ରାଜ୍ୟର ବିକାଶ ପୁରୁଷ କହିଲେ ନବୀନ ପଟ୍ଟନାୟକ। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମହିଳାଙ୍କ ଆର୍ଥିକ ବିକାଶ ସହିତ ସବୁ କ୍ଷେତ୍ରରେ ରାଜ୍ୟ ଏକ ନମ୍ବର ସ୍ଥାନ ପାଇଥିଲା। ଏଭଳି ନେତାଙ୍କ ବିରୋଧରେ ଏକତରଫା ଭାବେ ରାଜ୍ୟର ଦୁଇଟି ନ୍ୟୁଜ ଚାନେଲେ କିପରି ଖବର ପ୍ରସାରଣ କଲେ? ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଲଗାତାର ୬ ଥର ନିର୍ବାଚିତ ହୋଇ ହିଞ୍ଜିଳିବାସୀଙ୍କ ବିକାଶ ପାଇଁ ଦୀର୍ଘ ୨୭ ବର୍ଷ ଧରି ସେବା କରିଆସୁଛନ୍ତି। ଅଥଚ ଏଭଳି ବିକାଶ ପୁରୁଷଙ୍କ ବିରୋଧରେ ଯଦି କେହି ଅଭିଯୋଗ ଆଣୁଛି ସେ ଖବର ପ୍ରସାରଣ ପୂର୍ବରୁ କାହିଁକି ବିଜେଡିର ପ୍ରତିକ୍ରିୟା ନିଆଗଲାନି ବୋଲି ଦଳୀୟ ମୁଖପାତ୍ର ପ୍ରଶ୍ନ କରିଛନ୍ତି। ଶିଶିର ଅଭିଯୋଗ କରିଥିଲେ ୨୦୨୪ରେ ହିଞ୍ଜିଳିର ବିଧାୟକ ଭାବେ ନିର୍ବାଚିତ ହେବା ପରେ ୧୮ ମାସ ହେଲାଣି ନବୀନ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ କପୋଳକଳ୍ପିତ ବୋଲି ବିଜେଡି ସ୍ପଷ୍ଟ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ଦୁଃଖ ବୁଝିବାକୁ ସେହିବର୍ଷ ଡିସେମ୍ବର ୩୦ ତାରିଖରେ ନିର୍ବାଚନମଣ୍ଡଳୀ ଗସ୍ତ କରି ଚାଷୀଙ୍କ ଦୁଖ ବୁଝିଥିଲେ। ହିଞ୍ଜିଳି ଓ ସେରଗଡ଼ରୁ ନିୟମିତ ଲୋକେ ଆସି ନବୀନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଆସୁଛନ୍ତି। ଏବେ ବି ଲୋକଙ୍କ ହୃଦୟରେ ନବୀନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ସେଇ ବିକାଶ ପୁରୁଷ ବିରୋଧରେ ଏପରି କାହିଁକି ନିମ୍ମମାନର ଟିପ୍ପଣୀକୁ ଗୁରୁତ୍ବ ଦେଇ ପ୍ରସାରଣ କରାଯାଉଛି ତାକୁ ନେଇ ବିଜେଡି ସମାଲୋଚନା କରିଛି।
ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ, ପୁରସ୍କାର ଜିତନ୍ତୁ
ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ, ପୁରସ୍କାର ଜିତନ୍ତୁ । ସ୍କୁଲସ୍ତରରେ ସଚେତନ ହେଲେ, ଆଗକୁ ଏଡ଼ାଇ ହେବ ବଡ଼ ଦୁର୍ଘଟଣା। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ବରର ଦୁଇଟି ସ୍କୁଲରେ ଆରମ୍ଭ ହୋଇଛି ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ରେଟିଂ। ଏହି ଦୁଇଟି ସ୍କୁଲ ହେଉଛି ୟୁନିଟ୍-୩ ଅଞ୍ଚଳର କ୍ୟାପିଟାଲ ହାଇସ୍କୁଲ ଓ ୟୁନିଟ-୩ ଅଞ୍ଚଳର ଭାବଗ୍ରାହୀ ଦୃଷ୍ଟିବାଧିତ ସ୍କୁଲ। ଯେଉଁ ସ୍କୁଲ ସଡ଼କ ସୁରକ୍ଷା ନିୟମ ପାଳନକୁ ପ୍ରାଧାନ୍ୟ ଦେଉଥିବେ, ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଦିଗରେ ସଚେତନ କରାଉଥିବେ, ସେହି ଆଧାରରେ ତାଙ୍କୁ ଷ୍ଟାର ବା ମାର୍କ ମିଳିବା ସହ ସମ୍ମାନିତ କରାଯିବ। ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପ୍ରାଥମିକତା ଦେଇଛି ପରିବହନ ବିଭାଗ।
ସ୍କୁଲ ଜୋନ୍ ନିକଟରେ ସଡ଼କ ସୁରକ୍ଷା ମାନଦଣ୍ଡର ଅନୁପାଳନ ସୁନିଶ୍ଚିତ କରି ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । କ୍ୟାପିଟାଲ ହାଇସ୍କୁଲ ରାଜଧାନୀର ଏକ ମୁଖ୍ୟ ଓ ବ୍ୟସ୍ତବହୁଳ ରାସ୍ତାରେ ଅଛି। ଅନେକ ପିଲା ଯିବା ଆସିବା କରୁଥିବା ବେଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଆରମ୍ଭ ପୂର୍ବରୁ ଓ ଶେଷ ହେବା ପରେ ଜଣେ ଶିକ୍ଷକ ପିଲାଙ୍କ ସୁରକ୍ଷା ପାଇଁ ମୁଖ୍ୟ ଗେଟ୍ ନିକଟରେ ରହୁଛନ୍ତି। ପିଲାମାନେ ରାସ୍ତାରେ କିଭଳି ଯିବା ଆସିବା କରିବେ, ସେନେଇ ସବୁବେଳେ ସଚେତନ କରାଯାଉଛି।
ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା ପରି ଶିକ୍ଷା ସ୍କୁଲରେ ଦିଆଯାଉଛି। ଯଦି କୌଣସି ଲୋକ ଦୁର୍ଘଟଣାର ଶିକାର ହୁଏ, ତାଙ୍କୁ କିଭଳି ଭାବେ ହସ୍ପିଟାଲକୁ ନିଆଯିବ, ସେନେଇ ମଧ୍ୟ ସଚେତନ କରାଯାଉଛି। ସେହିପରି ସ୍କୁଲ ଆଗରେ ଧୀରେ ଗାଡ଼ି ଚଳନାକୁ ନେଇ ସୂଚନା ଓ ଚିତ୍ର ମଧ୍ୟରେ ଦର୍ଶାଯାଉଛି। ଯାହାଦ୍ବାରା ଦର୍ଘଟଣାରୁ ତ୍ରାହି ମିଳିପାରିବ। ଗୋଟାଏ ପଟେ ବିଦ୍ୟାଳୟ ଅଞ୍ଚଳ ସୁରକ୍ଷା ରେଟିଂ ଆରମ୍ଭ କରିଛନ୍ତି ସରକାର । ସେପଟେ ବିପଦସଙ୍କୁଳ ଭାବେ ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ । ବସ ଓ ଅଟୋ ଓଭରଲୋଡିଂ ହେଉଛି । ସିଟ୍ କ୍ଷମତା ଠାରୁ ଅଧିକ ପିଲା ଜାକିଜୁକି ହୋଇ ସ୍କୁଲ ଆସୁଛନ୍ତି। ତେଣୁ ଏସବୁକୁ ବି ବିଚାରକୁ ନେଇ ଚେକିଂକୁ ଜୋରଦାର କରିବାର ଆବଶ୍ୟକତା ରହିଛି।
କେବେ ସରିବ ଜୟପୁର ନୀଳକଣ୍ଠ ସାଗର କାମ: ଠିକା ସଂସ୍ଥାନର ମନମାନି ଯୋଗୁଁ ବଢୁଛି ଖର୍ଚ୍ଚ
କେବେ ସରିବ ଜୟପୁର ନୀଳକଣ୍ଠ ସାଗର କାମ । ଠିକା ସଂସ୍ଥାନର ମନମାନି ଯୋଗୁଁ ବଢୁଛି ଖର୍ଚ୍ଚ । ଅବଧି ପୂର୍ବରୁ ସରିଲାଣି ପୁରୁଣା କାମ । ଅସନ୍ତୋଷ ପରେ ତାଗିଦ କଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକାର ଏକ ପ୍ରମୁଖ୍ଯ ସ୍ଥାନରେ ରହିଛି ନୀଳକଣ୍ଠ ସାଗର । ପୁର୍ବ ସରକାରଙ୍କ ସମୟରେ ଏହାରୁ ସୌନ୍ଦର୍ଯ୍ୟକରଣ ପାଇଁ ୯ କୋଟି ୯୮ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ୨୦୨୧ରେ ନ୍ୟାସନାଲ ବ୍ରିଜ କନଷ୍ଟ୍ରକ୍ସନ କମ୍ପାନିକୁ ଦିଆଯାଇଥିଲା ଦାୟିତ୍ବ । ୧୧ ମାସରେ କାମ ସରିବା କଥା । କିନ୍ତୁ ୪ ବର୍ଷ ହେଲାଣି କାମ ସରିବାର ନାଁ ନେଉନି । ବିଳମ୍ବ ଯୋଗୁଁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବାବେଳେ ଅନେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଠିକା ସଂସ୍ଥା NBCCର ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି କର୍ତ୍ତୃପକ୍ଷ । ଏହାସତ୍ତ୍ବେ କୌଣସି ଅଗ୍ରଗତି ହୋଇପାରୁନଥିବାରୁ କୋରାପୁଟ ଜିଲ୍ଲାପାଳ ଏହାର ସମୀକ୍ଷା କରି ଉକ୍ତ ଠିକା ସଂସ୍ଥାକୁ ତାଗିତ୍ କରିଛନ୍ତି । କାମ ନସାରିଲେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ପୂର୍ବ ସରକାରଙ୍କ ସମୟରେ ସହରର ଅନେକ ଉନ୍ନତିକରଣ କାମ ହାତକୁ ନିଆଯାଇଥିଲା । ତେବେ ସରକାର ବଦଳିବା ପରେ ଏସବୁ ଉପରେ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।
ସୁଧୁରିବ ବ୍ରହ୍ମପୁରର ଟ୍ରାଫିକ ସମସ୍ୟା: ରାସ୍ତାରୁ ଉଠିବେ ଉଠା ଦୋକାନୀ
ସୁଧୁରିବ ବ୍ରହ୍ମପୁରର ଟ୍ରାଫିକ ସମସ୍ୟା । ରାସ୍ତାରୁ ଉଠିବେ ଉଠା ଦୋକାନୀ । ବିଇଏମସି ପକ୍ଷରୁ ଗଠନ ହେଲା ୬ ଟିମ୍ । ନିୟମିତ ସାହି ଗଳି ବୁଲି ସଚେତନ କରିବ ଟିମ୍ । ବାରମ୍ବାର ନିୟମ ଭାଙ୍ଗିଲେ ଆଦାୟ ହେବ ଜୋରିମାନା । ରାସ୍ତାକଡ଼ରେ ଠେଲା ଓ ଉଠା ଦୋକାନୀଙ୍କ ଯୋଗୁଁ ବ୍ରହ୍ମପୁରରେ ସୃଷ୍ଟି ହେଉଛି ଗୁରୁତର ଟ୍ରାଫିକ ସମସ୍ଯା । ବାରମ୍ବାର ଅଭିଯୋଗ ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଥିପାଇଁ ନୂତନ ଭାବେ ୬ଟି ଏନଫୋସ୍ମେଣ୍ଟ ଟିମ୍ ଗଠନ କରାଯାଇଛି । ଏହି ୬ଟି ଟିମ ସହର ଗଳି ସାହିରେ ବୁଲି ବ୍ୟବସାୟୀଙ୍କ ସଚେତନ କରିବେ । ବାରମ୍ବାର ନିୟମ ଅମାନ୍ୟ କଲେ ଆଦାୟ ହେବ ଜୋରିମାନା ।
ସହରର ଗେଟ୍ ବଜାର, ଖଲ୍ଲିକୋଟ କଲେଜ ଛକ, ବିଜିପୁର ଛକ, ଗୋଷାଣୀ ନୂଆଗାଁ ଛକ, ଅର୍ଣ୍ଣପୂର୍ଣ୍ଣା ବଜାର, ସାନ ବଜାର, ବଡ଼ବଜାର ଭଳି ବିଭିନ୍ନ ସ୍ଥାନକୁ ବୁଲି ବ୍ୟବସାୟୀଙ୍କୁ ସଚେତନ କରାଯାଇଛି । ଅମାନିଆ ହେଲେ ଆଦାୟ କରାଯାଉଛି ଫାଇନ । BEMCର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଠା ଦୋକାନୀ ଓ ଠେଲା ବ୍ୟବସାୟୀ । ତେବେ ବ୍ରହ୍ମପୁର ମହାନଗର ନିଗମ ମୁଖ୍ୟ ଫାଟକ ନିକଟରେ ଥିବା ସିଟି ହାଇସ୍କୁଲ ରୋଡକୁ ମଧ୍ଯ ଉଠାଦୋକାନ ମୁକ୍ତ କରିବାକୁ ଦାବି କରିଛନ୍ତି । ସେମାନଙ୍କ ନ ଉଠାଇ ଅନ୍ୟ ମାସିକିଆ ବଟି ଆଦାୟ କରି ଟିମ୍ ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି
ଦେବୀ ନଦୀରେ ପଡିରହିଛି ମୃତ ତିମି ମାଛ
ଦେବୀ ନଦୀରେ ପଡିରହିଛି ମୃତ ତିମି ମାଛ। ଜଗତସିଂହପୁର ଜିଲ୍ଲା ଦେବୀ ନଦୀ ମଧ୍ୟ ବର୍ତ୍ତୀ ଅଂଚଳରେ ଆଜି ସକାଳୁ ମୃତ ତିମି ମାଛ ଦେଖିବାକୁ ମିଳିଛି । ଏହି ସନ୍ଦିଗ୍ଧ ନୀଳ ତିମିଟି କେଉଁ ପ୍ରଜାତିର ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି। ଅନ୍ୟପଟେ ଏହି ଦେବୀ ନଦୀଟି ରାଜନଗର ଅଞ୍ଚଳରେ ଯାଉଛି। ମୃତ ତିମି ସମ୍ପର୍କିତ ତଥ୍ୟ ଅସ୍ତରଙ୍ଗ ବନାଞ୍ଚଳରେ ନାହିଁ ବୋଲି ପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର କହିଛନ୍ତି

