ରାଜ୍ୟରେ କମିଛି ଦାରିଦ୍ର୍ୟ ହାର, ୫ ବର୍ଷ ମଧ୍ୟରେ ୨୯.୩୫ ପ୍ରତିଶତରୁ ୧୫.୬୭କୁ ହ୍ରାସ

1 min read

ଭୁବନେଶ୍ବର: ରାଜ୍ୟରେ କମିଛି ଦାରିଦ୍ର୍ୟ ହାର । ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଉକ୍ତ ପାଞ୍ଚ ବର୍ଷରେ ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର  ୨୪. ୮୫ ପ୍ରତିଶତରୁ ୧୪. ୯୬ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପାଞ୍ଚଟି ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଛି । ଏଥିରୁ ଓଡ଼ିଶା ଅନ୍ୟତମ । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । FRBM Act ଓ Rule ଅନୁଯାୟୀ ବାର୍ଷିକ ବଜେଟ, ୨୦୨୩ – ୨୪ ସହ ଉପସ୍ଥାପିତ ବିବରଣୀରେ ୨୦୨୨- ୨୩ ଆର୍ଥିକବର୍ଷ ପାଇଁ ଅଗ୍ରୀମ ଆକଳନ ଅନୁସାରେ ଚଳିତ ଆର୍ଥିକବର୍ଷରେ ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୮ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ପୂର୍ବ ବର୍ଷର ପ୍ରକୃତ ଅଭିବୃଦ୍ଧିଠାରୁ ଶୂନ ଦଶମିକ ୨ ଅଧିକ ।