spot_img
Home Blog Page 2233

ମା’ଙ୍କ ଜୋକ୍ ଶୁଣି ୫ ବର୍ଷ ପରେ କୋମାରୁ ଉଠିଲେ ଝିଅ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ୟୁରୋ ରିପୋର୍ଟ: ମା’ ଏହି ନାଁ ଶୁଣିଲେ ହିଁ ମିଳେ ଶାନ୍ତି ଏବଂ ଖୁସି। ମାଆ ନିଜ ଛୁଆକୁ ଯେତେ ଭଲ ପାଏ ସେହିପରି ନିଃସ୍ଵାର୍ଥପର ପ୍ରେମ କେହି ବି କରନ୍ତି ନାହିଁ। ମା ହିଁ ବୁଝିଥାଏ ଛୁଆର ଯନ୍ତ୍ରଣା । ଆଉ ସେ ଯନ୍ତ୍ରଣାକୁ ଦୂର କରିବା ପାଇଁ ମାଆ ପାଲଟି ଯାଏ ଯୋଦ୍ଧା। ମା’ର ଡାକ ସିଧାସଳଖ ପିଲାଙ୍କ ହୃଦୟକୁ ପ୍ରଭାବିତ କରିଥାଏ। ମାଆ ହିଁ ତାର ପିଲାର କଥାକୁ ସଠିକ୍ ଭାବରେ ବୁଝିପାରିଥାଏ । ନିଜ ଛୁଆର ମଙ୍ଗଳ ପାଇଁ ସବୁବେଳେ ଭଗବାନଙ୍କୁ ଡାକିଥାଏ ମାଆ ।

ଏଭଳି ଏକ ମାଆ-ଝିଅର ସମ୍ପର୍କର ଅବିସ୍ମରଣୀୟ କାହାଣୀର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ। ମା’ଙ୍କ ମଜାଳିଆ କଥା ଶୁଣି ୫ ବର୍ଷ ପରେ ନିଦରୁ ଉଠିଛନ୍ତି ଝିଅ। ଗତ ୫ ବର୍ଷ ହେବ ଝିଅ କୋମାରେ ଥିଲେ ଏବଂ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ତାଙ୍କ ମା’ର ଏକ ହାସ୍ୟାସ୍ପଦକୁ ଶୁଣି ହସିଦେଲେ ମାଆ। ଡାକ୍ତରମାନେ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି ।

୨୦୧୭ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମିଚିଗାନର ଜଣେ ମହିଳା ଜେନିଫର ଫ୍ଲେୱେଲେନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ କୋମାକୁ ଯାଇଥିଲେ। ସମସ୍ତ ଚେଷ୍ଟା ପରେ ମଧ୍ୟ ଜେନିଫରଙ୍କ ଚେତା ଫେରି ପାରିଲା ନାହିଁ। କିନ୍ତୁ ଏହି ଘଟଣାର ପାଞ୍ଚ ବର୍ଷ ପରେ, ଜେନିଫ ତାଙ୍କ ମାଙ୍କ ଜୋକ୍ ଶୁଣି ଆଖି ଖୋଲିଥିଲେ। ଏକ ସାକ୍ଷାତକାରରେ ଜେନିଫରଙ୍କ ମାଆ ପେଗି ମେନ୍ସ ଏହି ଘଟଣା ବିଷୟରେ କହିଥିଲେ ।

ଆଜିର ଦିନରେ ପାକିସ୍ତାନର ନିଦ ହଜାଇଥିଲେ କୁମ୍ବଲେ

ବ୍ୟୁରୋ ରୁପୋର୍ଟ: ଆଜିର ଦିନରେ ପାକିସ୍ତାନର  ନିଦ ହଜାଇଥିଲେ ଅନୀଲ କୁମ୍ବଲେ । ଫେବୃଆରୀ ୭, ୧୯୯୯ ମସିହାରେ ପାକିସ୍ତାନର ସମସ୍ତ ଓ୍ବିକେଟ ଅକ୍ତିଆର କରିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ। ଏହାରି ଭିତରେ ୨୫ ବର୍ଷ ବିତି ଯାଇଛି ସତ। କିନ୍ତୁ ଆଜି ମଧ୍ୟ କୁମ୍ବଲେଙ୍କ ରେକର୍ଡ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ବିଶ୍ବର ଦ୍ବିତୀୟ ବୋଲର ଭାବେ କୁମ୍ବଲେ ଗୋଟିଏ ପାଳିରେ ୧୦ ଓ୍ବିକେଟ ଅକ୍ତିଆର କରିଥିବା ବୋଲର।

୧୯୯୯ ମସିହା ଫେବୃଆରୀ ୪ରୁ ପାକିସ୍ତାନ ବିପକ୍ଷରେ ଭାରତ ଦିଲ୍ଲୀରେ ଖେଳୁଥିଲା ଟେଷ୍ଟ। ଆଉ ଏହି ଟେଷ୍ଟ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୨ ରନ୍ କରିଥିଲା। ପରେ ପାକିସ୍ତାନ ପ୍ରଥମ ପାଳିରେ ୧୭୨ ରନରେ ଅଲଆଉଟ ହୋଇଥିଲା। କୁମ୍ବଲେ ୪ ଓ୍ବିକେଟ ଅକ୍ତିଆର କରି ଭାରତୀୟ ପ୍ରଶଂସକଙ୍କ ମନରେ ଖୁସି ଭରି ଦେଇଥିଲେ।

ଏହାପରେ ଭାରତ ଦ୍ବିତୀୟ ପାଳିରେ ୩୩୯ ରନର କରିଥିବାବେଳେ ପାକିସ୍ତାନ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା। ସାହିଦ ଆଫ୍ରିଦ ଏବଂ ଅନଓ୍ବରଙ୍କ ଯୋଡ଼ି ଭାରତୀୟ ବୋଲରଙ୍କୁ ସମ୍ଭାଳି ଖେଳୁଥିବାବେଳେ ୧୦୧ ରନର ପାର୍ଟନରସିପ କରିଥିଲେ। ଏମିତି ଲାଗୁଥିଲା କି, ପାକିସ୍ତାନ ସପକ୍ଷରେ ମ୍ୟାଚ୍ ଯିବ। ମାତ୍ର କୁମ୍ବଲେଙ୍କ ବୋଲିଂର ଯାନୁରେ ଧରାଶାୟୀ ହୋଇଥିଲେ ପାକ ବ୍ୟାଟ୍ସମ୍ୟାନ। କୁମ୍ବଲେ ଦ୍ବିତୀୟ ପାଳିରେ ପାକିସ୍ତାନର ୧୦ଟି ଯାକ ଓ୍ବିକେଟ ନେଇ ନୂଆ ଇତିହାସ ସୃଷ୍ଟି କରିଥିଲେ।

ଫେବୃଆରୀରରୁ ଅନୁଭୂତ ହେଲାଣି ଅସହ୍ୟ ତାତି

ଭୁବନେଶ୍ବର: ମାଘ ମାସରେ ବୈଶାଖ ତାତି। ଏବେଠୁ ଜାଳିଲାଣି ଓଡ଼ିଶା। ଫେବୃଆରୀରରୁ ଅନୁଭୂତ ହେଲାଣି ଅସହ୍ୟ ତାତି। ହଠାତ ଗାଏବ ହୋଇଗଲା ଶୀତ। ରାଜ୍ଯର ଅଧାରୁ ଅଧିକ ସହରର ତାପମାତ୍ରା ଏବେ ୩୦ ଡିଗ୍ରୀ ଉପରେ । ଉପକୂଳ ଅପେକ୍ଷା ଆଭ୍ଯନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢୁଛି । ଉପକୂଳରେ ସ୍ବାଭାବିକ ତାପମାତ୍ରା ୨ରୁ ୫ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବାଭାବିକଠାରୁ ୩ରୁ ୭ ଡିଗ୍ରୀ ପର୍ଯ୍ଯନ୍ତ ବୃଦ୍ଧି ପାଇଛି। ଆସନ୍ତା ୪ ଦିନ ପର୍ଯ୍ଯନ୍ତ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଭଳି ଖରା ଦେଖି ଅସ୍ତବ୍ୟସ୍ଥ ହେଲେଣି ଲୋକେ। ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ ହେଉଛି । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ବେଶ୍ ସରଗରମ ରହିବ ଗୃହ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ବିଧାନସଭାରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି।

ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ। ଶୂନ୍ଯକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନା ହେବ ।

ରାଜଧାନୀ ଭୁବନେଶ୍ବର ହେବ ଜଳାନ୍ତକ ମୁକ୍ତ ସହର

ଭୁବନେଶ୍ବର: ରାଜଧାନୀରେ କମିବ ବୁଲା କୁକୁରଙ୍କ ଆତଙ୍କ । ଭୁବନେଶ୍ୱର ହେବ ଜଳାନ୍ତକ ରୋଗ ମୁକ୍ତ ସହର । ଆଜି କୁକୁର ବନ୍ଧ୍ୟାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି ବିଏମସି ମେୟର ଓ ବିଧାୟକ । ଏହି କେନ୍ଦ୍ରରେ ୨୪୦ କୁକୁର ରହିବାର କ୍ଷମତା ରହିଛି । ଏଥିରେ ୪୮ଟି ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟର, ୫ଟି ଅପରେସନ ଟେବୁଲ ରହିଛି । ପ୍ରତିଦିନ ଶହେ କୁକୁରଙ୍କ ବନ୍ଧ୍ୟାକରଣ ହୋଇ ପାରିବ ।

କୁକୁରଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଯାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ସରକାରୀ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୁକୁରଙ୍କୁ ପୃଥକ ଭାବେ ରଖାଯିବା ସହ ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟୀକାକରଣ କରାଯାଇ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ଭାବେ ଛାଡି ଦିଆଯିବ । ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ୨ ହଜାର ୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିଛି । ଖାଲି ବନ୍ଧ୍ୟାକରଣ ନୁହେଁ, ସେମାନଙ୍କୁ ଜଳାନ୍ତକ ବା ଆଂଟି ରାବିସ୍ ଟିକା ମଧ୍ୟ ଦିଆଯାଉଛି । ପୂର୍ବର ସହିଦ ନଗରଠାରେ ଅଳ୍ପ ସଂଖ୍ୟକ କୁକୁରଙ୍କର ବନ୍ଧ୍ୟାକରଣ କରାଯାଉଥିଲା ।

୧୯ ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ବକପ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ବିଶ୍ବକପ ଫାଇନାଲରେ ଭାରତ । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଏହାସହ ଦଳ ଷଷ୍ଠ ବିଶ୍ବକପ ଟାଇଟଲ ଦୌଡ଼ରେ ସାମିଲ ହୋଇଛି ।

ଟସ ଜିତି ଭାରତ ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୪ ରନ କରିଥିଲା । ଦଳ ପକ୍ଷରୁ ଲୁହାନ-ଡ୍ରେ-ପ୍ରେଟୋରିଅସ ୭୬ ରନ କରିଥିବାବେଳେ ରିଚାର୍ଡ ସେଲେଷ୍ଟଓ୍ବାନେ ୬୪ ରନ, ଜୁଆନ ଜେମ୍ସ ୨୪ ରନ ଓ ଟ୍ରିସାନ ଲୁସ୍ ୨୩ ରନ କରିଥିଲେ । ୨୪୫ ରନର ଲକ୍ଷ୍ୟର ପିଛା କରି ଭାରତ ପ୍ରଥମେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ମାତ୍ର ୩୨ ରନରେ ଦଳ ୪ଟି ଓ୍ବିକେଟ ହରାଇଥିଲା । ତେବେ ଉଦୟ ସାହାରନ ଓ ସଚିନ ଧାସଙ୍କ ବଡ଼ ପାର୍ଟନରସିପ ଦଳକୁ ବିଜୟ ଆଗକୁ ନେଇଥିଲା । ସାହାରନ ୮୧ ରନ କରିଥିବା ବେଳେ ଧାସ ୯୬ ରନ କରିଥିଲେ । ଫଳରେ ଭାରତ ୪୮.୫ ତମ ଓଭରରେ ୮ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଆଗକୁ ଦ୍ଵିତୀୟ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ଏମାନଙ୍କ ମଧ୍ଯରେ ବିଜୟୀ ଟିମ୍ ଭାରତର ସହ ଫାଇନାଲ ଖେଳିବ ।

ମୁଖ୍ୟମନ୍ତ୍ରୀ କଳାକାର ଓ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ୩୦ ହଜାର

ଭୁବନେଶ୍ବର: କଳାକାର ଓ ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ସାମିଲ ହେବେ ୩୦ ହଜାର କଳାକାର । ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ।

ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ନୂଆ ୩୦ ହଜାର କଳାକାର ସାମିଲ ହେବା ପରେ ହିତାଧିକାରୀଙ୍କ ସଂଖ୍ୟା ୮୦ ହଜାର ହୋଇଛି । ପୂର୍ବରୁ ୫୦ ହଜାର କଳାକାର ଏହି ଯୋଜନାର ଲାଭ ପାଉଥିଲେ । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏ ନେଇ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ୫୦ ହଜାର କଳାକାରଙ୍କୁ ମାସିକ ୧୨ ଶହ ଟଙ୍କା  ସହାୟତା ରାଶି ପ୍ରଦାନ କରାଯାଉଛି । ଏବେ ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ । ରାଜ୍ଯର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା । କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ଉତ୍ସାହିତ ଓ ଉପକୃତ ହେବେ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ସାମିଲ ୪ ଲକ୍ଷ ଅତିରିକ୍ତ ହିତାଧିକାରୀଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରରୁ ବୃଦ୍ଧି ପାଇ ୩୬ ଲକ୍ଷ ୭୫ ହଜାରରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ମାସକୁ ୧୯୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୨୦୨୩ ଅଗଷ୍ଟରେ ଅତିରିକ୍ତ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର ଓ କୋଭିଡରେ ଅନାଥ ପିଲାମାନେ ସାମିଲ ହୋଇଥାନ୍ତି । ହିତାଧିକାରୀ ମାସକୁ ୫୦୦ ଟଙ୍କା ପାଇଥାନ୍ତି । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।

ବୀରମିତ୍ରପୁରରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏହି ଯାତ୍ରା ଓଡ଼ିଶାରେ ପହଞ୍ଚିଛି । ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ଯାତ୍ରାରେ ସାମିଲ ହୋଇଛନ୍ତି । ଦେଶବାସୀଙ୍କୁ ରାଜନୈତିକ ନ୍ୟାୟ ପ୍ରଦାନ କରିବା, ଅର୍ଥନୈତିକ ନ୍ୟାୟ ପ୍ରଦାନ କରିବା ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ରାହୁଲ ଗାନ୍ଧୀ ଏହି ଯାତ୍ରା କରୁଛନ୍ତି ।

ରାହୁଲ ବୀରମିତ୍ରପୁରରେ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବିଜେପି ଆଚ୍ଛା ଦିନର ସ୍ଲୋଗାନ ନେଇ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବେଳେ ଆଚ୍ଛାଦିନ ବଦଳରେ ବୁରାଦିନ ଆସିଥିବା କଂଗ୍ରେସର ପକ୍ଷରୁ ଅଭିଯୋଗ କରାଯାଇଛି । ରାହୁଲ ଗାନ୍ଧୀ ଆଜି ରାତିରେ ବିଜାବାହାଲ ରାମପାଲରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ସକାଳେ ରାଉରକେଲା ସହରର ଉଦିତନଗରରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବେ ।

ରାଉରକେଲା ସହରର ପାନପୋଷ ଛକରେ ରାହୁଲ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯାତ୍ରା କରିବେ । ରାହୁଲ ଗାନ୍ଧୀ ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବେ । ୮ ତାରିଖରେ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ । ସାହିଦିନ ଅପରାହ୍ନରେ ଛତିଶଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି ।

ବିକାଶର ଯାଦୁ, ବିଜେଡି ମୁହାଁ ବିରୋଧୀ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିକାଶର ଯାଦୁ ବିରୋଧୀଙ୍କୁ ବିଜେଡି ମୁହାଁ କରିଛି । ଦୀର୍ଘ ବର୍ଷ ଧରି ବିଜେପିରେ ଥିବା ମହିଳା ନେତ୍ରୀ ଆଜି ଶଙ୍ଖ ଧରିଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଛବି ସ୍ବାଇଁଙ୍କ ସମେତ ବିଜେପିର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ଶଙ୍ଖଭବନରେ ବିଜୁ ଜନତା ଦଳରେ ହେଲେ ସାମିଲ ।

ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ସେମାନଙ୍କୁ ଦଳରେ ସାମିଲ କରିବା ସହିତ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ବିରୋଧୀ ଦଳରେ ଥାଇ ରାଜ୍ୟର ବିକାଶ କେମିତି ହେଉଛି ଜାଣି ହେଲାନି । ୨୨ ବର୍ଷ ଧରି ବିଜେପି ଦଳରେ ଥାଇ ଦଳ ତାଙ୍କୁ ଚିହ୍ନିଲାନି । ମୁଖ୍ୟମନ୍ତ୍ରୀଙ୍କ କଥା କମ୍‌ କାମ ବେଶୀ ଏବେ ସମସ୍ତଙ୍କ ଆଖି ଖୋଲି ଦେଇଛି । ଏଣିକି ଜୀବନର ଶେଷ ନିଃଶ୍ବାସ ଥିଲା ପର୍ଯ୍ୟନ୍ତ ବିଜେଡିରେ ରହିବେ ବୋଲି ଦଳରେ ସାମିଲ ପରେ କହିଛନ୍ତି ନେତା ଓ କର୍ମୀ ।

ପରୀ ହତ୍ୟା ମାମଲାକୁ ଦିଗହରା କରିବାକୁ ବିଜେପି ନେତା ଓ ତାଙ୍କ ଅନୁଗତଙ୍କ ହୀନ ରାଜନୀତି ଫେଲ୍ ମାରିଲା

ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଅନୁଗତ ଏବଂ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ୫ ବର୍ଷ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ନେଇ ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଯେମିତି ରାଜନୀତି କଲେ ସେଥିପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ପ୍ରେସମିଟ ଜରିଆରେ କହିଛନ୍ତି ଦଳୀୟ ନେତ୍ରୀ ସ୍ନେହାଙ୍ଗିନି ଛୁରିଆ ।

ସେ କହିଛନ୍ତି, ‘ନାବାଳିକା ପରୀର ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରି ହାଇକୋର୍ଟଙ୍କୁ ତଦାରଖ ଲାଗି ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ।  ଫଳରେ ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ସହ ପରୀକୁ ନ୍ୟାୟ ମିଳିଛି । ଘଟଣାକୁ ନେଇ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପିର କିଛି ନେତା ମାମଲାର ରାଜନୀତିକରଣ କରି ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ଧର୍ମେନ୍ଦ୍ର ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ ।  ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଏଥିରେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ୫ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତ ମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।’

ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ । କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଓଡିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କଲେ । କିଡନୀ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇଥିବା ଭଳି ଡାହା ମିଛ କହିଥିଲେ । ଅଭିଯୁକ୍ତକୁ କିଭଳି ଜାମିନ୍ ମିଳିବ ବ୍ୟକ୍ତିମାନେ ସେ ନେଇ ବହୁ ଚେଷ୍ଟା କରିଥିଲେ । ହାଇକୋର୍ଟରେ ପ୍ରତ୍ୟାଖାତ ହୋଇଥିଲା । ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କୁ ରାତିରେ ନିଦ କେଉଁ ଭଳି ହେଉଛି ? ସେମାନଙ୍କ ଅନ୍ତର ଆତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି ? ପରୀକୁ ଆଜି ନ୍ୟାୟ ମିଳିଛି, ତା’ର ଆତ୍ମା ଶାନ୍ତି ପାଉ । ମହାପ୍ରଭୁ ତାକୁ ନିଜ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।