spot_img
Home Blog Page 2598

ଆରବିଆଇରେ ଡିପୋଜିଟ ହେଉଛି କାହାର ଟଙ୍କା ?

ଭୁବନେଶ୍ୱର : ଆରବିଆଇରେ ଡିପୋଜିଟ ହେଉଛି କାହାର ଟଙ୍କା  । ଆଜି ବି ୨ ହଜାର ଟଙ୍କିଆ ନୋଟ ବଦଳାଇବାକୁ ଲାଗିଛି ଗହଳି  । ଅନ୍ୟର ଟଙ୍କା ଆଣି ବଦଳାଇ କମିଶନ ନେଉଥିବା କିଛି ବ୍ୟକ୍ତି ଖୋଲାଖୋଲି ପ୍ରକାଶ କରିଛନ୍ତି  । ତେବେ କାହାର ଏ ଟଙ୍କା, କିଏ ସେମାନଙ୍କୁ ଟଙ୍କା ଦେଇ ଲାଇନରେ ଠିଆ କରିଛି ତାର ତନାଘନା କରାଯାଉଛି  । ପୂର୍ବରୁ ଇଡ଼ି ଓ ଇଓଡବ୍ଲୁ ଆରବିଆଇ ସମ୍ମୁଖରେ ପହଞ୍ଚି ତନାଘନା କରିଛନ୍ତି । ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଇଛି ଇଓଡବ୍ଲୁ ଓ ଇଡି । କିଏ କେତେଥର ଟଙ୍କା ବଦଳ କରିଛନ୍ତି ତାର ତଥ୍ୟ ନେଇଛି ତଦନ୍ତକାରୀ ଟିମ୍ । ଆରବିଆଇ ତଥ୍ୟ ସହ ଗତ ୫ ଦିନର ସିସିଟିଭି ଫୁଟେଜ୍ ଇଡି ଓ ଇଓଡବ୍ଲୁକୁ ପ୍ରଦାନ କରିଛି । RBI ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବଢ଼ିଛି ବ୍ୟାଙ୍କ ଆକାଉଣ୍ଟରେ  ୨ ହଜାର ଟଙ୍କିଆ ନୋଟ ଜମା । ପୂର୍ବରୁ ମାତ୍ର ୫ ପ୍ରତିଶତ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା । RBI Extends Deadline To Exchange Rs 2,000 Banknotes Till October 7 -  Oneindia News

ଏହି ଖବର ପଢନ୍ତୁ :  ଜାନୁଆରୀ ୧୭ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା

ଏବେ ଏହା ୨୫ରୁ ୩୦ ପ୍ରତିଶତକୁ ବଢ଼ିଛି । ଗତକାଲି ୧୪୦ ଜଣ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି । ପୋଷ୍ଟାଲ ମାଧ୍ୟମରେ ମଧ୍ୟ ୨ ହଜାର ଟଙ୍କିଆ ଜମା କରିପାରିବେ ଲୋକେ । ପ୍ରତିଦିନ ଏକ କୋଟିରୁ ଦେଇକୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ଜମା ହେଉ ଥିବା RBI ଆଞ୍ଚଳିକ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି  ।

ଜାନୁଆରୀ ୧୭ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା

ପୁରୀ : ଶ୍ରୀକ୍ଷେତ୍ର ଇତିହାସରେ ଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା। ୨୦୨୧ ନଭେମ୍ବର ୨୪ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ମଡେଲ ଅନାବରଣ କରିବା ସହ ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବୀନ। ଶିଳାନ୍ୟାସ ପରେ ନିର୍ମାଣ କାମ ଆରମ୍ଭ କରିଥିଲା ଟାଟା ପ୍ରକଳ୍ପ। ଏହାପରଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ପ୍ରତି ସପ୍ତାହରେ ଅନୁଧ୍ଯାନ କରିଛନ୍ତି ଫାଇଭ୍-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍। ପ୍ରକଳ୍ପ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେଉଛି ସବୁଜ ବଳୟ। ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯାଉଛି। Srimandir Parikrama Project Adds New Chapter In Odisha's History | Odisha

ଏହି ଖବର ଉପରେ ନଜର ପକାନ୍ତୁ :  ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର

ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ବତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ନିର୍ମାଣ କରାଯାଉଛି। ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏଟିଏମ୍ ବ୍ୟବସ୍ଥା ବି ହେଉଛି। ଆହୁରି ସୁନ୍ଦର ହେବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଳୁ ସାଉଁଟିବେ ନିଆରା ଅନୁଭବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା। ସାଆନ୍ତେଙ୍କ ପାଇଁ ସ୍ବଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ହିନ୍ଦୁ, ଇସାଇ, ଇହୁଦି; ସବୁ ଏକାଠି ରହିପାରିବେ, କିନ୍ତୁ ମୁସଲମାନ ନୁହେଁ: ହମାସ ନେତାଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ନିଜେ ଇସଲାମ୍ ସମ୍ପ୍ରଦାୟର ହୋଇ ମଧ୍ୟ କିଛି ଏଭଳି କହିଛନ୍ତି ହମାସ ନେତାଙ୍କ ପୁଅ । ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ବେଦ, ଗୀତା ଓ ଉପନିଷଦର ରାଷ୍ଟ୍ର ଭାରତ ଆତଙ୍କବାଦୀଙ୍କ ବିରୋଧରେ ଛିଡା ହେବା ପାଇଁ ନିବେଦନ କରିଛନ୍ତି ହମାସ ନେତାଙ୍କ ପୁଅ ମୋସାବ ହସନ।

ଆତଙ୍କବାଦୀ ସଙ୍ଗଠନ ହମାସର ପ୍ରତିଷ୍ଠାତା ନେତାଙ୍କ ମଧ୍ୟରେ ଥିଲେ ଶେଖ ହସନ ୟୁସୁଫ୍। ଶେଖ ହସନଙ୍କ ପୁଅ ମୋସାବ ହସନଙ୍କ ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଇଣ୍ଟରଭ୍ୟୁରେ ସେ ଭାରତ ଏବଂ ଭାରତୀୟ ହିନ୍ଦୁଙ୍କର ଖୁବ୍ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି  ମୁସଲମାନ କେବେ ଅନ୍ୟ ସମ୍ପ୍ରଦାୟ ସହ ଏକାଠି ରହିପାରିବେ ନାହିଁ। ଖାସ୍ କଥା ହେଉଛି ସେମାନେ ମିଶିକି ରହିବାକୁ ମଧ୍ୟ ଚାହାଁନ୍ତି ନାହିଁ। କିନ୍ତୁ ହିନ୍ଦୁମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଏ ନାହିଁ। ଇସାଇ ଓ ଇହୁଦି ମଧ୍ୟ ଏକାଠି ରହିପାରନ୍ତି।

ଏଠି ପ୍ରଶ୍ନ ଉଠୁଛି କେବଳ ମୁସଲମାନ ମାନେ କାହିଁକି ହିଂସା ଘଟାଇଥାନ୍ତି। ଆମକୁ ହମାସ ଓ କୌଣସି ପ୍ରକାରର ଇସଲାମିକ ଆନ୍ଦୋଳନକୁ ଶେଷ କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଇସଲାମିକ ବିଚାରଧାରାକୁ ଛାଡିଦେଇଛି। ଆଉ ହିଂସାକୁ ନାଁ କହିବା ଯୋଗୁଁ ବହୁତ କିଛି ସହିବାକୁ ମଧ୍ୟ ପଡିଛି। ଯାହା ମରିବା ସହ ସମାନ।

ମୋ ନିଷ୍ପତ୍ତି ପାଇଁ ସମସ୍ତେ ମୋତେ ଦୂରେଇ ଦେଇଥିଲେ। ହିଂସା, ରକ୍ତପାତ ଓ ଆତ୍ମଘାତୀ ଆକ୍ରମଣକୁ ନା କହିବାରୁ ମୋତେ ସଇତାନର ଆଖ୍ୟା ଦିଆଯାଇଥିଲା। ନିୟମ ବାହାରକୁ ଗଲେ ସେମାନେ ସମସ୍ତଙ୍କ ସହ ଏହି ଭଳି କରିଥାନ୍ତି। ମୁଁ ଦୁଇ ପକ୍ଷକୁ ଭଲ ଭାବେ ଜାଣିଛି ସେଥିପାଇଁ ଆମକୁ ଇସ୍ରାଏଲ୍ ପାଇଁ ଛିଡା ହେବାକୁ ପଡିବ ।

ୟୁସୁଫ ଆହୁରି କହିଛନ୍ତି, ହମାସର ମାନସିକତାକୁ ମୂଳପୋଛ କରିବାକୁ ପଡିବ । ସେମାନଙ୍କୁ ଚେତେଇବାକୁ ପଡିବ ଜୀବନ ଜିଇଁବାର ପନ୍ଥା ଏହା ନୁହେଁ । ପୃଥିବୀ କେବଳ ହମାସ କି ମୁସଲମାନଙ୍କ ନୁହେଁ ।

ମୋସାବ, ହମାସ ଛାଡିବା ପରେ ପ୍ରାୟ ୧୦ ବର୍ଷ ଯାଏଁ ସିନ ବେଟଙ୍କ ପାଇଁ କାମ କରିଥିଲେ । ସିନ ବେଟ ହେଉଛି ଇସ୍ରାଇଲର ଅନ୍ତରୀଣ ସୁରକ୍ଷା ଏଜେନ୍ସି । ଯାହା ହମାସର ଗତିବିଧି ଉପରେ ନଜର ରଖିଥାଏ । ତେବେ ମୋସାବନେ ଏବେ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବା ବେଳେ ଆମେରିକାରେ ରହୁଛନ୍ତି ।

ଇସ୍ରାଏଲରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ

ଗାଜା: ଇସ୍ରାଏଲ ଓ ହମାସ ଯୁଦ୍ଧକୁ ବିତିଲାଣି ୪ ସପ୍ତାହ। ଗତମାସ ୭ତାରିଖରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଗାଜାରେ ପାଖାପାଖି ୧୦ ହଜାର ଲୋକଙ୍କର ଜୀବନ ଗଲାଣି। ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ହମାସକୁ ମୂଳପୋଛ କରିବାକୁ ଅଭିଯାନ ଜାରି ରଖିଛି ଇସ୍ରାଏଲ । ହମାସର ସୁଡ଼ଙ୍ଗ, ରକେଟ ଲଞ୍ଚରକୁ ଧ୍ବଂସ କରିବାକୁ ଘନ ଘନ ଆକ୍ରମଣ କରୁଛି।

ଆଜି ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ଯୁଦ୍ଧ ପରେ ଆଣ୍ଟୋନି ଦ୍ବିତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରୁଛନ୍ତି। ସାଧାରଣ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି ବିଶ୍ବନେତା। ଆମେରିକା ରାଷ୍ଟ୍ରପତିଙ୍କ ସମେତ ବହୁ ଆରବ ନେତା ଅସ୍ତ୍ରବିରତି ପାଇଁ ଅପିଲ କରିଛନ୍ତି। ଗାଜା ଉପରେ ଇସ୍ରାଏଲ ୧୦ ହଜାରରୁ ଅଧିକ ବୋମା ପକାଇଲାଣି ବୋଲି ସୂଚନା ମିଳିଛି। ଏହା ଭିତରେ ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଲାଗି ବହୁ ଦେଶ ଘୋଷଣା କରିଛନ୍ତି। ରାଫା କ୍ରସିଂ ଦେଇ ଏହି ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୦୦ ନାଗରିକ ଗାଜା ଛାଡ଼ିସାରିଥିବା ସୂଚନା ମିଳିଛି ।

ସେପଟେ ଇସ୍ରାଏଲ ଉପରେ ଅକ୍ଟୋବର ୭ ହମଲା ପରି ଅଧିକ ଆକ୍ରମଣ ଚାଲିବ ବୋଲି ଧମକ ଦେଇଛନ୍ତି ହମାସ ମୁଖପାତ୍ର ଘାଜି ହମ୍ମଦ। ସେ କହିଛନ୍ତି- ଇସ୍ରାଏଲକୁ ଉଚିତ ଶିକ୍ଷା ଦିଆଯିବ। ଗାଜାରୁ ଇସ୍ରାଏଲକୁ ସମ୍ପୂର୍ଣ୍ଣ ନ ହଟାଇବା ଯାଏ ଏହି ସଂଗ୍ରାମ ଚାଲିବ। ବର୍ତ୍ତମାନ ସୁଦ୍ଧା ପ୍ରାଣହରାଇଥିବା ସହିଦମାନଙ୍କ ଲାଗି ହମାସ ଗର୍ବ ଅନୁଭବ କରେ ବୋଲି ସେ କହିଛନ୍ତି।

ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁଚ୍ଛାଗୁଡାଦେଇ ଏକୋରି ପର୍ଯ୍ୟନ୍ତ ରାସ୍ତା ଉପରେ ସେତୁ କରିବା ପାଇଁ ୮.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ ହଜାର ୫୦୦ ଲୋକ ଉପକାର ପାଇବେ। ସେହିପରି ନୂଆଗୁଡାଠାରେ ଏକ ସେତୁ ପାଇଁ ୫.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୪୩୧୮ ଲୋକ ଉପକାର ପାଇବେ। ପାପଡାହାଣ୍ଡି- ଉମରକୋଟ ରାସ୍ତା ତୁରିନାଳ ଉପରେ ସେତୁ ପାଇଁ ୭.୧୪ କୋଟି ଟଙ୍କା, ୫ ଲକ୍ଷ ଲୋକ ଉପକାର ପାଇବେ। ଏହା ସହିତ ଅନେକ ସେତୁ, ସଡକ ଓ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଝରିଗାଁ ନିର୍ବାଚନ ମଣ୍ଡଳୀରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୧.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଚନ୍ଦାହାଣ୍ଡିରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୬୧.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୧୧ ହଜାର ଚାଷୀ ଉପକାର ପାଇବେ। ସେହିପରି ଝରିଗାଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୫ ହଜାର ଚାଷୀ ଉପକାର ପାଇବେ। ଚନ୍ଦନଧାରା ଓ ଭୈରଘୁମର ଜଳପ୍ରପାତରେ ୨ଟି ପର୍ଯ୍ୟଟନ ପ୍ରକଳ୍ପ ହେବ, ଏଥିରେ ପ୍ରାୟ ୮୦ ହଜାର ଲୋକ ଉପକୃତ ହେବେ।

ଭାସ୍କେଲ ନଦୀ ଉପରେ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କରାଯିବ, ଏହା ଦ୍ୱାରା ୫୦ ହଜାର ଲୋକ ଉପକାର ପାଇବେ। ସେହିପରି ମା’ ବିଦ୍ରୀ ମନ୍ଦିରର ଉନ୍ନତିକରଣ ଓ ଅନେକ ସ୍କୁଲ କଲେଜ ରହିଛି। ଉମରକୋଟ ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭାକେଲ ଡ୍ୟାମ ଉପରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ୫.୬୭ କୋଟି, ପୋଡାଗଡ ପ୍ରସିଦ୍ଧ ଶୈବ ପୀଠ ଓ ଐତିହାସିକ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ୨ଟି ପ୍ରକଳ୍ପ ଦ୍ୱାର ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ସେହିପରି ନାୟକଗୁଡାରୁ ପିତିସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା, ଭାସ୍କେଲ ଡ୍ୟାମର ତଳପଟେ ପିଲାଙ୍କ ପାର୍କ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ  ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନବରଙ୍ଗପୁର ପୌରାଞ୍ଚଳରେ ୪ଟି ବହୁମୂଖୀ କମ୍ୟୁନିଟି ହଲ୍‌ ପାଇଁ ୩.୮୩ କୋଟି, ମାଙ୍ଗରାଡୋରା ଜଳପ୍ରପାତ ପର୍ଯ୍ୟଟନ ଭିତ୍ତି ପାଇଁ ୩.୨୦ କୋଟି, ମାଣ୍ଡାଡୋଗରି ଶୈବକ୍ଷେତ୍ର ଉନ୍ନତି ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ନଜର ପକାନ୍ତୁ ଏହି ଖବର ଉପରେ :  କଳାହାଣ୍ଡି, ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଏ ସବୁ ପ୍ରକଳ୍ପ ଦ୍ୱରା ୨ ଲକ୍ଷରୁ ଅଧିକ ଲୋକ ଉପକରା ପାଇବେ। ନବରଙ୍ଗପୁର କଲେଜ ଓ ମଡେଲ ଡିଗ୍ରୀ କଲେଜ ଉନ୍ନତିକରଣ ସହିତ ମା’ ଭଣ୍ଡାରଘରଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟ ନିଆଯାଇଛି। ନବରଙ୍ଗପୁରର ଲାଖ କାରିଗରଙ୍କ ପାଇଁ ଏକ କଞ୍ଚାମାଲ ବ୍ୟାଙ୍କ ମଧ୍ୟ କରାଯିବ। ଏହା ଦ୍ୱାର ୨୦୦ କାରିଗର ପରିବାର ଉପକାର ପାଇବେ। ଏହି ପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୮.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

କଳାହାଣ୍ଡି, ଜୁନାଗଡ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିଲ୍ଲାଗସ୍ତ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ ୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଜୁନାଗଡ ମା’ ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ। ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୦.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 1 କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା’ ମାଣିକେଶ୍ୱରୀଙ୍କ ନାମରେ  ନାମିତ କରିଛନ୍ତି। ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଭଟଙ୍ଗପଦର ଓ କାଚଲେଖାଠାରେ ୧୨୦ ଆସନ ବିଶିଷ୍ଟ ୩ଟି ହଷ୍ଟେଲ ନିର୍ମାଣ କରାଯିବ।

ଏଥିପାଇଁ ୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ନର୍‌ଲା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ସହିତ ତୁଳାପଡାଠାରେ ଏକ ST Girls Hostel ରହିଛି। ଏହା ସହିତ ଉତେଇ ମୁଖ୍ୟ କେନାଲର Service Roadର ଉନ୍ନତିକରଣ ଏବଂ ରିଷିଡା ଦିଷ୍ଟି  UIPର Service Roadର ଉନ୍ନତିକରଣ ପାଇଁ ୫.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଆମପାଣି ବୁଢାରାଜା ମନ୍ଦିର, ଧର୍ମଗଡ ମା’ ଭଣ୍ଡାରଘରଣୀ ମନ୍ଦିର ଓ କରକ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ। ଧର୍ମଗଡ ଯଶୋଦା ଆଶ୍ରମ ହଷ୍ଟେଲ ପାଇଁ ୩.୨୧ କୋଟି ଟଙ୍କା, Town Hall ପାଇଁ ୨.୭୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଅନେକ ସ୍କୁଲ ଓ କଲେଜ ମଧ୍ୟ ରହିଛି। ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ୧.୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ଏହି ଖବର ଉପରେ ନଜର ପକାନ୍ତୁ :  ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଯୋଜନାର ଅନ୍ୟତମ ଲକ୍ଷ୍ୟ

ଏହା ଡିସେମ୍ବର ସୁଦ୍ଧା ସରିବ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚ ଶିକ୍ଷା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ଭବାନିପାଟଣା ମହିଳା କଲେଜ କାମ ମଧ୍ୟ ଡିସେମ୍ବର ସୁଦ୍ଧା ସରିବ। ଭବାନିପାଟଣା ଆଶାସାଗର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ ପାଇଁ ୬.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ କାର୍ଲାପଡାରେ ୧୨୦ ଆସନ ବିଶିଷ୍ଟ ST Girls Hostel ପାଇଁ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପରି କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୬.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଯୋଜନାର ଅନ୍ୟତମ ଲକ୍ଷ୍ୟ

ଭୁବନେଶ୍ୱର : ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ।

ନଜର ପକାନ୍ତୁ ଏହି ଖବର ଉପରେ :  ମାତ୍ର ୭ଦିନରେ ଅଭିଯୋଗର ସମାଧାନ ନବରଙ୍ଗପୁରବାସୀଙ୍କ ପାଇଁ ଏକ ବିରଳ ଅନୁଭବ

ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା’ ମାନଙ୍କୁ ୫ଟି ସୁନ୍ଦର ଉପହାର ଦେଉଛନ୍ତି।

ମାତ୍ର ୭ଦିନରେ ଅଭିଯୋଗର ସମାଧାନ ନବରଙ୍ଗପୁରବାସୀଙ୍କ ପାଇଁ ଏକ ବିରଳ ଅନୁଭବ

୫ମ ପାଳିରେ ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସୁନ୍ଦର ଉପହାର 

– ୫ ଟଙ୍କାରେ ଆହାର,

– ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ୫ ହଜାର ଟଙ୍କା ସହାୟତା,

– ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ ମାନଙ୍କୁ ୫ ଟଙ୍କାରେ ବସରେ ଯିବାଆସିବାର ସୁବିଧା,

– ମିଶନ ଶକ୍ତିରେ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ,

– ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା’ ମାନଙ୍କ ପାଇଁ ଆଉ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଭୁବନେଶ୍ୱର : – ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ କଳାହାଣ୍ଡି ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍‌ଲା, ଧର୍ମଗଡ, ଭବାନିପାଟଣା  । ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍‌‌ର ୩୧୦ଟି  ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ ।

ଏଥିରେ ୧୦ଟି ବ୍ଲକ୍‌ର ୧୮୯ଟି   ଗ୍ରାମପଞ୍ଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ଓ ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ।

ଏହି ଖବର ପଢନ୍ତୁ : ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ

ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩ଜଣ ପୋଲିସ ମୃତ

ନନ୍ଦିଘୋଷ ବ୍ୟୁରୋ : ପୁଣିଥରେ ପାକିସ୍ତାନରେ ଏକ ବଡ଼ ବିସ୍ଫୋରଣ ଘଟିଛି ।  ଏହି ଆକ୍ରମଣରେ ତିନି ଜଣ ପୋଲିସ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ୧୫ ଜଣ ଆହତ ହୋଇଥିବା କୁହାଯାଉଛି ଯେଉଁଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ଜିଲ୍ଲାର ଟ୍ୟାଙ୍କ ବେସ ନିକଟ ଡେରା ଇସମାଇଲ ଖାନଙ୍କ ସ୍ଥାନୀୟ ବଜାରରେ ଏହି ବିସ୍ଫୋରଣ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରକ ସାମଗ୍ରୀ ଏକ ମୋଟରସାଇକେଲରେ ସ୍ଥିର କରାଯାଇଛି। ଅନେକ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି। ପୋଲିସ କହିଛି ଯେ ବିସ୍ଫୋରଣର ଶବ୍ଦ ବହୁତ ଜୋରରେ ଥିଲା ଏବଂ ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖାଇବର ପାଖ୍ଟନଖୱାରେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣ ଘଟେ। ଟାର୍ଗେଟରେ ପୋଲିସ କର୍ମଚାରୀ ଅଛନ୍ତି। ସଦ୍ୟତମ ଘଟଣା ସମ୍ପର୍କରେ ପୋଲିସ ଭ୍ୟାନ ମଧ୍ୟ ଏହି ଆକ୍ରମଣର ଟାର୍ଗେଟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ସେ କହିଛନ୍ତି ଯେ ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ଏବଂ ଏହା ପଛରେ ଥିବା ଅପରାଧୀଙ୍କୁ ଗିରଫ କରାଯିବ। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ଆଇନ ଶୃଙ୍ଖଳା ଏଜେନ୍ସିର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଗତ ବର୍ଷ ନଭେମ୍ବରରେ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ପାକିସ୍ତାନରେ ବିଶେଷ କରି ଖାଇବର ପାଖ୍ଟନଖୱା ଏବଂ ବାଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଖାଇବର ପାଖ୍ଟନଖୱା ତେହେରିକ ତାଲିବାନ ପାକିସ୍ତାନର ଗଡ଼ ଭାବରେ ପରିଗଣିତ ହୁଏ, ଯିଏ ପାକିସ୍ତାନ ପୋଲିସକୁ ଟାର୍ଗେଟ କରି ଆକ୍ରମଣ କରିଥାଏ । Pakistan blast targeting police kills five in northwestern province | Arab  News

ପଢନ୍ତୁ ଏହି ଖବର : ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ

ଆତଙ୍କବାଦୀମାନେ ପେଶୱାରରେ ସେନାକୁ ଟାର୍ଗେଟ କରିଥିଲେ

ଜୁଲାଇରେ ପୃଥକ ପୃଥକ ଆତଙ୍କବାଦୀ ଆକ୍ରମଣରେ ପେଶୱାରର ହାୟାଟାବାଦ ଅଞ୍ଚଳରେ ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ (ଏଫସି) ର ଏକ କନଭେନକୁ ଶକ୍ତିଶାଳୀ ବିସ୍ଫୋରଣରେ ଉଡାଇଦେଲେ । ସେଠାରେ ଅତି କମରେ ଆଠ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ସ୍ଥାନ ନିକଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କ୍ୟାଣ୍ଟ ଏସପି ୱାକାସ୍ ରାଫି ଆତ୍ମଘାତୀ ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି ।

 

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବାରାଗାଡ଼ିଆର ପ୍ରଭୁଦତ୍ତ ବିଶ୍ୱାଳ, ବିଭୁଦତ୍ତ ବିଶ୍ୱାଳ ଓ ମୃତ ଯୁବତୀ ଏମାନଙ୍କ ପଡୋଶୀ ବୋଲି ପରିଚୟ ମିଳିଛି । କେନ୍ଦୁଝର ଘସିପୁରା ଥାନା ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନା ରାସ୍ତାରେ ବାଇକ ସହିତ ଲୁହାପଥର ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଯୁବକ ଓ ଜଣେ ଯୁବତୀ ହାଇୱା ତଳେ ଚାପି ହୋଇଯାଇଥିଲେ ।

ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘସିପୁରା ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