spot_img
Home Blog Page 2254

ଦିନକ ପରେ ବଜେଟ, ଆଜି କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ :  ଦିନକ ପରେ ବଜେଟ । ନିର୍ବାଚନକାଳୀନ ବଜେଟ ଉପରେ ସାରା ଦେଶବାସୀଙ୍କ ପ୍ରତୀକ୍ଷା । ସେପଟେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟକୁ ନେଇ ବୈଠକରେ ହେବ ଆଲୋଚନା । ଆସନ୍ତା ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାବେଳେ ଫେବ୍ରୁଆରୀ ୧ ତାରିଖର ଅନ୍ତରୀଣ ବଜେଟ ନେଇ ଚାଲିଛି କଳ୍ପନାଜଳ୍ପନା । ବଜେଟ ଲାଗି ଗତ ବୁଧବାର ଅନୁଷ୍ଠିତ ହୋଇଥିଲା ହାଲୁଆ ସେରିମନି ।

ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର ।

ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ୨୪ ତାରିଖ ଯାଏ ଚାଲିବ କୁମ୍ଭମେଳା । ଶୃଙ୍ଖଳିତ ଓ ସୁରକ୍ଷିତ ମେଳାକୁ ନେଇ ବିଏମସି ପକ୍ଷରୁ ବସିଥିଲା ପ୍ରସ୍ତୁତି ବୈଠକ। ମୌଳିକ ସୁବିଧା ସୁଯୋଗ ସହ ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି । ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ,ବିଦ୍ୟୁତ ସଂଯୋଗ , ସୂଚନା କେନ୍ଦ୍ର , ଆମ୍ବୁଲାନ୍ସ ସେବା , ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି । ଏହାସହ ପାର୍କିଂ ବ୍ୟବସ୍ଥା ,ମୀନା ବଜାର , ମେଳାକୁ କିଭଳି ନୂଆ ବ୍ୟବସାୟୀ ମାନେ ଅଧିକ ଆସି ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ମେୟର । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମେଳା କମିଟିର ସଦସ୍ୟ ଓ ସ୍ଥାନୀୟ କର୍ପୋରେଟର ମାନେ ସାମିଲ ଥିଲେ । ଖଣ୍ଡଗିରି ମେଳା ପଡିଆ ଯେଉଁମାନେ ଜବରଦଖଲ କରି ରହିଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଯଦି କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି ବିଏମସିକୁ ଜଣାନ୍ତୁ ବୋଲି ଅନୁରୋଧ କରିଛି ବିଏମ୍ସି । ଯେଉଁ ବ୍ୟବସାୟୀମାନେ ଆସୁଛନ୍ତି ସେମାନଙ୍କ ପାଇଁ ସମାନ ମାପରେ ଷ୍ଟଲ୍ ରହିବ । ସମ୍ପୂର୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ ।

ଓଡ଼ିଶାରେ ଫଳିଛି ଥାଇଲାଣ୍ଡ ବରକୋଳି

ଚାନ୍ଦବାଲି: ସୋସିଆଲ ମିଡିଆର ସକାରାତ୍ମକ ପ୍ରୟୋଗ କରାଇଛି ସ୍ବାବଲମ୍ବୀ । ୟୁଟ୍ୟୁବ ଭିଡିଓ ଦେଖି ଥାଇଲ୍ୟାଣ୍ଡ ବରକୋଳି ଚାଷ କରି ଆର୍ମନର୍ଭରଶୀଳ ହୋଇଛନ୍ତି ସ୍ବୟଂସହାୟକ ଗୋଷ୍ଠୀର ମହିଳା। ରାଜ୍ୟ ସରକାରଙ୍କ ସହାୟତାରେ ଥାଇଲାଣ୍ଡ ବରକୋଳି ଚାଷ କରି ଉଦାହରଣ ସାଜିଛନ୍ତି ମହିଳା ଗୋଷ୍ଠୀ।

ମହିଳାଙ୍କୁ ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ। ଚାଷରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା। ପେନ୍ଥା ପେନ୍ଥା ଧରିଛି ଥାଇଲାଣ୍ଡ ବରକୋଳି। ଦେଖିବାକୁ ଯେତିକି ସୁନ୍ଦର , ଖାଇବାକୁ ମଧ୍ୟ ସେତିକି ସୁଆଦିଆ । ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାଇଲାଣ୍ଡ ବରକୋଳି ଚାଷ କରି ହୋଇଛନ୍ତି ଆତ୍ମ ନିର୍ଭରଶୀଳ । ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଚାନ୍ଦବାଲି ବ୍ଳକ, ବଡ଼ ଓସ୍ତିଆ ପଞ୍ଚାୟତ ବାମ୍ଫି ସାହି ଗାଁର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ମିଶନ ଶକ୍ତି ସହାୟତାରେ ଋଣ ଆଣି କୋଳି ଚାଷ କରିଥିଲେ।ଯାହା ସେମାନଙ୍କୁ ସଫଳତା ଦେବା ସହ ନୂଆ ପରିଚୟ ଦେଇଛି।

ବାଲେଶ୍ବର ଉଦ୍ୟାନ ବିଭାଗ ପକ୍ଷରୁ ମହିଳାମାନେ ୪୦୦ କୋଳି ଚାରା ଆଣି ଆରମ୍ଭ କରିଥିଲେ ଚାଷ । ଗୋଟିଏ ବର୍ଷ ଭିତରେ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ଟଙ୍କା ବିକ୍ରି ହେଉଥିବା ବେଳେ ପ୍ରତିଦିନ କୋଳି କିଣିବା ପାଇଁ ଉଭୟ ବେପାରୀ ଓ ଗ୍ରାହକଙ୍କ ଭିଡ଼ ଜମୁଛି ।

ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି? ସାବଧାନ ! ସ୍ମାର୍ଟଫୋନ୍ ଶୁଣୁଛି ସିକ୍ରେଟ କଥା

ନନ୍ଦିଘୋଷ ବ୍ୟୁରୋ: ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଛି ସତ, କିନ୍ତୁ ଏହି କାରଣରୁ ଲୋକଙ୍କ ଗୋପନୀୟତା ମଧ୍ୟ ହଜିଯାଉଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଥର ଲୋକଙ୍କ ବ୍ୟକ୍ତିଗତ କଥାବାର୍ତ୍ତା, ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଲିକ୍ ହୋଇଥାଏ ।

ସ୍ମାର୍ଟଫୋନର ସେଟିଂ ଯୋଗୁଁ ଏହା ମଧ୍ୟ ହୋଇପାରେ । ତେବେ ସ୍ମାର୍ଟଫୋନରେ ଅନେକ ସେଟିଂ ଏବଂ ଆପ୍ ରହିଛି । ଏହି ଆପଗୁଡ଼ିକ ଆପଣଙ୍କୁ ଅନେକ ପ୍ରକାରର ଅନୁମତି ମାଗନ୍ତି । ଆମେ ଚିନ୍ତା ନକରି ସେଗୁଡ଼ିକୁ ଅନୁମତି ଦେଇଥାଉ । କ୍ୟାମେରା ଠାରୁ ମାଇକ୍ ପର୍ଯ୍ୟନ୍ତ ଅନୁମତି ଦେବାବେଳେ ଆମେ ଏ ବିଷୟରେ ଚିନ୍ତା କରୁନାହିଁ କି ଡିଭାଇସ୍ କେବେ ଏହାର ବ୍ୟବହାର କରିବ ।

ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ପାଇଁ ମାଇକ୍ରୋଫୋନ୍ ଅନୁମତି ଦେବାକୁ ପଡିବ । ଏହା ସହିତ ଗୁଗୁଲ ଆମର ନିର୍ଦ୍ଦେଶ ଶୁଣି କାମ କରେ । ସେହିଭଳି, ସ୍ମାର୍ଟଫୋନରେ ଭଏସ୍ ଟୁ ସ୍ପିଚ୍ ଫିଚର ବ୍ୟବହାର କରିବାବେଳେ ମାଇକ୍ରୋଫୋନ୍ ପାଇଁ ଅନୁମତି ମଧ୍ୟ ଦେବାକୁ ପଡିବ । କିନ୍ତୁ ଆପଣ ଜାଣନ୍ତି କି ଭଏସ୍ କମାଣ୍ଡରେ କାମ କରୁଥିବା ଅଲୱେଜ୍ ଅନ୍ ଡିଭାଇସରେ ଏକ ବଡ଼ ସମସ୍ୟା ରହିଛି । ଆମେ ଯାହା କହୁଛୁ ତାହା ଶୁଣିବା ପାଇଁ ଏହି ଉପକରଣଗୁଡ଼ିକ ମାଇକ୍ରୋଫୋନ୍ ବ୍ୟବହାର କରନ୍ତି । ଯେପରି ଆଲେକ୍ସା କାମ କରେ ଯେତେବେଳେ ତୁମେ ଏହାର ନାମ ନେଇ ଏକ କମାଣ୍ଡ୍ ଦିଅ । ଏହାର ଅର୍ଥ ହେଉଛି ଯେ ଏହି ଡିଭାଇସ୍ ଆମେ ଯାହା କହୁଛୁ ତାହା ଶୁଣେ ।

ଫେସବୁକ ମାଇକ୍ରୋଫୋନ୍ ଅନୁମତି ମଧ୍ୟ ମାଗିଥାଏ :-

ବେଳେବେଳେ ଫେସବୁକ୍ ମଧ୍ୟ ବ୍ୟବହାରକାରୀଙ୍କୁ ମାଇକ୍ରୋଫୋନ୍ ପ୍ରବେଶ ପାଇଁ ପଚାରିଥାଏ । ଭିଡିଓ ଚାଟିଂ ଏବଂ ଟେକଷ୍ଟ ଟୁ ସ୍ପିଚ୍ ପାଇଁ ଏହା ଏକ ମାଇକ୍ରୋଫୋନ୍ ଆକ୍ସେସ୍ ମାଗିଥାଏ । କିନ୍ତୁ ଆମେ ଏହାର ଅନୁମତି ଦେବା ପୂର୍ବରୁ କେବେ ଭାବୁ ନାହିଁ ଯେ ଏହା ଆମର ବ୍ୟକ୍ତିଗତ ଜିନିଷ ମଧ୍ୟ ଶୁଣିପାରିବ ।

ମାଇକ୍ରୋଫୋନ୍ ଅନୁମତି କିପରି ବନ୍ଦ କରିବେ :-

ଯଦି ଆପଣ ଏକ ଆଣ୍ଡ୍ରଏଡ୍ ଡିଭାଇସ୍ ବ୍ୟବହାର କରନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ସୁରକ୍ଷା ଏବଂ ଗୋପନୀୟତା ବିକଳ୍ପକୁ ଯିବାକୁ ପଡିବ । ଏଠାରେ କ୍ଲିକ୍ କରି ଆପଣ ଗୋପନୀୟତାର ବିକଳ୍ପ ପାଇବେ, ସେଥିରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ ମାଇକ୍ରୋଫୋନ୍, କ୍ୟାମେରା ଏବଂ ଅନ୍ୟାନ୍ୟ ସେନ୍ସରର ସବିଶେଷ ତଥ୍ୟ ପାଇବେ । ଏଠାରୁ ଆପଣ ଜାଣିପାରିବେ କେଉଁ ଆପକୁ କେଉଁ ଅନୁମତି ଦିଆଯାଇଛି । ଆପଣ ଯେକୌଣସି ଆପ୍ ପାଇଁ ମାଇକ୍ରୋଫୋନ୍ କିମ୍ବା ଅନ୍ୟ କୌଣସି ସେନ୍ସର ଅନୁମତିକୁ ବ୍ଲକ୍ କିମ୍ବା ରିମୁଭ୍ କରିପାରିବେ ।

ଏ ବର୍ଷ ୩୬୫ ନୁହେଁ ୩୬୬ ଦିନ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ବର୍ଷରେ ଥାଏ ୩୬୫ ଦିନ । କିନ୍ତୁ ୨୦୨୪ ବର୍ଷ ହେଉଛି ୩୬୬ ଦିନ । ଚଳିତବର୍ଷ ଫେବୃଆରୀ ମାସ ୨୮ ଦିନ ବଦଳରେ ରହିଛି ୨୯ ଦିନ । ଅଧିବର୍ଷ ହିସାବରେ ଏଥର ଫେବୃଆରୀ ମାସ ୨୯ ଦିନ ପଡୁଛି । ଏ ମାସରେ ସବୁ ବାର ଗୁଡିକ ଚାରିଥର ଆସୁଛି । କେବଳ ପାଞ୍ଚଥର ପଡିବ ଗୁରୁବାର । ଅନ୍ଯ ସବୁ ବାର ୪ଥର ଲେଖାଏଁ ପଡିବ ।

ପ୍ରତ୍ୟେକ ମାସରେ କିଛି ଗୁରୁତ୍ବପୂର୍ଣ୍ଣ ଦିନ ଓ ତାରିଖ ଥାଏ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ମହତ୍ତ୍ବ ରଖେ । ବର୍ଷର ଦ୍ବିତୀୟ ମାସ ହେଉଛି ଫେବୃଆରୀ । ବର୍ଷର ଫେବୃଆରୀ ମାସ ହେଉଛି କମ୍ ଦିନ । କିନ୍ତୁ ଚଳିତ ବର୍ଷ ଏହି ମାସ ୨୯ ଦିନ ପଡୁଛି । ଏହି ମାସରେ ବିଶ୍ବ ଆର୍ଦ୍ରଭୂମି ଦିବସ, ବିଶ୍ବ କର୍କଟ ଦିବସ, ଆନ୍ତର୍ଜାତୀୟ ମାତୃଭାଷା ଦିବସ, ଭାଲେଣ୍ଟାଇନ ଡେ, ଜାତୀୟ ବିଜ୍ଞାନ ଦିବସ ଭଳି ଗୁରୁତ୍ବପୂର୍ଣ୍ଣ ଦିନ ଅଛି ।

 

ଚର୍ଚ୍ଚାରେ ’ପୁଷ୍ପା ୨’, ରିଲିଜକୁ ଦର୍ଶକଙ୍କ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି ।

ଆଲୁ ଅର୍ଜୁନଙ୍କ ଉତ୍ସାହିତ ପ୍ରଶଂସକମାନେ ଉତ୍ସାହର ସହିତ ‘ପୁଷ୍ପା-୨ ରିଲିଜକୁ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁନଃ ନିଶ୍ଚିତ କରିଛନ୍ତି ।  ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪  ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତାମାନେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ପୁଷ୍ପା-୨,  ୨୦୦ ଦିନ ଭିତରେ ରିଲିଜ ହେବ । ସମ୍ପ୍ରତି ଏହାର ସୁଟିଂ ଚାଲିଛି ।

ଅଗଷ୍ଟରେ ପ୍ରେକ୍ଷାଳୟରେ ଆଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ମୁକ୍ତିଲାଭ କରିବ

ଆଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରୁଲ’ ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଏବଂ ବର୍ତ୍ତମାନ ଏହାର ଶୁଟିଂ ଶେଷ ହେବାକୁ ଯାଉଛି ବୋଲି କୁହାଯାଉଛି । ଆଜି ଅର୍ଥାତ୍ ୧୯ ଜାନୁଆରୀ, ପ୍ରଡକ୍ସନ୍ ହାଉସ୍,  ମାଉଥ୍ରୀ ମୁଭି ମେକର୍ସ ଏକ ପୋଷ୍ଟର ସେୟାର କରି ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ୨୦୦ ଦିନରେ, ପୁଷ୍ପା: ଦି ରୁଲ ୧୫  ଅଗଷ୍ଟ ୨୦୨୪ ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି । ଯେଉଁଥି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ୫୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଏବଂ ଏଥିରେ ଅନେକ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ବୋଲି ଜଣାପଡିଛି ।

ଚଳଚ୍ଚିତ୍ର ପ୍ରଥମ ଭାଗର ଡାଇଲଗ ଏବଂ ଗୀତ ଦର୍ଶକଙ୍କର ବହୁତ ପସନ୍ଦ ହେଇଥିଲା

ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରାଇଜ୍’ ଡିସେମ୍ବର ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେଇଥିଲା । ବିନା ପ୍ରମୋସନରେ ମଧ୍ୟ ଏହି ଚଳଚ୍ଚିତ୍ରଟି ଲକଡାଉନ୍ ପରେ ଉଲ୍ଲେଖନୀୟ  ରୋଜଗାର କରିଥିଲା ଏବଂ ପ୍ରତ୍ୟେକ ଭାଷାର ଲୋକଙ୍କଠାରୁ ବହୁତ ଭଲ ପାଇବା ପାଇଥିଲା । ଗୀତ ଠାରୁ ଆରମ୍ଭ କରି ସଂଳାପ ଏବଂ ଅଭିନେତାଙ୍କ ଆକ୍ସନ, ବିଶେଷ ଭାବେ ତାଙ୍କ  ବଙ୍କା ଚାଲି ଲୋକଙ୍କ ହୃଦୟ ଜିତି ନେଇଥିଲା । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଆଲୁ ଅର୍ଜୁନ ଏପରି ଜଣେ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିଥିଲେ ଯିଏ କାହାକୁ ଡରନ୍ତି ନାହିଁ, କାହାକୁ ଭୟ କରନ୍ତି ନାହିଁ। ସେ ଚନ୍ଦନ କାଠ ଚୋରାଚାଲାଣ କରନ୍ତି ।

 

 

ଓଡ଼ିଶା ମାଟିରୁ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର: ଓଡ଼ିଶା ମାଟିରୁ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କଲେ କଂଗ୍ରେସ ଅଧ୍ଯକ୍ଷ ମଲିକାର୍ଜୁନ ଖଡଗେ । ସମ୍ବିଧାନ ବଞ୍ଚାଅରୁ ମଣିପୁର, ନିଯୁକ୍ତିରୁ ମହାଗଠବନ୍ଧନ । ବିଜେପି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଖଡଗେ । କଂଗ୍ରେସ ଅଧ୍ଯକ୍ଷ ଭାବେ ପ୍ରଥମଥର ଓଡ଼ିଶା ଆସି ଭୁବନେଶ୍ବରରେ ଆୟୋଜିତ ସଭାରେ ଯୋଗଦେଇ ଖଡଗେ ଆରମ୍ଭରୁ ବିଜେପି ଉପରେ ବର୍ଷିଥିଲେ । ବିଜେପି ସରକାରରେ ଲୋକତନ୍ତ୍ର କଳଙ୍କିତ ହେଉଛି ହେଉଛି । ସମ୍ବିଧାନକୁ ଭାରତୀୟ ଜନତା ପାର୍ଟି ଅସମ୍ମାନ କରୁଛି । ବିଜେପିକୁ ହଟାଇ ସମ୍ବିଧାନ ବଞ୍ଚାଇବାକୁ ଆହ୍ବାନ ଦେଇଥିଲେ କଂଗ୍ରେସ ଅଧ୍ଯକ୍ଷ । ସେ କହିଥଇଲେ, ଏହା ହେଉଛି ଶେଷ ନିର୍ବାଚନ । ଯଦି କେନ୍ଦ୍ରରୁ ବିଜେପି ସରକାର ନହଟିବ ତେବେ ଦେଶରେ ଗଣତନ୍ତ୍ର ଶାସନ ନୁହେଁ, ରାଜତନ୍ତ୍ର ଶାସନ ଚାଲିବ ।

ସେହିପରି ବିଜେପି ଏକ ବିଷ ବୋଲି କଟାକ୍ଷ କରି ଅଧିକାର ବଞ୍ଚାଇବାକୁ ଏହାଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ମଣିପୁର ଓ ନାଗାଲାଣ୍ଡ ପ୍ରସଙ୍ଗରେ କଡ଼ା ଭାଷାରେ ବିଜେପିକୁ ସମାଲୋଚନା କରି ଖଡ଼ଗେ କହିଥିଲେ, ମଣିପୁରରେ ହଜାରେରୁ ଅଧିକ ଲୋକଙ୍କର ମୃତ୍ଯୁ ହେଲାଣି, ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ହଜାର ହଜାର ଘର ଓ ଗାଡ଼ି ଜଳୁଛି । ହେଲେ ଏହି ପ୍ରସଙ୍ଗରେ ବିଜେପି ମୁହଁ ଖୋଲୁନି । ମଣିପୁରବାସୀଙ୍କ ପାଇଁ କଣ କରିଛନ୍ତି ବୋଲି ପାଟି ଫିଟୁନି । ସେହିପରି ବର୍ଷକୁ ୨ କୋଟି ଚାକିରି ଦେବାକୁ କହି ଦେଶବାସୀଙ୍କୁ ବିଜେପି ସରକାର ଭଣ୍ଡାଇଦେଇଛି । ଏବେ ଗ୍ୟାରେଣ୍ଟି ନାଁରେ ମିଛ ପ୍ରଚାର ଚଳାଇଛନ୍ତି । କଳାଧନ ଦେଶକୁ ଫେରିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ଏବଂ  କେବେ ୧୫ ଲକ୍ଷ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ ବୋଲି ପ୍ରଶ୍ନ କରି କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି ଖଡଗେ । ସଂସଦରେ ଲୋକଙ୍କ ପ୍ରସଙ୍ଗ ଉଠାଇବାରୁ ବିଜେପି ସରକାର ସାଂସଦଙ୍କୁ ନିଲମ୍ବନ କରିଦେଲେ । ସେହିପରି ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ଫେରିବା ନେଇ ଖଡଗେ କହିଛନ୍ତି ଯେ ଜଣେ କି ଦୁଇଜଣ ନେତା ଚାଲିଗଲେ ମେଣ୍ଟ ଭାଙ୍ଗିଯାଏନି ।

ଚିନ୍ତା ବଢାଇଲାଣି ଲୋହିତ ସାଗର ସମସ୍ୟା

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ଲୋହିତ ସାଗର ସମସ୍ୟା । ଆମଦାନୀ ପରେ ଏବେ ପ୍ରଭାବିତ ହେବାକୁ ବସିଲାଣି ରପ୍ତାନୀ । ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ୍ ହୋପ୍ ବାଟ ଦେଇ ରପ୍ତାନୀ ପାଇଁ ଜାହାଜ ପରିବହନ କମ୍ପାନୀ କଲେଣି ଡବଲ ଡିମାଣ୍ଡ । ଦୁଇଗୁଣ ଅଧିକ ଫ୍ରେଟ୍ ଚାର୍ଜ ଦେବାକୁ ଅମଙ୍ଗ ହେଲେଣି ଦେଶର ରପ୍ତାନୀ । ମିଲେଟ୍ସ୍ରୁ ପେଲେଟ୍ସ୍ ରପ୍ତାନୀ ଏବେ ପ୍ରଭାବିତ । ଲୋହିତ ସାଗରରେ ହାଉଥି  ଆତଙ୍କୀଙ୍କ ଆକ୍ରମଣ ଯୋଗୁ ଅନ୍ତରାଷ୍ଟ୍ରୀୟ ଜାହାଜ କମ୍ପାନୀ ସୁରକ୍ଷିତ ପରିବହନ ପାଇଁ ଦକ୍ଷିଣ ଆଫ୍ରିକା ବାଟ ବାଛିଛନ୍ତି । ଯେଉଁଥିପାଇଁ କେନ୍ଦ୍ର ସରକାର ସମେତ ରପ୍ତାନୀ ଓ ଆମଦାନୀ କମ୍ପାନୀଙ୍କୁ ଅଧିକ ଖର୍ଚ୍ଚ ପଡ଼ୁଛି ।

ବିଶେଷଜ୍ଞଙ୍କ ଆକଳନ ଯଦି ଏହି ସମସ୍ୟା ଆଉ ଦୁଇ ସପ୍ତାହ ଧରି ଜାରି ରହେ, ତା ହେଲେ ଦେଶର ଚଳନ୍ତି ଖାତା ଜମା ବିଗିଡ଼ିଯିବ । ପେଟ୍ରୋଲ-ଡିଜେଲ ପାଇଁ ଅଶୋଧିତ ତୈଳ, ଡାଲି ଓ ଖାଇବା ତେଲ ଭାରତକୁ ଆମଦାନୀ କରିବାକୁ ପଡୁଛି । ଅନ୍ୟପଟେ ଭାରତରୁ ମଧ୍ୟପ୍ରାଚ୍ୟ, ଓ ଇଉରୋପକୁ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନୀ କରିବା ମହଙ୍ଗା ହେଲାଣି । ସ୍ଥିତି ଏମିତି ହେଲାଣି ରପ୍ତାନୀ ପାଇଁ ୨୦ ଫୁଟିଆ କଣ୍ଟେନର ଉପରେ ଅନ୍ତରାଷ୍ଟ୍ରୀୟ ଜାହାଜ କମ୍ପାନୀ ଭାରତୀୟ ମୁଦ୍ରାରେ ୩୩ ହଜାର ୨୬୦ରୁ ୪୧ ହଜାର ୫୭୫ ଟଙ୍କା ଅତିରିକ୍ତ ଚାର୍ଜ କରୁଛନ୍ତି । ସେହିପରି ୪୦ ଫୁଟିଆ କଣ୍ଟେନର ପାଇଁ ରପ୍ତାନୀକାରୀ କମ୍ପାନୀଙ୍କୁ ଦେବାକୁ ପଡୁଛି ୪୯ ହଜାର ୮୯୦ ଟଙ୍କାରୁ ୫୮ ହଜାର ୨୦୫ ଟଙ୍କା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅନ୍ତଃରାଷ୍ଟ୍ରୀୟ ପଣ୍ୟ ପରିବହନ ପାଇଁ ଭାରତ ପାଖରେ କୌଣସି ଜାହାଜ ନାହିଁ । ଯାହା ସ୍ଥିତି ଆହୁରି ସଂଗୀନ କରିଛି ।

 

ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଆସିବ କି ଖୁସି ଖବର?

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ବଜେଟ କାଉଣ୍ଟଡାଉନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷଷ୍ଠ ବଜେଟକୁ ନେଇ କଳ୍ପନାଜଳ୍ପନା । କେଉଁ କ୍ଷେତ୍ରକୁ ଫୋକସ ଦେବେ ନିର୍ମଳା । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି କଣ ନେବେ ପଦକ୍ଷେପ । ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଦିଆଯାଇପାରେ ଫୋକସ । ନିର୍ବାଚନକାଳୀନ ବଜେଟରେ ଆସୁଥିବା ଚାଲେଞ୍ଜକୁ କିପରି ମୁକାବିଲା କରିବେ ସରକାର- ତାହା ଉପରେ ସମସ୍ତଙ୍କ ନଜର ।

