spot_img
Home Blog Page 2235

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା

ନନ୍ଦିଘୋଷ ବ୍ୟୁରୋ: ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦୁଇଗୁଣା ଜରିମାନା। ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ୨ ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ମିଳିଥିବା ଷ୍ଟାଇପେଣ୍ଡ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ସେବା ଯୋଗାଇବେ, ସେଥିପାଇଁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି।

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଅଇନ ଅନୁଯାୟୀ ପଞ୍ଜିକୃତ ଘରୋଇ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡ଼ିବ । ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା‌ଯିବ । ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି , ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ।  ଦୁଇ ବର୍ଷ ବଣ୍ଡ ଆଗରୁ ଥିଲା। ଅନ୍ୟ ରାଜ୍ୟରେ ଏହା ୧୦ ବର୍ଷ ଯାଏ ଅଛି। ଖୁବ ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ ହେବ। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।

ବିହାର ସୀମାଞ୍ଚଳରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା

ପାଟନା: ବିହାର ସୀମାଞ୍ଚଳରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସୀମାଞ୍ଚଳର ପୂର୍ଣ୍ଣିଆରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ରାହୁଲ। ମୁଣ୍ଡରେ ଗାମୁଛା ବାନ୍ଧି ଖଟିଆରେ ବସି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ। ଚାରିଆଡୁ ସମସ୍ୟା ଘେରରେ ରହିଛନ୍ତି ଦେଶର ଚାଷୀ। ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ଉଦ୍ୟୋଗପତିଙ୍କୁ ଦେଉଛନ୍ତି କେନ୍ଦ୍ର ସରକାର। ସାର ଓ ବିହନକୁ ନେଇ ଚାଷୀ ହଇରାଣ ହେଉଛନ୍ତି। ତିନି କଳା କୃଷି ଆଇନ ଆଣିଥିଲେ କେନ୍ଦ୍ରସରକାର। ଚାଷୀ ଏକାଠି ହୋଇ ବିରୋଧ କରିବାରୁ ଏହାକୁ କେନ୍ଦ୍ର ସରକାର ବାଧ୍ୟ ହୋଇ ପ୍ରତ୍ଯାହାର କରିଛନ୍ତି। ଦେଶର ମେରୁଦଣ୍ଡ ଚାଷୀ। ଉଦ୍ଯୋଗପତିଙ୍କ ୧୪ଲକ୍ଷ କୋଟି ଟଙ୍କା ମାଫ୍ କରାଯାଇଛି ହେଲେ ଚାଷୀଙ୍କ ଋଣ ମାଫ୍ ହେଉନି। କେନ୍ଦ୍ରର ଚାଷୀ ମାରଣ ନୀତି ଉପରେ ବର୍ଷିଛନ୍ତି ରାହୁଲ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ 

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ  । ସିଫର ମାମଲାରେ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି  । ଏହି ମାମଲାରେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ କୋର୍ଟ ୧୦ ବର୍ଷ ସଜା ଶୁଣାଇଛନ୍ତି  । ଦେଶ ସୁରକ୍ଷାରେ ଜଡି଼ତ ସିଫର ମାମଲା ବେଶ ସମ୍ବେଦନଶୀଳ ବୋଲି କୁହାଯାଉଛି  । ଯେଉଁଥିରେ ଇମ୍ରାନ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ଟପ ସିକ୍ରେଟକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା  । କ୍ଷମତାରୁ ବେଦଖଲ ହେବା ପରେ ଇମ୍ରାନ ଆମେରିକାର ହାତ ଥିବା ସନ୍ଦେହ କରିଥିଲେ  । ଆମେରିକାର ପ୍ରରୋଚନାରେ ତାଙ୍କୁ କ୍ଷମତାରୁ ବିତାଡିତ କରାଯାଇଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ  । ଏ ନେଇ ୱାଶିଂଟନସ୍ଥିତ ପାକ ରାଷ୍ଟ୍ରଦୂତ ଇମ୍ରାନଙ୍କୁ ଗୋଟିଏ ଗୁପ୍ତ କେବଲ ବା ଟେପ ପଠାଇଥିଲା  । ଏହାପରେ ଇମ୍ରାନ ନିଜ ରାଜନୈତିକ ଫାଇଦା ପାଇଁ ଉକ୍ତ ଟେପକୁ ସାର୍ବଜନୀନ କରିଦେଇଥିଲେ  । ଯାହାକୁ ସିଫର କୁହାଯାଉଛି  ।

ଜଳଦସ୍ୟୁ କବଳରୁ ୧୯ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଜଳଦସ୍ୟୁ ବା ଲୁଟେରାଙ୍କ କବଳରୁ ରକ୍ଷା କରିଛି ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ । ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ ୧୭ ଜଣଙ୍କୁ ସୁମିତ୍ରା ଉଦ୍ଧାର କରିବାରେ  ସଫଳ ହୋଇଛି ଭାରତୀୟ ନୌସେନା

ସୂଚନା ଅନୁଯାୟୀ ଆଇଏନଏସ ସୁମତ୍ରା  ଇରାନୀୟ ଜାହଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଥିଲା  । ଏହାପରେ ପୁଣିଥିରେ ଆରବ ସାଗରରେ ସ୍ପେଶାଲ ଅପରେସନ ଦ୍ବାରା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏଲ ନୀମି ନାମକ ଏକ ଜାହାଜ ଏବଂ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ଏହି ଅପରେସନରେ ୧୯ ଜଣ କ୍ରୁ ମେମ୍ବର ଏବଂ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, ୧୧ ଜଣ ସଶସ୍ତ୍ର ବାହିନୀ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିବା ନୀମି ନାମକ ଏକ ମତ୍ସ୍ୟଜୀବୀ ଜାହାଜକୁ ହାଇଜାକ କରି ନେଇଥିଲେ । ଉକ୍ତ ଜାହାଜରେ ୧୯ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିଲେ । ତେବେ ଜଳଦସ୍ୟୁମାନଙ୍କର ଅପହରଣ ଅଭିଯାନକୁ ଭଣ୍ଡୁର କରିଥିଲା ସୁମିତ୍ରା । ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ଉକ୍ତ ହାଇଜାକ ଜାହାଜକୁ ଅଟକାଇ ୧୯ ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଛି । କେରଳର କୋଚି ଉପକୂଳ ଠାରୁ ୮୫୦ ମାଇଲ ଦୂରରେ ଏହି ଅପରେସନ କରି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ସୁମିତ୍ରା । ଜାହାଜରୁ ଉଦ୍ଧାର ହୋଇଥିବା ନାବିକମାନେ ଏବେ ସୁରକ୍ଷିତ ଅଛନ୍ତି।  ଆରବ ସାଗରରେ ଜଳଦଶ୍ୟୁଙ୍କ ଏପରି କାଣ୍ତକୁ ଦେଖି ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।

 

ବ୍ରହ୍ମପୁର ଆମ୍ବପୁଆରେ ସଫଳତାର ଟିପ୍ସ ଦେଲେ 5T ଅଧ୍ୟକ୍ଷ

ବ୍ରହ୍ମପୁର :  କଠିନ ପରିଶ୍ରମ ହିଁ ସଫଳତାର ଏକାମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ଯ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେହିଭଳି ବାପା, ମଆ ଓ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ସ୍କୁଲରେ ବି ପାଠ ପଢି ଅନେକ ବ୍ୟକ୍ତି ସଫଳତା ସଡ଼ି ଚଢିପାରୁଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମର ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କ ଉଦାହାରଣ ଦେଇଛନ୍ତି । ବ୍ରହ୍ମପୁର ୟୁନିଭରସିଟରେ ପାଠ ପଢି ଓ୍ବାଲ୍ହ ଟପ ମୋଷ୍ଟ ମଲଟି ନ୍ୟାସନାଲ କମ୍ପାନୀର ସିଇଓ ଅଛନ୍ତି ରବି କୁମାର । ସେହିଭଳି କୈଳାଶା ଚନ୍ଦ୍ର ସାହୁ ବରହ୍ମପୁର ୟୁନିଭରସିଟରେ ପାଠ ପଢି ନାସାରେ ଇଞ୍ଜିନିୟର ଅଛନ୍ତି ।

ପଦ୍ମ ପୁରସ୍କାର ପାଇଥିବା କୋଟା ହରି ନାରାୟଣା ସିଟି ହାଇସ୍କୁଲରେ ପାଠ ପଢିଛନ୍ତି । ତାଙ୍କର ତେଜସ ର୍ନିମାଣ ପ୍ରମୁଖ ଭୂମିକା ରହିଛି । କମଲ ଓ୍ବେଲ୍ଥ ଗୋଲ୍ଡ ମେଡାଲିଷ୍ଟ ରବି କୁମାର ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ କରି ଏବେ ଡିଏସପି ଅଛନ୍ତି । ପ୍ରତିର୍ବଷ ନୂଆ ଓ ର୍କାଯ୍ୟକ୍ରମ ଚାଲୁ ରଖିବାକୁ ମିଖୁମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଆମେରିକାରେ ଆଉ ଜଣେ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଆଉଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ।  ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ବର୍ତ୍ତମାନ ଚିକାଗୋର ଆଉ ଏକ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରବିବାର ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିବା ଛାତ୍ର ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ପୋଲିସ ନିଶ୍ଚିତ କରିଛି।

ପଶ୍ଚିମ ଲାଫାୟେଟର ୫୦୦ଏଲିସନ ରୋଡରେ ରବିବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଏକ ମୃତଦେହ ଜବତ ହୋଇଥିବା ସୂଚନା ମିଳିଥିବା ଅଧିକାରୀମାନେ କହିଛନ୍ତି। ଅନୁସନ୍ଧାନ ପରେ ଏହା ଏକ କଲେଜ ଯାଉଥିବା ଛାତ୍ରଙ୍କ ମୃତଦେହ ବୋଲି ଜଣାପଡିଛି। ମୃତକଙ୍କ ନାମ ଭାରତୀୟ ମୂଳ ଛାତ୍ର ନିଲ ଆଚାର୍ଯ୍ୟ ବୋଲି ଜଣାପଡିଛି।

ଏହାପୂର୍ବରୁ ରବିବାର ନିଲଙ୍କ ମା’ ଗୌରୀ ଆଚାର୍ଯ୍ୟ ଏକ୍ସରେ ପୋଷ୍ଟ କରି ତାଙ୍କ ପୁଅକୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ, ଆମ ପୁଅ ନିଲ ଆଚାର୍ଯ୍ୟ ଜାନୁଆରୀ ୨୮ରୁ ନିଖୋଜ ଅଛି। ସେ ଆମେରିକାର ପଡର୍ୟୁ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଶେଷ ଥର ପାଇଁ ଜଣେ ଉବର କ୍ୟାବ ଡ୍ରାଇଭର ପଡର୍ୟୁ ବିଶ୍ୱବିଦ୍ୟାଳୟରେ ଛାଡିଥିଲେ। ଆମେ ତାଙ୍କ ସୂଚନା ଚାହୁଁଛୁ। ଯଦି ଆପଣ କିଛି ଜାଣିଛନ୍ତି ତେବେ ଆମକୁ ସାହାଯ୍ୟ କରନ୍ତୁ।’

ତାଙ୍କ ପୋଷ୍ଟ ପରେ ଚିକାଗୋର କନସୁଲେଟ ଜେନେରାଲ ଟୁଇଟର ବା ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସେମାନେ ସେ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଲଙ୍କ ପରିବାର ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଦୂତାବାସ ମଧ୍ୟ ସମସ୍ତ ପ୍ରକାର ସହାୟତା ବିଷୟରେ କହିଥିଲେ। ପରେ ପଡର୍ୟୁ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ କ୍ରିସ କ୍ଲିଫଟନ ସୋମବାର ବିଭାଗ ଏବଂ ଅଧ୍ୟାପିକାଙ୍କୁ ଏକ ଇମେଲରେ ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି।

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର : ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ଏନେଇ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି।

ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ସମ୍ପର୍କରେ ରାଜ୍ୟ ସରକାର କମ୍ପଲିଆନ୍ସ ବା ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି । ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ରାଜ୍ୟ ରକାର ସତ୍ୟପାଠ ଦାଖଲ କରିବେ। କିନ୍ତୁ ୧୧ଟି ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ଅନୁପାଳନ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେଲେ କମ୍ପଲିଆନ୍ସ ଆଫିଡେଭିଟ୍ ବା ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରାଯିବ।

ଭୀମ ଭୋଇ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା; ଡାକ୍ତରଙ୍କୁ ମାଡ଼ ମାରିଲେ ସମ୍ପର୍କୀୟ

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଘଟଣା I ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ  । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତି ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମେଡିକାଲରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା।ମଦ୍ୟପ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ମୃତ ରୋଗୀଙ୍କ ସମ୍ପର୍କୀୟ  । ସୁରକ୍ଷା କର୍ମୀ ମାନେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ କବଳରୁ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ, ଗତକାଲି ବଲାଙ୍ଗୀର ସହରର କନ୍ଦପାଲିପଡାର ନିକୁ ବାରିକ ନାମକ ଜଣେ ଯୁବକ ଲିଭର ଜନିତ ସମସ୍ଯାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଡାକ୍ତର ଆର.ଏନ.ଏସ୍ ଦଳପତି ବିଳମ୍ବରେ ରୋଗୀଙ୍କ ଚିକିତ୍ସା କରିବା ସହ ମଦ୍ୟପାନ କରିଥିବାରୁ ରୋଗୀର ଜୀବନ ଗଲା ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରୋଗୀ ମୃତ୍ୟୁର ଡାକ୍ତରଙ୍କୁ ମାଡ଼ ମାରିଥିଲେ ପରିବାର ଲୋକ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଫେବୃଆରୀ ୫ରୁ ବିଧାନସଭାରେ ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବୃଆରୀ ୫ରୁ ୧୩ ପର୍ଯ୍ଯନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ଯ ଦିବସ ରହିଛି। କାମଚଳା ବଜେଟ ମଧ୍ଯ ରହିଛି । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆସନ୍ତା ୪ ତାରିଖ ଦିନ ସର୍ବଦଳୀୟ ବୈଠକ ବସିବ। ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।

ସେପଟେ ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୫ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଟରେ ବୈଠକ ବସିବ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଶାସକ ଦଳ ଉଠାଇବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ ।

ଆଜିଠୁ ଆରମ୍ଭ ଓଇଆରସିର ଜନଶୁଣାଣି ; ଏବର୍ଷ ବଢ଼ି ନପାରେ ବିଜୁଳି ଦର

ଭୁବନେଶ୍ୱର : ଏବର୍ଷ ବଢ଼ି ନପାରେ ବିଜୁଳି ଦର। ଆଜିଠାରୁ ଆରମ୍ଭ ହେଉଛି ଓଇଆରସିର ଜନଶୁଣାଣି। ୨୦୨୪ -୨୫ ଆର୍ଥିକ ବର୍ଷରେ ବିଜୁଳି ଦର ଧାର୍ଯ୍ଯ ନେଇ ଶୁଣାଣି କରାଯିବ। ପ୍ରଥମ ଦିନରେ ଓଏଚପିସି ଓ ଓପିଜିସିର ଜନଶୁଣାଣି ରହିଛି ।

ଆସନ୍ତାକାଲି ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାରର ଜନଶୁଣାଣି କରାଯିବ । ୬ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ବିତରକ ଓ ଆବଣ୍ଟନ କମ୍ପାନୀର ଜନଶୁଣାଣି ହେବ । ମିଳିଥିବା ସୂଚନା ଅନୁସାରେ କୌଣସି ବିତରକ ସଂସ୍ଥା ବିଦ୍ଯୁତ ଦର ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇନାହାନ୍ତି । ଗତ ଦୁଇ ବର୍ଷ ଧରି ବିଦ୍ଯୁତ ଦର ଅପରିବର୍ତ୍ତିତ ରହିଛି । ଆସନ୍ତା ଏପ୍ରିଲ ମାସରେ ନୂଆ ଦର ନେଇ ଧାର୍ଯ୍ଯ ହୋଇପାରେ।