spot_img
Home Blog Page 2579

ମାନସିକ ଚାପ ଯୋଗୁ ବ୍ୟାଙ୍କ ନ ଯାଇ ବିଶାଖାପାଟଣା ପଳେଇଥିଲେ ବ୍ୟାଙ୍କ ମ୍ୟାନେଜର

ବଡ଼ମ୍ବା: ବଡ଼ମ୍ବା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ନିଖୋଜ ଘଟଣା । ମାନସିକ ଚାପ ଯୋଗୁଁ ବ୍ୟାଙ୍କ ଯିବା ବାଟରୁ ବିଶାଖାପାଟଣା ଚାଲିଯାଇଥିଲେ ତପନ ସାହୁ । ସେଠାରେ ସେ ଗୋଟେ ଦିନ ରହିବା ପରେ ଫେରିଥିଲେ ତପନ  ।

ଗତକାଲି କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶରେ ଟିମ ଗଠନ ହୋଇ ତଦନ୍ତ କରିବା ସହିତ ଠାବ କରିଥିଲେ । ତପନଙ୍କୁ ଠାବ କରିଥିଲା ଗୋଳନ୍ଥରା ପୋଲିସ । ଗୋଳନ୍ଥରା ପୋଲିସ ତପନ ନେଇ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ମାନସିକ ଚାପରେ କଣ ପାଇଁ ଥିଲେ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ବିଶିଷ୍ଟ କୃଷିବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ

ନୂଆଦିଲ୍ଲୀ: ଆଉନାହାନ୍ତି ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନ । ୯୮ ବର୍ଷ ବୟସରେ ସ୍ବାମୀନାଥନଙ୍କ ହୋଇଛି ପରଲୋକ । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଥିଲେ । ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା ।

ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ ।

ପାଣି ପିଇବାକୁ ଆସି ନଦୀ ମଝିରେ ଫସିଲେ ହାତୀପଲ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । କଣ୍ଟାମାଳ ରେଞ୍ଜ ଅଧିନସ୍ଥ ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ୧୨ ଟିକିଆ ହାତୀପଲ ତେଲ ନଦୀକୁ ପାଣି ପିଇବାକୁ ଆସିଥିଲେ । ସକାଳ ହୋଇଯିବାରୁ ଗୋଟିଏ ପଟେ ଲୋକଙ୍କ ଭିଡ଼ ଓ ଅନ୍ୟପଟେ ତେଲନଦୀର ସ୍ରୋତ ଯୋଗୁଁ କୁଆଡେ ଯାଇପାରିନାହାନ୍ତି ହାତୀ ପଲ । ହାତୀପଲ ଏବେ ତେଲନଦୀ ମଝିରେ ରହି ଯାଇଛନ୍ତି । କଣ୍ଟାମାଲ ବନ ବିଭାଗ ଟିମ ପହଞ୍ଚି ହାତୀ ଘଉଡେଇବା ପାଇଁ ଚେଷ୍ଟା ଜାରି ରଖିଛି ।

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ, DMFରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

ରାଜ୍ୟରେ କମିଛି ଦାରିଦ୍ର୍ୟ ହାର, ୫ ବର୍ଷ ମଧ୍ୟରେ ୨୯.୩୫ ପ୍ରତିଶତରୁ ୧୫.୬୭କୁ ହ୍ରାସ

ଭୁବନେଶ୍ବର: ରାଜ୍ୟରେ କମିଛି ଦାରିଦ୍ର୍ୟ ହାର । ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଉକ୍ତ ପାଞ୍ଚ ବର୍ଷରେ ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର  ୨୪. ୮୫ ପ୍ରତିଶତରୁ ୧୪. ୯୬ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପାଞ୍ଚଟି ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଛି । ଏଥିରୁ ଓଡ଼ିଶା ଅନ୍ୟତମ । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । FRBM Act ଓ Rule ଅନୁଯାୟୀ ବାର୍ଷିକ ବଜେଟ, ୨୦୨୩ – ୨୪ ସହ ଉପସ୍ଥାପିତ ବିବରଣୀରେ ୨୦୨୨- ୨୩ ଆର୍ଥିକବର୍ଷ ପାଇଁ ଅଗ୍ରୀମ ଆକଳନ ଅନୁସାରେ ଚଳିତ ଆର୍ଥିକବର୍ଷରେ ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୮ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ପୂର୍ବ ବର୍ଷର ପ୍ରକୃତ ଅଭିବୃଦ୍ଧିଠାରୁ ଶୂନ ଦଶମିକ ୨ ଅଧିକ ।

୮ କୋଟି GST ଠକେଇ କରି ଗିରଫ ହେଲେ ବ୍ୟବସାୟୀ

ରାଉରକେଲା: ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ରାଉରକେଲା ଵରସୁଆଁ ଅଞ୍ଚଳର ଵ୍ୟଵସାୟୀ ରାକେଶ କୁମାର କାନୋଡିଆ ଗିରଫ । ଆସାମ ଓ ନାଗାଲାଣ୍ଡରୁ ଜିଏସଟି ନମ୍ଵର ଆଣି ଜାଲି କମ୍ପାନୀ ଓ ଵ୍ୟଵସାୟୀକ ପ୍ରତିଷ୍ଠାନ ନାମରେ ଜିଏସଟି  ଠକୁଥିଵା ଅଭିଯୋଗ ହୋଇଛି ।

ଜାଲି ଡକ୍ୟୁମେଣ୍ଟ ଜରିଆରେ ୫୦ କୋଟି ଟଙ୍କାର  କାରବାର କରିଥିବା ମିଥ୍ୟା ରେକର୍ଡ ଦର୍ଶାଇ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସଟି ଠକେଇ କରିଥିବା ଅଭିଯୋଗ ହୋଇଛି । ସେଣ୍ଟ୍ରାଲ ଜିଏସଟି ଵରସୁଆଁରୁ ଵ୍ୟଵସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଵ୍ୟଵସାୟୀ ନିଜ ଭାଇଙ୍କ ସହିତ ପାର୍ଟନରସିପରେ ଵ୍ୟଵସାୟ କରୁଥିଲେ ।

ମାଧନଵର୍ଷୀ ଏଣ୍ଟରପ୍ରାଇଜେସ, ଅର୍ଣ୍ଣପୂର୍ଣ୍ଣା ଏଣ୍ଟରପ୍ରାଇଜେସ ଓ ମେସର୍ସ ରାକେଶ କୁମାର, ନାମରେ ରହିଛି ଵ୍ୟଵସାୟିକ ପ୍ରତିଷ୍ଠାନ।

ବାଇକ ଉପରେ ମାଡ଼ିଗଲା ହାଇଓ୍ବା, ୨ ବାଇକ୍ ଆରୋହୀ ମୃତ

ପାରାଦୀପ: ପାରାଦୀପ କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ମାଡ଼ିଗଲା ହାଇଓ୍ବା। ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଉଭୟ ପାରାଦ୍ଵୀପରୁ କୁଜଙ୍ଗ ଆଡ଼କୁ ଯାଉଥିବା ବେଳେ କୁଜଙ୍ଗ ପଟରୁ ଆସୁଥିବା ଏକ ହାଇଓ୍ବା ଗାଡ଼ି ଉଭୟଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ରଘୁନାଥପୁର ଓ ଅନ୍ୟ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଛନ୍ଦା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ  ତଦନ୍ତ କରୁଛି ପୋଲିସ ।

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ ପଦକ

ହାଙ୍ଗଚୌ: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି।  ସୁଟିଂରେ ପୁଣି ଭାରତକୁ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲଙ୍କ ଟିମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଏଥିସହ ମହିଳା ୬୦ କେଜି ଉସୁ ବର୍ଗରେ ରୌପ୍ୟ ପଦକ ମିଳିଛି ।

ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ହତ୍ୟା

କାମାକ୍ଷାନଗର: ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା। ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ । କାମାକ୍ଷାନଗର ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟା କରାଯାଇଛି । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ସହ ଗୁଳି ଜବତ ହୋଇଛି । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ ।

୨୦୨୧ ସେପ୍ଟେମ୍ବର ୨୪ରେ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ  ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ। ଗତ କିଛି ମାସ ତଳେ ଜାମିନରେ ଆସିଥିଲେ ନିରଞ୍ଜନ । ଗତକାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ତନାଘନା କରୁଛି।

ଝିଅକୁ ଧରି ନଦୀକୁ ଡେଇଁଲା ବାପା, ପୋଲ ଉପରେ ଅଛି ବାଇକ୍, ମୋବାଇଲ, ଚପଲ

ଭଦ୍ରକ: ବୈତରଣୀ ନଦୀକୁ ଡେଇଁ ବାପ ଝିଅ ନିଖୋଜ । ଭଣ୍ଡାରିପୋଖରୀ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ ତାଙ୍କ ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଛନ୍ତି । ଗତକାଲି ରାତିରେ ଘଟଣା ଘଟିଥିବା ବେଳେ ଖୋଜାଖୋଜି ଜାରି ରହିଛି । ଗତକାଲି ରାତି ୯ଟା ବେଳେ ଚନ୍ଦନ ଏକ ବାଇକ ଯୋଗେ ବୈତରଣୀ ନଦୀ ବ୍ରିଜ ଉପରେ ପଂହଁଚି ଥିଲେ । ବ୍ରିଜ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀର ଖୋଜାଖୋଜି ଜାରିରହିଥିବାବେଳେ ଏବେ ବି ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