କେନ୍ଦୁଝର: ଗତ ଶୁକ୍ରବାର ଘଟଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଗିରଫ ହେଲେ ଦୁଇ NHAI ପାଟ୍ରୋଲିଂ ଇନଚାର୍ଜ । ଭାଗିରଥୀ ଦାସ ଓ ଆଲୋକ ଜେନାଙ୍କୁ ଗିରଫ କରିବା ପରେସିଆରପିସିର ୪୧(A) ଧାରାରେ ନୋଟିସ ଦେଇ ପୋଲିସ ଉଭୟଙ୍କୁଛାଡ଼ିଛି । ସଂପୃକ୍ତ ଇନଚାର୍ଜ ଅଧିକାରୀ ଦରଖଳାଠୁ ନେଙ୍କଡ଼ାଘର ଯାଏ ପାଟ୍ରୋଲିଂ ଦାୟିତ୍ବରେ ରହିଥିଲେ । ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଯାଇଥିବାବେଳେ NHAI ବିରୋଧରେ ମାମଲା ରୁଜୁ କରିଥିଲା ଘଟଗାଁ ପୋଲିସ । NHAIର ଅବହେଳା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ।
ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ
ଭୁବନେଶ୍ୱର : ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ମିଳିତ ଭାବେ ଚନ୍ଦକା ପୋଲିସ୍ ଷ୍ଟେସନରେ ସିଡ୍ ବଲ୍ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଏବଂ ଓଡବ୍ଲ୍ୟୁଏମ୍ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ପୋଲିସ୍ କମିଶନର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡେପୁଟି କମିଶନର, ପ୍ରତିକ୍ ସିଂହ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ସବୁଜିମାର ଅବକ୍ଷୟ ଓ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବା ଭଳି ସମସ୍ୟାଗୁଡିକର ମୁକାବିଲା କ୍ଷେତ୍ରରେ ସାମଗ୍ରିକ କାର୍ଯ୍ୟାନୁଷ୍ଠାନର ମହତ୍ୱକୁ ଗୁରୁତ୍ୱ ଦେଇଥିଲେ ।
ଏକ ସୁସ୍ଥ ଜୀବନ ଉପଯୋଗୀ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଛୋଟ ଛୋଟ ପଦକ୍ଷେପଗୁଡିକର ମହତ୍ୱକୁ ଚିହ୍ନଟ କରି ସିପି, ଡିସିପି ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମ ସମୟରେ ସିଡ୍ ବଲ୍ ବା ବିହନର ବଲ୍ ପ୍ରସ୍ତୁତ କରିଥିଲେ । ଏହାସହ ସେମାନେ ଚନ୍ଦକା ପୋଲିସ୍ ଷ୍ଟେସନ ପରିସର ମଧ୍ୟରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ ।
ଏହି ଗ୍ରୀନ୍ ଆମ୍ବାସାଡର୍ମାନେ ଆମ୍ବ, ପଣସ, ପିଜୁଳି, ଲିଚୁ ଓ ବକୁଳ ଗଛର ଚାରା ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ସେମାନେ ସଜନା, ରାଧାଚୁଡା, ଆତ ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛର ମଞ୍ଜିରୁ ସିଡ୍ ବଲ୍ ପ୍ରସ୍ତୁତ କରିଥିଲେ ।
ଡିସିପି ପ୍ରତୀକ ସିଂହ ଏହି ଅଭିଯାନକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରିଥିଲେ । ସେ ଏହି ସିଡ୍ ବଲଗୁଡିକୁ ଶୁଖାଇବା ଏବଂ ସବୁଜ କ୍ଷେତ୍ରରେ ବିକଶିତ ହେବା ପାଇଁ ସମ୍ଭାବନା ଥିବା ଅଂଚଳଗୁଡିକରେ ସେଗୁଡିକୁ ରଣନୈତିକ ଭାବେ ବିକ୍ଷେପ ଏବଂ ସ୍ଥାନୀତ କରିବାରେ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଥିଲେ ।
ଓଡିଶା ୱମେନ୍ ଇନ୍ ମିଡିଆ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଏବଂ ଉଦୀୟମାନ ମହିଳା ସାମ୍ବାଦିକାଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସମୁଦାୟ-ଭିତିକ ଅଭିଯାନଗୁଡିକରେ ସକ୍ରିୟ ଭାବେ ଜଡିତ ରହିଛି । କମିଶନରେଟ୍ ପୋଲିସ୍ ସହ ଏହି ସହଭାଗିତା କେବଳ ପରିବେଶ ସ୍ଥାୟିତ୍ୱ ପ୍ରତି ଏକ ଯୁଗ୍ମ ପ୍ରତିବଦ୍ଧତାକୁ ସୂଚିତ କରୁନାହିଁ ବରଂ ସମୁଦାୟ ଉପରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାରେ ସାମଗ୍ରିକ ପ୍ରୟାସର ଶକ୍ତିକୁ ପ୍ରଦର୍ଶିତ କରୁଛି ।
ରାଜମିସ୍ତ୍ରୀ ସହ ପ୍ରେମ: ସ୍ବାମୀ ହତ୍ୟାର ପର୍ଦ୍ଦାଫାସ କଲା ୯ ବର୍ଷର ପୁଅ
