spot_img
Home Blog Page 2301

୧୫ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ବିରୋଧୀଙ୍କ ପ୍ରଶ୍ନ । ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଲୋକସଭା ଭବନର ସୁରକ୍ଷା ତ୍ରୁଟିକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ rେଖିବାକୁ ମିଳିଛି । ହୋହଲ୍ଲା କରିବାରୁ ବିରୋଧୀ ଦଳର ୧୫ ସାଂସଦ ନିଲମ୍ବିତ  । ଲୋକସଭାରୁ ୧୪ ଓ ରାଜ୍ୟସଭାରୁ ଜଣେ ସାଂସଦ ସସପେଣ୍ଡ  । ପୂରା ଶୀତକାଳୀନ ଅଧିବେଶନରୁ ବିଦା ହେଲେ କଂଗ୍ରେସର ୫ ଏମପି । ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ।

ଦିନକରେ ୧୫ ବିରୋଧୀ ସାଂସଦ ସସପେଣ୍ଡ। ନିଲମ୍ବିତ ସାଂସଦ ମଧ୍ୟରେ ଲୋକସଭାରୁ ୧୪ ଓ ରାଜ୍ୟସଭାରୁ ଜଣେ ସାଂସଦ ଅଛନ୍ତି । ଗୃହରେ ହଟ୍ଟଗୋଳ ଲାଗି ଲୋକସଭାରୁ ୧୪ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ନିଲମ୍ବିତ ସାଂସଦ ମଧ୍ୟରେ କଂଗ୍ରେସର ୫ ସାଂସଦ ଅଛନ୍ତି। ଗୃହରେ ହୋହାଲ୍ଲା ସହ ହଟ୍ଟଗୋଳ କରିବାରୁ ଲୋକସଭାର ୫ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ସାଂସଦ । ନିଲମ୍ବିତ କଂଗ୍ରେସ ସାଂସଦ ହେଲେ ଟିଏନ ପ୍ରଥପନ, ହିବି ଇଡେନ, ଡିନ କୁରିଆକୋସ, ଜ୍ୟୋତିମଣି ଏବଂ ରାମ୍ୟା ହରିଦାଶ। ଶୀତକାଳୀନ ଅଧିବେଶନରୁ ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି ସାଂସଦ । ପୂର୍ବରୁ ଆଜି ସକାଳେ ରାଜ୍ୟସଭା ଟିଏମସି ସାଂସଦ ଡେରେକ ଓବ୍ରାୟନ ନିଲମ୍ବିତ ହୋଇଛନ୍ତି। ଡେରେଓ ଓବ୍ରାୟନଙ୍କ ନିଲମ୍ବନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟିଏମସି ସାଂସଦ ଡୋଲା ସେନ।

ଡିମିରିପଙ୍କାଳ ଜଙ୍ଗଲରେ ଠାବ ହେଲା ବାଘର ପାଦ ଚିହ୍ନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ବନାଞ୍ଚଳ ଅନ୍ତର୍ଗତ ଡ଼ିମିରିପଙ୍କାଳ ଗ୍ରାମ ନିକଟସ୍ଥ ଏକ ମକାବାଡ଼ ରେ କଲରାପତରିଆ ବାଘ ରେ ପାଦଚି଼ହ୍ନ ଠାବ ହୋଇଛି । ବୁଧୁବାର ସକାଳ ସମୟରେ ଗ୍ରାମବାସୀ ଙ୍କ ଠାରୁ ବାଘ ବୁଲୁଥିବା ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେଵେ ମକାବାଡ଼ ରେ ବାଘ ର ପାଦଚି଼ହ୍ନ ପଡ଼ିଥିବା ଦେଖିବାପାଇଁ ମିଳିଥିଲା । ଜଣେ ବ୍ୟକ୍ତି ମକା ବାଡ଼ ରେ ମଞ୍ଚା ଉପରେ ବାଡ଼ ଜଗିଥିବା ବେଳେ ବାଘ କୁ ଦେଖିଥିବା ଜଣାପଡିଛି । ତେଵେ ବାଘ ଟି କେଉଁ ପ୍ରଜାତିର ତାହା ସ୍ୱଷ୍ଟ ହୋଇପାରିନି । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ବାଘ ର ସୁରକ୍ଷା ପ୍ରତି ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।  ତେଵେ ଦୁଇ ବର୍ଷ ପୂର୍ବରୁ ମୋହନା ବନାଞ୍ଚଳ ରେ ଦୁଇଟି କଲରାପତରିଆ ବାଘ ରହିଛନ୍ତି ।

ଜାନୁଆରୀ ୨ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ବର: ଜାନୁଆରୀ ୨ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏସବୁ ପହଞ୍ଚିବ।

ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ଭଲ ଭାବେ ଯାଞ୍ଚ କରିବେ। ପ୍ରଶ୍ନ କିମ୍ବା ଉତ୍ତର ଖାତା‌ରେ ତ୍ରୁଟି ଥିଲେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି । ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । ୨୦୨୪ ଯୁକ୍ତଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଅତି କମ୍‌ରେ ଏକ ମାସ ପର୍ଯ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବାକୁ କୁହାଯାଇଛି ।

ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ହେବ । ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍‌ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି। ‌ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଏକାମ୍ର ନିର୍ବାଚନମଣ୍ଡଳୀରେ ୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭା ଆୟୋଜନ କରାଯାଉଛି ।  ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧର ସାଢେ଼ ଆଠ କିଲୋମିଟର ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ  ୨୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର୍ ନିର୍ମାଣ କରାଯିବ ।

ଏହା ଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆ ଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ ଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ଛଅଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଦୟାନଦୀର ବାସୁଅ ଘାଇ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ । ଇଟିପୁର ଠାରେ ଟି ପି ସି ଏଲ ପକ୍ଷରୁ ୧୭ କୋଟି ଟଙ୍କାରେ ୩୩ କେ ଭି ର ଗ୍ରିଡ ସବ୍ ଷ୍ଟେସନ ମଧ୍ୟ ନିର୍ମାଣ ହେବ ।

ବୌଦ୍ଧରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ

ବୌଦ୍ଧ: ପୁଣି ବୌଦ୍ଧ ଜିଲ୍ଲାରେ ମାଓବାଦୀ ସକ୍ରିୟ । ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର  ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଦେଢ଼ ଘଣ୍ଟା ହେଲା ଚାଲିଛି ଗୁଳିବିନିମୟ ।  ଦୁଇଟି ଟିମ ରେ ୬୦ଜଣ ଏସଓଜି ଯବାନ ଅପରେସନରେ ସାମିଲ । ଉଭୟ ପକ୍ଷରୁ ମୃତ ଆହତ ସମ୍ପର୍କରେ ସୂଚନା ମିଳି ପାରି ନାହିଁ ।

ଅନ୍ୟପଟେ କନ୍ଧମାଳ ଜିଲ୍ଲାରେ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣଙ୍କ ନାଁ ରଞ୍ଜିତ ନାୟିତମ ଏବଂ ରଙ୍ଗା ପୋୟମ । ଉଭୟ ଛତିଶଗଡ଼ର । ରଞ୍ଜିତ ନାୟିତମ ଏବଂ ରଙ୍ଗା ପୋୟମ ଓଡିଶା ଏବଂ ଛତିଶଗଡ଼ରେ ଵିଭିନ୍ନ  ହିଂସାକାଣ୍ଡରେ ଲିପ୍ତ ଥିଲେ । ଆଜି ପୋଲିସ ଡିଜି ସୁନୀଲ ବଂଶଲଙ୍କ ଫୁଲବାଣୀ ଗସ୍ତ ସମୟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ମାଓ ଦମନ ଅପରେସନ ନେଇ ଆଜି ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଫୁଲବାଣୀ ଏସପି  ଅଫିସରେ ବୈଠକ ବସିଥିଲା । ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଏଡିଜି ଦେବବ୍ରତ ସିଂ ଓ ଡିଆଇଜି ଉମା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

ସଂସଦରେ ହଙ୍ଗାମା କରିଥିବା ୪ ଅନୁପ୍ରବେଶକାରୀ କିଏ ? ଜାଣନ୍ତୁ ପୂରା ସୂଚନା…

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିଥିବା ୪ ଅନୁପ୍ରବେଶକାରୀ କିଏ ? ସାଗର ଶର୍ମା, ନିଲମ ଆଜାଦ୍, ମନୋରଞ୍ଜନ ଡି ଓ ଅମୋଲ ସିନ୍ଦେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳର। ତେବେ ସମସ୍ତେ ସୋସିଆଲ୍ ମିଡିଆ ପେଜ୍ ଭଗତ ସିଂହ ଫ୍ୟାନ୍ କ୍ଲବର ସଦସ୍ୟ । ସଂସଦରେ ବେରୋଜଗାରୀ, ମୁଦ୍ରାସ୍ଫୀତି, ମଣିପୁର ହିଂସା ପରି ପ୍ରସଙ୍ଗ ଉଠାଇବାକୁ ସଂସଦ ଭବନରେ ପଶିବାକୁ ସେମାନେ ଉଦ୍ୟମ କରିଥିଲେ। ଲୋକସଭା ଚାମ୍ବରକୁ ଡେଇଁଥିବା ସାଗର ଶର୍ମା ଲକ୍ଷ୍ନୌର ଜଣେ ରିକ୍ସା ଡ୍ରାଇଭର। ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂ ଓ ମାର୍କସିଷ୍ଟ ବିପ୍ଳବୀ ଚେ ଗୁଏଭେରାଙ୍କ ନାରା ସେୟାର କରୁଥିବା ସାଗର ଏକ ବିକ୍ଷୋଭରେ ସାମିଲ ହେବାକୁ ଦିଲ୍ଲୀ ଯାଉଥିବା କହି ଘରୁ ବାହାରିଥିଲେ।

ସେହିପରି ଲୋକସଭାରେ ଅନୁପ୍ରବେଶ କରିଥିବା ୩୪ବର୍ଷୀୟ ମନୋରଞ୍ଜନ ଡି ମହୀଶୁରର କମ୍ପ୍ୟୁଟର ଇଞ୍ଜିନିୟର। ବୁକ୍ ଓ୍ବାର୍ମ ମନୋରଞ୍ଜନଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ ପରିବାର ତାଜୁବ୍। ଏଭଳି କାର୍ଯ୍ୟକୁ ତାଙ୍କ ବାପା ନିନ୍ଦା କରିବା ସହ ପୁଅ ଭୁଲ୍ କରିଥିଲେ ଫାଶୀ ଦଣ୍ଡ ଦେବାକୁ କହିଛନ୍ତି ।

ସେହିପରି ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିଥିଲେ ହରିୟାଣା ହିସାରର ନିଲମ ଆଜାଦ୍। ଏମଫିଲ୍ ଡିଗ୍ରୀ ସହ ନେଟ୍ କ୍ଲିଅର କରିବା ପରେ ବି ଚାକିରି ପାଇଁ ସଂଘର୍ଷ କରୁଛନ୍ତି ନିଲମ୍। ଚାକିରି ନମିଳିବାରୁ ହତୋତ୍ସାହିତ ଥିଲେ ନିଲମ। ପୂର୍ବରୁ ଚାଷୀ ଆନ୍ଦୋଳନ ତଥା ରେସଲରଙ୍କ ଆନ୍ଦୋଳନରେ ବି ସେ ସାମିଲ ହୋଇଥିଲେ। ନିଲମଙ୍କ ସହ ପାର୍ଲାମେଣ୍ଟ ବାହାରେ କଲର ସ୍ପ୍ରେ କରିଥିବା ଅମୋଲ ସିନ୍ଦେ ମହାରାଷ୍ଟ୍ର ଲାଟୁରର ।

