spot_img
Home Blog Page 2248

କାଲିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ

ଭୁବନେଶ୍ବର: ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ। ଗୁରୁବାର ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ। ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା କାଲି ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ରେ ବର୍ଷା ନେଇ ଆକଳନ କରାଯାଇଛି। ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ର ପରିମାଣ ଅଧିକ ରହୁଥିବା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ରେ ହାଲୁକା କୁହୁଡି ଦୃଶ୍ୟମାନ ହେବ। ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ରୁ ୪, ୫ ଏବଂ ୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ପାଗ ଶୁଖିଲା ରହିବ। ଗଣ ୨୪ ଘଣ୍ଟାରେ ଚାନ୍ଦବାଲି ଏବଂ ଅନୁଗୁଳ ରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ବାରିପଦା, କେନ୍ଦୁଝର ଏବଂ ଭବାନୀପାଟଣା ରେ ହାଲୁକା କୁହୁଡି ଅନୁଭୂତ ହୋଇଛି। ସମତଳ ଅଞ୍ଚଳ ଭାବରେ ୧୧ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ସିମିଳିଗୁଡା ୧୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୁସ୍ଥ ଅଛି ନନ୍ଦନକାନନରେ ସାପ ଛୋଟ ଖାଇଥିବା ବାଘ

ଭୁବନେଶ୍ବର: ସାପ କାମୁଡ଼ିଥିବା ବାଘ ଏବେ ସୁସ୍ଥ ଅଛି । ପୁନର୍ବାର ତାକୁ ଖୁଆଡ ଛଡା ଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୩୩-କ ଏନକ୍ଲୋଜରରେ ରହୁଥିବା  ମେଲାନିଷ୍ଟିକ ବାଘ ବାସୁକୁ ଗୋଟିଏ ସାପ କାମୁଡ଼ିଥି ଦେଇଥିଲା । ସାପ କାମୁଡାରେ ବାସୁ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଡରୁ ରକ୍ତ ବାହାରୁଥିଲା । ଜଣାପଡିବା ପରେ ତାର ଚିକିତ୍ସା କରାଯାଇଛି । ବାଘ ବାସୁ ଏବେ ସୁସ୍ଥ ଅଛି । ପୁନର୍ବାର ତାକୁ ଖୁଆଡ଼ରେ ଛଡ଼ାଯାଇଛି । ଅନ୍ଯପଟେ ସାପଟି ମିଳିନଥିବା ବେଳେ ସମସ୍ତ ଗାତଗୁଡିକୁ ବନ୍ଦ କରିଦିଆଯାଇଛି ।

ପୁଣି ଦୁଲୁକିଵ ବିଶ୍ବର ସର୍ଵ ଵୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍

ରାଉରକେଲା: ପୁଣି ଦୁଲୁକିଵ ବିଶ୍ବର ସର୍ଵ ଵୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ । ଫେବୃଆରି ୧୨ ତାରିଖ ଠାରୁ ଫେବୃଆରି ୧୮ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେଵ ମହିଳା FIH ହକି ପ୍ରୋ ଲିଗ । ସେହିପରି ଫେବୃଆରି ୧୯ ତାରିଖ ଠାରୁ ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଵ FIH ହକି ପ୍ରୋ ଲିଗ ପୁରୁଷ ମ୍ୟାଚ । ଫେବ୍ରୁଆରି ୧୨ ତାରିଖ ମହିଳା ଵିଭାଗରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ । ସେହିପରି ଫେବୃଆରି ୧୯ ତାରିଖ  ପୁରୁଷ ଵିଭାଗରେ ଆୟରଲ୍ୟାଣ୍ଡ ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଫେବୃଆରି ତିନି ତାରିଖ ଠାରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା FIH ହକି ପ୍ରୋ ଲିଗ ।

ଫେବୃଆରି ତିନି ତାରିଖ କଳିଙ୍ଗ ଷ୍ଟାଡିୟମ ଠାରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଭୁବନେଶ୍ୱରରେ ଫେବୃଆରି ୧୦ ତାରିଖ ଠାରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ FIH ହକି ପ୍ରୋ ଲିଗ ଅନୁଷ୍ଠିତ ହେଵ। ଭୁବନେଶ୍ଵର ଓ ରାଉରକେଲା ଠାରେ FIH ହକି ପ୍ରୋ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୁଷ FIH ହକି ପ୍ରୋ ଲିଗରେ ଆୟରଲ୍ୟାଣ୍ଡ, ଇଣ୍ଡିଆ, ସ୍ଫେନ ଅଷ୍ଟ୍ରେଲିଆ ଓ  ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିବେ। ସେହିପରି ମହିଳା FIH ହକି ପ୍ରୋ ଲିଗରେ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା, ଚାଇନା, ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିବେ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁଣି ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାରୁ ହକି ଖେଳାଳି ଓ ଦର୍ଶକ ଖୁସି ପ୍ରକାଶ କରିଛନ୍ତି ।

ଅଚଳ ହୋଇଯିବ PAYTM!

ନନ୍ଦିଘୋଷ ବ୍ୟୁରୋ: ପେଟିଏମକୁ ବଡ଼ ଝଟକା। ଆରବିଆଇର ଗାଇଡଲାଇନ ଅନୁସାରେ ଆଉ ପେଟିଏମରେ ଟଙ୍କା ଡିପୋଜିଟ କରିପାରିବେ ନାହିଁ । ଫେବ୍ରୁଆରୀ ୨୯ରୁ ଆଉ ପେଟିଏମର କୌଣସି ସେବା ଉପଲବ୍ଧ ହେବ ନାହିଁ। ପେଟିଏମର ୱାଲେଟ  ଓ ଫାଷ୍ଟଟାଗ ମଧ୍ୟ କାମ କରିବ ନାହିଁ। ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ (ପିପିବିଏଲ୍‌) ବିରୋଧରେ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍‌ ଅଡିଟ୍‌ ରିପୋର୍ଟ ଏବଂ ପରବର୍ତ୍ତୀ ସମୟରେ ବାହ୍ୟ ଅଡିଟରଙ୍କ ଅନୁପାଳନ ବୈଧତା ରିପୋର୍ଟ ପରେ ହୋଇଛି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍

ଭୁବନେଶ୍ବର: ପୁଣି ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ପ୍ରଦୀପଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଚାର୍ଜଫ୍ରେମ୍ । ୯ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ୨୦୨୧ ମସିହାରେ ହୋଇଥିଲା ମାମଲା । ପ୍ରଦୀପ ପାଣିଗ୍ରାହୀଙ୍କ ବାସଗୃହରେ ହୋଇଥିଲା ଚଢ଼ାଉ । ଏହି ଆୟ ବହିର୍ଭୁତ ସମ୍ପତ୍ତିର ହିସାବ ଦେଇପାରି ନଥିଲେ ପ୍ରଦୀପ ।ଲୋକାଯୁକ୍ତରେ ଦାଖଲ ହୋଇଥିଲା ତଦନ୍ତ ରିପୋର୍ଟ । ୨୦୨୨ ମସିହା ଜୁନରେ ମାସରେ ଲୋକାଯୁକ୍ତରେ ଏହି ଦାଖଲ ହୋଇଥିଲା ରିପୋର୍ଟ । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଦେଇଥିଲା ଚାର୍ଜସିଟ୍ । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା । ଟ୍ରାଏଲକୁ ଏଡାଇବାକୁ ଫନ୍ଦିଫିକର କରୁଥିଲେ ପ୍ରଦୀପ । ଶୁଣାଣି ଉପରେ ୨୬ଥର ସମୟ ଗଡ଼େଇଥିଲେ ପ୍ରଦୀପ ।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, କଳାଭୂମିରେ ପ୍ରତିଷ୍ଠା ହେବ ଅକ୍ଷର ଭୂମି

