spot_img
Home Blog Page 2297

ଦେଢ଼ ଲକ୍ଷ କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା, ଫ୍ୟାନ୍ସ କହିଲେ..

ମୁମ୍ବାଇ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ନିଷ୍ପତ୍ତି ପରେ ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ପାଖାପାଖି ଦେଖ ଲକ୍ଷରୁ ଅଧିକ ଫଲୋର୍ସ କମିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତିକୁ ପ୍ରଂଶସକମାନେ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବା ରୋହିତ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକଭାବେ ଅଧିକାଂଶ ଫ୍ୟାନ୍ସ ପସନ୍ଦ କରୁଥିବା ନଥିବା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

ସୂଚନା ଥାଉକି, ରୋହିତ ଶର୍ମାଙ୍କ ଯୁଗ ଶେଷ  । ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁଦାୟିତ୍ୱ । ୨୦୨୪ ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ହୋଇଛି । ରୋହିତ ଶର୍ମା ୨୦୧୩ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକତ୍ବ ହରାଇଛନ୍ତି । କିନ୍ତୁ ସେ ଦଳ ସହ ରହିବେ । ଜଣେ ସାଧାରଣ ଖେଳାଳି ଭାବେ ୨୦୨୪ ଆଇପିଏଲ ସିଜିନରେ ନଜର ଆସିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ଟିମ୍ ପରିଚାଳନା ବିଭାଗ  ।

 

ଭାରତର ବିରଳ ଗାଁର ବିଚିତ୍ର ପ୍ରଥା, ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର

ନନ୍ଦିଘୋଷ ବ୍ୟୁରୋ: ଭାରତର ବିରଳ ଗାଁର ବିଚିତ୍ର ପ୍ରଥା । ଏଠି ଝିଅ ହୁଏନି ବିଦା ,ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର। ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହା ହେଉଛି ରାଜସ୍ଥାନ ମାଉଣ୍ଟଆବୁ ନିକଟସ୍ଥ ଜୱାଇ ଗାଁର ଘଟଣା । ଯେଉଁଠି ୭୦୦ ବର୍ଷର ପୁରୁଣା ପରମ୍ପରା ଆଜିବି ବଞ୍ଚିଛି । ଭାରତ ଭଳି ବିଭିନ୍ନ ପ୍ରଥା ଓ ପରମ୍ପରା  ଉପରେ ଆଧାରତି ଦେଶରେ ଆଜିବି ଏଭଳି ଅଦ୍ଭୁତ ପ୍ରଥା ଆଜିବି ବ଼ଞ୍ଚିଛି । ଏହି ଗାଁର ପରମ୍ପରା ଅନୁସାରେ ଝିଅର ବିବାହ ପରେ କନ୍ୟାର ବିଦାୟୀ ହୋଇନଥାଏ ।

ପୁଅ ନିଜ ଘରୁ ବିଦାହୋଇକି ଆସି ଝିଅ ଘରେ ଘରଜ୍ୱାଇଁ ହୋଇକି ରହିଥାଏ । ଜନସ୍ରୃତି ମୁତାବକ ଜୱାଇ ଗାଁରେ ଝିଅଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ବିବାହ ପାଇଁ ପ୍ରାର୍ଥି ଖୋଜିବା ଅତ୍ୟନ୍ତ କଷ୍ଟ ହେଉଥିଲା । ଠିକ୍ ସେହିସମୟରେ ଆଜିଠୁ ପ୍ରାୟ ୭୦୦ ବର୍ଷ ପୂର୍ବରୁ ଦୁଇ ଭାଇ ଜୀବାଜୀ ଏବଂ କାହ୍ନା ଏହି ଗାଁର ଦୁଇ ଝିଅଙ୍କୁ ବିବାହ କରିଥିଲେ  । ଜୀବାଜୀ ରମ୍ଭାକୁ ବିବାହ କରି ଘର ଜ୍ୱାଇ ସାଜିଥିବା ବେଳେ ଅନ୍ୟ ଭାଇ କାହ୍ନା ଜୱାଇ ଗାଁଠୁ ୧୦ କିଲୋମିଟର ଦୂରରେ ଥିବା କଂନାରୀ ଢାଣୀର ପବନାକୁ ବିବାହ କରି ଘର ଜ୍ୱାଇ ସାଜିଥିଲେ  । ସେବେଠାରୁ ଏଭଳି ବିଚିତ୍ର ପରମ୍ପରା ଗ୍ରାମରେ ଏବେବି ଜାରି ରହିଛି ।

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ: ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢିବା ପରେ ପହିଲି ଭୋଗ ଲାଗି କରାଯାଏ ।

ପୁଣି ତେଜିଲା ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପୁଣି ତେଜିଲା । ଦକ୍ଷିଣ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ଼ କରିଛି ଇସ୍ରାଏଲ । ଏଭଳି ଆକ୍ରମଣ ଯୋଗୁଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି  । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେପଟେ ୬୦ ଘଣ୍ଟା ଧରି ଜେନିନରେ ଚାଲିଥିବା ଅପରେସନର ଅନ୍ତ ହୋଇଛି । ଇସ୍ରାଏଲର ଏହି ଅପରେସନରେ ୧୧ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଛି । ଗାଜା ଓ ଇଜିପ୍ଟ ସୀମା ନିକଟରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଏକାଧିକ ଫଟୋ ସାମ୍ବାଦିକ ଗୁରୁତର ହୋଇଛନ୍ତି ।

ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ, ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ୍ ଚଲାପଥ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମ ସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ଅଧ୍ୟକ୍ଷ । ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଶୀତ ତାପ ସେଡେଡ୍ ଚଲାପଥରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯାଉଥିବା ବିଶ୍ରାମ ଗୃହରେ ଅବସ୍ଥାନ କରିବେ । ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ଆଜିଠୁ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯିବେ 5T ଅଧ୍ୟକ୍ଷ, ଉନ୍ନତି ମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କେତେ ହୋଇଛି ଉନ୍ନତ୍ତିମୂଳକ କାର୍ଯ୍ୟ । ଲୋକଙ୍କ ନିକଟରେ କେତେ ପହଞ୍ଚିଛି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାରଠାରୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ମଧ୍ୟାହ୍ନ ଦୁଇଟା ୪୦ରେ ହିଞ୍ଜିଳିକାଟୁ ପୋଚିଲିମା ଠାରେ ଥିବା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପହଞ୍ଚିବେ ଫାଇଭ-ଟି ଅଧ୍ୟକ୍ଷ । ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କାର୍ତ୍ତିକ ପାଣ୍ଡିଆନ୍ ।

ସେଠାରୁ ହିଞ୍ଜିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବେ ସେଠାରେ ମଧ୍ୟ ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରୁ ସେ ସେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ କାର୍ତ୍ତିକ ପାଣ୍ଡିଆନଙ୍କ ଶେରଗଡ ବ୍ଲକରେ ଚାଷୀଙ୍କ ସହ ଆଲୋଚନା ଓ ବ୍ରହ୍ମପୁର ମାଆ ବୁଢି ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି ।

ଏଠି ବିଦା ହୁଏନି ଝିଅ, ବିବାହ ପରେ ଘରଜ୍ୱାଇଁ ହୁଅନ୍ତି ବର

0

ନୂଆଦିଲ୍ଲୀ: ଭାରତର ବିରଳ ଗାଁର ବିଚିତ୍ର ପ୍ରଥା। ଏଠି ଝିଅ ହୁଏନି ବିଦା, ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର। ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏହା ହେଉଛି ରାଜସ୍ଥାନ ମାଉଣ୍ଟଆବୁ ନିକଟସ୍ଥ ଜୱାଇ ଗାଁର ଘଟଣା । ଯେଉଁଠି ୭୦୦ ବର୍ଷର ପୁରୁଣା ପରମ୍ପରା ଆଜିବି ବଞ୍ଚିଛି ।

ଭାରତ ଭଳି ବିଭିନ୍ନ ପ୍ରଥା ଓ ପରମ୍ପରା ଉପରେ ଆଧାରିତ ଦେଶରେ ଆଜିବି ଏଭଳି ଅଦ୍ଭୁତ ପ୍ରଥା ଆଜିବି ବ଼ଞ୍ଚିଛି। ଏହି ଗାଁର ପରମ୍ପରା ଅନୁସାରେ ଝିଅର ବିବାହ ପରେ କନ୍ୟାର ବିଦାୟୀ ହୋଇନଥାଏ। ପୁଅ ନିଜ ଘରୁ ବିଦାହୋଇକି ଆସି ଝିଅ ଘରେ ଘରଜ୍ୱାଇଁ ହୋଇକି ରହିଥାଏ। ଜନସ୍ରୃତି ମୁତାବକ ଜୱାଇ ଗାଁରେ ଝିଅଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ବିବାହ ପାଇଁ ପ୍ରାର୍ଥି ଖୋଜିବା ଅତ୍ୟନ୍ତ କଷ୍ଟ ହେଉଥିଲା।