କାନପୁର: କାନପୁରରୁ ଆସିଛି ପ୍ରେମ, ପ୍ରତାରଣା ଓ ହତ୍ୟା ଅଭିଯୋଗ । ରାଜମିସ୍ତ୍ରୀ ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ୯ ବର୍ଷର କହିଲା ବାପାଙ୍କୁ ହତ୍ୟା କରିବା ଦିନ କ’ଣ ଘଟିଥିଲା ।
ସୂଚନା ଅନୁସାରେ, କାନପୁରର ୪୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ତଥା ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା କରାଯାଇଛି । ଆଉ ଏହି ହତ୍ୟା ପଛର ଖଳନାୟିକା ଓ ଖଳନାୟକ ହେଉଛନ୍ତି ତାଙ୍କ ପତ୍ନୀ ପିଙ୍କି ଏବଂ ତାଙ୍କ ପ୍ରେମିକ ରାଜମିସ୍ତ୍ରୀ ଶୈଳେନ୍ଦ୍ର ସୋନକର ।
ପୋଲିସ କହିବା ଅନୁସାରେ, ରାଜୋ କାନପୁର କୋୟଲାନଗରରେ ୨୦୨୧ରେ ଏକ ପ୍ଲଟ୍ କିଣିଥିଲେ । ଏଥିରେ ନିର୍ମାଣ କାମ ପାଇଁ ରାଜେଶ ରାଜମିସ୍ତ୍ରୀ ଶୈଳେନ୍ଦ୍ରଙ୍କୁ ନିୟୋଜିତ କରିଥିଲେ । କାମ ବିଷୟରେ ଆଲୋଚନା କରିବା ପାଇଁ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ଆସୁଥିଲେ । ଏହାରି ମଧ୍ୟରେ ପିଙ୍କିଙ୍କ ସହ ତା’ର ଦେଖା ହୋଇଥିଲା ଓ ଶୈଳେନ୍ଦ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯାହା ପିଙ୍କି ବୁଝି ପାରିଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ରାଜେଶ ଘରେ ନଥିବା ବେଳେ ଶୈଳେନ୍ଦ୍ର ଆସୁଥିଲେ ଓ ଉଭୟ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ । ଏ ସମ୍ପର୍କରେ ରାଜେଶ ଜାଣିବା ପରେ ଶୈଳେନ୍ଦ୍ର ଘରକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଘଟଣାକୁ ନେଇ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।
ଏପରିକି ପିଙ୍କି ରାଜେଶଙ୍କୁ ମାରିବାକୁ ଥରେ ଖାଇବାରେ ବିଷ ଦେଇ ଦେଇଥିଲେ । ହେଲେ ଠିକ ସମୟରେ ମେଡିକାଲ ନେଇ ଯିବା କାରଣରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏହାପରେ ପିଙ୍କି ଓ ଶୈଳେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ସୁପାରି କିଲରକୁ ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସୁପାରି କିଲର ଫେରାର ହୋଇଯାଇଥିଲା । ଏହାପରେ ପୁଣି ଥରେ ଆଉ ଜଣଙ୍କୁ ୪ ଲକ୍ଷର ସୁପାରୀ ଦେଇଥିଲେ ଉଭୟ । ଆଉ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା ହୋଇଥିଲା ।
ପୁଅ କହିଲା ହତ୍ୟା ଦିନର କଥା
ଯୋଜନା ମୁତାବକ ଗାଡି ଧକ୍କାରେ ରାଜେଶଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ବି ଘଟଣାକୁ ଦୁର୍ଘଟଣା ନଜରରେ ତଦନ୍ତ କରୁଥିଲା । ହେଲେ ସିସିଟିଭି ଫୁଟେଜ ଓ ମୃତ ରାଜେଶଙ୍କ ପୁଅର ବୟାନରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସର ସନ୍ଦେହ ହୋଇଥିଲା । ଏପରିକି ରାଜେଶଙ୍କ ଭାଇ ମଧ୍ୟ ହତ୍ୟା ସନ୍ଦେହ ପ୍ରକାଶ କାରିଥିଲେ । ପଚରାଉଚରା ବେଳେ ରାଜେଶଙ୍କ ୯ ବର୍ଷର ପୁଅ କହିଥିଲା, ଘଟଣା ଦିନ ବାପାଙ୍କ ସହ ଓ୍ବାକରେ ଯିବାକୁ ସେ ବି ବାହାରିଥିଲା । ଡ୍ରେସ ପିନ୍ଧି, ଘର ଦୁଆର ପର୍ଯ୍ୟନ୍ତ ବି ବାପାଙ୍କ ସହ ଚାଲି ଆସିଥିଲା । ହେଲେ ଘରୁ ମାଆ ଡାକ ଦେଇ ଭିତରକୁ ଡାକିବା ପରେ ବାଥରୁମରେ ତାଲା ପକାଇ ଦେଇଥିଲେ । ଜିଦ୍ ଧରିବାରୁ ଓ୍ବାକରେ ନଯାଇ ପାଠ ପଢ଼ ବୋଲି କହିଥିଲେ । ଏ ଘଟଣା ଜାଣିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଦୁର୍ଘଟଣା ଘଟାଇ ଥିବା କାରଟି ରାଜେଶଙ୍କୁ ଫଲୋ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ପିଙ୍କିଙ୍କ କଲ ଡିଟେଲରୁ ହତ୍ୟା ଦିନ ସେ ଶୈଳେନ୍ଦ୍ର ସହ କଥା ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ପୋଲିସ ଶୈଳେନ୍ଦ୍ରକୁ ଉଠାଇ ନେଇ ପଚରାଉଚରା କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା ।