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନେଇ ଅନୁଷ୍ଠିତ ହୋଇଛି ପ୍ରେସମିଟ୍ । ଏହାକୁ ସମ୍ବୋଧିତ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଏବଂ ସଚିବ । ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ହେବ ଏହି ସମ୍ମିଳନୀ । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଆଲୋଚନା ହେବ । ଆମ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ହେବ । ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍ଜମା ହେବ । ଓଡ଼ିଆ ଭାଷାବିତ ମାନେ ଯୋଗଦେଇ ଆଲୋଚନା କରିବେ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟ ଉତ୍ସାହିତ । ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବେ । ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ । ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ବାନ ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ କମିଶନରଙ୍କ ସୂଚନା । ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗ କମିଶନରଙ୍କ ସୁଜାତା ଆର ପାଣ୍ଡିଆନ । ସମ୍ମିଳନୀରେ ୧୭ରେ ଅଧିବେଶନ ରହିଛି । ଓଡ଼ିଆ ଭାଷାରେ ବିଜ୍ଞାନର ସ୍ଥାନ ନେଇ ଆଲୋଚନା ହେବ । ଓଡ଼ିଆ ଭାଷାରେ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହେବ । ଭାଷା ବିଶେଷଜ୍ଞଙ୍କ ସହ ସାଧାରଣ ଲୋକ ବି ସାମିଲ ହେବେ । ବିଶ୍ବର ଅନେକ ଦେଶରୁ ପ୍ରଫେସରମାନେ ଯୋଗଦେବେ । ମୁଖ୍ୟ ଆକର୍ଷଣ ସାଜିବ ଅସ୍ଥାୟୀ ମ୍ୟୁଜିୟମ । ଓଡ଼ିଆ ଭାଷାର ବିକାଶ ନେଇ ଦର୍ଶାଯିବ । ଭାଷା ସମ୍ମିଳନୀର ଥିମ୍ `ଭାଷା ହିଁ ଭବିଷ୍ୟତ’। ଛାତ୍ରଛାତ୍ରୀଙ୍କ ହେବ ଆସ ପଢିବା କାର୍ଯ୍ୟକ୍ରମ ।କଳାଭୂମିରେ ପ୍ରତିଷ୍ଠା ହେବ ଅକ୍ଷରଭୂମି ।ଭାଷାର କ୍ରମ ବିକାଶର ତଥ୍ଯ ରହିବ । ପ୍ରଥମ ଖବର କାଗଜ, ପ୍ରିଣ୍ଟିଂ ପ୍ରେସ, ସିନେମା ପୋଷ୍ଟର ପ୍ରଦର୍ଶିତ ହେବ । ସବୁ ପଞ୍ଚାୟତ, ବ୍ଲକ ସ୍ତରରେ ବି କାର୍ଯ୍ୟକ୍ରମ ହେବ । ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଛି ।

 

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ

ଭୁବନେଶ୍ବର: ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ। ୬ତାରିଖ ସନ୍ଧ୍ୟାରେ ତାଙ୍କୁ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ। ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏବେ ରାହୁଲଙ୍କ ଭାରତ ନ୍ୟାୟ ଯୋଡ଼ୋ ଯାତ୍ରା ବିହାରରେ ଚାଲିଛି ।

ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ବର: ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ରାଜ୍ୟର ସବୁ ଜିଲ୍ଲାରେ ପଞ୍ଚାଯତରୁ ବ୍ଲକକୁ ଗଡ଼ିବ ଲକ୍ଷ୍ମୀ । ବୁଧବାର ଆଉ ତିନି ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍ ଚାଲିବ । ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ  ୧୭ଟି ବସ୍ ଚାଲିବାକୁ ଥିବାବେଳେ ଏହାଦ୍ବାରା ୩ ଲକ୍ ଉପକୃତ ହେବେ । ଅନୁଗୁଳରେ ୧୭୬ଟି ପଞ୍ଚାୟତରେ  ୨୯ଟି ବସ୍ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ  ୫୫ଟି ବସ୍ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା।  ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍ ସେବା ପାଇଥିଲେ ।

ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେହିପରି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି । ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।

ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଗଲା । ଲକ୍ଷ୍ମୀ ବସ ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯିବାଆସିବା କରିପାରିବେ । ଏହି ଅବସରରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କହିଥିଲେ, ଲକ୍ଷ୍ମୀ ବସ୍ ହେଉଛି  ଆପଣଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ  ବସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ ଏବଂ ବୋଲିଂକୁ ନେଇ ଏମିତି କହିଲେ ସାହିଦ ଆଫ୍ରିଦ୍

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦ ପିସିବିକୁ ଏକ ଖାସ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ପାକିସ୍ତାନ ଜଣେ ଅଧିନାୟକ ରଖିବା ଉଚିତ । ଏପରିକି ବ୍ୟାଟିଂକ୍ରମକୁ ନେଇ ମଧ୍ୟ ଆଫ୍ରିଦ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ୨୦୨୩ ଦିନିକିଆ ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନକୁ ନେଇ ସବୁଠି ସମାଲୋଚନା କରାଯାଇଛସି । ତେବେ ଏହି ଭୁଲକୁ ସୁଧାରି ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ପାଇଁ ସନ୍ଦେଶ ଦେଇଛନ୍ତି ଆଫ୍ରିଦ । ଏବେ ସାହିନ ଆଫ୍ରିଦ ଟି-୨୦ ଦଳର ଅଧିନାୟକ ରହିଥିବାବେଳେ ସାନ ମସୁଦ ଟେଷ୍ଟ ଦଳର ଅଧିନାୟକ ରହିଛନ୍ତି । ଏଣୁ ସାହିଦ କହିଛନ୍ତି କି, ତିନୋଟି ଯାକ ଫର୍ମାଟରେ ଜଣେ ଅଧିନାୟକ ରହିବା ଉଚିତ । ଏବଂ ଉପଅଧିନାୟକ ରହିବା ଅନୁଚିତ ।

ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ପାଳି ଆରମ୍ଭ କରୁଥିବାବେଳେ ଏହାକୁ ନିଜର ପ୍ରତିକ୍ରିୟାରେ ସାହିଦ ଆଫ୍ରିଦ କହିଛନ୍ତି କି, ଉଭୟ ଧିମା ଖେଳୁଛନ୍ତି । ଯାହାକି ଟି-୨୦ରେ ଦଳ ଉପରେ ବହୁତ ପ୍ରଭାବ ପକାଉଛି । ଏଣୁ ଟି-୨୦ରେ ଓପନିଂ ଯୋଡ଼ି ବଦଳାଇବାକୁ ପଡ଼ିବ ।ଫକର ଜମନ ଏବଂ ସାମ ଆୟବୁ ଓପନିଂ କରିବା ଉଚିତ୍ । ଅନ୍ୟପଟେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପରେ ସମସ୍ତ ଦଳ ଦମଦାର ଫର୍ମରେ ରହିଥିବାବେଳେ ଏହା ବେଶ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ଏଣୁ ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ନହେବା ଭଲ ।

ଜ୍ଞାନବ୍ୟାପୀରେ ହିନ୍ଦୁଙ୍କୁ ପୂଜା ଅନୁମତି

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି । ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜେନା କହିଛନ୍ତି ତହଖାନାରେ ପୂଜା ପାଠ ପାଇଁ ଅନୁମତି ଦିଆଯାଇଛି । ହିନ୍ଦୁ ପକ୍ଷ ତଳ ମହଲାରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ । ସୋମନାଥ ଭାୟାସଙ୍କ ପରିବାର ୧୯୯୩ ପର୍ଯ୍ୟନ୍ତ ତଳ ମହଲାରେ ପୂଜା କରୁଥିଲେ । ୧୯୯୩ ପରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଳ ମହଲାରେ ପୂଜା ବନ୍ଦ ହୋଇଯାଇଥିଲା । କାଶୀ ବିଶ୍ବନାଥ ମନ୍ଦିରର ପୂଜାରୀ ଆସି ପୂଜା କରିପାରିବେ ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର କହିଛନ୍ତି ଏହା ଆମ ପାଇଁ ବଡ଼ ବିଜୟ । ୧୯୯୨ ମସିହା ପର୍ଯ୍ୟନ୍ତ ନିୟମିତ ପୂଜା କରାଯାଉଥିବା । ମାତ୍ର ବାବରି ମସଜିଦ ବିବାଦ ପରେ ୬ ଡିସେମ୍ବର ୧୯୯୨ ମସିହାଠାରୁ ପୂଜା ବନ୍ଦ ରହିଥିଲା ।