spot_img
Home Blog Page 2343

ତିନ୍ ପାହାଡି ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ

କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ । ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି କରୁଥିଲେ ଲୁଟପାଟ । କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି । ଭିନ୍ନ ଭିନ୍ନ କୌଶଳରେ ଟଙ୍କା ଓ ମୋବାଇଲ ଲୁଟିନେଉଥିଲେ । ଏମାନଙ୍କଠାରୁ ୨୨ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ । ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି । ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି ।

କିରେଇରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କିରେଇ ଠାରେ ଜନସଭାକୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ଆପଣ ମାନେ କେନ୍ତା ଅଛନ କହି ଲୋକଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମାର୍ଚ୍ଚ ୧୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ସେ ଆସିଥିଲେ। ଗସ୍ତକୁ ୮ ମାସରୁ ଅଧିକ ସମୟ ବିତିଥିବାବେଳେ ୧୬୦ଟି ଦରଖାସ୍ତ ମିଳିଛି। ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଅର୍ଥ ଅନୁମୋଦନ କରାଯାଇଛି ।

ବିକାଶମୂଳକ କାମରେ ଲୋକଙ୍କ ସେ  ସହଯୋଗ ଲୋଡ଼ିଛନ୍ତି । ସହଯୋଗ କଲେ କାମ ସ୍ବଚ୍ଛତାରେ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ହେମଗିରି ବ୍ଲକରେ ଥିବା ହାୟର ସେକଣ୍ଡାରୀ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି। ଏଇ ବର୍ଷ କଲେଜରେ ଦୁଇ ଷ୍ଟ୍ରିମ ଖୋଲାଯିବ । ଇବ୍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ୨୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ପାଇଁ ୧ କୋଟି ୪୦ ଲକ୍ଷ, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି, ଏହାସହ ହେମହିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତର ପାଇଁ କୋଟିଏ ଟଙ୍କା ଅନୁମୋଦନ କାରାଯାଇଛି ।

ବିଗତ ୮ ମାସ ମଧ୍ୟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଂଜୁର କରାଯାଇଛି । ଜନତା ଦେଇଥିବା ଗୋଟିଏ ଦରଖାସ୍ତ ବି ଛାଡିକି ଯିବିନାହିଁ ବୋଲି କହିଛନ୍ତି । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ୟୁନିଟ ସେଣ୍ଟର ପାଇଁ ଦେଇଥିବା ଆବେଦନର ୧୦ ଦିନରେ ଖୁସି ଖବର ପାଇବେ ଲୋକେ । ଅନ୍ୟ ବିଷୟକୁ ନେଇ ହୋଇଥିବା ଆବେଦନର ମାସେ ଭିତରେ ଜିଲ୍ଲାପାଳଙ୍କଠାରୁ ଉତ୍ତର ପାଇବେ । ପ୍ରତି ଦରଖାସ୍ତରେ ଜିଲ୍ଲାପାଳଙ୍କ ଠାରୁ ଉତ୍ତର ପାଇବେ ଲୋକେ । ଆଗକୁ ପ୍ରତି ପଞ୍ଚାୟତରେ ମିଳିବି ବ୍ୟାଙ୍କ ସୁବିଧା । ୨ ମାସ ମଧ୍ୟରେ ମିଳିବ ଏହି ବ୍ୟାଙ୍କ ସୁବିଧା । ମିଶନ ଶକ୍ତି ମା ଓ ଭତ୍ତା ପାଉଥିବା ହିତାଧିକାରୀ ଉପକୃତ ହେବେ ।

ଫେବ୍ରୁଆରୀ ମାସରେ ସୁନ୍ଦରଗଡ଼ରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା । ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଆବେଦନ ଆରମ୍ଭ ହେଉଛି । ଗ୍ରାମାଞ୍ଚଳରେ ଯେଉଁମାନେ ବିଏସକେୱାଇ ଯୋଜନାରୁ ବଂଚିତ ହେଉଛନ୍ତି ସେମାନେ ଆବେଦନ କରିପାରିବେ । ସୁନ୍ଦରଗଡ଼ରେ ହକିର ବିକାଶ ଲାଗି ଅନେକ କାର୍ଯ୍ୟ କରାଯାଇଛି । ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ଉରକେଲାରେ କରାଯାଇଛି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଡାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଫାଇଭ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଟିମ ଇଣ୍ଡିଆର ଘାତକ ବୋଲିଂ, ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂ । ଦ୍ବିତୀୟ ଟେଷ୍ଟର ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ । ଭାରତୀୟ ବୋଲର ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଛନ୍ତି । ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୪ ଜଣ ବୋଲିଂ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣ ଓ୍ବିକେଟ ଅକ୍ତିଆର କରିନାହାନ୍ତି । କେବଳ ପେସରମାନେ ବୋଲିଂ କରିଥିବାବେଳେ ସ୍ପିନର ସୁଯୋଗ ପାଇନାହାନ୍ତି । ଜାଡେଜା ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ବୋଲିଂ କରିନାହାନ୍ତି । ସିରାଜ ୯ ଓଭର ବୋଲିଂ କରି ୧୫ ବ୍ୟୟ କରିଥିବାବେଳେ ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥି ମଧ୍ୟରେ ୩ ଓଭର ମେଡେନ ରହିଛି ।

ଭାରତ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିଥିବାବେଳେ ଦ୍ବିତୀୟ ଟେଷ୍ଟରେ ବଦଲା ନେବାର ସୁଯୋଗ ରହିଛି । ଯଦି ରୋହିତଙ୍କ ଅଧିନାୟକତ୍ବରେ ଏହି ମ୍ୟାଚ ଡ୍ର ହୁଏ ତାହେଲେ ୧୩ ବର୍ଷର ରେକର୍ଡ ଭାଙ୍ଗିବେ ରୋହିତ । ଧୋଧୀଙ୍କ ପରେ ଦ୍ବିତୀୟ ଅଧିନାୟକ ଯିଏକି ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ସହ ସିରିଜ ଡ୍ର କରିବେ । ୨୦୧୩ ମସିହାରେ ଧୋନୀଙ୍କ ଅଧିନାୟକତ୍ବରେ ଖେଳିଥିବା ଭାରତୀୟ ଦଳ ଟେଷ୍ଟ ସିରିଜ ଡ୍ର କରିଥିଲା ।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ବେଳେ ବିରୋଧୀଙ୍କୁ ସିଧା ଟାର୍ଗେଟ୍

ବଲାଙ୍ଗୀର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ବେଳେ ବିରୋଧୀଙ୍କୁ ସିଧା ଟାର୍ଗେଟ୍ । ଡ୍ୟାମରେ ପାଣି ଆସୁନଥିବା କହୁଥିବା ନେତାଙ୍କୁମଞ୍ଚରୁ ହିଁ ଜବାବ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ଡ୍ଯାମରେ ପାଣି ଚାଲୁଥିବା ସେ ନିଜେ ଦେଖିଥିବା କହିଛନ୍ତି । ଛଳଛଳ ହୋଇ ପାଣି ବୋହିଯାଉଥିବା ସେ ଦେଖିଥିବା କହିଛନ୍ତି । ଏପରିକି ଯେ କେହି ଯାଇ ଦେଖିବାକୁ ସେ ଚ୍ୟାଲେଞ୍ଜ ଦେଇଛନ୍ତି । କେନାଲର ଟେଣ୍ଡର ହୋଇଛି, ପାଇପ୍ ପଡିଲାଣି, କାମ ଚାଲିଛି ବୋଲି ନିରଞ୍ଜନ କହିଛନ୍ତି। ଅଭିବ୍ୟକ୍ତ ବଲାଙ୍ଗୀର ଜିଲ୍ଲାବାସୀଙ୍କ ବିକାଶର ସ୍ବପ୍ନ ସାକାର ହୋଇଛି । ବଲାଙ୍ଗୀର ସହ ସୋନପୁର ବି ପାଣି ପାଇବ। ଦୁଇ ଗୁଣା ହେବ ଚାଷୀଙ୍କ ଫସଲ । ଏଥିପାଇଁ ଦିନରାତି ପରିଶ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ ପୂଜାରୀ। ବିକାଶକୁ ସବୁବେଳେ ସ୍ବାଗତ କରିବା ଅଭ୍ୟାସ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ନିଷ୍ପତ୍ତି : ଏସଆଇଟି ତଦନ୍ତକୁ କଲେ ନାଁ

ନୂଆଦିଲ୍ଲୀ: ବୁଧବାର ଦିନ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।  ସୁପ୍ରିମକୋର୍ଟର ୩ ବିଚାରପତି ଦଳ ନିଜର ରାୟରେ କହିଛନ୍ତି ଯେ, ସେବି ଠିକ୍ ତଦନ୍ତ କରୁଛି ଏବଂ ତାର ତଦନ୍ତରେ କିଛି ବି ଭୁଲ୍ ନାହିଁ  । ସେୟାର୍ ମାକେର୍ଟ ରେଗୁଲେଟର୍ ଆଦାନୀ ହିଣ୍ଡେନବର୍ଗ ମାମଲାରେ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଞ୍ଚ ଶେଷ କରିସାରିଛି । ଏବଂ ୨ଟି ମାମଲାରେ ତଦନ୍ତ ବିଚାରଧୀନ ରହିଛି ।  ଅବିଶିଷ୍ଟ ଦୁଇଟି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ସେବି କୁ ତିନି ମାସ ସମୟ ଦେଇଛି  ।  ଏହା ପୂର୍ବରୁ ନଭେମ୍ବର ୨୪ରେ ଏହି ମାମଲାର ଶୁଣାଣି ବେଳେ ମାକେର୍ଟ ରେଗୁଲେଟର୍ ସେବି ଏବଂ ବିଶେଷଜ୍ଞ କମିଟିର ଅନୁସନ୍ଧାନରେ ଉଠାଯାଇଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ  ।  ସୂଚନା ଅନୁସାରେ, ଆମେରିକା ଷ୍ଟକ୍ ବିକ୍ରେତା ସଂସ୍ଥା ୨୦୨୩ ମସିହାରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ ପ୍ରଖ୍ୟାତ କର୍ପୋରେଟ୍ ଆଦାନି ଗ୍ରୁପ୍ ଷ୍ଟକ୍ ପ୍ରାଇସ୍ ଜାଲିଆତି କରିଥିବା ଅଭିଯୋଗ କୁ ନେଇ ସୃଷ୍ଟି ହୋଇଥିବା ଆଦାନି ହିଣ୍ଡେନବର୍ଗ ବିବାଦ ଉପରେ ଆସିଥିବା କିଛି ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି  । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ  କହିଛନ୍ତି ଯେ ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବା କୁ SEBI କୁ ନିର୍ଦ୍ଦେଶ ଦେଇଛୁ। ବୁଧବାର ଦିନ ଆଦାନୀ-ହିଣ୍ଡେନ୍ ବର୍ଗମାମଲାରେ ପ୍ରଧାନ ବିଚାରପତି ଡି  ଏହି ରାୟ ପ୍ରଦାନ କରୁଥିବାବେଳେ ସିଜେସି କହିଛନ୍ତି ଯେ SEBI ର ଅଧିକାରରେ ହସ୍ତକ୍ଷେପ କରିବା କୋର୍ଟର ସୀମିତ କ୍ଷମତା ଅଛି। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ SEBI ନିଜେ ଏହି ଘଟଣାର ଅନୁସନ୍ଧାନ କରିବ, ତଦନ୍ତ ଏସଆଇଟିକୁ ହସ୍ତାନ୍ତର ହେବ ନାହିଁ।

ଝାଡ଼ଖଣ୍ଡ ଓ ରାଜସ୍ଥାନରେ ଇଡିର ବଡ଼ଧରଣର ରେଡ୍

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଓ ରାଜସ୍ଥାନରେ ଇଡିର ବଡ଼ଧରଣର ରେଡ୍। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ଆଡଭାଇଜରଙ୍କ ଠିକଣା ସମେତ ୧୦ଟି ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ ଖଣି ଖନନ ସହ ଅର୍ଥ ହେରଫେର ମାମଲାରେ ଏକାଧିକ ସ୍ଥାନରେ ଚାଲିଛି ଇଡିର ଏହି ଚଢାଉ।

ମୁଖ୍ୟମନ୍ତ୍ରୀଙ୍କ ପ୍ରେସ୍ ଆଡଭାଇଜର ଅଭିଶେଷ ପ୍ରସାଦଙ୍ଗ ଘରେ ରେଡ୍ ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲିଙ୍କରେ ଅନେକ ପ୍ରମୁଖ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍ ହୋଇଛି। ଝାଡ଼ଖଣ୍ଡ ସାହିବଗଂଜ ଜିଲ୍ଲାପାଳ ରାମ ନିବାସଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି। ରାମ ନିବାସଙ୍କ ରାଜସ୍ଥାନରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢାଉ ହୋଇଛି। ଏହାସହ ହଜାରୀବାଗ ଡିଏସପି ହେମନ୍ତ ଦୁବେଙ୍କ ଘରେ ମଧ୍ୟ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ୩ ବ୍ୟକ୍ତିଙ୍କ ଅନେକ ମଧ୍ୟସ୍ଥିଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି।

ପୂର୍ବରୁ ହେମନ୍ତଙ୍କୁ ୭ ଥର ସମନ ଜାର କରିସାରିଛି ଇଡି । ଏହା ପରେ ମଧ୍ୟ ଇଡିରେ ହାଜର ହୋଇନାହାନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ମାମଲାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦୧୧ ବ୍ୟାଚର ଆଇଏଏସ ଅଫିସର ଛବି ରଂଜନ ମଧ୍ୟ ଅଛନ୍ତି । ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅନ୍ୟ ଏକ ଅର୍ଥ ହେରଫେର ମାମଲାରେ ପୂର୍ବରୁ ସିବିଆଇ ପଚରାଉଚରା କରିଥିଲା। ଗତବର୍ଷ ନଭେମ୍ବରରେ ସୋରେନଙ୍କୁ ପଚରାଉରା କରିଥିଲା ସିବିଆଇ।

ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ। ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ତେବେ ଖାସ୍ କଥା ହେଉଛି ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ।

ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ୍‌ ରହିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ। ୫୦ କିଲୋମିଟରରୁ ଅଧିକ ସ୍ପିଡରେ ଚାଲିପାରିବନି ବସ। ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ କରାଯାଇଛି। ବସ ଡୋରଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ। ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ ଲାଇସେନ୍ସ ଥିବା ସହ ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ।

ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଛି ପରିବହନ ବିଭାଗ। ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ ମଧ୍ୟରେ ସ୍ପେସ ରହିବ। ଶେଷରେ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ଚାର୍ଟ ରହିବା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ, ୮ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ। ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ। ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି କରୁଥିଲେ ଲୁଟପାଟ୍। କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି।

ଭିନ୍ନ ଭିନ୍ନ କୌଶଳରେ ଟଙ୍କା ଓ ମୋବାଇଲ ଲୁଟିନେଉଥିଲେ । ଏମାନଙ୍କଠାରୁ ୨୨ଟି ଫୋନ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ। ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି। ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି।

ମେଟାଭର୍ସରେ ୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା…

ଲଣ୍ଡନ: ମେଟାଭର୍ସରେ ୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବ୍ରିଟେନରେ ଏଭଳି ପ୍ରଥମ ମାମଲା ସାମନାକୁ ଆସିଛି। ନାବାଳିକା ଜଣକ ଭର୍ଚୁଆଲ୍ ରିୟଲିଟି ବା ଭିଆର ହେଡସେଟ୍ ପିନ୍ଧି ଗେମ୍ ଖେଳୁଥିବା ବେଳେ ତାଙ୍କ ଡିଜିଟାଲ୍ ଅବତାର ସହ କିଛି ଅଜଣା ଲୋକ ଗ୍ୟାଙ୍ଗରେପ୍ କରିଥିବା ଅଭିଯୋଗ ହୋଇଛି।

ନାବାଳିକାଙ୍କର ଶାରୀରିକ ଭାବେ କୌଣସି କ୍ଷତି ହୋଇନି। ହେଲେ ମାନସିକ ସ୍ତରରେ ସେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଜଣେ ଦୁଷ୍କର୍ମ ପୀଡ଼ିତା ଯେଉଁଭଳି ମାନସିକ ଭାବେ କ୍ଷତ ବିକ୍ଷତ ଅନୁଭବ କରନ୍ତି, ସେହିପରି ଭର୍ଚୁଆଲ ଗ୍ୟାଙ୍ଗ ରେପରେ ପୀଡ଼ିତା ଜଣକ ସମାନ ଅବସ୍ଥା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ତେବେ ପୂର୍ବରୁ ମଧ୍ୟ ମେଟାଭର୍ସରେ ଏଭଳି ଅତ୍ୟାଚାର ମାମଲା ସାମନାକୁ ଆସିଛି। ହେଲେ ଗଣଦୁଷ୍କର୍ମର ଏହା ପ୍ରଥମ ମାମଲା।