spot_img
Home Blog Page 2320

ମଦଭାଟି ମାଲିକଙ୍କ କଳାଟଙ୍କା: ୪୦ ବ୍ୟାଗରୁ ବାହାରିଲା ୪୬ କୋଟି ଟଙ୍କା

ବଲାଙ୍ଗୀର: ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା । କହିଲେ- ଆସିଛି ୧୭୬ ବସ୍ତା ଟଙ୍କା । ୪୦ ବ୍ୟାଗରୁ ମିଳିଛି ୪୬ କୋଟି ଟଙ୍କା । ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I  ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ସମ୍ବଲପୁରରେ ବି ଚାଲିଛି ଟଙ୍କା ଗଣା

ସେପଟେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ମଧ୍ୟ ଯଙ୍କା ଗଣା ଚାଲିଛି । ଟଙ୍କା ଗଣତି ଲାଗି ଆଉ ଦୁଇଟି ମେସିନ ଅଣାଯାଇଛି । ରୋବଟିକ ମେସିନ ଦ୍ବାରା ଚାଲିଛି ଗଣନା । ମୋଟ ୭ଟି ମେସିନରେ ଟଙ୍କା ଗଣା ଚାଲିଥିବାବେଳେ ନିୟୋଜିତ ଅଛନ୍ତି ୬ ଜଣ କର୍ମଚାରୀ । ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟିଥିବା ସତ୍ବେ ବି ଚାଲିଛି ଗଣତି । ଆସନ୍ତାକାଲି ବି ଟଙ୍କା ଗଣା  କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଷ୍ଟେଟବ୍ୟାଙ୍କର  ଡେପୁଟି ଜେନେରାଲ ମ୍ୟାନେଜର । କୋଟି କୋଟି ଟଙ୍କା ଥିବାରୁ ଓ ନୋଟ ପୁରୁଣା ହୋଇଥିବାରୁ ଟଙ୍କା ଗଣିବାରେ ସମସ୍ୟା ହେଉଛି ।

ଭାଲୁ ସହ ଏକ ଘଣ୍ଟା ଲଢ଼େଇ, ଚାଲିଗଲା ଠିକାଦାରଙ୍କ ଜୀବନ

ନବରଙ୍ଗପୁର: ଭାଲୁ ସହ ଲଢ଼େଇ କରି ଜୀବନ ହାରିଲେ ଠିକାଦାର । ମୃତକ ହେଲେ ବ୍ରିଜେଶ ଦ୍ଵିବେଦୀ । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଘଟଣା । ମୃତ ଠିକାଦାରଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି ।

ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ ନିର୍ମାଣରେ ବ୍ରିଜେଶ ଦ୍ଵିବେଦୀ ଠିକାଦାର ଭାବେ କାମ କରୁଥିଲେ । ରାସ୍ତାପାର୍ଶ୍ଵ କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ ବ୍ରିଜେଶ ଦ୍ଵିବେଦୀ । ଆଜି ଭୋରୁ ଶୌଚ ପାଇଁ ଯିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ମୁକୁଳିବା ପାଇଁ ୧ ଘଣ୍ଟା ଧରି ଭାଲୁ ସହ ଲଢ଼େଇ କରିଥିଲେ ବ୍ରିଜେଶ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଭାଲୁ ଆକ୍ରମଣରେ ଠିକାଦାର ବ୍ରିଜେଶ ଦ୍ଵିବେଦୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।  ମୃତଦେହ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ISIS ଆତଙ୍କୀ ଲିଙ୍କରେ NIAର ଦୁଇ ରାଜ୍ୟର ୪୪ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ISIS ଲିଙ୍କ ଘଟଣା । ଦୁଇ ରାଜ୍ୟର NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି ।

ମହାରାଷ୍ଟ୍ର ପୁଣେରୁ ୧୩ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ରାଜ୍ୟର ୪୪ଟି ସ୍ଥାନରେ ଏନଆଇଏ ରେଡ୍ କରୁଛି । ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ରେଡ୍ ଚାଲିଛି । ଠାଣେ ସହରରେ ୯ଟି ସ୍ଥାନ ସହ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଚଢ଼ାଉ । ଆଣ୍ଟି ଟେରର ସଂସ୍ଥାର ଅଧିକାରୀଙ୍କ ସହ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଏଥିରେ ହୋଇଛନ୍ତି ସାମିଲ ।

ସାଂସଦଙ୍କ ଘରୁ ତିନି ବ୍ୟାଗ ସୁନାଗହଣା ଜବତ

ରାଞ୍ଚି: ସାଂସଦ ଧୀରଜ ସାହୁଙ୍କ ଝାଡ଼ଖଣ୍ଡ ରାଞ୍ଚି ଘରୁ ସୁନାଗହଣା ଜବତ । ତିନିଟି ବ୍ୟାଗଭର୍ତ୍ତି ସୁନାଗହଣା  ଆଇଟି ବିଭାଗ ଜବତ କରିଥିବା ସୂଚନା ମିଳିଛି । ୩ ରାଜ୍ୟରେ ଚାଲିଛି IT ବିଭାଗର ଚଢ଼ାଉ । ଦିନ ଗଡ଼ିବା ସହ ଯେଉଁଠି ଚଢ଼ାଉ ହେଉଛି, ସେଠି ମିଳୁଛି ପୁଳା ପୁଳା ଟଙ୍କା । ସ୍ଥିତି ଏମିତି ଯେ, ମେସିନ ବି କମ ପଡୁଛି ଟଙ୍କା ଗଣିବା ପାଇଁ । ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଗଣିବାକୁ ମଗା ଯାଉଛି ମେସିନ ।

ବଲାଙ୍ଗୀରରେ ଚତୁର୍ଥ ଦିନରେ ରେଡ୍

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ର ଉପରେ ଚାରିଆଡୁ ଚାଲିଛି IT ରେଡ । ବଲାଙ୍ଗୀର ମଦଭାଟି ଓ ମ୍ୟାନେଜର ଘରୁ ମିଳିଛି ଶହଶହ କୋଟି ଟଙ୍କା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ I ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ I ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ I ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି ।

ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ I ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି I ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା I ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ଭୁବନେଶ୍ବରର ଦୁଇ ସ୍ଥାନରେ ରେଡ୍

ସେହିପରି ଭୁବନେଶ୍ୱର ସ୍ଥିତ ଦୁଇଟି ସ୍ଥାନରେ ଚାଲିଛି ଆଇଟି ବିଭାଗର  ଘନଘନ ରେଡ୍ । କୁବେର ମଦ ବ୍ୟବସାୟୀଙ୍କ ଲିଙ୍କରେ ପଳାଶପଲ୍ଲୀ ଓ ସତ୍ୟନଗର ଅଞ୍ଚଳରେ ଥିବା ଘରେ ବି ଚାଲିଛି ରେଡ୍ । ଗତକାଲି ଆଇଟି ଡିଜି ଭୁବନେଶ୍ୱରରେ ପହଞ୍ଚି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକରେ IT ରେଡ୍ କିପରି କରାଯିବ ସେନେଇ ରୁଟ ମ୍ୟାପ ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଟଙ୍କା କିପରି ଓ କେଉଁଠି ଆସୁଥିଲା, ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଚେର କେତେ ବ୍ୟାପିଛି ତାହା ଖୋଳତାଡ଼ କରୁଛି IT ବିଭାଗ ।

ଇରାକ: ବିଶ୍ବବିଦ୍ୟାଳୟରେ ଲାଗିଲା ନିଆଁ, ୧୪ ଜୀବନ୍ତ ଦଗ୍ଧ

ଇରାକ: ଇରାକର ଉତ୍ତରାଞ୍ଚଳ ଏରବିଲରେ ଭୟାବହ ଅଗ୍ନିକାଣ୍ଡ । ଏକ ବିଶ୍ବବିଦ୍ୟାଳୟର ଡର୍ମିଟୋରୀରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଡର୍ମିଟୋରୀରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ରହୁଥିବା ସୂଚନା ମିଳିଛି । ସୋରାନ ସହରସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଥିବା ଜଣାଯାଇଛି ।

ଇରାକର ଏକ ନ୍ୟୁଜ ଏଜେନ୍ସି ଅନୁସାରେ ଶୁକ୍ରବାର ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ବିଶ୍ବବିଦ୍ୟାଳୟଟି ତୁର୍କିସ୍ତାନ ଅଞ୍ଚଳରେ ରହିଛି ।

ସଂସଦରୁ ବହିଷ୍କୃତ ମହୁଆ ମୈତ୍ର ଏବେ କରିବେ କ’ଣ ?

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ଟିଏମସି ସାଂସଦ ମହୁଆ ମୈତ୍ର କରିବେ କ’ଣ ? କ’ଣ ରହିଛି ତାଙ୍କ ପାଖରେ ବିକଳ୍ପ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଏଥିକ୍ସ କମିଟି ରିପୋର୍ଟ ଅନୁସାରେ ମହୁଆଙ୍କୁ କରାଯାଇଛି ବହିଷ୍କୃତ । ସାଂସଦ ପଦରୁ ବହିଷ୍କୃତ ହେବା ପରେ ସେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯାଇପାରିବେ । ବେଆଇନ ଭାବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅସାମ୍ବିଧାନିକ ପଦକ୍ଷେପ, ନ୍ୟାୟ ପାଇବା ଅଧିକାରରୁ ବଞ୍ଚିତ ଆଦି କାରଣକୁ ଆଧାର କରି ସେ ଆଇନଗତ ପଦକ୍ଷେପ ନେଇପାରିବେ । ଅତୀତରେ ଏପରି ଘଟଣାରେ ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ନେଇଥିବା ନଜିର ରହିଛି ।

୨୦୦୭ ରାଜା ରାମପାଲ ମାମଲାରେ ଜଣେ ସାଂସଦଙ୍କୁ ବହିଷ୍କାର କରିବା କ୍ଷମତା ସଂସଦ ହାତରେ ରହିଛି ବୋଲି ପ୍ରମାଣିତ ହୋଇଛି । ତେବେ ଜଣେ ସାଂସଦଙ୍କୁ ବହିଷ୍କାର କରିବା ଘଟଣାରେ ବିଚାରପତିଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ସମ୍ବିଧାନର ଧାରା ୧୦୧କୁ ନେଇ ମଧ୍ୟ ବିତର୍କ ରହିଛି । ଏହି ଧାରା ଅନୁସାରେ ଜଣେ ସଦସ୍ୟଙ୍କୁ ବିଭିନ୍ନ କାରଣରୁ ଉଭୟ ଗୃହର ସଦସ୍ୟ ପଦ ହରାଇବାକୁ ପଡିପାରେ । ଅମରିନ୍ଦର ସିଂ ବନାମ ପଞ୍ଜାବ ବିଧାନସଭା ସ୍ପେଶାଲ କମିଟି ମାମଲାରେ ଅମରିନ୍ଦର ସିଂଙ୍କ ବହିଷ୍କାରକୁ ଅବୈଧ ଦର୍ଶାଇଥିଲେ ସୁପ୍ରିମକୋର୍ଟ ।

ପ୍ରଥମତଃ ମହୁଆ ଏଥିକ୍ସ କମିଟି ବିରୋଧରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିପାରନ୍ତି । ଦ୍ବିତୀୟତଃ ଏହାସହ ସେ ଏଥିକ୍ସ କମିଟିର କ୍ଷମତା ଓ ଆଚରଣ ବିରୋଧରେ ମାମଲା କରିପାରନ୍ତି । ତୃତୀୟତଃ ମହୁଆ ବରିଷ୍ଠ ସାଂସଦ କିମ୍ବା ସରକାରୀ କର୍ମଚାରୀଙ୍କ ହସ୍ତକ୍ଷେପ ଲୋଡିପାରନ୍ତି । ଚତୁର୍ଥରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାନହାନୀ ମାମଲା ଦାୟର କରିବା ଲାଗି ପଦକ୍ଷେପ ନେଇପାରନ୍ତି ।

ମଦଭାଟି ମାଲିକଙ୍କ କଳାଟଙ୍କା: ଚତୁର୍ଥ ଦିନରେ ଆରମ୍ଭ ହେଲା ଟଙ୍କା ଗଣତି

ବଲାଙ୍ଗୀର: ଦିନ ଗଡୁଛି ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲୁଛି । ଯେଉଁଠି ଚଢ଼ାଉ କଲେ ମିଳୁଛି ପୁଳା ପୁଳା ଟଙ୍କା ବିଡ଼ା । ସ୍ଥିତି ଏମିତି ଯେ ଟଙ୍କା ଗଣିବାକୁ ମେସିନ ବି କମ ପଡୁଛି । ଆଜି ଚତୁର୍ଥ ଦିନରେ ଆରମ୍ଭ ହୋଇଛି ଟଙ୍କା ଗଣା ପ୍ରକ୍ରିୟା ।

ବଲାଙ୍ଗୀର SBI ମୁଖ୍ୟ ଶାଖାରେ ଆଇଟି ଅଧିକାରୀ ପହଞ୍ଚିଛନ୍ତି । ଟଙ୍କା ଗଣିବା ପାଇଁ SBI ମୁଖ୍ୟ ଶାଖାକୁ ବିଭିନ୍ନ ବ୍ୟାଙ୍କରୁ ଅତିରିକ୍ତ ନୋଟ ଗଣତି ମେସିନ ଅଣାଯାଇଛି ।

ଗତକାଲି ବଲାଙ୍ଗୀର ସୁଦପଡ଼ା ମଦଭାଟି ମାଲିକଙ୍କ ସମ୍ପର୍କୀୟଙ୍କ ଘରେ ପୁଣି ଥରେ ଆଇଟି ଅଧିକାରୀ ଚଢ଼ାଉ କରିଥିଲେ । ବଣ୍ଟି ସାହୁ ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୨୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ଅନୁମାନ କରାଯାଉଛି । କଡା ସୁରକ୍ଷା ବଳରେ ୧୯ଟି ବ୍ୟାଗରେ ବଲାଙ୍ଗୀର ଏସବିଆଇ ମୁଖ ଶାଖାକୁ ଟଙ୍କା ଅଣାଯାଇଥିଲା । ଗତକାଲି ବି ସୁଦପଡା ମଦଭାଟିରେ ହୋଇଥିଲା ଚଢ଼ାଉ ।

ଗାଜା ଯୁଦ୍ଧ: ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଆମେରିକାର ଭିଟୋ

ନୂଆଦିଲ୍ଲୀ: ଘମାଘୋଟ ହେବାରେ ଲାଗିଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ଇସ୍ରାଏଲର ଘନ ଘନ ଆକ୍ରମରେ ଛାରଖାର ହେଉଛି ଗାଜା । ଧ୍ବଂସ ହେଉଛି ବିରାଟ ବିରାଟ ଅଟ୍ଟାଳିକା ଓ ଯାଉଛି ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଅସ୍ତ୍ର ବିରତି ପାଇଁ ଜାତିସଙ୍ଘ ପ୍ରସ୍ତାବକୁ ଲାଗିଛି ଝଟକା । ପ୍ରସ୍ତାବ ଉପରେ ଆମେରିକା ଲଗାଇଛି ଭିଟୋ ।

ତୁରନ୍ତ ଅସ୍ତ୍ରବିରତି ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଜାତିସଂଘ ଘୋଷଣାନାମାର ଧାରା ୯୯ ଅନୁସାରେ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡାକିଥିଲେ । ଏହା ସହ ପଣବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ଲାଗି ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଥିଲେ । ଜାତିସଂଘର ପ୍ରସ୍ତାବ ସପକ୍ଷରେ ୧୩ ସଦସ୍ୟ ଭୋଟ ଦେଇଥିବାବେଳେ ଭୋଟଦାନରୁ ବିରତ ରହିଥିଲା ବ୍ରିଟେନ । ତେବେ ଇସ୍ରାଏଲକୁ ବିଲିୟନ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଆସୁଥିବା ଆମେରିକା ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଥିଲା ।

ସେପଟେ ଗାଜାର ବିଭିନ୍ନ ସ୍ଥାନ ଉପରେ ଜୋରଦାର ହାମଲା ଜାରି ରଖିଛି ଇସ୍ରାଏଲ ।  ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୭ ହଜାର ୪ ଶହରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରଠାରୁ ରକ୍ତମୁଖା ହୋଇଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ଗାଜାରେ ୧୯ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବାବେଳେ ଅଧିକରୁ ଅଧିକ ଲୋକ ଜୀବନ ବିକଳରେ ଭିଟାମାଟି ଛାଡୁଥିବା ଦେଖାଯାଇଛି ।

ଅକବରୁଦ୍ଦିନ ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି

ତେଲେଙ୍ଗାନା: AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଭାଇ ଅକବରୁଦ୍ଦିନଙ୍କୁ ବଡ଼ ଦାୟିତ୍ୱ । ତେଲଙ୍ଗାନା ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି । ତେଲଙ୍ଗାନା ବିଧାନସଭାରର ପ୍ରଥମ ଅଧିବେଶନରେ ସେ ବାଚସ୍ପତି ଭୂମିକାରେ ରହିବେ ।

ନୂଆ କରି ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ, ସରକାର ଗଠନ କରିବା ପରେ ବିଧାନସଭାର ପ୍ରଥମ ଅଧିବେଶନ ବସିବ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହକୁ ଅକବରୁଦ୍ଦିନ ଓୱେସି ପରିଚାଳନା କରିବେ । ଭାରତୀୟ ସମ୍ବିଧାନାର ଧାରା ୧୮୦ ଅନ୍ତର୍ଗତ କ୍ଲଜ ୧କୁ ବ୍ୟବହାର କରି ତେଲଙ୍ଗାନାର ରାଜ୍ୟପାଳ ଅକବରୁଦ୍ଦିନ ୱୱେସିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି । ସେ ସ୍ଥାୟୀ ବାଚସ୍ପତି ହେବା ଯାଏଁ ଗୃହ କାର୍ଯ୍ୟକୁ ପରିଚାଳନା କରିବେ । ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ସେ ନବନିର୍ବାଚିତ ବିଧାୟକମାନଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ ମଧ୍ୟ କରାଇବେ । ଅକବରୁଦ୍ଦିନଙ୍କୁ କାମଚଳା ବାଚସ୍ପତି ନେଇ ଘୋଷଣା କରିବା ପରେ ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  ।

ଗୁଣୁପୁରରେ ମହାବଳ ବାଘ, ଠାବ ହେଲା ପାଦଚିହ୍ନ

ଗୁଣପୁର: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ । କିଛି ଦିନ ତଳେ ମହାବଳ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ପୁଣି ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ ।

ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ ମଧ୍ୟ କରୁଛି ବନ ବିଭାଗ । ମହାବଳ ପୁଣି ଏବେ ଯିବା ବାଟରେ ଫେରୁଥିବା ନଜିର ରହୁଛି । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖି ନଥିବା ବେଳେ ପାଦଚିହ୍ନ କିନ୍ତୁ ଠାବ କରି ନଜର ରଖୁଛି ବନ ବିଭାଗ । ଆଜି ଗୁଡାରି ଓ ଚନ୍ଦ୍ରପୁର ସିମାନ୍ତରେ ବାଘଟି ରହିଥିବାରୁ ବର୍ତ୍ତମାନ ପୁଣି ବାଘଟି ଯିବା ବାଟରେ ଫେରୁଥିବା ଅନୁମାନ କରାଯାଉଛି ।