ଠିକ୍ ସେହି ସମୟରେ ଆଜିଠୁ ପ୍ରାୟ ୭୦୦ ବର୍ଷ ପୂର୍ବରୁ ଦୁଇ ଭାଇ ଜୀବାଜୀ ଏବଂ କାହ୍ନା ଏହି ଗାଁର ଦୁଇ ଝିଅଙ୍କୁ ବିବାହ କରିଥିଲେ। ଜୀବାଜୀ ରମ୍ଭାକୁ ବିବାହ କରି ଘର ଜ୍ୱାଇ ସାଜିଥିବା ବେଳେ ଅନ୍ୟ ଭାଇ କାହ୍ନା ଜୱାଇ ଗାଁଠୁ ୧୦ କିଲୋମିଟର ଦୂରରେ ଥିବା କଂନାରୀ ଢାଣୀର ପବନାକୁ ବିବାହ କରି ଘର ଜ୍ୱାଇ ସାଜିଥିଲେ । ସେବେଠାରୁ ଏଭଳି ବିଚିତ୍ର ପରମ୍ପରା ଗ୍ରାମରେ ଏବେବି ଜାରି ରହିଛି ।

ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ; କହିଲେ- ଜବତ ଟଙ୍କା ମୋର ବ୍ୟକ୍ତିଗତ ଟଙ୍କା ନୁହେଁ

ଭୁବନେଶ୍ୱର: ୩୫୦ରୁ ଅଧିକ କୋଟି ଟଙ୍କା ଆୟକର ବିଭାଗ ଜବତ କରିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଜବତ ଟଙ୍କା ମୋର ବ୍ୟକ୍ତିଗତ ଟଙ୍କା ନୁହେଁ ବୋଲି ସେ କହିଛନ୍ତି । କୌଣସି ରାଜନୈତିକ ଦଳ ସହ ଏହି ଟଙ୍କା ଜଡ଼ିତ ନୁହେଁ। ଏହା ପାରିବାରିକ ବ୍ୟବସାୟ ସହ ଜଡିତ ରହିଛି।

ଶହେରୁ ଅଧିକ ବର୍ଷ ଧରି ମଦ ବ୍ୟବସାୟ କରିଆସୁଛି ଆମ ପରିବାର। ଏଭଳି ଘଟଣା ପ୍ରଥମ ଥର ପାଇଁ ମୋ ସହ ହୋଇଛି ବୋଲି କହିଛନ୍ତି ଧୀରଜ ସାହୁ । ପୂର୍ବରୁ ଗଣମାଧ୍ୟମର ସାମ୍ନାକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି କାରଣବଶଃତ ସେ ଆସିପାରିନଥିଲେ। ସେ ସିଧାସଳଖ ରାଜନୀତି ସହ ଜଡ଼ିତ ଅଛନ୍ତି । ସେ ବ୍ୟବସାୟ କଥା ଏତେ ବୁଝନ୍ତି ନାହିଁ। ତାଙ୍କ ଭାଇ ଓ ବାପା ବିଭିନ୍ନ ରାଜ୍ୟରେ ବ୍ୟବସାୟ କରିଛନ୍ତି। ଏହି ଟଙ୍କା କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହ ଜଡ଼ିତ ନୁହେଁ।

ମଦ ବ୍ୟବସାୟ କ୍ୟାସରେ କାରବାର ହେଉଥିବାରୁ ଜବତ ଟଙ୍କା ମଦ ବିକ୍ରି ଓ କଲେକସନରୁ ଆସିଛି। ଏହି ଟଙ୍କାର ହିସାବ ଆମ ପରିବାର ନିଶ୍ଚୟ ଦେବ । ଆମ ପରିବାର ପକ୍ଷରୁ ଅନେକ ସମାଜ ସେବା ମଧ୍ୟ କରାଯାଉଛି । ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇଛି । ଆମ ବ୍ୟବସାୟରୁ ସରକାରଙ୍କୁ ରାଜସ୍ବ ମଧ୍ୟ ମିଳିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ଓଡ଼ିଶା ସହ ଝାଡ଼ଖଣ୍ଡରେ ସପ୍ତାହେରୁ ଅଧିକ ଦିନ ହେଲା ଆୟକର ବିଭାଗର ରେଡ ଚାଲିଥିଲା।

ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍

ଭୁବନେଶ୍ୱର: ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍। ନୂଆବର୍ଷରୁ ପରିବହନ ବିଭାଗ ଆଣୁଛି ନୂଆ ନିୟମ। ଜାନୁଆରୀ ପହିଲାରୁ ସବୁ ନୂଆ ଗାଡ଼ିରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ୩୦ ଜୁନ ସୁଦ୍ଧା ସବୁ ପୁରୁଣା ଟ୍ରାନ୍ସପୋର୍ଟ ଗାଡ଼ିରେ ଏହି ଟ୍ରାକିଙ୍ଗ ଡିଭାଇସ ଲାଗିବ। ଗାଡ଼ିରେ ରହିବ ପାନିକ ବଟନ।