ବଜେଟ କାଉଣ୍ଟଡାଉନ । ବଢୁଛି ହାର୍ଟବିଟ । ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଆସିବ କି ଖୁସି ଖବର? ନିର୍ବାଚନକାଳୀନ ବଜେଟରେ ଆୟକର ସ୍ଲାବରେ କି ପରିବର୍ତ୍ତନ ଆଣିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ? ଦରଦାମ ବୃଦ୍ଧି ନିୟନ୍ତ୍ରଣ ଲାଗି କଣ ରହିବ ଅର୍ଥମନ୍ତ୍ରୀଙ୍କ ମିଶନ? ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିପାରନ୍ତି କେନ୍ଦ୍ର ସରକାର। ଆୟକର ଟିକସ ସ୍ଲାବରେ ବିଶେଷ କିଛି ପରିବର୍ତ୍ତନ ନେଇ ଆଶଙ୍କାରେ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଟେକ୍ନୋଲୋଜି ଜରିଆରେ ସମସ୍ତଙ୍କୁ ସବୁଠି ଶିକ୍ଷା, ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ଦେଶବାସୀଙ୍କ ପାଇଁ ପ୍ରତିଷେଧକ ସ୍ବାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଉପରେ ଅର୍ଥ ମନ୍ତ୍ରୀ ଜୋର୍ ଦେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।

ଜିଏସଟିରେ ସରକାରଙ୍କ ରୋଜଗାର ଆଶାନୁରୁପ । ଏକ୍ଷେତ୍ରରୁ ଅଧିକ ଆୟ ଉପରେ ଜୋରଦେଇପାରନ୍ତି ସରକାର । ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ଜାରି ରହିପାରେ । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ସରକାରଙ୍କ ସବସିଡ଼ି ସାଙ୍ଗକୁ ଋଣ ବ୍ୟବସ୍ଥା ଅଧିକ ସଶକ୍ତ ଓ ସଙ୍ଗଠିତ ହେବା ନେଇ ଆଶା ରଖିଛନ୍ତି ଶିଳ୍ପ ବିଶେଷଜ୍ଞ ।

୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ଯାବିନେଟ୍ ମୋହର । ଆରମ୍ଭ ହେବ `ଲାଭ’ ଯୋଜନା । ଲାଭ- ଲଘୁ ବନଜାତ ଦ୍ରବ୍ଯ କ୍ରୟ ଯୋଜନା । ଜନଜାତି ବହୁଳ ୧୧୯ଟି ବ୍ଲକରେ କାର୍ଯ୍ୟକ୍ରମ ।ରାଜ୍ଯ ସରକାର କରିବେ ଶତ ପ୍ରତିଶତ ଫଣ୍ଡିଂ । ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ । ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ଯ ଉପରେ ଧାର୍ଯ୍ଯ ହେବ ଏମଏସପି । ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରିବେ ସରକାର  । ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଚାଲିବ ଯୋଜନା । ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଗଠନ ହେବ କମିଶନ । ଟେକ୍ନୋଲୋଜିର ବ୍ଯବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ଯତା ପାଇଁ ରାଜ୍ଯ ସରକାରଙ୍କ ସୁପାରିସ  । ପୁଣି ଥରେ କେନ୍ଦ୍ରକୁ ସୁପାରିସ ପାଇଁ କ୍ୟାବିନେଟର ନିଷ୍ପତ୍ତି । ଆଦିବାସୀ ଜମି କିଣାବିକା ନେଇ ପୂର୍ବ ନିଷ୍ପତ୍ତି ପ୍ରତ୍ୟାହାର ।ଗତ ନଭେମ୍ବର ୨୪ରେ ରାଜ୍ଯ କ୍ଯାବିନେଟରେ ହୋଇଥିଲା ନିଷ୍ପତ୍ତି  ।