ଅନ୍ୟପଟେ ବାରମ୍ବାର ଚେଷ୍ଟା ପରେ ବି ପୋଲିସ କିମ୍ବା ସେନାରେ ଭର୍ତ୍ତି ହେବାରେ ବିଫଳ ହୋଇଛନ୍ତି ଅମୋଲ। ୪ଜଣଙ୍କୁ ଆତଙ୍କବାଦୀ ନିରୋଧୀ ଆଇନ, ୟୁଏପିଏ ଅଧୀନରେ ଗିରଫ କରାଯାଇଛି । ଅପରାଧିକ ଷଡ଼ଯନ୍ତ୍ର ପରି ସଂଗୀନ ଦଫା ମଧ୍ୟ ଲାଗିଛି । ସେହିପରି ୪ଅଭିଯୁକ୍ତଙ୍କୁ ଘରେ ରଖିଥିବା ଅଭିଯୋଗରେ ଗୁରଗାଓଁର ଭିକି ଶର୍ମା ଓ ତାଙ୍କ ପତ୍ନୀ ରେଖାଙ୍କୁ ଅଟକ ରଖାଯାଇଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ବିହାରର ଲଳିତ ଝା ଫେରାର ହୋଇ ଯାଇଛନ୍ତି । ନିଲମ ଆଜାଦ୍ ଓ ଅମୋଲ ସିନ୍ଦେଙ୍କ ଭିଡିଓ ସୁଟ୍ କରିଥିଲେ ଲଳିତ । ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ନେଇ ଲଳିତ ଫେରାର ହୋଇ ଯାଇଛନ୍ତି ।

ପ୍ରତିଶ୍ରୁତି ରଖିଲେ 5T ଅଧ୍ୟକ୍ଷ, ରାସ୍ତା ସମ୍ପ୍ରସାରଣ ପାଇଁ ସ୍ଥାପନ ହେଲା ଭିତ୍ତିପ୍ରସ୍ତର

ପାରାଦୀପ: ପାରାଦୀପରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ । ରାସ୍ତା ସମ୍ପ୍ରସାରଣ ପାଇଁ ଶୁଭଦାନ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପାରାଦୀପ ଉପକଣ୍ଠ ନୂଆଗଡ଼ ସରକାରୀ ଆଇଟିଆଇ ପରିଦର୍ଶନରେ ଆସିଥିବା ସମୟରେ ସଂକୁଚିତ ରାସ୍ତା ନେଇ ସ୍ଥାନୀୟ ବାସିନ୍ଦା ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ୫୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁରୀ ହୋଇଛି ।

ରାସ୍ତାର ସମ୍ପ୍ରସାରଣ ପାଇଁ  ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ରାସ୍ତା ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଗ୍ରାମବାସୀଙ୍କ ସହିତ ବିଧାୟକ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ l ଆଗାମୀ ଦିନରେ ସରକାରୀ ଆଇଟିଆଇ ନିକଟରେ ଏକ ସେତୁ ନିର୍ମାଣ ହେବ ଓ ନୂଆଗଡ଼ଠାରୁ ଶିଙ୍ଗିଟାଳି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ହେବ ବୋଲି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି । ଏହାଦ୍ବାରା ଟ୍ରାଫିକ ସମସ୍ୟା ଦୂର ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି l

