କେନ୍ଦ୍ରର ପାତର ଅନ୍ତର ଅଭିଯୋଗ, ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ

ନୂଆଦିଲ୍ଲୀ: କେନ୍ଦ୍ରର ପାତର ଅନ୍ତର ଅଭିଯୋଗ। ଦିଲ୍ଲୀରେ କର୍ଣ୍ଣାଟକ ଗର୍ଜନ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ଯନ୍ତର ମନ୍ତରରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ଅଧିକାଂଶ ବିଧାୟକ ଯୋଗଦେଉଛନ୍ତି।

ଗତ ମଙ୍ଗଳବାର ରାତିରେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ଦିଲ୍ଲୀରେ ପହଞ୍ଚିଥିଲେ। ଏହି ପ୍ରତିବାଦ ସଭାରେ ୧୩୦ରୁ ଅଧିକ ବିଧାୟକ, ୨୮ ଏମଏଲସି, ଜଣେ ଲୋକସଭା ସାଂସଦ, ୫ ଜଣ ରାଜ୍ଯସଭା ସାଂସଦ ଯୋଗଦେଉଛନ୍ତି। ଏହାସହ ରାଜ୍ୟ ଯୁବ କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ବାରମ୍ବାର କର୍ଣ୍ଣାଟକକୁ ଅବହେଳା ପ୍ରଦର୍ଶନ କରିଛନ୍ତି। ଅର୍ଥନୈତିକ ଭାବେ ପାତରଅନ୍ତର ମନୋଭାବ ପୋଷଣ କରିଆସୁଛନ୍ତି। ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି। ଶିବକୁମାର କହିଛନ୍ତି ରାଜ୍ଯ ପ୍ରତି ଅବହେଳା ପ୍ରତିବାଦରେ ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଏଥିରେ ସାମିଲ ହେବା ଆବଶ୍ଯକ।