କିଛି ଅଘଟଣ ହେଲେ କିମ୍ବା ମହିଳାଙ୍କୁ ଦୁର୍ବ୍ୟବହାର କଲେ ଏହି ପାନିକ ବଟନକୁ ଦବାଇଲେ କଣ୍ଟ୍ରୋଲ ରୁମକୁ ସୂଚନା ମିଳିପାରିବ। ଏହାସହ ଲୋକାଲ ପୋଲିସ ଷ୍ଟେସନ, ଡାକ୍ତରଖାନାର ଆପତ୍ତିକାଳୀନ କଣ୍ଟ୍ରୋଲ ରୁମ ଓ ପିସିଆରକୁ ମଧ୍ୟ ପହଞ୍ଚିଯିବ ମେସେଜ। ଆଗକୁ ସବୁ ସ୍କୁଲ, କଲେଜ ଓ ଇନଷ୍ଟିଚ୍ୟୁଟିର ଟ୍ରାନ୍ସପୋର୍ଟ ଗାଡ଼ିରେ ମଧ୍ୟ ଲାଗିବ ଏହି ଡିଭାଇସ।

ନିୟମ ନମାନିଲେ ଗାଡିର ଫିଟନେସ ଓ ଲାଇସେନ୍ସ ରଦ୍ଦ କରାଯିବ। ଭୁବନେଶ୍ୱର ଆରଟିଓ-୨ ରେ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। କାର୍ଯ୍ୟକ୍ରମରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ କମିଶନର ଅମିତାଭ ଠାକୁର ଉପସ୍ଥିତ ଥିଲେ।

ନ୍ୟାସନାଲ ଇନସ୍ୟୁରାନ୍ସ ଏକାଡେମୀର ସାଂଘାତିକ ରିପୋର୍ଟ; ୭୩% ଭାରତୀୟଙ୍କର ନାହିଁ ବୀମା

ନୂଆଦିଲ୍ଲୀ: ମହାମାରୀ କରୋନା ପରେ ମଧ୍ୟ ଚେତିଲେ ନାହିଁ ଭାରତୀୟ। ଭବିଷ୍ୟତକୁ ସୁରକ୍ଷିତ କରିବାକୁ ନେଲେ ନାହିଁ ପଦକ୍ଷେପ। ନ୍ୟାସନାଲ ଇନସ୍ୟୁରାନ୍ସ ଏକାଡେମୀର ସାଂଘାତିକ ରିପୋର୍ଟ । ୯୫% ଭାରତୀୟଙ୍କର ନାହିଁ ବୀମା । ୭୩ ପ୍ରତିଶତ ଭାରତୀୟଙ୍କର ନାହିଁ ସ୍ବାସ୍ଥ୍ୟବୀମା । ଗତ କିଛି ସାସ ହେବ ବୀମାକୁ ନେଇ ଲୋକେ ବେଶ ସଚେତନ ଥିଲେ । କରୋନା ପରେ ବୀମାକୁ ଜରୁରୀ କାମ ମଧ୍ୟରେ ସ୍ଥାନ ଦେଇଥିଲେ ଲୋକ। ନ୍ୟାସନାଲ ଇନସ୍ୟୁରାନ୍ସ ଏକାଡେମୀ ଦେଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ ।

ମାତ୍ର ୫ ପ୍ରତିଶତ ଭାରତୀୟଙ୍କର ରହିଛି ବୀମା । IRDAIର ଚେୟାରମ୍ୟାନ ଦେଲେ ସୂଚନା। ବାମା ନୀୟାମକ ଓ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଦେବାଶିଷ ପଣ୍ଡା ଜାରି କଲେ ରିପୋର୍ଟ । ମହାମାରୀ କରୋନା ବେଳେ ଅନୁଭବ ହୋଇଥିଲା ବୀମାର ଗୁରୁତ୍ବ । IRDAIର ତମାମ ଉଦ୍ୟମ ପରେ ବି ଲୋକେ ବୁଝିଲେ ନାହିଁ ବୀମାର ମହତ୍ବ । କମ୍ ଓ ମଧ୍ୟମ ଆୟକାରୀ ବର୍ଗର ୮୪ ପ୍ରତିଶତଙ୍କ ପାଖରେ ନାହିଁ ବୀମା ।

ତଟବର୍ତ୍ତୀ ତଥା ଛୋଟ ଛୋଟ ସହରର ୭୭ ପ୍ରତିଶତଙ୍କ ନାହିଁ ବୀମା। ଦେଶରେ ବଢୁଛି ବୀମା କାରବାରର ପରିସର। ଦେଶରେ ୩୪ ସାଧାରଣ ବୀମା କମ୍ପାନୀ ଓ ୨୪ ଜୀବନ ବୀମା କମ୍ପାନୀ କାମ କରୁଛି।