spot_img
Home Blog Page 2333

ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ

ପୁରୀ: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ  ୨୧  ତାରିଖରେ ଖୋଲାଯିବ ଟେଣ୍ଡର । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ  ମଧ୍ଯରେ ପିପିପି ମୋଡରେ  ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ।

ଏହାପରେ ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି ।

ଯାତ୍ରୀବାହୀ ବସକୁ ଧକ୍କାଦେଲା ଡମ୍ପର, ଦୁଇ ଆହତ

ଢେଙ୍କାନାଳ: ଯାତ୍ରୀବାହୀ ବସକୁ ଧକ୍କାଦେଲା ଡମ୍ପର। ଦୁଇଜଣ ଆହତ ହୋଇଥିବା ବେଳେ ବସରେ ଥିଲେ ୫୦ ଯାତ୍ରୀ । ଢେଙ୍କାନାଳ ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ବସଟି ଯାଜପୁର  ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଡମ୍ଫର ଗାଡିର ଷ୍ଟିଅରିଂ ଛିଣ୍ଡି ଯିବାରୁ ହୋଇଛି ଦୁର୍ଘଟଣା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକ ରହିଥିବା ସୂଚନା। ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଂଚି ଟ୍ରାଫିକ ହଟେଇବା ସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଗାଡ଼ିରେ ଛାଡ଼ିଥିବା ସୂଚନା ରହିଛି। ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ତାଲା ପଡ଼ିଥିବା ଘରକୁ ଲୁଟେରାଙ୍କ ଟାର୍ଗେଟ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ତାଲା ପଡିଥିବା ଘରକୁ ପୁଣି ଲୁଟେରାଙ୍କ ଟାର୍ଗେଟ। କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଥିବା ଘରୁ ଲୁଟ ହୋଇଛି। ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୁପା ଗହଣା ଲୁଟି ନେଇଛନ୍ତି ଲୁଟେରା। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଘର ମାଲିକ ଧୃବ ପାତ୍ର ଗତ ଦୁଇଦିନ ତଳୁ ବେଙ୍ଗାଳୁରୁ ବୁଲିବାକୁ ଯାଇଛନ୍ତି। ଏହାର ସୁଯୋଗ ନେଇଥିଲେ ଲୁଟେରା। ତେବେ ଘର ଝରକା ଭଙ୍ଗା ଯାଇଥିବା ଦେଖି ପଡୋଶୀ ପ୍ରଥମେ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ସହ ଛାନଭିନ କରୁଛି।

ଜନ୍ମ କଲା ଝିଅକୁ ଛାଡ଼ି ଅନ୍ୟ ଜଣଙ୍କ ପୁଅକୁ ଧରି ଛୁ ମାରିଲେ ମହିଳା, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ବଲାଙ୍ଗିର: ସାମ୍ନାକୁ ଆସିଲା ବଲାଙ୍ଗିର ଶିଶୁ ଚୋରିର ସିସିଟିଭି ଫୁଟେଜ । ଚଞ୍ଚକତା କରି ନିଜ ଜନ୍ମ କଲା ଝିଅକୁ ଛାଡି ଅନ୍ୟ ଜଣକ ପୁଅକୁ ନେଇ ଫେରାର ମାରୁଛନ୍ତି ମହିଳା I ମହିଳା ଜଣକ ହେଲେ ବିଶାଖା ପୁଟା I ଯୋଜନା ମୁତାବକ ସ୍ଵାମୀ ଶରତ ପୁଟା ଜାଣିଶୁଣି ଷଡଯନ୍ତ୍ର ରଚିଥିଲା I ନିଜ ଜନ୍ମକଲା ଝିଅ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପୁତ୍ର ଲୋଭରେ ଅନ୍ୟର ସନ୍ତାନକୁ ଧରି ଫେରାର୍ ମାରିଥିଲେ ଦମ୍ପତ୍ତି I କେମିତି SNCUରୁ ନବଜାତ ଶିଶୁ ପୁତ୍ରକୁ ନେଇ ଫେରାର ମାରୁଛନ୍ତି ମହିଳା ତାହାର୍ EXCLUSIVE ଫୁଟେଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି I ନିଜର ଝିଅ ଜନ୍ମ ହୋଇଥିବା ଜାଣିଶୁଣି SNCUରୁ ଶିଶୁ ପୁତ୍ର ଚୋରି କରିନେଇଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସାହାଜପିଟା ଗାଁର ଶରତ ପୁଟା ଓ ବିଶାଖା ପୁଟା I କାଳେ କିଏ ଦେଖି ଦେବ ସେନେଇ ମେଡିକାଲ ବାହାରୁ ଏକ ଅଟୋ ରିକ୍ସା ଭଡା କରି ଗାଁକୁ ନେଇ ଚାଲିଯାଇଥିଲେ I ଗଣମାଧ୍ୟମରୁ ଶିଶୁ ପୁତ୍ର ଚୋରି ଖବର ପାଇବା ପରେ ଭୟରେ ଗାଁ ନିକଟସ୍ଥ କିଚେରମାଲ ଜଙ୍ଗଳରେ ଲୁଚିଥିଲେ I ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଶିଶୁକୁ ଉଦ୍ଧାର କରିଥିଲା I ଶିଶୁ ପୁତ୍ରର ଅବସ୍ଥା ଗୁରୁତର ରହିଛି I ତାକୁ ଆଇସିୟୁରେ ରଖାଯାଇଛି I

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି।  ଦୃଶ୍ୟମାନ କ୍ଷମତା କମିବା ସହ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି। ଆସନ୍ତା ୨୦ ତାରିଖ ଯାଏଁ କୁହୁଡି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ରାଜ୍ଯରେ ଏବେ ଉପରମୁହାଁ ହେଲାଣି ପାରଦ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ, ଆଗାମୀ ଦିନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବଢିବ। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ କିରଣ ତାତି ବୃଦ୍ଧି କରିବାରେ ସହାୟକ ହେବ। ହେଲେ ଆସନ୍ତା ୨୩ ତାରିଖ  ବେଳକୁ ଏକ ପଶ୍ଚିମା ଝଡର ପ୍ରଭାବ ରାଜ୍ୟ ଉପରେ ରହିବ। ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଚାଷୀ ଆନ୍ଦୋଳନ ଜାରି, ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଅମଳ ଫସଲକୁ ଗ୍ଯାରେଣ୍ଟି ଏମଏସପି ପ୍ରଦାନ ଦାବିରେ ଜାରି ରହିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚଲୋ ଡାକରା ଦେଇଥିବା ଚାଷୀଙ୍କ ଆନ୍ଦୋଳନର ଆଜି ଷଷ୍ଠ ଦିନ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ଆଜି କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ରହିଛି। ପୂର୍ବରୁ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ଚତୁର୍ଥ ରାଉଣ୍ଡ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। ଉଭୟ ପକ୍ଷ ଆଲୋଚନା କରି ବିବାଦର ସମାଧାନ ନେଇ ଆହ୍ବାନ କରିଛନ୍ତି। ସେପଟେ ବିବାଦର ସମାଧାନ ନହେବା ପର୍ଯ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଆନ୍ଦୋଳନରେ ସାମିଲ ସଂଯୁକ୍ତ କିଶାନ ମୋର୍ଚ୍ଚା। ପଞ୍ଜାବ ସୀମାନ୍ତ ସମ୍ଭୁ ବର୍ଡରେ ହଜାର ହଜାର ସଂଖ୍ଯାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କୁ ଉପସ୍ଥିତି ନେଇ ବିପୁଳ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ପଞ୍ଜାବ ୟୁନିଟ ତରଫରୁ ଜଳନ୍ଧରରେ ବୈଠକ ରହିଛି।ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ଚାଷୀଙ୍କ ଏହି ଆନ୍ଦୋଳନ। ଗତ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲା ଚାଷୀ ସଂଗଠନ। ଏଥିରେ ଦେଶର ଏକାଧିକ କୃଷକ ସଂଗଠନ ସହ ଶ୍ରମିକ ସଂଗଠନ ସାମିଲ ହୋଇଥିଲ।

ଯାତ୍ରୀବାହୀ ବସ୍ ସହ ସ୍କୁଟି ଧକ୍କା, ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଡିପଲ ସ୍କୁଲ ନିକଟରେ ଦୁର୍ଘଟଣା। ଘରୋଇ ଯାତ୍ରୀବାହୀ ବସ ସହ ସ୍କୁଟି ଧକ୍କା l ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୀପକ ନାମକ ଯାତ୍ରୀବାହୀ ବସଟି ଆସିକାରୁ ଭୁବେନେଶ୍ୱର ଯାଉଥିବା ବେଳେ, କୋଟିନଡା ଅଞ୍ଚଳରୁ ଦୁଇ ଜଣ ଯୁବକ ସ୍କୁଟିରେ ଆସିକା ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ପୋଲିସ ମୃତ ଦେହ ଜବତ କରି ତଦନ୍ତ ଜାରି ରଖିଛି। ଦୁଇ ମୃତକ ଗୋଷାଣୀ ନୂଆଗାଁ ଅଞ୍ଚଳର କୁନାଲ ସାହୁ ଓ କେ. ରାଜେଶ ବୋଲି ଜଣାପଡିଛି।

ମାଆର ମୃତ୍ୟୁ ସହିନପାରି ପୁଅର ଆତ୍ମହତ୍ୟା

ବଲାଙ୍ଗୀର: ମାଆର ମୃତ୍ୟୁ ସହିନପାରି ପୁଅର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ କାନୁଟ ଗାଁରେ । ଗ୍ୟାସ ସିଲିଣ୍ଡର ଫାଟି ଚିକିତ୍ସିତ ଅବସ୍ଥାରେ ଗତକାଲି ମାଳତୀ ମହାକୁରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ ଶନିବାର ସକାଳୁ ମାଳତୀଙ୍କ ୧୯ ବର୍ଷର ପୁଅ ଦ୍ରୋଣ ମହାକୁର ଆତ୍ମହତ୍ୟା କରିଛନ୍ତି । ମାଆ ପୁଅଙ୍କ ମୃତ୍ୟୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ମାଆ ମାଳତୀ ମହାକୁର ଗ୍ୟାସ ବିସ୍ଫୋରଣ ରେ ଗୁରୁତର ହୋଇ ରାଉରକେଳା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫେବୃଆରୀ ୧୦ ତାରିଖରେ ଭାନୁମତି ଅଦା ବରିହାଙ୍କ ଘରକୁ ଟିଭି ଦେଖିବା ପାଇଁ ଯାଇଥିଲେ ମାଳତୀ ମହାକୁର ।  ସେତେବେଳେ ହୋଇଥିଲା ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ଯେଉଁଥିରେ ମାଳତୀ ମହାକୁରଙ୍କ ସମେତ ଭାନୁମତି, ଅଦା ବରିହା , ମହେଶ୍ୱର ଅଦା ବରିହା, ଭୈରବୀ ଅଦା ବରିହଙ୍କ ସମେତ ୬ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ପରେ ବଲାଙ୍ଗିର ଓ ଶେଷରେ ରାଉରକେଲା ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଭାନୁମତି  ୧୨ ତାରିଖରେ ଆଖି ବୁଜିଥିଲେ । ୧୬ ତାରିଖରେ ମହେଶ୍ବର, ଭୈରବୀ ଓ ମାଳତୀ ଙ୍କ ଜୀବନ ବି  ଚାଲି ଯାଇଥିଲା ।ଶୁକ୍ରବାର ମାଆକୁ ଦେଖିବା ପାଇଁ ରାଉରକେଲା ଯାଉଥିଲେ ଦ୍ରୋଣ । ହେଲେ ଅଧା ବାଟରୁ ଖବର ପାଇଲେ ମାଆଙ୍କ ମୃତ୍ଯୁ ହୋଇଛି । ଘରକୁ ଫେରିବା ପରେ ମାଆଙ୍କ ମୃତ୍ଯୁରେ ସେ ମ୍ରିୟମାଣ ହୋଇପଡ଼ିଥିଲେ । ଶେଷରେ ମାଆଙ୍କ ପନତକାନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ୧୯ ବର୍ଷିୟ ଦ୍ରୋଣଙ୍କ ମୃ ଶବ ବ୍ୟବଚ୍ଛେଦ ପରେ ତାକୁ ସଂରକ୍ଷିତ କରି ରଖାଯାଇଛି । ଆସନ୍ତ କାଲି ମାଳତୀଙ୍କ ମୃତଦେହ ପହଞ୍ଚିବା ପରେ ମାଆ ପୁଅଙ୍କ ଜୁଇ ଏକା ସଙ୍ଗେ ଜଳିବ ।

ମାଛଚାଷ ଦେଖାଉଛି ରୋଜଗାରର ବାଟ

ଭୁବନେଶ୍ବର: ଚାଷୀଙ୍କ ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାରଙ୍କ ପ୍ରାଥମିକତା । ପାରମ୍ପରିକ ଧାନ, ମୁଗ ଏବଂ ବିରି ସହିତ ମାଛ, କୁକୁଡ଼ା, ବତକ ଓ ଦୁଗ୍ଧ ଚାଷ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଚାଷୀଙ୍କୁ ଏନେଇ ବିଭିନ୍ନ ଜ୍ଞାନକୌଶଳ ପ୍ରଦର୍ଶନ କରାଯାଉଛି । ବିକଳ୍ପ ଚାଷ ପାଇଁ ନୂତନ ଜ୍ଞାନ କୌଶଳର ଉପଯୋଗ ସାଙ୍ଗକୁ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନା ତୃଣମୂଳସ୍ତର ଚାଷୀଙ୍କୁ ଆୟ ବୃଦ୍ଧିର ବାଟ ଦେଖାଉଛି ।

ମାଛଚାଷ ଦେଖାଉଛି ରୋଜଗାରର ବାଟ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ମାଛଚାଷକୁ ନେଇ ପ୍ରବଳ ଆଗ୍ରହ। ବିକଳ୍ପ ଚାଷ ପାଇଁ ରାଜ୍ଯ ସରକାରଙ୍କ ପ୍ରୋତ୍ସାହନ ସାଜିଛି ଆକର୍ଷଣ । ପାରମ୍ପରିକ ଧାନ, ମୁଗ ଓ ବିରି ସହ ମାଛ, କୁକୁଡ଼ା ଚାଷ  ଏବଂ ଗୋପାଳନ ରୋଜଗାର ବଢ଼ାଇବାର ମାଧ୍ୟମ ସାଜିଛି । ବିକଳ୍ପ ଚାଷରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସାଙ୍ଗକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ତୃଣମୂଳ ସ୍ତରରେ ଚାଷୀଙ୍କ ଆକୃଷ୍ଟ କରୁଛି । ମାଛଚାଷ ପରେ, ଏହାର ଉପଯୁକ୍ତ ମାକେର୍ଟିଂ ଦାୟିତ୍ବ ନେଇଛି ଫିସ୍ ଫେଡ୍ । ଭୁବନେଶ୍ବରରେ ୪୫ଟି ଚିଲିକା ଫ୍ରେସ କାଉଣ୍ଟର ଥିବା ବେଳେ ଆଗକୁ ସବୁ ଜିଲ୍ଲା ମୁଖ୍ୟାଳୟରେ ଖୋଲିବ । ଏବେ ଓଡ଼ିଶା ପ୍ରାୟ ୪ ହଜାର ୮ଶହ କୋଟି ଟଙ୍କାର ସି’ ଫୁଡ୍ ରପ୍ତାନୀ କରୁଛି। ଆଗକୁ ଏହାକୁ  ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ବିଭାଗୀୟ ସଚିବ କହିଛନ୍ତି ।

ଚାଷୀଙ୍କ ଆୟ ବଢ଼ାଇବାକୁ ରାଜ୍ଯ ସରକାର ସବୁଆଡ଼ୁ ଗୁରୁତ୍ବ ଦେଇଛନ୍ତି । ଶସ୍ୟଭିତ୍ତିକ ଚାଷ ସହ ସମାନ୍ତରାଳ ଭାବେ ବିକଳ୍ପ ଚାଷ ଉପରେ ଫୋକସ କରାଯାଉଛି। ଗାଁର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମାଛଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ନିଜ ଘରବାଡ଼ିରେ କିପରି ଛତୁ, କୁକୁଡ଼ା, ମାଛ, ପରିବା, ବତକ, ଦୁଗ୍ଧଚାଷ କରିହେବ, ତା’ର ଜ୍ଞାନକୌଶଳ ପ୍ରଦାନରେ ମତ୍ସ୍ୟ ଓ ପ୍ରାଣୀ ସମାବେଶ ସହାୟକ ହେଉଛି । ମାଛଚାଷର ବିଭିନ୍ନ ପ୍ରଣାଳୀ ସହ ବତକ, କୁକୁଡ଼ା ଚାଷ, ଓ ଗୋପାଳନ ବାବଦରେ ସମାବେଶରେ ବିଭିନ୍ନ ଷ୍ଟଲରୁ  ସରକାରୀ ଯୋଜନା ନେଇ ବିସ୍ତୃତ ତଥ୍ୟ ମିଳୁଛି ।

ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି

ଭୁବନେଶ୍ବର: ୭୦ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ  ଆତ୍ମନିର୍ଭର ସହିତ ସଶକ୍ତ କରିବାକୁ ରାଜ୍ୟ ସରକାର ପୁଣି ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ମାଆମାନଙ୍କୁ ହଜାର ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ଏହାସହ ଗ୍ରାମାଞ୍ଚଳ,  ସହରାଞ୍ଚଳ, ବ୍ଲକ ମହାସଂଘର ପରିଚାଳନା କମିଟି ସଦସ୍ୟାମାନେ  ନିଜ ପସନ୍ଦର ବ୍ଲେଜର କିଣିବା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ମହିଳା ସଶକ୍ତିକରଣ ଓ ବିକାଶ ପାଇଁ କ୍ୟାବିନେଟ  ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଏସଏଚଜିକୁ ଏସଏମଇରେ ପରିଣତ କରିଛି ମିଶନ ଶକ୍ତି। ମିଶନ ଶକ୍ତିର ମହିଳାଙ୍କ ପାଇଁ ରାଜ୍ୟ ସରକାର ଖୋଲିଦେଇଛନ୍ତି ଭଣ୍ଡାର । ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରି ଗଢିତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ୭୦ ଲକ୍ଷ ମିଶନ ଶକ୍ତି ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ  ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ ରାଜ୍ୟ ସରକାର । ଏହାସହ ୧.୫ ଲକ୍ଷ କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର ପାଇଁ  ୨୦୦୦ ହଜାର ଟଙ୍କା ସହାୟତା ଦିଆଯିବ । ସ୍ବଂୟ ସହାୟତା ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ଏହି ଟଙ୍କା । ଏଥିଲାଗି  ୨୦୨୩-୨୪ ଆର୍ଥିକ ବର୍ଷରେ ୭୩୦କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ଶୁକ୍ରବାର କ୍ୟାବିନେଟର ମଞ୍ଜୁର ମିଳିଛି । ଯାହାକୁ ନେଇ ଉତ୍ସାହିତ ମିଶନ ଶକ୍ତି ମାଆ।

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆର୍ଥିକ ସହାୟତା ସେମାନଙ୍କୁ ଅଧିକ ଉତ୍ସାହିତ କରିଛି । ବିଶେଷକରି ୟୁନିଫର୍ମ ଓ ବ୍ଲେଜର ପାଇଁ ଆର୍ଥିକ ସହାୟତା ଦ୍ବାରା ମାଆ ମାନେ ବିଦେଶଗସ୍ତବେଳେ ସ୍ବତନ୍ତ୍ର ପରିଚୟ ପାଇପାରିବେ । ରାଜ୍ୟରେ 5T ଉପକ୍ରମ ଯୋଗୁଁ ମିଶନ ଶକ୍ତି ଦେଶରେ ମହିଳା ସଶକ୍ତିକରଣରେ ଏକ ଆଦର୍ଶ ମଡେଲ ହୋଇପାରିଛି । ମିଶନ ଶକ୍ତି ମହିଳାମାନେ ସଶକ୍ତ ହେବା ସହ ସାମାଜିକ ସୁରକ୍ଷା ବୃଦ୍ଧି ପାଇଥିବାରୁ ସଦସ୍ଯାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ୟାନିନେଟ ନିଷ୍ପତ୍ତିରେ ଖୁସି ମନାଇଛନ୍ତି ।