର କୁହୁକ ପେଡି। ଲୋକଙ୍କୁ ଚୁନା ଲଗାଇବା ପାଇଁ ନାଁ ବଦଳାଇଥିଲା ଇରାନୀ। ସୋସିଆଲ ମିଡିଆରେ ଲିପ୍ସା ମହାନ୍ତି ନାଁରେ ଥିଲେ ପରିଚିତ। ଯିଏ ଟ୍ରାପରେ ଫଶୁନଥିଲା, ତାକୁ ନ୍ୟୁଡ଼ କଲ କରୁଥିଲା ଇରାନୀ।

ପୁରା ସିଣ୍ଡିକେଟରେ ସାହାଯ୍ୟ କରୁଥିଲା ସ୍ୱାମୀ ନିଶିକାନ୍ତ ପାତ୍ର ଓରଫ ବାପି। ପର ପୁରୁଷ ହାତରେ ସ୍ତ୍ରୀକୁ ଟେକିଦେବା ପାଇଁ ଘରକୁ ସଜାଉଥିଲା ବାପି। ବେଡ଼ ଉପରେ ରଜନିଗନ୍ଧା ବିଛାଇ ଲୋକଙ୍କୁ ଘରକୁ ଡାକୁଥିଲା। ଜଣେ ଡାକ୍ତରଙ୍କ ସହ ମୋଟ ୪ ଜଣ ଇରାନୀ ବିରୋଧରେ ଏତଲା ଦେଇଛନ୍ତି। ୨୦ ରୁ ଉର୍ଦ୍ଧ ଠକେଇର ଶିକାର ହୋଇଥିବା ପୋଲିସ ସନ୍ଦେହ କରୁଛି। ପ୍ରଥମେ ସ୍ୱାମୀ ଓ ପରେ ସ୍ତ୍ରୀକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ।

୨୪ ଘଣ୍ଟାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ରୋଗୀଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ଦେଖାଯାଉଛି। ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର

ବାଙ୍କୀ: ହୀରାକୁଦ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।

ଅନ୍ୟପଟେ ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଦିନ ୧୧ଟା ସୁଦ୍ଧା ଆହୁରି ଅଧିକ ପାଣି ଆସିବାର ସମ୍ଭାବନା ରହିଛି। ସେପଟେ ବାଙ୍କୀରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ। ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।

ଅନ୍ୟପଟେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ଦ୍ବିତୀୟ ବନ୍ୟାଜଳ। ପାଣି ଆସିବାରୁ ରତ୍ନଗିରି ପାହାଡ଼ରେ ମାଙ୍କ ଆଶ୍ରୟ ସ୍ଥଳୀକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ମହାନଦୀର ଭଗିପୁର ପଠାରେ ଫସିଲେ ମଇଁଷି ପଲ । ଗତକାଲି ଠାରୁ ଚରିବାକୁ ଯାଇଥିବା ୭ଟି ମଇଁଷି ପଲ ଫସି ରହିଛନ୍ତି । ହଠାତ ବନ୍ୟାଜଳ ଆସିଯିବାରୁ କୂଳକୁ ଆସି ନପାରି ମଇଁଷିପଲ ଫସି ରହିଛନ୍ତି ।

ବାଲି ଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଛେଳିଆପଡାରେ ଅଭାବନୀୟ ଘଟଣା। ବାଲି ଗଦା ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା। ହତ୍ୟା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲି ଗଦାରେ ସକାଳୁ କାଙ୍ଗୁଲା ଗାଁର ସଂଗ୍ରାମ ବେହେରାଙ୍କ ମୃତଦେହ ମିଳିଥିଲା। ଘର ଲୋକଙ୍କ କହିବା କଥା ଗତକାଲି ତାଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ସଂଗ୍ରାମ ମିସ୍ତ୍ରୀ ଓ ଲେବରଙ୍କ ଖାଇବା ପିଇବା କଥା ବୁଝିସାରି ମଣ୍ଡପରେ ଶୋଇବାକୁ କହି ଘରୁ ବାହାରି ଆସିଥିଲା।

ହେଲେ ଆଜି ସକାଳୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏହାକୁ ନେଇ ଅନୁଗୁଳ ଆଠଗଡ଼ ରାସ୍ତା ଅବରୋଧ କରିଛନ୍ତି ଲୋକ। ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ।

୧୮ରୁ ପୁଣି ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ବର୍ଷାରେ ଲାଗିଲା ବ୍ରେକ୍ । ଆସନ୍ତା ଦୁଇଦିନ କାଁ ଭାଁ କିଛି ଜିଲ୍ଲାକୁ ଛାଡିଦେଲେ ବାକି ଅଧିକାଂଶ ଜିଲ୍ଲାରେ ରହିବ ଶୁଖିଲା ପାଗ। ଉପକୂଳ ଓଡ଼ିଶାରେ ରାଜ କରିବ ଗରମ ଓ ଗୁଳୁଗୁଳି। ଆସନ୍ତାକାଲିଠୁ ୧୭ ତାରିଖ ଯାଏ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ତେବେ ୧୮ ତାରିଖ ଠାରୁ ପୁଣି ରାଜ୍ୟରେ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏଥିପାଇଁ ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ଲୋକାର୍ପିତ ହେବ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ

କଟକ: କଟକ ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ। ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ୧୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

୧୫ ଏକର ପରିମିତ ଜମି ଉପରେ ନିର୍ମିତ ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା। ଏଠାରେ ୧୯୨ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି। ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି। ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୋଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ।

୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ହାରିଲା ଭାରତ ଦିଲ୍ ଜିତିଲେ ଗିଲ୍  । ଭାରତ-ବାଂଲାଦେଶ ଏସିଆ କପ ମୁକାବିଲାରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ  । ମ୍ୟାଚକୁ ଶେଷ ମୁହୂର୍ତ୍ତରେ ୬ ରନରେ ଜିତିନେଇଛି ବାଂଲାଦେଶ  । ୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ହୋଇଛି ଟିମ୍ ଇଣ୍ଡିଆ  । ତେବେ ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି ଶୁଭମନ ଗିଲ୍  । ୧୩୩ବଲରେ ଗିଲ୍ ୧୨୧ ରନ ହାସଲ କରିଛନ୍ତି । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ କରିବାକୁ ସକ୍ଷମ ହୋଇଥିଲେ  । ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ପରେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ ।India vs Bangladesh Live Score, Asia Cup 2023 Updates: WICKET!!! Mahedi  Hasan departs Shubman Gill, India at 210/7 | Mint

ସେହିପରି ଶେଷ ଓଭରଗୁଡ଼ିକ ବେଳକୁ ନସୁମ ଅହମ୍ମଦ ଓ ମେହେଦି ହସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୫୦ ଉପରକୁ ନେଇଯାଇଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରି ଭାରତକୁ ୨୬୬ରନର ଟାର୍ଗେଟ ଦେଇଥିଲା  । ଜବାବରେ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ତିଷ୍ଠି ରହିବାକୁ ସକ୍ଷମ ହୋଇନଥିଲା  । ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯିବା ଦଳକୁ ବ୍ୟାକଫୁଟକୁ ନେଇଯାଇଥିଲା  । କିନ୍ତୁ ଓପନର ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ୧୩୩ ବଲରେ ୧୨୧ରନ କରିଥିଲେ ଗିଲ୍ । ୫ଟି ଛକା ଓ ୮ଚି ଚୌକା ମାରିଥିଲେ ଗିଲ୍ । ଗିଲଙ୍କୁ ଛାଡ଼ି ଆଉ କୌଣସି ଭାରତୀୟ ଖେଳାଳି ଅର୍ଦ୍ଦଶତକ ମଧ୍ୟ କରିପାରିନଥିଲେ  । ଶେଷରେ ସଂଘର୍ଷ କରି ଦଳ ୨୫୯ ରନରେ ସମସ୍ତ ଓ୍ବିକେଟ ହରାଇଥିଲା  ।

୨୦ରୁ ଉର୍ଦ୍ଧ ବରିଷ୍ଠ ବିଜେପି କର୍ମୀ ବିଜେଡିରେ ସାମିଲ

ବରଗଡ଼ : ବରଗଡ଼ ଜିଲ୍ଲାରେ ରେ ବିଜେଡିର ମିଶ୍ରଣ ପର୍ବ  । ଭଟଲି ନୁଆଁପାଲିଠାରେ ବିଧାୟକ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ବିଜେଡିର ମିଶ୍ରଣ ପର୍ବ ସାଙ୍ଗକୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି  । ହଜାର ହଜାର ଜନସାଧାରଣ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ଚାଲିଥିବା ବିକାଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ଭଟଲି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ବିଧାୟକ ସୁଶାନ୍ତ ସିଂ  । ଏହି ଅବସରରେ ୨୦ ଜଣ ବରିଷ୍ଠ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି  । କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋୟକ ଗୌରହରି ମିଶ୍ର ଓ ବରଗଡ଼ ଜିଲ୍ଲା ପରିଷଦ ଅଧକ୍ଷା ମାନିନୀ ଭୋଇ ,ବରିଷ୍ଠ ବିଜେଡ଼ି ନେତା ଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ  ।

ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍

ଭୁବନେଶ୍ୱର : ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍ । ଟାଇମ୍ ମାଗାଜିନରେ ପ୍ରକାଶ ପାଇଛି ତାଲିକା । ଇନଫୋସିସ୍ ୬୪ତମ ସ୍ଥାନରେ ରହିଛି । ୭୫୦ଟି କମ୍ପାନୀଙ୍କୁ ନେଇ ଟାଇମ୍ ମାଗାଜିନ ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଥିବା ୧୦୦ଟି କମ୍ପାନୀଙ୍କୁ ଅଗ୍ରାଧିକାର ଦିଆଯାଇଛି  । ମାଇକ୍ରୋସଫ୍ଟ, ଆପଲ, ଆଲଫାବେଟ, ମେଟା ପ୍ଲାଟଫର୍ମ ଭଳି କମ୍ପାନୀ ତାଲିକାର ସବୁଠୁ ଆଗରେ ଅଛନ୍ତି  । କମ୍ପାନୀର ରାଜସ୍ବ,, କର୍ମଚାରୀଙ୍କ ମତାମତ, କମ୍ପାନୀର ବାତାବରଣକୁ ନେଇ ସର୍ଭେ କରାଯିବା ପରେ ତାଲିକା ପ୍ରସ୍ତୁତ ହୋଇଛି । ସର୍ଭେରେ ସାମିଲ ହୋଇଥିବା କମ୍ପାନୀର ଉତ୍ପାଦନ ଏବଂ ଟେକନୋଲୋଜି ଯୋଗୁଁ ସାରା ବିଶ୍ବର ଆର୍ଥିକ କାରବାରକୁ ପ୍ରଭାବିତ କରୁଛି ।