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଗମନାଗମନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ କୋରାପୁଟ ଲେଖିଲା ନୂଆ କାହାଣୀ । ମାର୍ଗଶିର ଗୁରୁବାରରେ କୋରାପୁଟ ଜିଲ୍ଲାରେ ଗଡିଛି ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ମିଶାଇ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳ ଶୁଭାରମ୍ଭ ହୋଇଛି । ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ପରେ ଆଜି କୋରାପୁଟରେ ରାସ୍ତାରେ ଗଡିଛି ଲକ୍ଷ୍ମୀ ବସ । ଏହାଫଳରେ ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତର ୬୩ ଲକ୍ଷ ଲୋକ ଉପକାର ପାଇଲେଣି । କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବା ଦ୍ବାରା ଉପକୃତ ହେବେ ୧୩ ଲକ୍ଷ ଲୋକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ଯୋଜନା ଗାଁ ଲୋକଙ୍କ ପାଇଁ ଆଶୀର୍ବାଦ । ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ଲକ୍ଷ୍ମୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବା ଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସିଏମଓର ଜିଲ୍ଲା ଗସ୍ତବେଳେ ଏହାର ଆବଶ୍ୟକତା ବିଷୟରେ ଅବଗତ ହେବା ପରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ବାରା ଚାଷୀ, ବ୍ୟବସାୟୀ, ଛାତ୍ରଛାତ୍ରୀଙ୍କୁ ବେଶୀ ସୁବିଧା ମିଳିବ । ଏବେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି । ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି । ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଏହି ବିକାଶ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ କୋରାପୁଟ ନୂଆ ବସଷ୍ଟାଣ୍ଡ ପାଇଁ ଜମି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାକୁ ନିଜର ସମ୍ପତ୍ତି ଭାବି ରକ୍ଷଣାବେକ୍ଷଣା କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଲକ୍ଷ୍ମୀ ବସ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ ବୋଲି କହିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଲକ୍ଷ୍ମୀ ବସ ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା ।

ସଂସଦ ଭବନରେ ହଙ୍ଗାମା ପ୍ରସଙ୍ଗ: ୮ ସୁରକ୍ଷାକର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦ ଭବନ ଭିତରେ ଓ ବାହାରେ ହଙ୍ଗାମା ପ୍ରସଙ୍ଗ । ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ଲୋକସଭାର ୮ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏହି ସୁରକ୍ଷାକର୍ମୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ନିଲମ୍ବିତ କରାଯାଇଛି । ସେପଟେ ଲୋକସଭା ଭିତରେ ହଂଗାମା କରିଥିବା ୬ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା ୟୁଏପିଏ । ଏହି ୬ ଜଣଙ୍କ ମଧ୍ୟରେ ରହିଛନ୍ତି ଲୋକସଭା ଭିତରେ ପ୍ରବେଶ କରି ହଳଦିଆ ଧୂଆଁ ଛାଡ଼ିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ , ସଂସଦ ବାହାରେ ହଳଦିଆ ଓ ଲାଲ ଧୂଆଁ ଛାଡିଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ ।

ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗୁରୁଗ୍ରାମର ଲଳିତ ଝା ଓ ଭିକି ଶର୍ମା । ଅଭିଯୁକ୍ତଙ୍କୁ ଭିକି ଶର୍ମା ଆଶ୍ରୟ ଦେଇଥିବା ଅଭିଯୋଗ ହୋଇଛି । ଏହି ୬ ଜଣ ଯାକ ଅଭିଯୁକ୍ତ ଭଗତ ସିଂ ଫ୍ୟାନ କ୍ଲବ ନାମରେ ଏକ ସୋସିଆଲ ମିଡିଆ ଗ୍ରୁପ ତିଆରି କରି ଯୋଗସୂତ୍ରରେ ରହିଥିଲେ । ସେମାନେ ଦେଢ଼ ବର୍ଷ ତଳେ ମହୀଶୂରରେ ଏହି ଯୋଜନା ତିଆରି କରିଥିଲେ । ଗତ ଜୁଲାଇରେ ସାଗର ଲକ୍ଷ୍ମୌରୁ ଦିଲ୍ଲୀ ଆସିଥିଲା । ଗତ ରବିବାର ଦିନ ଅଭିଯୁକ୍ତମାନେ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ଗୁରୁଗ୍ରାମସ୍ଥିତ ଭିକିଙ୍କ ଘରେ ରହିଥିଲେ । ଏହି ସମସ୍ତ ଅଭିଯୁକ୍ତ ସଂସଦ ଭିତରେ ପ୍ରବେଶ ଲାଗି ଉଦ୍ୟମ କରିଥିଲେ ମାତ୍ର ସାଗର ଓ ମନୋରଞ୍ଜନ ପାସ୍ ପାଇଥିଲେ ।  ସାଂସଦ, ଷ୍ଟାଫ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ରହିଥିବା ଗେଟରେ ସିକ୍ୟୁରିଟି ପ୍ରୋଟକଲ ବଦଳାଯିବ । ଏହା ସହ ଚାମ୍ବରକୁ ଯେପରି କେହି ଡେଇଁ ନ ପାରିବେ ସେଥିଲାଗି ଭିଜିଟର୍ସ ଗ୍ୟାଲେରୀରେ କାଚ ଲଗାଯିବ । ସେପଟେ ଲକ୍ଷ୍ମୌସ୍ଥିତ ସାଗରର ଘର ଶୂନଶାନ ରହିଛି । ତାଙ୍କ ଘରେ କେହି ନଥିବା ଦେଖାଯାଇଛି । ତେଣେ ଗୁରୁଗ୍ରାମସ୍ଥିତ ଭିକିର ଘରେ ବି ପୋଲିସ ମାରିଛି ଛାପା । ସାଗର ଶର୍ମା ଲକ୍ଷ୍ମୌରେ ଇ-ରିକ୍ସା ଡ୍ରାଇଭର ଥିବା ସୂଚନା ମିଳିଛି । ସଂସଦର ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।

ବୋରଓ୍ବେଲରୁ ଉଦ୍ଧାର ଶିଶୁ କନ୍ୟାର ଭଲ ନାହିଁ ସ୍ବାସ୍ଥ୍ୟାବସ୍ଥା, ଶରୀର ଭିତରେ ହେଉଛି ବ୍ଲିଡିଂ

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଲାରିପାଲିସ୍ଥିତ ବୋରଓ୍ବେଲରୁ ଉଦ୍ଧାର ଶିଶୁ କନ୍ୟାର ଭଲ ନାହିଁ ସ୍ବାସ୍ଥ୍ୟାବସ୍ଥା । ଶିଶୁକନ୍ୟାର ଆସିଛି ଅଲଟ୍ରାସାଉଣ୍ଡ ରିପୋର୍ଟ । ଅଲଟ୍ରାସାଉଣ୍ଡରେ ଇଣ୍ଟରନାଲ ବ୍ଲିଡିଂ ହେଉଥିବା ଉଲ୍ଲେଖ ରହିଛି । ଶିଶୁକୁ ହାଇପୋଥର୍ମିଆ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ । ଭୀମସାର ଅଧିକ୍ଷକ ଡା.ଲାଲମୋହନ ନାୟକ ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି । ଅନଃନଳୀରେ ରକ୍ତସ୍ରାବ ହେଉଥିବା ସୂଚନା ଥିବାବେଳେ ଶିଶୁ ଭବନ ସହ ସବୁବେଳେ କଣ୍ଟାକ୍ଟରେ ଅଛୁ ବୋଲି କହିଛନ୍ତି ଭୀମସାର ଅଧ୍ୟକ୍ଷ । ଆବଶ୍ୟକ ପଡ଼ିଲେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ନେଇ ଚିନ୍ତା କରାଯାଉଛି । ଶିଶୁର ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ୫ ଜଣିଆ ଡାକ୍ତରୀ ଟିମ୍ । ବୁର୍ଲା ଭିମସାରର SNCUରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ଚିକିତ୍ସା କରୁଛନ୍ତି ।

ସୂଚନା ଅନୁସାରେ, ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡ଼ିଥିଲା ନବଜାତ ଶିଶୁ ।  ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଘଟଣାସ୍ଥଳରେ ଲୋକଙ୍କ ଗହଳି ଲାଗିଥିବାବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ଶିଶୁଟି ଉଦ୍ଧାର ହୋଇଥିଲା ।