spot_img
Home Blog Page 2423

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନ ମଧ୍ୟରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ । କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଉଥିବା ବେଳେ ତା’ପର ଦିନଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ନୂଆ ସଂସଦ ଭବନରେ ବସିବ ଏହି ଅଧିବେଶନ । ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା।

ଭାରତୀୟ ଅର୍ଥନୀତି ଶକ୍ତିଶାଳୀ, ୬.୭ ପ୍ରତିଶତ ଅଭିବୃଦ୍ଧି ହାର ଅକ୍ଷୁର୍ଣ୍ଣ ରହିବ : ମୁଡି

ଦିଲ୍ଲୀ : ଗ୍ଲୋବାଲ ରେଟିଂ ଏଜେନ୍ସି (ମୁଡି ଇନଭେଷ୍ଟର୍ସ ସର୍ଭିସ) ୨୦୨୩ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକଳନକୁ ୬.୭ ପ୍ରତିଶତରେ ବଜାୟ ରଖିଛି । ମୁଡିଙ୍କ ବିଶ୍ୱାସ ଯେ ଦେଶରେ ପ୍ରବଳ ଘରୋଇ ଚାହିଦା ହେତୁ ନିକଟ ଭବିଷ୍ୟତରେ ଅଭିବୃଦ୍ଧିର ଗତି ଜାରି ରହିବ । ଜୁଲାଇ ତ୍ରୟମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା । ମାର୍ଚ୍ଚ ମାସରେ ଏହା ୬.୧ ପ୍ରତିଶତ ଥିଲା | ମୁଡି କହିଛନ୍ତି ଯେ ଆମେ ଆଶା କରୁଛୁ ୨୦୨୩ରେ ଭାରତର ପ୍ରକୃତ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ, ୨୦୨୪ରେ ୬.୧ ପ୍ରତିଶତ ଏବଂ ୨୦୨୫ରେ ୬.୩ ପ୍ରତିଶତ ବୃଦ୍ଧି ପାଇବ। ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଅର୍ଥନୈତିକ ପୃଷ୍ଠଭୂମି ଯୋଗୁଁ ରପ୍ତାନି ଦୁର୍ବଳ ହୋଇପାରେ | ମୁଡି ଏହାର ‘ଗ୍ଲୋବାଲ୍ ମାକ୍ରୋକ୍ନୋମିକ୍ ଆଉଟଲୁକ୍ -୨୦୨୪-୨୫’ରେ କହିଛି ଯେ ଘରୋଇ ଚାହିଦା ସ୍ଥିର ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ଆଗକୁ ବଢାଉଛି । ଘରୋଇ ବ୍ୟବହାର, ଦ୍ରୁତ ପୁଞ୍ଜି ବ୍ୟୟ ଏବଂ ଦ୍ରୁତ ସେବା କ୍ଷେତ୍ରରେ କାର୍ଯ୍ୟକଳାପ ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ଦୃଢ ହୋଇଛି । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ମୁଡି ଏହାର ରିପୋର୍ଟରେ କହିଛନ୍ତି ଯେ ଏହା ଶକ୍ତିଶାଳୀ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ସଂଗ୍ରହ, ଯାନ ବିକ୍ରୟ ବୃଦ୍ଧି, ଗ୍ରାହକଙ୍କ ଆତ୍ମବିଶ୍ୱାସ ଏବଂ ଦୁଇ ଅଙ୍କ ବିଶିଷ୍ଟ ଋଣ ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି । ବର୍ତ୍ତମାନର ପାର୍ବଣ ଋତୁରେ ଉପଭୋକ୍ତା ଚାହିଦା ଯୁଗ୍ମ ରହିବ | India's GDP soars to $3.75 trn in 2023: Finance minister

ତଥାପି, ଗ୍ରାମାଞ୍ଚଳର ଚାହିଦା, ଯାହା ପୁନରୁଦ୍ଧାରର ପ୍ରାରମ୍ଭିକ ଲକ୍ଷଣ ଦେଖାଉଛି, ଅଣମୌସୁମି ହେତୁ ଚିନ୍ତାର ବିଷୟ ପାଲଟିଛି | ଏହା ଫସଲ ଉତ୍ପାଦନ ଏବଂ କୃଷି ଆୟ ହ୍ରାସ କରିପାରେ | ମୁଡି କହିଛନ୍ତି ଯେ ଅଗଷ୍ଟରେ ୪.୮ ପ୍ରତିଶତରୁ ମୂଳ ମୁଦ୍ରାସ୍ଫୀତି ୪.୫% କୁ ହ୍ରାସ ପାଇଛି, କିନ୍ତୁ ଅଣମୌସୁମି ପାଗ ଏବଂ ଭୌଗଳିକ ଅନିଶ୍ଚିତତା ମଧ୍ୟରେ ଖାଦ୍ୟ ଏବଂ ଶକ୍ତି ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଗ୍ରାହକ ମୂଲ୍ୟ ସୂଚକାଙ୍କରେ ବୃଦ୍ଧି ଘଟାଇପାରେ। ରିଜର୍ଭ ବ୍ୟାଙ୍କ ବିପଦକୁ ନେଇ ଏକ ସତର୍କତା ଅବଲମ୍ବନ କରିବ। ଏପ୍ରିଲ୍-ଜୁନ୍ ତ୍ରୟମାସରେ ମାସରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା । ପ୍ରଥମ ତ୍ରୟମାସ ପାଇଁ ରିଜର୍ଭ ବ୍ୟାଙ୍କର ୮ ପ୍ରତିଶତ ଅଭିବୃଦ୍ଧି ହାରର ଆକଳନଠାରୁ ଏହି ସଂଖ୍ୟା କମ୍ ଥିଲା, କିନ୍ତୁ ସମସ୍ତ ପ୍ରମୁଖ ଅର୍ଥନୀତି ତୁଳନାରେ ଏହା ସର୍ବାଧିକ ଥିଲା । ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ତ୍ରୟମାସରେ ଭାରତୀୟ ଅର୍ଥନୀତି ୬.୧ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଥିଲା । ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଗତି ବର୍ଷର ଶେଷ ତ୍ରୟମାସିକରେ ଅର୍ଥାତ ଅକ୍ଟୋବରରୁ ଡିସେମ୍ବର 2୨୦୨୩ ମଧ୍ୟରେ ୬ ପ୍ରତିଶତ ହୋଇପାରେ।

ବାଣ ବଦଳରେ ଜଳିବ ଦୀପ, ଦୀପାବଳି ପାଇଁ ବ୍ୟସ୍ତ କାରିଗର

ନବରଙ୍ଗପୁର: ବାଣ ବଦଳରେ ଜଳିବ ଦୀପ । ସାରା ଦେଶରେ ଦୀପାବଳିରେ ଫୁଟିବନି ଘାତକ ବାଣ । ସୁପ୍ରିମକୋର୍ଟଙ୍କ କଟକଣା ପରେ ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟବାସୀ । ଏନେଇ ଚଳଚଞ୍ଚଳ ହୋଇପଡିଛି ଦୀପ କାରବାର । ବାଣ ବଦଳରେ ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ହେଲେ ପ୍ରୋତ୍ସାହନ ଓ ବିକ୍ରି ବଟାରେ ଅସୁବିଧା ପାଇଁ ସମସ୍ୟାରେ ପଡୁଛନ୍ତି ଦୀପ କାରିଗର ।

ଚଳିତ  ବର୍ଷ ଦୀପମୟ ହେବ ଦୀପାବଳି  । ଫ୍ରେଣ୍ଡଲି ଦୀପାବଳି ପାଳନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ବାସିନ୍ଦା ।  ଫଳରେ ବଢିଛି ମାଟି ଦୀପର ଚାହିଦା । ଚଳଚଞ୍ଚଳ ହୋଇଉଠୁଛି ଦୀପ କାରାବାର। ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗାଁର କୁମ୍ଭାର ଶାଳରେ ଜମୁଛି ବ୍ୟବସାୟୀଙ୍କ ଗହଳି । ଚଳିତ ବର୍ଷ ଦୀପାବଳିରେ ଦୀପର ଚାହିଦା ବୃଦ୍ଧି ଯୋଗୁ ଦୀପ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଇଛନ୍ତି କୁମ୍ଭାର । ଏହି ଗାଁର ଦୀପର ଚାହିଦା  ଜିଲ୍ଲା , ତଥା ପୋଡ଼ଶୀ କୋରାପୁଟ, କଳାହାଣ୍ଡି, ରାୟଗଡା, କଟକ, ଭୁବନେଶ୍ବର ସହିତ ପୋଡ଼ଶୀ ରାଜ୍ୟରେ ଅଧିକ ରହିଛି । କିଛି ବର୍ଷ ପୂର୍ବରୁ ଆଧୁନିକତାର ଛାପରେ ଦୀପର ସ୍ଥାନ ନେଇଥିଲା ଚାଇନା ଲାଇଟ । କିନ୍ତୁ ଲୋକେ ଧୀରେ ଧୀରେ ସଚେତନ ହୋଇ ପୁନର୍ବାର  ପାରମ୍ପରିକ ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଦେଶରୁ ପଦୂଷଣ କମାଇବାକୁ ସୁପ୍ରିମ କୋର୍ଟଙ୍କ କଟକଣା ଯୋଗୁ ବି ଦୀପର ଚାହିଦା ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି କାରିଗର ।

ମାଟିକୁ ଜୀବନ୍ତ ରୂପ ଦେଉଥିବା ଏହି କୁମ୍ଭକାର ପରିବାର ଏବେ ନିଜ ବ୍ୟବସାୟକୁ ନେଇ ଚିନ୍ତାରେ ପଡିଛନ୍ତି । ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ କମଟଙ୍କାରେ ବ୍ୟବସାୟୀଙ୍କୁ ନିଜ ଦୀପ ବିକ୍ରି କରିବାକୁ ପଡୁଛି । ଏନେଇ ସ୍ଥାନୀୟ ପ୍ରଶାସନ ଦୀପ କାରିଗରଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।

 

ପୁଣି ସଫେଇ ଦେଲେ ମନୋଜ, ଆଦିପୁରୁଷର କାହାଣୀ..

ମୁମ୍ବାଇ: ୨୦୨୩ ମସିହାରହାଇ ବଜେଟ ଫିଲ୍ମ ଯାହାକି ୬ଶହ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ଷ୍ଟାରକାଷ୍ଟଠାରୁ ଆରମ୍ଭ କରି ଗୀତ ସବୁ ହିଟ୍ ହେବ ବୋଲି ଆଶା ରଖିଥିଲା ପ୍ରଯୋଜନା ସଂସ୍ଥା । ମାତ୍ର ଟ୍ରେଲର ରିଲିଜ୍ ହେବା ପରଠାରୁ ବିବାଦରେ ରହିଥିବା ଆଦିପୁରୁଷ ରିଲିଜ ହେବା ପରେ ମଧ୍ୟ ବିବାଦରେ ରହିଥିଲା ରାମୟଣ ଉପରେ ଆଧରିତ ଏହି ଫିଲ୍ମର କାହାଣୀଠାରୁ ଆରମ୍ଭ କରି ସ୍କ୍ରିନିଂକୁ ନେଇ ପ୍ରଶ୍ନ ଉଠାଇଥିଲେ ଦର୍ଶକ ।

ଏପରିକି ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । କଳାକାରଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ସମସ୍ତେ ଫିଲ୍ମକୁ ନେଇ ଅନେକ ସଫେଇ ଦେଇଛନ୍ତି । ଫିଲ୍ମର ସଂଳାପକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ପୂର୍ବରୁ ମଧ୍ୟ ଗୀତିକାର ମନେଜ ସଫେଇ ଦେଇଥିଲେ । ଏବେ ପୁଣିଥରେ ସଫେଇ ଦେଇ ସ୍ପଷ୍ଟିକରଣ ଦେଇଛନ୍ତି ।  ଏହି ଫିଲ୍ମ ତାଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇବା ସହ ସେ ଦେଶ ବାହାରକୁ ମଧ୍ୟ ଚାଲିଯାଇଥିଲେ । ମନୋଜ କହିଛନ୍ତି କି, କାହାଣୀ ଲେଖିବାରେ ଭୁଲ୍ ଅଛି ।

କାହାଣୀ ଲେଖିବାରେ ଶତ ପ୍ରତିଶତ ଭୁଲ୍ ରହିଥିବା କହିଥିଲେ । ମାତ୍ର କୌଣସି ଖରାପ ଉଦ୍ଦେଶ୍ୟରେ ଏଭଳି କାହାଣୀ ରଚନା କରାଯାଇନଥିଲା । ସନାତନ ଧର୍ମକୁ ଇଙ୍ଗିତ କରିବା ଭଳି ଉଦ୍ଦେଶ୍ୟ ନଥିଲା । କୌଣସି ଭଗବାନଙ୍କୁ ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନଥିଲା । ଏହି ଫିଲ୍ମ ପରେ ବହୁତ କିଛି ଶିଖିବାକୁ ମିଳିଛି । ଆଗକୁ ଆଉ କେବେ ମଧ୍ୟ ଏଭଳି ଭଚଲ୍ ହେବ ନାହିଁ । ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମୋ ଜୀବନରେ ବହୁତ ପ୍ରଭାବ ପକାଇଛି ବୋଲି କହିଛନ୍ତି ମନୋଜ । ବଡ଼ ବଜେଟରେ ଫିଲ୍ମକୁ ନିର୍ମାଣ କରାଯାଇଥିଲା । ମାତ୍ର ଏହା ଫ୍ଲପ ହେବା ସହ ଟ୍ରୋଲର ଶିକାର ହେଲା ।

 

ହେଲିକପ୍ଟର ଇଞ୍ଜିନ ଫେରସ୍ତ କରିବାକୁ ପାକିସ୍ତାନକୁ ଚେତାବନି ଦେଇଛି ଋଷ

ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ଦିନ ଧରି ୟୁକ୍ରେନ ସହ ଋଷ ମଧ୍ୟରେ ଲାଗିରହିଛି ଯୁଦ୍ଧ । କେତେବେଳେ ମିସାଇଲ୍ ମାଡ ତ କେତେବେଳେ ଟ୍ୟାଙ୍କରୁ ବର୍ଷୁଛି ଗୁଳି । ବର୍ତ୍ତମାନ କିନ୍ତୁ ଏକ ରୋଚକ ଖବର ସାମ୍ନାକୁ ଆସିଛି ।  କାଙ୍ଗାଳ ପାକିସ୍ତାନର ସମସ୍ୟାକୁ ବଢାଇଦେଇଛି ଋଷ । ୟୁକ୍ରେନ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ମଧ୍ୟ ଏକ ଜଟିଳ ପରିସ୍ଥିତିରେ ଅଛି | ଏହାର କାରଣ ହେଉଛି କଟିଳ ପରିସ୍ଥିତିରେ ଥିବା ଋଷ ବର୍ତ୍ତମାନ ନିଜର ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ରଆଡକୁ ମୁହାଁଇଛି । ନିଜର ସାମରିକ ଅସ୍ତ୍ରଶସ୍ତ୍ରକୁ ଫେରାଇବା ପାଇଁ ଋଷ ବିଶେଷ ଭାବରେ ପାକିସ୍ତାନ ଆଡକୁ ମୁହାଁଇଛି, ଯାହାକି ଦୀର୍ଘ ବର୍ଷ ଧରି ଋଷର ସାମରିକ ଉପକରଣ କ୍ରୟ କରିଆସୁଥିଲା ପାକିସ୍ତାନ । ହେଲିକପ୍ଟରର ଇଞ୍ଜିନ ଫେରସ୍ତ କରିବାକୁ ଋଷ ପାକିସ୍ତାନକୁ କହିଛି। ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ଖବର ଅନୁଯାୟୀ ଋଷ ଇସଲାମାବାଦକୁ ହେଲିକପ୍ଟର ଇଞ୍ଜିନ ଫେରାଇବାକୁ କହିଛି । Mi-35M ହେଲିକପ୍ଟର ପାଇଁ ଏହା ଅତ୍ୟାବଶ୍ୟକ ଅଂଶ, ଯାହା ୟୁକ୍ରେନରେ ଋଷ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହେଉଛି |  Ukraine to Supply Pakistan Military with Mi-17 Helicopter Engines and Spares: Report

ଦୀର୍ଘ ଦିନ ଧରି ଚାଲିଆସୁଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଋଷ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ପଦକ୍ଷେପ ନେଇଛି ବୋଲି ବିଶ୍ୱାସ କରାଯାଏ । ତେବେ ଋଷର ଏହି ଦାବି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଖବର ଅନୁଯାୟୀ, ହେଲିକପ୍ଟର ଇଞ୍ଜିନ୍ ଫେରସ୍ତ କରିବାକୁ ପାକିସ୍ତାନକୁ ଋଷ ସୂଚାଇ ଦେଇଛି ଯେ ଋଷର ସାମରିକ ପ୍ରୟାସରେ ତୁରନ୍ତ ସହାୟତା ଆବଶ୍ୟକ, ଯାହା ଆନ୍ତର୍ଜାତୀୟ ସାମରିକ ମିଳିତ ମଞ୍ଚ ତଥା ପ୍ରତିରକ୍ଷା ଶିଳ୍ପ ଉପରେ ବିବାଦର ବ୍ୟାପକ ପ୍ରଭାବକୁ ସୂଚାଉଛି । ୟୁକ୍ରେନ ଯୁଦ୍ଧକୁ ଦର୍ଶାଇ ଋଷ ପାକିସ୍ତାନରୁ ଏହାକୁ ଦାବି କରିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ ଇଜିପ୍ଟ ଏବଂ ବେଲାଋଷ ଭଳି ଅନ୍ୟ ଦେଶକୁ ଋଷ ସେମାନଙ୍କ ସଶସ୍ତ୍ର ବାହିନୀକୁ ସମର୍ଥନ କରିବା ପାଇଁ ଏକ ପ୍ରୟାସ କରିଛି।

ଚାଷୀ ମୁଣ୍ଡରେ ଚଡ଼କ, ଚିନ୍ତା ବଢ଼ାଇଛନ୍ତି ଚକଡ଼ା ପୋକ

ଗୁଣୁପୁର: ଚାଷୀଙ୍କ ପାଇଁ ଦାଉ ସାଜିଛି ଚକଡା ପୋକ । ରାତାରାତି ଧାନ କ୍ଷେତ ନଷ୍ଟ ହୋଇଯାଉଛି । କୀଟନାଶକ ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ସରକାରୀ ସହାୟତା ପାଇଁ ଦାବି କରୁଛନ୍ତି ଚାଷିକୂଳ । ଚିନ୍ତା ବଢାଇଲା ଚକଡା ପୋକ । ରାତାରାତି ଖାଇଯାଉଛନ୍ତି ଧାନ ଫସଲ । ଧାରକରଜ କରି ଚାଷ କରିଥିବା ରାୟଗଡା ଚାଷୀ ହତାଶ । ଜିଲ୍ଲାରେ ୬୦ ହଜାର ୫୨୪ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଛି । ଏଥିରୁ ଗୁଣୁପୁରର ୧୫ ହଜାର ୩୬୨ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ନିଜ ଚାଷ ପାଇଁ ଚାଷୀ କରିଥିବା ହାଡଭଙ୍ଗା ପରିଶ୍ରମ ବୃଥା ପାଲଟିଛି ।

ଗୁଣୁପୁର, ପଦ୍ମପୁର, ରାମନାଗୁଡା, ଗୁଡାରି ଆଦି ସ୍ଥାନରେ ଧାନ ଜମିରେ ଚକଡା ପୋକର ପ୍ରାଦୁର୍ଭାବ ବଢିଯାଇଛି । ସବୁ ଫସଲ ନଷ୍ଟ କରିଛନ୍ତି ଚକଡା ପୋକ । ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧ ସିଞ୍ଚନ କରି ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହି ବିପଦରୁ ମୁକ୍ତି ପାଇଁ ଏବେ ସରକାରଙ୍କ ସହୋଯୋଗ ଲୋଡିଛନ୍ତି ଚାଷୀ । ଚକଡା ପୋକ ସମସ୍ୟା ଏବେ ନିୟନ୍ତ୍ରଣାଧୀନ । ଅନ୍ୟ କିଛି ଅଞ୍ଚଳରୁ ଆସିଥିବା ଅଭିଯୋଗର ବି ଅନୁଧ୍ୟାନ କରାଯାଉଛି । ଯଦି କ୍ଷୟକ୍ଷତିର ରିପୋର୍ଟ ମିଳେ ତାହାହେଲେ ଉପଯୁକ୍ତ କ୍ଷତି ପୂରଣ ଯୋଗଇ ଦିଆଯିବ ବୋଲି କହିଛନ୍ତି କୃଷି ଜିଲ୍ଲା ଅଧିକାରୀ ।

ବିହାର ବିଧାନସଭାରେ ବିଚିତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମଙ୍କ ଉପରେ ବିଗିଡ଼ି ଏମିତି କହିଲେ ନୀତିଶ କୁମାର

ପାଟନା: ବିହାର ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ଏକ ବିଚିତ୍ର ଚିତ୍ର । ରାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ଏବଂ ନୀତିଶଙ୍କ ମଧ୍ୟରେ ମୁହାଁମୁହିଁ । ଜିତନରାମଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ନୀତିଶ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରାଗର ସହ କଡ଼ା ଭାଷାରେ ସମାଲୋଚନା କରିଥିଲେ ନୀତିଶ । ସରକ୍ଷଣ ବିଲରେ ହୋଇଥିବା ସଂଶୋଧନକୁ ନେଇ ବିଧାନସଭାରେ ଆଲୋଚନା ଚାଲିଥିଲା । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ କହିଥିଲେ କି, ମୁଁ ଏହାକୁ ବିଶ୍ବାସ କରେ ନାହିଁ । ସରକାର କଣ ସଂରକ୍ଷଣର ସମାକ୍ଷା କରିଛନ୍ତି କି? ପ୍ରତି ୧୦ ବର୍ଷରେ ଥରେ ସମୀକ୍ଷା କରାଯାଏ । ବିଲ୍ ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଥିଲେ ଯେ ବିହାରରେ ହୋଇଥିବା ଜାତିଗତ ଜନଗଣନାରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରତି ୧୦ ବର୍ଷରେ ସଂରକ୍ଷଣ ର ସମୀକ୍ଷା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ବିହାର ସରକାର ସଂରକ୍ଷଣର ସମୀକ୍ଷା କରିଛନ୍ତି କି ବୋଲି ମାଝୀ କହିଛନ୍ତି।

ଜିତନ ରାମଙ୍କ ଏଭଳି ମନ୍ତବ୍ୟ ପରେ ଚିହିଁକି ଉଠିଥିଲେ ନୀତିଶ । ଆଉ କଡ଼ା ଭାଷାରେ ସାମଲୋଚନା କରିଥିଲେ । କହିଥିଲେ କି, ଆମର ମୁର୍ଖତା ପାଇଁ ଜିତନ ରାମ ମୁଖ୍ୟମନ୍ତ୍ରୀ ବନିଥିଲେ । ତାଙ୍କର କୌଣସି ଧାରଣା ନାହିଁ । ଏବେ ସେ ରାଜ୍ୟପାଳ ହେବା ପାଇଁ ବିଜେପି ପଛରେ ବୁଲୁଛି । ସେ ମୋ ଆଗରେ କହୁଛି ମୁଁ ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ତାର କଣ ଆଇଡିଆ ଅଛି ଯେ ତାକୁ ମୁଁ ମୁଖ୍ୟମନ୍ତ୍ରୀ କରିଥିଲି ବୋଲି ।“ ବିଜେପି ବିଧାୟକଙ୍କ ଆଡ଼କୁ ଇଶାରା କରି ନୀତିଶ କହିଥିଲେ କି, ତାଙ୍କୁ ରାଜ୍ୟପାଳ ବନାଇ ଦିଅ । ବିହାର ବିଧାନସଭାରେ ନୀତିଶଙ୍କ ଏଭଳି ମନ୍ତବ୍ୟ ପରେ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି ।

 

ଧନତରେସ୍ ପୂର୍ବରୁ ଜିଏସଟି ରେଡ୍

ରାଉରକେଲା: ରାଉରକେଲାର କନକ ଅଳଙ୍କାର ଜୁଏଲର୍ସରେ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛି । ରାଉରକେଲା ସହରର ମେନରୋଡ ଅଞ୍ଚଳରେ ଥିବା ଏହି ଜୁଏଲର୍ସ ଜିଏସଟି ଠକିଥିବା ଅଭିଯୋଗ ହୋଇଛି  । ବିଲ୍ ଓ ରେଜିଷ୍ଟର ଜବତ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ଟିମ୍  । ତେବେ କୌଣସି ପ୍ରକାରର ଅନିୟମିତତା ହୋଇନଥିବା ଜୁଏଲର୍ସ କର୍ତ୍ତୃପକ୍ଷ କହିଛନ୍ତି କୁହାଯାଇଛି ।

ରାଜ୍ୟକୁ ଫେରିଲା ଶୀତ, ଜାଣନ୍ତୁ କେଉଁଠି କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ରାଜ୍ୟକୁ ଫେରିଲା ଶୀତ । ସିଜିନରେ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । କନ୍ଧମାଳ ଜି.ଉଦୟଗିରିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଲା ପାରଦ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି କମିବ ତାପମାତ୍ରା । ୧୩ ତାରିଖ ପର୍ଯ୍ୟନ୍ତ ରହିବ ଶୁଖିଲା ପାଗରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ତାପମାତ୍ରା ଖସିବା ଆରମ୍ଭ ହୋଇଛି । ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ୧୪ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଅନୁକୂଳ ରହିବ। ବର୍ଷା ହେବାର ଆଶଙ୍କା ନାହିଁ ।

ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା

ନନ୍ଦିଘୋଷ ବ୍ୟୁରୋ : ସିରିଆ ଉପରେ ପୁଣି ଆମେରିକାର ଏୟାରଷ୍ଟ୍ରାଇକ । ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକୀୟ ଯୁଦ୍ଧ ବିମାନ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ଏହି ହମଲାରେ ୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସିରିଆ ଉପରେ ଆମେରିକାର ଏହି ଆକ୍ରମଣ ଦ୍ବିତୀୟଥର ହୋଇଛି । ଆମେରିକୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ଏୟାରଷ୍ଟ୍ରାଇକ ହୋଇଥିବା କୁହାଯାଇଛି । ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସିର ଫାସିଲିଟି ସେଣ୍ଟରରେ ଆମେରିକାର ଏଫ-୧୫ ବୋମାବର୍ଷୀ ବିମାନ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି । ଇସଲାମିକ ବିଦ୍ରୋହ ନିୟନ୍ତ୍ରଣ କରିବା ଲାଗି ବର୍ତ୍ତମାନ ଇରାକରେ ୨ ହଜାର ୫୦୦ ଓ ସିରିଆରେ ୯୦୦ ଆମେରିକୀୟ ସୈନ୍ୟ ରହିଛନ୍ତି । ତେଣେ ୟେମେନରେ ହାଉଥି ଗ୍ରୁପ ପକ୍ଷରୁ ଆମେରିକାର ଏକ ଏମକ୍ୟୁ-୯ ଡ୍ରୋନକୁ ଖସାଇଦିଆଯାଇଥିବା ସୂଚନା ମିଳିଛି । U.S. Retaliates With Airstrikes on Iranian-Backed Militia Facilities in  Syria

ଜାଣନ୍ତୁ ଦିଲ୍ଲୀରେ ଜେମିତି ସ୍ଥିତି : ଦିଲ୍ଲୀରେ ବେଲଗାମ ପ୍ରଦୂଷଣ, ସରକାର କୃତ୍ରିମ ବର୍ଷା କରିବାକୁ କରୁଛନ୍ତି ଯୋଜନା

ସେପଟେ ଗାଜା ସିଟିରେ ହମାସ ବାହିନୀ ଓ ଇସ୍ରାଏଲ ବାହିନୀ ମଧ୍ୟରେ ତୁମୁଳ ସଂଘର୍ଷ ଚାଲିଛି । ହମାସର ଶହ ଶହ କିଲୋମିଟର ବ୍ୟାପୀ ଟନେଲଗୁଡିକୁ ଧ୍ବଂସ କରାଯାଉଛି । ସୈନ୍ୟ, ଅସ୍ତ୍ରଶସ୍ତ୍ର ପରିବହନ, ଚୋରାଚାଲାଣରେ ବ୍ୟବହୃତ ହେଉଥିବା ୧୩୦ ଟନେଲକୁ ବର୍ତ୍ତମାନ ସୁଦ୍ଧା ଧ୍ବଂସ କରାଯାଇଛି । ତେଣେ ଗାଜା ଅନ୍ତର୍ଗତ ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ୧୯ ଜଣ । ସେପଟେ ଜୀବନ ବିକଳରେ ଗାଜାରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି ।