spot_img
Home Blog Page 2577

ସଞ୍ଜୀବନୀ ସାଜିଲା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

କେନ୍ଦ୍ରାପଡ଼ା: ସଞ୍ଜୀବନୀ ସାଜିଲା ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଘରୋଇ ହସପିଟାଲରେ ମାଗଣାରେ ହେଲା ଟ୍ୟୁମର ଅପରେସନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ମାତା ମଳିକଙ୍କର ପେଟରେ ଟ୍ୟୁମର ହୋଇଥିଲା । ସ୍ବାମୀ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ପରିବାରର ଆର୍ଥିକ ଦୁରାବସ୍ଥା ପାଇଁ ଚିକିତ୍ସା କରାଇବା ଆଶା ହରାଇ ବସିଥିଲେ ପରିବାର । ଏହି ସମୟରେ ବିଏସକେଓ୍ବାଇ ସମ୍ପର୍କରେ ଜାଣି ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ମାଗଣାରେ ତାଙ୍କର ଅପରେସନ ହୋଇଥିଲା । ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି  । ବିଏସକେଓ୍ବାଇ ତାଙ୍କ ଜୀବନ ବଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକ  ।

କଟକରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ: କଟକରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ । ଚୌଧୁରୀ ବଜ଼ାର ପଢିଆରୀ ପାଠାଗାର ସମ୍ମୁଖରେ ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଛି  । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଯାଇଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ଲାଗି ଲାଗି ଲୁଗା ଦୋକାନାଗୁଡ଼ିକ ରହିଥିବାବେଳେ ଲୋକଙ୍କ ମଧ୍ୟରେ ଭୟ ରହିଛି । ସେପଟେ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି । ତେବେ ଏଭଳି ସ୍ଥାନରେ ନିଆଁ ଲାଗିଛି କି, ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟସାଧ୍ୟ ହୋଇଯାଇଛି ।

https://studio.youtube.com/video/wauCkSzDEFs/edit

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଭଦ୍ରକରେ ବୈତରଣୀ ନଦୀକୁ ଝିଅକୁ ଧରି ବାପା ଡେଇଁବା ଘଟଣା । ଯାଜପୁର ଜିଲ୍ଲା ତ୍ରିଲୋଚନପୁର ନିକଟ ବୁଢ଼ାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ନିଖୋଜ ବାପା ଚନ୍ଦନ ସାହୁ ବୋଲି ସନ୍ଦେହ କରାଯାଉଛି । ତେବେ ଝିଅର ଏଯାଏ ପତ୍ତା ମିଳିନାହିଁ । ନାବାଳିକାକୁ ଠାବ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି  । ବୁଧବାର ରାତି ୯ଟାରେ ଭଣ୍ଡାରିପୋଖରୀ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଅଢ଼େଇ ବର୍ଷର ଝିଅକୁ ଧରି  ବୈତରଣୀ ନଦୀକୁ ଡେଇଁ ପଡିଥିଲେ । ମାସେ ପୂର୍ବରୁ ଚନ୍ଦନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦନ ନିଜ ଝିଅ ସହ ଏକ ବାଇକ ଯୋଗେ ବୈତରଣୀ ନଦୀ ପୋଲ ଉପରେ ପହଞ୍ଚିଥିଲେ । ପୋଲ ଉପରେ ମୋବାଇଲ, ଜୋତା ଓ ବାଇକ ରଖି ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେିଇଁପଡ଼ିଥିଲେ  । ତେବେ ନଦୀକୁ ଡେଇଁବା ପୂର୍ବରୁ ନିଜ ବଡ଼ ଉଭଣୀଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ ।

ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ରାଜ୍ୟକୁ ଆସୁଛି ବଡ଼ ବର୍ଷା  । ମିଆଁମାରା ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ଗୁରୁବାର ଏହା ଲଘୁଚାପର ରୂପ ନେଇପାରେ  । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି  । ପରବର୍ତ୍ତୀ ସମୟରେ ଏହା ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ  । ପ୍ରଭାବରେ ଆଜିଠୁ ୩ ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।  ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକକୁ ସତର୍କତା ଜାରି କରାଯାଇଛି । ସେହିଭଳି ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୧ ତାରିଖରେ ଆହୁରି ବଢିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହୋଇପାରେ । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ଼ରେ ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ

ରାଉରକେଲା: ସୁନ୍ଦରଗଡ଼ରେ ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗ଼ଡରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୭୨କୁ ବୃଦ୍ଧି ପାଇଛି । ତେବେ ଭୟ ନକରି ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ କୁହାଯାଇଛି  । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି।

ଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍  । ବିଶ୍ବକପ ପୂର୍ବରୁ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍ ।  ପ୍ରଥମ ଦିନରେ  ୩ଟି ମ୍ୟାଚ୍ ଖେଳାଯିବ । ବାଂଲାଦେଶ-ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବ ଓ୍ବାର୍ମଅପ ମ୍ୟାଚ୍ । ଗୌହାଟିରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଥିବାବେଳେ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଥିରୁବନନ୍ତପୁରମ ଏବଂ  ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।

ଭାରତୀୟ ଦଳ ଦୁଇଟି ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ଶୁକ୍ରବାର ନ୍ୟୁଜିଲାଣ୍ଡ ସହିତ ଓ  ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ଓ୍ବାର୍ମଅପ ମ୍ୟାଚ୍ । ଆସନ୍ତା ୫ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୧ ଅକ୍ଟୋବରରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଥିବାବେଳେ ୧୪ ଅକ୍ଟୋବରରେ ପାକିସ୍ତାନକୁ ଟକ୍କର ହେବ । ନଭେମ୍ବର ୧୯ତାରିଖରେ ବିଶ୍ବକପ ଫାଇନାଲ ଖେଳାଯିବ ।

ଥମୁନି କାବେରୀ ତାତି, ଆଜି କର୍ଣ୍ଣାଟକ ବନ୍ଦ

ବାଙ୍ଗାଲୋର: ଥମୁନି କାବେରୀ ତାତି । ତାମିଲନାଡୁକୁ କାବେରୀ ଜଳ ଛାଡିବାକୁ ବିରୋଧ କରି ଶୁକ୍ରବାର ପାଳନ ହେବ କର୍ଣ୍ଣାଟକ ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ୨ ହଜାରରୁ ଅଧିକ କନ୍ନଡ ସଂଗଠନ । ଫଳରେ ରାଜ୍ୟରେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହେବା ଆଶା କରାଯାଉଛି । ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା ନ କରିବାକୁ ଧମକ ଦେଇଛି ବିଭିନ୍ନ ସଂଗଠନକୁ ନେଇ ଗଠିତ କନ୍ନଡ ଓକ୍କୁତା । ବନ୍ଦ ଯୋଗୁ ସମସ୍ତ ରାଜପଥ, ଟୋଲଗେଟ, ରେଳ ଓ ବିମାନ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ବନ୍ଦ ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ବନ୍ଦକୁ ସମ୍ପୂର୍ଣ୍ଣ ସଫଳ ଲାଗି ଆହ୍ବାନ ଦେଇଛନ୍ତି କନ୍ନଡ ଓକ୍କୁତା ନେତା ବାତାଲ ନାଗରାଜ ।

କର୍ଣ୍ଣାଟକ ମାଣ୍ଡ୍ୟାରେ ବି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ କରିଛନ୍ତି ବିକ୍ଷୋଭ । ତାମିଲନାଡୁ ବିରୋଧରେ କରିଛନ୍ତି ନାରାବାଜି । ଗତ ୨୬ ତାରିଖରେ କାବେରୀ ନଦୀ ଜଳ ପ୍ରସଙ୍ଗରେ ୧୭୫ଟି ସଂଗଠନ ପକ୍ଷରୁ ପାଳିତ ହୋଇଥିଲା ବେଙ୍ଗାଳୁରୁ ବନ୍ଦ । ଗତ ୨୪ ତାରିଖରେ କାବେରୀ ନଦୀରେ ଚାଷୀମାନେ ଠିଆ ହୋଇ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିବାବେଳେ ୨୫ ତାରିଖରେ ଖପୁରୀ ଓ ଖାଲି ହାଣ୍ଡି ଧରି ବିକ୍ଷୋଭ କରିଥିଲେ ଚାଷୀ । ତାମିଲନାଡୁକୁ ଅଧିକ ପାଣି ନଛାଡିବା ଦାବିରେ କର୍ଣ୍ଣାଟକ ମାଣ୍ଡ୍ୟାରେ ବି ବିଭିନ୍ନ ସଂଗଠନ କରିଥିଲେ ଆନ୍ଦୋଳନ । ତାମିଲନାଡୁକୁ ୫ ହଜାର କ୍ୟୁସେକ କାବେରୀ ଜଳ ଛାଡିବା ଲାଗି କାବେରୀ ନଦୀ ପରିଚାଳନା କର୍ତ୍ତୃପକ୍ଷ-CWMA ନିର୍ଦ୍ଦେଶ ଦେବା ପରେ ତାହାକୁ ବିରୋଧ କରିଛନ୍ତି କର୍ଣ୍ଣାଟକର ବିଭିନ୍ନ ସଂଗ

ଗରିବଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି ଜିରା

ଭୁବନେଶ୍ୱର : ୨ ମାସ ହେଲାଣି ଜିରା ଦର ୮୦୦ରୁ ୧ ହଜାର ଟଙ୍କାରେ ବିକ୍ରି ହେଉଛି । ସହରର ସ୍ବଚ୍ଛଳ ଲୋକେ କଷ୍ଟେ ମଷ୍ଟେ କିଣୁଛନ୍ତି କିନ୍ତୁ ଗାଁର ଗରିବଙ୍କ ହାଣ୍ଡିଶାଳରୁ ଏବେ ଉଭାନ ହେଲାଣି ଜିରା । ସେପଟେ ଡାଲି ଦର ବି ଆକାଶଛୁଆଁ । କଣ ଖାଇବେ, କେତେ କିଣିବେ ଜାଣିପାରୁନାହାନ୍ତି  ଖାଉଟି। ଅନ୍ୟପଟେ ବେଧଡ଼କ ଭାବେ ଚୀନ୍ ଓ ଅନ୍ୟଦେଶକୁ ଭାରତରୁ ଜିରା ରପ୍ତାନୀ ଚାଲିଛି । ଧୀରେ ଧୀରେ ଜିରା ମୋହରୁ ମନ ହଟାଇବାକୁ ବାଧ୍ୟ ହେଲେଣି ଗାଁର ଗରିବ ଲୋକେ । ଜିରା କିଲୋ ୮୦୦ , ଡାଲି ୨୦୦ ଟଙ୍କା । ବାଛିବାଛି ଲୋକଙ୍କ ଦ୍ବାରା ବହୁଳ ବ୍ୟବହାର ହେଉଥିବା ଖାଦ୍ୟଶସ୍ୟର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି କର୍ପୋରେଟ୍ ସଂସ୍ଥା। ଏନେଇ ରାଜ୍ୟର ବ୍ୟବସାୟୀ ମହାସଂଘ ବି ଅସନ୍ତୁଷ୍ଟ। ଲୋକଙ୍କ ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ୨୦୧୪ରେ ଶାସନକୁ ଆସିଥିଲେ କେନ୍ଦ୍ର ସରକାର । ସେଇ ସରକାର ଏବେ ଲୋକଙ୍କୁ ଦରଦାମ ନିଆଁରେ ଘାଣ୍ଟି ଚାଲିଛନ୍ତି । ଅଭିଯୋଗ ଆସିଲେ କେନ୍ଦ୍ର ସରକାରଙ୍କ ମୁଣ୍ଡିଆଳମାନେ ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ପାଦନ କମ୍ ହୋଇଛି ବୋଲି କହି ବାହାନା କରିଚାଲିଛନ୍ତି।ବଜାରରେ ବ୍ରିକି ହେଉଛି ନକଲି ଜିରା | Kanak News

ସ୍ବଚ୍ଛଳ ଲୋକେ ଯେନତେନ ପ୍ରକାରେ ଅଳ୍ପ ବହୁତ କିଣୁଛନ୍ତି କିନ୍ତୁ ଗାଁର ଗରିବ ଲୋକଙ୍କ ପାଖରେ ଶହେ ଗ୍ରାମ ଜିରାକୁ ୮୦ ଟଙ୍କା ଦେଇ କିଣିବାର ସମ୍ବଳ କାହିଁ ? କେନ୍ଦ୍ର ସରକାର ଜାଣିଶୁଣି ଲୋକଙ୍କୁ ମହଙ୍ଗା ଦରରେ ଅଭ୍ୟସ୍ତ କରିବା ପାଇଁ ଏକ ପ୍ରକାର ପଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । କୌଣସି ସାମଗ୍ରୀ ଯୋଗାଣ ନିଅଣ୍ଟ ହେଲେ କିଛି ଦିନ କିମ୍ବା ସପ୍ତାହ ପାଇଁ ଦର ଉଚ୍ଚା ରହିଥାଏ। ଦୁଇମାସ ହେଲାଣି ଯେପରି ଜିରାର ଚଢ଼ା ଦର ରହିଲାଣି ଆଉ ଜିରା କିଲୋ ୨୦୦ ଟଙ୍କାକୁ ଖସିବ ସେ ଆଶା ଦେଖାଯାଉନି। ଜିରା ଦର ଉଚ୍ଚା ରହୁଥିବାରୁ ପ୍ୟାକେଟ୍ ମସଲା ଦାମ ବି କମ୍ପାନୀ ବଢାଇଲେଣି। ଲୋକେ ଆଉ କେତେ ଦଶା ଭୋଗିବେ ତାର ଉତ୍ତର କାହା ପାଖରେ ନାହିଁ।

ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ

ଭୁବନେଶ୍ୱର :  ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡ଼ିବା ଘଟଣାକୁ ସବୁ ମହଲରୁ କରାଯାଉଛି ନିନ୍ଦା । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଜଣାଇ ଅଗ୍ରାଧିକାର ଦେଇ ଭାରତ ବର୍ଷରେ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ବର୍ଷରେ ମହିଳା ସଂରକ୍ଷଣ ଦାବିକୁ ବାରମ୍ବାର ଉଠାଇ ସଫଳ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ବିଜେପି ହିନ ରାଜନୀତି ଠାରୁ ଦୁରେଇ ପାରୁନି । ଜଣେ ମହିଳା ବାସସ୍ପତିଙ୍କୁ ଗୃହ ଭିତରେ ଅସମ୍ମାନ କରିବା କେତେଦୁର ଠିକ ରାଜ୍ୟବାସୀ ଏଭଳି ହିନମାନସିକତା ଥିବା ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ।  ବିଧାନସଭାରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନ କରି ସମାଧାନ କରିବା ବଦଳରେ ଏଭିଳି ଆଚରଣ ଦେଖାଉଛନ୍ତି ବିଜେପି ବିଧାୟକ । ଏହି ଘଟଣାକୁ ନେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି ପବିତ୍ର ଗୃହରେ ବାଚସ୍ପତି ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ଏବଂ ତାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟଚାଲିଥାଏ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଲଢେଇ କରି ସଫଳ ହେବା ପରେ ରାଜ୍ୟର ଯେତେ ମହିଲା ମା’ ମାନେ ଅଛନ୍ତି ସମସ୍ତେ କୃତଜ୍ଞନା ଜନାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।Odisha Assembly monsoon session begins, Pramila Mallik elected unopposed as  first woman Speaker

ହେଲେ ବିଜେପି ବିଧାୟକଙ୍କ ଏହା କି ପ୍ରକାର ମାମାନଙ୍କୁ ସମ୍ମାନ, ଏହାକୁ ଘୋର ନିନ୍ଦା କରାଯାଉଛି । ଅନ୍ୟପଟେ ବରିଷ୍ଠ ନେତା ଦେବୀ ପ୍ରଶାଦ ମିଶ୍ର ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ବିଜେପି ବିଧାୟକଙ୍କର ଅଧିକାର ଅଛି କହିବାର କିନ୍ତୁ କିଛି କହିବା ବଦଳରେ ଗୃହକୁ ଅଚଳ କରୁଛନ୍ତି । ଅପରପକ୍ଷେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ଏଭଳି ଆଚରଣ ଓ ଉଚ୍ଚାରଣ କରିବା ଗ୍ରହଣୀୟ ନୁହେଁ । ଓଡ଼ିଶା ଇତିହାସରେ ଏହା କଳଙ୍କିତ ଦିନ ଭାବରେ ଗଣତି ହେବ କାରଣ ସ୍ୱାଧିନ ଭାରତର ପ୍ରଥମ ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ ।

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ପକାଇ ୨ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର :  ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଏହାପରେ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଏଭଳି ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି କାରଣ ଗୋଟିଏ ପଟେ ଶାସକଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବାଚସ୍ପତିଙ୍କୁ ସ୍ଥାନଦେଇ ଇତିହାସ ଲେଖୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି ।Second Phase Of Odisha Assembly Budget Session To Begin Today

ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବାରମ୍ବାର ଗୃହକୁ ଚଳେଇ ଦେଉନାହାନ୍ତି ବିଜେପି ବିଧାୟକ କାରଣ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।