୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ଟିମ୍ ଇଣ୍ଡିଆ

1 min read

ନନ୍ଦିଘୋଷ ବ୍ୟୁରୋ : ହାରିଲା ଭାରତ ଦିଲ୍ ଜିତିଲେ ଗିଲ୍  । ଭାରତ-ବାଂଲାଦେଶ ଏସିଆ କପ ମୁକାବିଲାରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ  । ମ୍ୟାଚକୁ ଶେଷ ମୁହୂର୍ତ୍ତରେ ୬ ରନରେ ଜିତିନେଇଛି ବାଂଲାଦେଶ  । ୨୬୬ରନର ଟାର୍ଗେଟକୁ ପିଛା କରି ୨୫୯ରନରେ ଅଲଆଉଟ ହୋଇଛି ଟିମ୍ ଇଣ୍ଡିଆ  । ତେବେ ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି ଶୁଭମନ ଗିଲ୍  । ୧୩୩ବଲରେ ଗିଲ୍ ୧୨୧ ରନ ହାସଲ କରିଛନ୍ତି । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ କରିବାକୁ ସକ୍ଷମ ହୋଇଥିଲେ  । ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ପରେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ ।India vs Bangladesh Live Score, Asia Cup 2023 Updates: WICKET!!! Mahedi  Hasan departs Shubman Gill, India at 210/7 | Mint

ସେହିପରି ଶେଷ ଓଭରଗୁଡ଼ିକ ବେଳକୁ ନସୁମ ଅହମ୍ମଦ ଓ ମେହେଦି ହସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୫୦ ଉପରକୁ ନେଇଯାଇଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରି ଭାରତକୁ ୨୬୬ରନର ଟାର୍ଗେଟ ଦେଇଥିଲା  । ଜବାବରେ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ତିଷ୍ଠି ରହିବାକୁ ସକ୍ଷମ ହୋଇନଥିଲା  । ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯିବା ଦଳକୁ ବ୍ୟାକଫୁଟକୁ ନେଇଯାଇଥିଲା  । କିନ୍ତୁ ଓପନର ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ୧୩୩ ବଲରେ ୧୨୧ରନ କରିଥିଲେ ଗିଲ୍ । ୫ଟି ଛକା ଓ ୮ଚି ଚୌକା ମାରିଥିଲେ ଗିଲ୍ । ଗିଲଙ୍କୁ ଛାଡ଼ି ଆଉ କୌଣସି ଭାରତୀୟ ଖେଳାଳି ଅର୍ଦ୍ଦଶତକ ମଧ୍ୟ କରିପାରିନଥିଲେ  । ଶେଷରେ ସଂଘର୍ଷ କରି ଦଳ ୨୫୯ ରନରେ ସମସ୍ତ ଓ୍ବିକେଟ ହରାଇଥିଲା  ।