ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ପକାଇ ୨ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର :  ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଏହାପରେ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଏଭଳି ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି କାରଣ ଗୋଟିଏ ପଟେ ଶାସକଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବାଚସ୍ପତିଙ୍କୁ ସ୍ଥାନଦେଇ ଇତିହାସ ଲେଖୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି ।Second Phase Of Odisha Assembly Budget Session To Begin Today

ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବାରମ୍ବାର ଗୃହକୁ ଚଳେଇ ଦେଉନାହାନ୍ତି ବିଜେପି ବିଧାୟକ କାରଣ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।