୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ପାଇଁ ୪୫୦ କୋଟି ଟଙ୍କା ମଂଜୁର

1 min read

ନବରଙ୍ଗପୁର: ନବରଙ୍ଗପୁର ରାଇଘରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା  । ଗତ ମାର୍ଚ୍ଚ ମାସରେ ନବରଙ୍ଗପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ଅଗତ କରିଛନ୍ତି 5T ଅଧ୍ୟକ୍ଷ  । ୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ୪୫୦ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଉମରକୋଟ୍ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଂଜୁର ହୋଇଛି  । ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଜାଡ଼ିଗାଁ, ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି  । କଲେଜ ଗୁଡ଼ିକରେ ଚଳିତବର୍ଷରୁ ନାମଲେଖା ହେବ  । ଲୋକମାନେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ଆସନ୍ତା ୧୦ଦିନରେ ଖୁସି ଖବର ଦିଆଯିବ ବୋଲି 5T ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି  ।

ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଉନ୍ନତି ପାଇଁ ଲୋକମାନଙ୍କୁ ଖୁସି ଖବର ମିଳିବ  । ଏହାସହି ମାସେ ଭିତରେ ଦରଖାସ୍ତର ଉତ୍ତର ପାଇବେ ଜନସାଧାରଣ  । ପାଣ୍ଡିଆନ କହିଥିଲେ , ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ପଂଜୀକରଣ ଚାଲିଛି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ  । ବିଏସକେଓ୍ବାଇ କାର୍ଡ ପାଇନଥିବା ସମସ୍ତେ ଏଥିପାଇଁ ଆବେଦନ କରିପାରିବେ । ସହରାଞ୍ଚଳ ଲୋକ, ସରକାରୀ କର୍ମଚାରୀ ପରେ ଯୋଜନାର ଲାଭ ପାଇବେ । ଅନ୍ୟପଟେ ଆସନ୍ତା ୨ ମାସ ଭିତରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ  ।। ମକା ଚାଷୀଙ୍କୁ ସହଯୋଗ କରିବାକୁ ମକା ମିଶନ ଆରମ୍ଭ କରିଛନ୍ତି । ମଧୁବାବୁ ଭତ୍ତା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି ।