spot_img
Home Blog Page 25

କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ

ଆସନ୍ତା କାଲି ମାଘ ସପ୍ତମୀ। ଏନେଇ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ। ଚଳିତ ବର୍ଷ ଏହି ବୁଡକୁ ଶୃଙ୍ଖଳିତ କରିବା
ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ପୁରୀ ଏସ୍ପି ପ୍ରତୀକ ସିଂ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି । ଦିନ 12ଟାରୁ ଆସନ୍ତା କାଲି 11 ଟା ପର୍ଯ୍ୟନ୍ତ କୋଣାର୍କ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ରହିବେ । ଚଳିତ ବର୍ଷ ପୁରୀ ଏସପିଙ୍କ ଉପସ୍ଥିତିରେ ୩୩ ପ୍ଲାଟୁନ ଫୋର୍ସ ସହିତ ୬ ଜଣ ଅତିରିକ୍ତ ଏସପି,୨୦ ଜଣ ଡିଏସପି, ୪୫ ଜଣ ଆଇଆଇସିସି, ୧୪୫ ଜଣ ସବ ଇନିସ୍ପେକ୍ଟର,ହାବିଲଦାର, ୧୨୩ ଜଣ କନେଷ୍ଟବଳ,୧୧୬ ଜଣ ଏଏସଆଇ ଓ ଏସଆଇଙ୍କ ସମେତ ୩୬୪ ଜଣ ହୋମଗାର୍ଡ ନିୟୋଜିତ କରାଯିବା ସହିତ ୩୫୦ ଜଣ ସ୍ବେଛାସେବୀ, ୪୦ ଜଣ ଲାଇଫିଗାର୍ଡ ପ୍ରସାଶନ ପକ୍ଷରୁ ନିୟୋଜିତ କରାଯାଇଛି।

ନିଜ ସୁରକ୍ଷା ନିଜେ କରିବେ ଛାତ୍ରୀ ; ସ୍ୱତନ୍ତ୍ର ଟ୍ରେନର ଆସି ଦେଉଛନ୍ତି ସେଲ୍ଫ ଡିଫେନ୍ସ ଟ୍ରେନିଂ

ନନ୍ଦିଘୋଷ ବ୍ୟୁରୋ : ନାରୀ ଅବଳା ନୁହେଁ କି ଦୁର୍ବଳା । ସବୁ ପରିସ୍ଥିତିକୁ ସେ ନିଜେ ସାମ୍ନା କରିପାରିବ।  ନାରୀ ହେବ ଏବେ ଆହୁରି ଶକ୍ତିଶାଳୀ । ଏଥିପାଇଁ କଲେଜ କ୍ଷେତ୍ରରୁ ଆରମ୍ଭ ହୋଇଛି ଆତ୍ମ ସୁରକ୍ଷା ତାଲିମ ଶିବିର । ଛାତ୍ରୀମାନେ ନିଜର ସୁରକ୍ଷା ନିଜେ କରିବେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦିଆଯାଉଛି ସେଲ୍ଫ ଡିଫେନ୍ସ ଟ୍ରେନିଂ  ।

ପୁଅଙ୍କ ତୁଳନାରେ କମ୍ ନୁହନ୍ତି ଝିଅ। ନିଜ ଆତ୍ମରକ୍ଷା ପାଇଁ ନିଜେ ସମର୍ଥ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ କୋଙ୍କରଡ। ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦିଆଯାଉଛି ଆତ୍ମ ସୁରକ୍ଷା ତାଲିମ । ସ୍ୱତନ୍ତ୍ର ଟ୍ରେନର ଆସି ଦେଉଛନ୍ତି ସେଲ୍ଫ ଡିଫେନ୍ସ ଟ୍ରେନିଂ । ଦିନକୁ ଦିନ ଅସୁରକ୍ଷିତ ମନେ କରୁଛନ୍ତି ନାରୀ । କେତେବେଳେ ବଳାତ୍କାର ତ କେତେବେଳେ ହତ୍ୟା ଓ ନିର୍ଯାତନାର ହେଉଛନ୍ତି ଶିକାର । ତେଣୁ ସରକାର ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଛାତ୍ରୀଙ୍କୁ  ସ୍ୱତନ୍ତ୍ର ତାଲିମ ଦିଆଯାଉଛି । କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ସୁରକ୍ଷା  ପାଇବା ନିମନ୍ତେ ଛାତ୍ରୀଙ୍କୁ ତାଲିମ ଦେଉଛନ୍ତି  ସ୍ୱତନ୍ତ୍ର ଟ୍ରେନର । ଏକ ଘଣ୍ଟା କଲେଜ ଗ୍ରାଉଣ୍ଡରେ କରୁଛନ୍ତି ପ୍ରାକ୍ଟିସ। ତାଲିମ ନେଇ ବେଶ୍ ଖୁସି ଜାହିର କରିଛନ୍ତି ଛାତ୍ରୀ ।

ନାରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଶିକ୍ଷା କ୍ଷେତ୍ରରୁ ନିଜ ସୁରକ୍ଷା ପାଇଁ ଟ୍ରେନର କରାଟେ ମାଧ୍ୟମରେ ଭଳିକି ଭଳି କୌଶଳ ଶିଖାଉଛନ୍ତି । ତାଲିମ ନେବା ପରେ ଶେଷରେ ପ୍ରମାଣ ପତ୍ର ମଧ୍ୟ ଦିଆଯାଉଛି। ପାଞ୍ଚ ବର୍ଷ ଧରି ଛାତ୍ରୀ ମାନଙ୍କୁ ସ୍କୁଲ ଓ କଲେଜରେ ତାଲିମ ଦିଆଯାଉଛି ବୋଲି ସାନଖେମୁଣ୍ଡି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା କହିଛନ୍ତି। ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପରେ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ସହ ନିଜର ରକ୍ଷା ନିଜେ କରିପାରିବେ ଛାତ୍ରୀ।

ଡିଜିଟାଲ ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ; ବିଦ୍ୟାଳୟରେ ଥିବା କମ୍ପୁଟର ଓ ଟାବଲେଟ ଖତ ଖାଉଛି

ନନ୍ଦିଘୋଷ ବ୍ୟୁରୋ : ସରକାରୀ ସ୍କୁଲରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଦିଆଯାଉଛି ଗୁରୁତ୍ବ । ହେଲେ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ବିଦ୍ୟାଳୟରେ ଥିବା କମ୍ପ୍ୟୁଟର ଓ ଟାବଲେଟ ବ୍ୟବହାର ନହୋଇ ପଡିପଡି ଖତ ଖାଉଛି । ଗଜପତି ଜିଲ୍ଲାର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

ସରକାର କା ମାଲ ଦରିଆ ମେ ଡାଲ । ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ଟାବଲେଟ।  ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଗଜପତି ଜିଲ୍ଲାର ଅଧିକାଂଶ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସରକାର ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ କମ୍ପ୍ୟୁଟର, ଟାବଲେଟ ଯୋଗାଇ ଦିଆଯାଇଛି। ହେଲେ ଅଧିକାଂଶ ଟାବଲେଟ ଖରାପ ହୋଇ ପଡ଼ିରହିଛି ତ ଆଉ କେଉଁଠି ନେଟୱର୍କ ସମସ୍ୟା ପାଇଁ କାର୍ଯ୍ୟକ୍ଷମ ହେଉନଥିବା ଦେଖିବାକୁ ମିଳିଛି l କିଛି ସ୍କୁଲରେ ସିମ କାର୍ଡ ଦିଆ ଯାଇନଥିବାରୁ ଅଚଳ ହୋଇ ପଡ଼ିରହିଛି ।

ସେପଟେ ଶିକ୍ଷାଦାନ ପାଇଁ ନିଯୁକ୍ତି ଦିଆଯାଇଥିବା କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବାହାର କରାଯାଇଥିବାରୁ ଏବେ ସ୍କୁଲରେ କେହି କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନାହାନ୍ତି। ଏନେଇ  ଜିଲ୍ଲାପାଳ କହିଛନ୍ତି ଖରାପ ଟାବଲେଟକୁ ପୁନର୍ବାର ମରାମତି କରି କାର୍ଯ୍ୟରେ ଲଗାଯିବ । ଯୋଗ୍ୟ ଶିକ୍ଷକଙ୍କୁ କମ୍ପ୍ୟୁଟର ତାଲିମ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି। । ବିଦ୍ୟାଳୟକୁ ଦେଖିଲେ ସତରେ ଶିକ୍ଷା ପ୍ରତି ପ୍ରଶାସନର ଉଦାସୀନତା ଜଳ ଜଳ ଦିଶୁଛି । ଶିକ୍ଷା ବିଭାଗ ଆଗକୁ କଣ ପଦେକ୍ଷପ ନେଉଛି ତାକୁ ଅପେକ୍ଷା ।

ଚିଲିକାରେ ବିପଦ ସଂକୁଳ ଯାତ୍ରା: ଭୟଭୀତ ଅବସ୍ଥାରେ ଯାତ୍ରୀ

ଚିଲିକାରେ ବିପଦ ସଂକୁଳ ଯାତ୍ରା । ଆସନ୍ତାକାଲି ଚନ୍ଦ୍ରଭାଗା ବୁଡ଼ ଥିବାବେଳେ ଗଞ୍ଜାମ ଓ କୃଷ୍ଣପ୍ରସାଦ ଯାତ୍ରୀମାନେ ଚନ୍ଦ୍ରଭାଗା ଯିବା ପାଇଁ ଜହ୍ନିକୁଦା ଚିଲିକା କୂଳରେ ଭିଡ଼ ଜମେଇଥିଲେ । କିନ୍ତୁ ଡଙ୍ଗାରେ ଯାତ୍ରୀ ଓ ଦୁଇଚକିଆ ଯାନ ଯିବା ବଦଳରେ ଯାଇଛି ୪ଟି ଭାରିଯାନ ଅଟୋ । ଭାରିଯାନ ଗୁଡ଼ିକୁ ଚିଲିକା ପାର କରିବା ପାଇଁ ଭସାପୋଲ ବ୍ୟବସ୍ଥା ଥିବାବେଳେ ନିୟମ ଉଲଙ୍ଘନ କରୁଛନ୍ତି ଡଙ୍ଗା ଚାଳକ । କ୍ଷମତା ଠାରୁ ଡଙ୍ଗାରେ ଅଧିକ ଭାରିଯାନ ଚାଳକ ନେଉଥିବାରୁ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଜଳଯାତ୍ରା କରିଛନ୍ତି ।

ବାଂଲାଦେଶରେ ବହୁଛି ରକ୍ତ ; ୟୁନୁସ ସରକାରର ବୈଧତା ନେଇ ପ୍ରଶ୍ନ ଉଠାଇଲେ ହସିନା

ନନ୍ଦିଘୋଷ ବ୍ୟୁରୋ :  ବାଂଲାଦେଶରେ ବହୁଛି ରକ୍ତ । ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସ ଦେଶକୁ ସୁଶାସନ ଦେବାରେ ବିଫଳ। ଦେଶରେ ହିଂସାରାଜ ଚାଲିଛି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହସିନା। କ୍ଲବ ଅଫ ସାଉଥ ଏସିଆରେ ଉଦବୋଧନ ଦେଇ ହସିନା କହିଛନ୍ତି-ବାଂଲାଦେଶରେ ଗଣତନ୍ତ୍ର ନିର୍ବାସିତ ହୋଇଛି। ଏହା ସହ ସେ ନୋବେଲ ବିଜତା ତଥା ଅନ୍ତରଣୀ ଶାସକ ୟୁନୁସଙ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ଗତ ୨୦୨୪ ଅଗଷ୍ଟରେ ଭାରତର ଆଶ୍ରୟ ନେଇଥିବା ହସିନା ନିଜ ସମର୍ଥକଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକାଠି ରହିବା ଲାଗି ଆହ୍ବାନ ଦେଇଛନ୍ତି। ଏହା ସହ ୟୁନୁସ ସରକାରର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଫେବ୍ରୁଆରୀ ୧୨ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଇଛନ୍ତି ହସିନା।

ଖୁବଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ ; ଆବୁଧାବିରେ ହାଇପ୍ରୋଫାଇଲ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଖୁବ୍ ଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ। ଆବୁଧାବିରେ ଆମେରିକା, ୟୁକ୍ରେନ ଓ ରୁଷର ଦୂତମାନଙ୍କ ହାଇପ୍ରୋଫାଇଲ ବୈଠକ। ପ୍ରଥମ ଥର ଲାଗି ଏହି ବୈଠକରେ ୪ ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ଅବସାନ ନେଇ ହୋଇଛି ଆଲୋଚନା। ଶାନ୍ତି ପ୍ରତିଷ୍ଠା ନିମନ୍ତେ ଡାଭୋସରୁ କ୍ରେମଲିନ ଯାଏ ବିଭିନ୍ନ ପର୍ଯ୍ୟାୟରେ କୂଟନୈତିକ ଆଲୋଚନା ପରେ ଆବୁଧାବିରେ ଏହି ବୈଠକ ବସିଥିଲା। ଯୁଦ୍ଧର ଅନ୍ତ ଘଟାଇବା ଲାଗି ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିଷ୍ପତ୍ତିରେ ଏହି ବୈଠକ ହୋଇଛି। ବିଶେଷ କରି ସୀମାଗତ ଅଧିକାର ପ୍ରସଙ୍ଗରେ ରୁଷ ନିଜ ଜିଦରେ ଅଟଳ ରହିଥିବାବେଳେ ୟୁକ୍ରେନ ଏହାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ। ସୁଇଜରଲାଣ୍ଡ ଡାଭୋସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଥିଲେ- ରୁଷ ସଦ ୟୁକ୍ରେନର ଶାନ୍ତି ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି। ଦୁଇ ପକ୍ଷଙ୍କ ସହ ଆମେରିକା ପ୍ରତିନିଧିଙ୍କ ଆଲୋଚନା ସକାରାତ୍ମକ ଦିଗ ସୃଷ୍ଟି କରିଛି ବୋଲି କୁହାଯାଇଛି। ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ ଉଇଟକଫଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ  ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି। ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର  ଅଚ୍ୟୁତାନନ୍ଦ ବିଶ୍ୱାଳ, ପତ୍ନୀ ଓ  ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂଶୁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବାଘ ସହ ମଣିଷର ଲଢେଇ : ମରିଗଲା ବାଘ, ମେଡିକାଲରେ ମଣିଷ..

ବଡମ୍ବା : ବାଘ ସହ ମଣିଷର ଲଢେଇ। ଶେଷରେ ଗଲା ବାଘର ପ୍ରାଣ। ଘଟଣା ଘଟିଛି ବଡ଼ମ୍ବା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ। ଏକ କଲରା ପତାରିଆ ବାଘ ସହ ଜଣେ ବ୍ୟକ୍ତି ଲଢେଇ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୁଭ୍ରାଂଶୁ ଭୋଳଙ୍କ ଜୟପୁର ଫାର୍ମରେ ଏକ କଲରାପତରିଆ ବାଘ ପଶିଥିଲା। ହଠାତ୍ ବାଘ ସହ ଶୁଭ୍ରାଂଶୁଙ୍କ ମୁହାଁମୁହିଁ ହୋଇଥିଲା। ତେବେ ଜୀବନ ବଞ୍ଚାଇବା ଲାଗି ଡରି ନଯାଇ ବାଘ ସହ ଲଢେଇ କରିଥିଲେ ଶୁଭ୍ରାଂଶୁ। ଶେଷରେ ଲଢେଇରେ ବାଘର ମୃତ୍ୟୁ ଘଟିଥିଲା। ଆହତ ଶୁଭ୍ରାଂଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କଲରାପତରିଆ ବାଘର ମୃତଦେହ ଜବତ କରିଛି ବନବିଭାଗ। ଏହା ସହ ଘଟଣାର ତଦନ୍ତ ଜାରି ରହିଛି।  ସେପଟେ ଶୁଭ୍ରାଂଶୁଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି। ଆଶୁ ଚିକିତ୍ସା ବିଭାଗରେ ପ୍ରାଥମିକ ଚିକିତ୍ସା ସରିବା ପରେ ଟ୍ରମା କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଦୁଇ ହାତ ଓ ମୁହଁରେ ଆଘାତ ଲାଗିଛି।

ଇଣ୍ଡୋନେସିଆରେ ବଡ଼ ଧରଣର ଭୂସ୍ଖଳନ : ୭ ମୃତ, ୮୨ରୁ ଅଧିକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡୋନେସିଆ ପଶ୍ଚିମ ବାନଦୁଙ୍ଗରେ ବଡ଼ ଧରଣର ଭୂସ୍ଖଳନ। ଭୂସ୍ଖଳନରେ ୭ ମୃତ, ୮୨ରୁ ଅଧିକ ନିଖୋଜ। ଅଘଟଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା ରହିଛି। ଏନେଇ ଇଣ୍ଡୋନେସିଆ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଜାତନ୍ତ୍ର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛିଦିନ ତଳେ ପଶ୍ଚିମ ସୁମାତ୍ରାରେ ଭୂସ୍ଖଳନ ଓ ବନ୍ୟାରେ ୧୧୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ

କଳାହାଣ୍ଡି  : ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଛି। ବାଇକରୁ ପଡି ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମ ର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ। ସେମାନେ ଭଇରୀପାଳି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଇ ଫେରିବା ବେଳେ ସୁନାମାଲ ଭାଲୁପଡା ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ କୋକସରା ପୋଲିସ କୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି।