ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ

ଭୁବନେଶ୍ୱର :  ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡ଼ିବା ଘଟଣାକୁ ସବୁ ମହଲରୁ କରାଯାଉଛି ନିନ୍ଦା । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଜଣାଇ ଅଗ୍ରାଧିକାର ଦେଇ ଭାରତ ବର୍ଷରେ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ବର୍ଷରେ ମହିଳା ସଂରକ୍ଷଣ ଦାବିକୁ ବାରମ୍ବାର ଉଠାଇ ସଫଳ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ବିଜେପି ହିନ ରାଜନୀତି ଠାରୁ ଦୁରେଇ ପାରୁନି । ଜଣେ ମହିଳା ବାସସ୍ପତିଙ୍କୁ ଗୃହ ଭିତରେ ଅସମ୍ମାନ କରିବା କେତେଦୁର ଠିକ ରାଜ୍ୟବାସୀ ଏଭଳି ହିନମାନସିକତା ଥିବା ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ।  ବିଧାନସଭାରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନ କରି ସମାଧାନ କରିବା ବଦଳରେ ଏଭିଳି ଆଚରଣ ଦେଖାଉଛନ୍ତି ବିଜେପି ବିଧାୟକ । ଏହି ଘଟଣାକୁ ନେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି ପବିତ୍ର ଗୃହରେ ବାଚସ୍ପତି ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ଏବଂ ତାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟଚାଲିଥାଏ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଲଢେଇ କରି ସଫଳ ହେବା ପରେ ରାଜ୍ୟର ଯେତେ ମହିଲା ମା’ ମାନେ ଅଛନ୍ତି ସମସ୍ତେ କୃତଜ୍ଞନା ଜନାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।Odisha Assembly monsoon session begins, Pramila Mallik elected unopposed as  first woman Speaker

ହେଲେ ବିଜେପି ବିଧାୟକଙ୍କ ଏହା କି ପ୍ରକାର ମାମାନଙ୍କୁ ସମ୍ମାନ, ଏହାକୁ ଘୋର ନିନ୍ଦା କରାଯାଉଛି । ଅନ୍ୟପଟେ ବରିଷ୍ଠ ନେତା ଦେବୀ ପ୍ରଶାଦ ମିଶ୍ର ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ବିଜେପି ବିଧାୟକଙ୍କର ଅଧିକାର ଅଛି କହିବାର କିନ୍ତୁ କିଛି କହିବା ବଦଳରେ ଗୃହକୁ ଅଚଳ କରୁଛନ୍ତି । ଅପରପକ୍ଷେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ଏଭଳି ଆଚରଣ ଓ ଉଚ୍ଚାରଣ କରିବା ଗ୍ରହଣୀୟ ନୁହେଁ । ଓଡ଼ିଶା ଇତିହାସରେ ଏହା କଳଙ୍କିତ ଦିନ ଭାବରେ ଗଣତି ହେବ କାରଣ ସ୍ୱାଧିନ ଭାରତର ପ୍ରଥମ ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ ।