spot_img
Home Blog Page 2588

ପେଣ୍ଡାଲରୁ ଗଣେଶ ମୂର୍ତ୍ତି ଚୋରି, ଥାନାର ଦ୍ବାରସ୍ଥ ହେଲେ କମିଟି ସଦସ୍ୟ

କଣ୍ଟାବାଞ୍ଜି: ଧୂମଧାମନରେ ପାଳନ ହେଲା ଗଣେଶ ପୂଜା । ପୂରା ଗାଁରେ ଉତ୍ସାହର ମାହୋଲ । ଆଜି ହୋଇଥାନ୍ତା ବିସର୍ଜନ । ସମସ୍ତଙ୍କ ମନରେ ଥିଲା ଉତ୍ସାହ । ହେଲେ ବିଳମ୍ବିତ ରାତିରେ ପୂଜା ମଣ୍ଡପକୁ ଦେଖି ଗାଁର ପିଲାଠୁ ବୟସ୍କ ସମସ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା ବିଷାଦ । କାରଣ ମଣ୍ଡପରୁ ଚୋରି ହୋଇ ଯାଇଥିଲା ମୂର୍ତ୍ତି । ଏମିତି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂଜା କମିଟି ସଦସ୍ୟ ।

କମିଟି ସଦସ୍ୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଅନ୍ୟ ଏକ ସ୍ଥାନରେ ଗଣେଶ ପୂଜା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ଏହାକୁ ଦେଖିବାକୁ କମିଟି ସଦସ୍ୟମାନେ ଯାଇଥିଲେ । ବିଳମ୍ବିତ ରାତିରେ ଫେରି ପେଣ୍ଡାଲରେ ବିଘ୍ନରାଜଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବିଧାନସଭା ମୌସୁମୀ ଅଧିବେଶନ: ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବି, ବାଚସ୍ପତି ଡାକିଲେ ସବର୍ଦଳୀୟ ବୈଠକ

ଭୁବନେଶ୍ବର: ତୃତୀୟ ଦିନ ମୌସୁମୀ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଚାଲି ପାରିଲାନି ଗୃହ । ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଏହାସହ ଗୃହ ସୁପରିଚାଳନା ପାଇଁ ଡକାଇଲେ ସର୍ବଦଳୀୟ ବୈଠକ ।

ବିଜେପି ସଦସ୍ୟମାନେ ହାତରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ ବିଜେପି ବିଧାୟକ । ସେପଟେ ବିଜେଡି ବିଧାୟକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପି ପ୍ରସଙ୍ଗ ଉଠାଇଥିଲେ । ଅଚଳାବସ୍ଥା ଯୋଗୁଁ ଗୃହକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।

ବିଜେପି ବିଧାୟକଙ୍କୁ ସମାଲୋଚନା

ବିଜେପି ବିଧାୟକ ଗୃହ ଚଳାଇ ନଦେବାକୁ ନେଇ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘ବିଧାନସଭାର ମୌସୁମୀ ଅଧିବେଶନକୁ ଆଜି ମଧ୍ୟ ଚଲାଇ ଦେଲାନି ବିଜେପି । ବିରୋଧୀ ଦଳ ଭାବେ ବିଜେପିର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୃହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନୋତ୍ତର କାଳ । ହେଲେ ବିଜେପି ସଦସ୍ୟମାନେ ଚଳାଇ ଦେଲେନି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଶା କରୁଛୁ ଗୃହ ଚାଲିବ । ବିଜେଡି ବିଭିନ୍ନ ସମୟରେ କେନ୍ଦ୍ରର ବିଭିନ୍ନ ଅବହେଳା ବିରୋଧରେ ସ୍ୱର ଉଠାଇଛି । ଆଜି ବି ସେହି ପ୍ରସଙ୍ଗ ଉଠାଇଛୁ ।’

ସେହିପରି ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସମାଲୋଚନା କରିଛନ୍ତି । ସୁର କହିଛନ୍ତି, ‘ଗୃହକୁ ବିଜେପି ଚଳାଇ ଦେଉନାହିଁ l ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛି । କେବଳ ଡ୍ରାମା କରୁଛି ବିଜେପି । ଜାଣିଶୁଣି ଗୃହକୁ ଚଳାଇ ଦେଉନାହିଁ । ପ୍ରଶ୍ନକାଳ ହେଉଛି ବିଧାନସଭାର ଗୁରୁତ୍ବ ପୂର୍ଣ୍ଣ ସମୟ । ବିଧାୟକମାନେ ୧୫ଦିନ ଆଗରୁ ପ୍ରଶ୍ନ କରିଥାନ୍ତି । ତେଣୁ ଏହାକୁ ବନ୍ଦ କରା ନଯାଉ ।’

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଓଡ଼ିଶା ବିଧାୟକଙ୍କୁ ସମୟ ଦେଉନାହାନ୍ତି । ଏଠି ବିଜେପି ଡ୍ରାମା କରୁଛି । ଆମେ ଚାହୁଁଛୁ ବିଧାନସଭା ଚାଲୁ, ବିଜେପି ବନ୍ଦ କରି କଣ୍ଠରୋଧ କରୁଛି ।’

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ । ମେଟ୍ରୋ ଟାଓ୍ବାରର ୫ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିସହ ଫସିଥିବା ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସଟରକୁ କାଟି ସମ୍ପୂର୍ଣ୍ଣ ଧୂଆଁ ଭର୍ତ୍ତି ପଞ୍ଚମ ମହଲାରୁ ଏହି ୨ ନାବାଳକଙ୍କୁ ଉଦ୍ଧାର କରାଯାଇଛି ।

ଘରୁ ଡାକି ନେଇ ଯୁବକଙ୍କୁ ଛୁରି ମାରି ହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁରରେ ଅଭାବନୀୟ ଘଟଣା । ଘରୁ ଡାକି ନେଇ ଯୁବକଙ୍କୁ ଛୁରି ମାରି ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ । ମୃତକ ହେଲେ ତ୍ରିଲୋଚନ ମଲ୍ଲିକ l ଏହାସହ ଅଭିଯୁକ୍ତମାନେ ମଦ ବୋତଲ ଭାଙ୍ଗି ତ୍ରିଲୋଚନଙ୍କୁ ଆକ୍ରମଣ କରିଥିଲେ ।

ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଚୋରି ମୋବାଇଲ ଭାଗ ବଣ୍ଟାକୁ ନେଇ ନାବାଳକକୁ ପିଟିପିଟି ହତ୍ୟା

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ଜଘନ୍ୟ ହତ୍ୟା । ଚୋରି କରିଥିବା ମୋବାଇଲ ଭାଗ ବଣ୍ଟାକୁ ନେଇ ଜଣେ ନାବାଳକକୁ ପିଟି ପିଟି ମାରି ଦେଲେ ସାଥୀ । ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଅଭିଯୋଗ ଅନୁସାରେ, ମୃତ ନାବାଳକ ୪ ସହଯୋଗୀଙ୍କ ସହ ମିଶି ମୋବାଇଲ ଚୋରି କରିଥିଲେ । ଚୋରି ପରେ ମୋବାଇଲ ଭାଗ ବଣ୍ଟା ହୋଇଥିଲା । ହେଲେ ଦାମୀ ମୋବାଇଲ ବାଣ୍ଟ ନପଡ଼ିବାରୁ ଉତ୍ତ୍ୟକ୍ତ ହୋଇ ୪ ଜଣ ନାବାଳକଙ୍କୁ ନିର୍ଧୁମ ପିଟିଥିଲେ । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ତିନି ସାଙ୍ଗ

ରାଉରକେଲା: ରାଉରକେଲା ହେକେଟ ରୋଡରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା । ସାଙ୍ଗମାନକୁ ଟଙ୍କା ନଦେବାରୁ ତିନି ସାଙ୍ଗ ମିଶି ହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ ବାଲୁଘାଟ ବସ୍ତିର ରୁଦ୍ର ପାଢୀ ।

ଅଭିଯୋଗ ଅନୁସାରେ ରୁଦ୍ର ପ୍ରତିଦିନ ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚ କରିଥାଏ । ଗଣେଶ ଭସାଣୀ ଦିନ ସାଙ୍ଗମାନେ ଟଙ୍କା ମାଗିଥିବା ବେଳେ ରୁଦ୍ର ଦେଇ ନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ତିତି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ । ଗତ ରବିବାର ଗଣେଶ ଭଷାଣୀ ପାଇଁ ଘରୁ ଆସି ରୁଦ୍ର ନିଖୋଜ ଥିଲେ । ଅଭିଯୋଗ ପରେ ଟାଙ୍ଗରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭାରତ-କାନାଡ଼ ବିବାଦରେ ଶ୍ରୀଲଙ୍କାର ଏଣ୍ଟ୍ରି, କହିଲା- ଆତଙ୍କବାଦୀଙ୍କ ଘର ପାଲଟିଛି କାନାଡ଼ା

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା କାନାଡ଼ା ବିଶ୍ବ ଦରବାରରେ ଏକୁଟିଆ ପଡ଼ିବାରେ ଲାଗିଛି । ଭାରତ-କାନାଡ଼ା ବିବାଦରେ ଏଣ୍ଟ୍ରି କରିଛି ଆଉ ଏକ ଦେଶ । ଆଉ ଏହି ଦେଶ ହେଉଛି ଆମ ପଡ଼ୋଶୀ ଶ୍ରୀଲଙ୍କା । ଭାରତ ସମର୍ଥନରେ ଶ୍ରୀଲଙ୍କା ଖୋଲାଖୋଲି ବାହାରିଛି । ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲି ସାବରୀ କହିଛନ୍ତି, ‘କିଛି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି । କୌଣସି ପ୍ରମାଣ ନଥାଇ କାନାଡ଼ା ପ୍ରଧାନମନ୍ତ୍ରୀ ଅପମାନଜନକ ଅଭିଯୋଗ ଆଣିଛନ୍ତି । ଶ୍ରୀଲଙ୍କାକୁ ନେଇ ବି ଟ୍ରୁଡୁ ଏମିତି ମିଛ ଅଭିଯୋଗ ଆଣି ନରସଂହାର ହୋଇଥିବା କହିଥିଲେ ।’

ସେହିପରି ଭାରତରେ ଥିବା ଶ୍ରୀଲଙ୍କାର ପୂର୍ବତନ ହାଇ କମିଶନର ମିଲିଣ୍ଡା ମୋରାଗୋଡ଼ କହିଛନ୍ତି, ‘କାନାଡ଼ ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା କଠୋର ରହିଛି । ଏହି ବିବାଦରେ ଶ୍ରୀଲଙ୍କା ଭାରତ ସହ ରହିଛି । ଆତଙ୍କବଦୀଙ୍କ ପାଇଁ ଶ୍ରୀଲଙ୍କାର ବହୁତ କ୍ଷତି ହୋଇଛି । ଶ୍ରୀଲଙ୍କା ଆତଙ୍କବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ କାମ କରିଥାଏ ।’

ମୌସୁମୀ ଅଧିବେଶନ: ସ୍ବାଭାବିକ ଭାବେ ଗୃହ ଚାଲିବାକୁ ଦେବେ ତ ବିରୋଧୀ ?

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଏହାସହ ଶିକ୍ଷକ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯାଇଛି । ମୌସୁମୀ ଅଧିବେଶନରେ ଜାଣିଶୁଣି ପ୍ରଶ୍ନକାଳକୁ ବିଜେପି ଚଳାଇଦେଉନଥିବା ଅଭିଯୋଗ ହୋଇଛି । ବିଜେପିର କାର୍ଯ୍ୟକଳାପରେ ଗତକାଲି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ ନା ପୁରୁଣା ଷ୍ଟ୍ରାଟେଜୀକୁ ବିରୋଧୀ ଆପଣାଇ ହଟ୍ଟଗୋଳ କରିବେ ତାହା ଉପରେ ନଜର ରହିଛି ।

ଋଷର ଆକ୍ସନ: ଆଇସିସି ସଭାପତିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ

ମସ୍କୋ: ଆକ୍ସନ ମୋଡରେ ଋଷ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି)ର ସଭାପତି ପିତୋର ହଫମନସ୍କିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି କରିବାର କିଛି ମାସ ପରେ ଜବାବ ଦେଇଛି ଋଷ ।

ଋଷର ଗୃହ ମନ୍ତ୍ରାଳୟ ଡାଟାବେସରେ ଏହି ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଋଷୀୟ ଫେଡେରେସନର କ୍ରିମିନାଲ କୋଡ ଅନୁସାରେ ହଫମନସ୍କିଙ୍କୁ ଓ୍ବାଣ୍ଟେଡ ତାଲିକାରେ ସ୍ଥାନୀତ କରାଯାଇଛି । ତେବେ ହଫମନସ୍କିଙ୍କ ବିରୋଧରେ ଅଭିଯୋଗ କ’ଣ ରହିଛି ତାହା ଦର୍ଶାଯାଇନାହିଁ ।

ଗତ ମାର୍ଚ୍ଚ ମାସରେ ୟୁକ୍ରେନୀୟ ଶିଶୁଙ୍କୁ ବେଆଇନ ଭାବେ ଋଷକୁ ଚାଲାଣ କରୁଥିବା ଅଭିଯୋଗ କ୍ରମେ ନେଦରଲ୍ୟାଣ୍ଡସର ହଗସ୍ଥିତ ଆଇସିସି ମୁଖ୍ୟାଳୟ ପକ୍ଷରୁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା । ଏହାସହ ଋଷର ଶିଶୁ ଅଧିକାର ସଂକ୍ରାନ୍ତ ପ୍ରେସିଡେନସିଆଲ କମିଶନର ମାରିଆ ଲୋଭା ବେଲୋଭାଙ୍କ ବିରୋଧରେ ବି ଆଇସିସି ଗିରଫ ପରଓ୍ବାନା ଜାରି କରିଥିଲା ।

ପୂର୍ବରୁ ଆଇସିସି ପ୍ରସିକ୍ୟୁଟର କରିମ ଖାନ ଓ ଅନ୍ୟ କେତେକ ଜଜଙ୍କ ବିରୋଧରେ ଋଷ ଜାରି କରିଥିଲା ଗିରଫ ପରଓ୍ବାନା । ଗତ କିଛିଦିନ ତଳେ ୟୁକ୍ରେନରେ ଆଇସିସି ପକ୍ଷରୁ ଏକ ଫିଲ୍ଡ ଅଫିସ ଖୋଲାଯାଇଥିଲା ।

ଶ୍ରୀନଅରରେ ପାଳନ ହେବ ସୁନିଆଁ ଉତ୍ସବ

ପୁରୀ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪ ଶହ ୩୧ ସାଲ ୬୭ ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ ।

ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ ।

ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ ।