spot_img
Home Blog Page 2232

ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ BSKY ନବୀନ କାର୍ଡକୁ ବିରୋଧ କରୁଛନ୍ତି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଏସକେଓ୍ବାଇ ନବୀନ କାର୍ଡ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଛି ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତା ବଢିବାରେ ଲାଗିଛି  । ବିଏସକେଓ୍ବାଇ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି  । ରାଜ୍ୟ ସରକାର ଏହାର କଳେବର ବୃଦ୍ଧି କରି ପ୍ରତି ଲୋକଙ୍କ ପାଖରେ ବିଏସକେଓ୍ବାଇ ନବୀନ କାର୍ଡ ପହଞ୍ଚାଇବାକୁ ପଦକ୍ଷେପ ନେଇଛନ୍ତି  । ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ବିଏସକେଓ୍ବାଇ ନବୀନ କାର୍ଡକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ  । ସେ କହିଛନ୍ତି ଆଗକୁ ଏହା ସ୍ବାସ୍ଥ୍ୟ କ୍ଷେତ୍ରରେ ଗେମ୍ ଚେଞ୍ଜର ହେବ  ।

ଟି-୨୦ ବିଶ୍ବକପରେ କମାଲ କରିବେ ଏହି ୪ ଭାରତୀୟ ବୋଲର

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ପରେ ଭାରତର ଲକ୍ଷ୍ୟ ଟି-୨୦ ବିଶ୍ବକପ ଉପରେ । ଭାରତର ବୋଲିଂ ପୂର୍ବ ଅପେକ୍ଷା ଏବେ ଶକ୍ତିଶାଳି ହୋଇଥିବାବେଳେ ନିକଟରେ ଯାଇଥିବା ଦିନିକଆ ବିଶ୍ବକପରେ ମଧ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ୪ ବୋଲରଙ୍କ ଉପରେ ନଜର ରହିବ । ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ବୁଧବାର ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବ । ଏହାପରେ ଆଫଗାନିସ୍ତନ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଯଦିଓ ଏହି ଟେଷ୍ଟ ସିରିଜରେ ଏହି ୪ ବୋଲର ଖେଳୁନାହାନ୍ତି ତଥାପି ଏମାନଙ୍କ ଉପରେ ୨୦୨୪ରେ ଭାରତ ନିର୍ଭର କରିବ ନିଶ୍ଚୟ ।

ଜଶପ୍ରିତ ବୁମରା: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଜଶପ୍ରିତ ବୁମରା । ବୋଲିଂରେ ମୁଖ୍ୟ ଅସ୍ତ୍ର ପାଲଟିଥିବା ବୁମରା ବିଶ୍ବକପ ଫାଇନାଲରେ ଦମଦାର ବୋଲିଂ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଘାତକ ବୋଲିଂ କରି ପ୍ରଥମ ପାଳିରେ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଏଣୁ ୨୦୨୪ ଟି-୨୦ ବିଶ୍ବକପରେ ଭାରତ ତାଙ୍କ ଉପରେ ଭଡ଼ ଆଶା ରଖିବ ।

ମହମ୍ମଦ ସାମି: ଦିନିକଆ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳର ବୋଲିଂ ହିରେ ମହମ୍ମଦ ସାମି ଏବେ ଆହତ କାରଣରୁ ଖେଳୁ ନାହାନ୍ତି । କିନ୍ତୁ ସେ ଦଳକୁ ଫେରିବା ପରେ ଗୁରୁ ଦାୟିତ୍ବ ବହନ କରିବେ ନିଶ୍ଚୟ । ୨୦୨୪ ମସିହରେ ଖେଳାଯିବା ଥିବା ମ୍ୟାଚ ଗୁଡ଼ିକରେ ଭାରତ ତାଙ୍କ ଉପରେ ଭରଷା ରଖିବ ।

ମହମ୍ମଦ ସିରାଜ: ଦମଦାର ଫର୍ମରେ ଥିବା ମହମ୍ମଦ ସିରିଜ ଆଇପିଏଲ ହେଉ ବା ଆନ୍ତର୍ଜାତୀୟ କ୍ରିକେଟ । ସବୁବେଳେ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଉଥିବାବେଳେ ଏହି ଘାତ ବୋଲରଙ୍କ ଦଳରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

ମୁକେଶ କୁମାର: ଟିମ ଇଣ୍ଡିଆର ଯୁବ ବୋଲର ମୁକେଶ କୁମାର ମଧ୍ୟ ଜଣେ ଭଲ ବୋଲର । ୨୦୨୩ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ମୁକେଶଙ୍କୁ ଭାରତୀୟ ନିୟମିତ ଦଳରେ ସ୍ଥାନ ମିଳିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ଡେବ୍ୟୁ କରିସାରିଥିବା ମୁକେଶ କୁମାର ୨୦୨୪ରେ ଭାରତୀୟ ବୋଲିଂ ବିଭାଗରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

 

ସର୍ବସମ୍ମୁଖରେ ମହିଳା ପୋଲିସଙ୍କୁ କିସ୍ କଲେ ବାଳକ, ଭାଇରାଲ ହେଉଛି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ବନିଯାଇଛି ଯେଉଁଠି ଲୋକେ ରାତାରାତି ହିରୋ ପାଲଟି ଯାଉଛନ୍ତି । ଆଉ କେହି କେହି ସୋସିଆଲ ମିଡିଆ ପାଇଁ ବଦନାମ ମଧ୍ୟ ହେଉଛନ୍ତି । କିଛି ଭିଡିଓ ଏମିତି ହେଉଛି କି, ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ରାତାରାତି ଭାଇରାଲ ହେବାରେ ଲାଗୁଛି । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ପୋଲିସ ଅଫିସରଙ୍କୁ ଜଣେ ବାଳକ ସର୍ବସମ୍ମୁଖରେ କିସ୍ କରୁଛନ୍ତି । ଲାଜରେ ପୋଲିସ ମ୍ୟାଡାମ ଜଣକ ଲାଜେଇ ଯାଉଛନ୍ତି । ସେପଟେ ଅନ୍ୟଜଣେ ବ୍ୟକ୍ତି ସେଠାରେ ଛିଡ଼ା ହୋଇଥିବାବେଳେ ସେ ବାଳକକୁ ମାରିବାକୁ ହାତ ଉଠାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି କେଉଁ ଅଞ୍ଚଳର ଯଦିଓ ଜଣା ପଡ଼ିନାହିଁ ତଥାପି IPS.IAS ନାମକ ଏକ ଇନଷ୍ଟାଗ୍ରାମରେ ଏହା ପୋଷ୍ଟ ହୋଇଛି । ଯାହାକି ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ କରୁଥିବାବେଳେ ମଜାଳିଆ ମଜାଳିଆ କମେଣ୍ଟମାନ କରୁଛନ୍ତି ।

https://www.instagram.com/ias_ips_pcs._/?e=386edcc6-d6b0-4668-b2dd-cfff20ef2be9&g=5

ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ବାଳକ ଜଣକ ସ୍ବପ୍ନରେ ଅଛନ୍ତି କି, ନାହିଁ ଜାଣିବା ପାଇଁ ଏଭଳି କରୁଛନ୍ତି । ଅନ୍ୟଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ଏହି ହିରୋଙ୍କଠାରୁ ଶିଖିବା କଥା । ଅନ୍ୟଜଣେ ଲେଖିଛନ୍ତି କି, କେମିତି ମଜା କରାଯାଏ ଏହି ବାଳକଙ୍କଠାରୁ ଶିଖିବା କଥା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଭିଡିଓରେ ସ୍ପଷ୍ଠ ଜଣାପଡ଼ିଛି କି ଲୋକେ ଗଦା ହୋଇ ରହିଛନ୍ତି । ଆଉ ମହିଳା ପୋଲିସଙ୍କୁ ପ୍ରଥମେ ଆଲିଙ୍ଗନ କଲେ । କିଛି ଭାବିବା ପୂର୍ବରୁ ବାଳକଟି କିସ କରି ଦେଇଛି । ସମସ୍ତେ ହସିବା ସହ ମଜା କରିଥିଲେ ।

ଜାପାନର ହାନେଡା ବିମାନବନ୍ଦରରେ ଜଳିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ୩୭୯ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଜାପାନର ହାନେଡା ବିମାନ ବନ୍ଦର ରନଓ୍ବେରେ ଜଳିଗଲା ବିମାନ । ଅବତରଣ କରିବା ବେଳେ ୨ଟି ବିମାନ ଜଳିଯାଇଛି । ବିମାନଟି ରନଓ୍ବେର ଚାଲୁଥିବା ବେଳେ ନିଆ ଲାଗିଯାଇଥିଲା । ଅତି ଭୟଙ୍କର ଭାବେ ନିଆ ଲାଗିଥିବା ବେଳେ ବିମାନଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ବିମାନରୁ ୩୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଟୋକିଓର ହାନେଡାର ବିମାନ ବନ୍ଦରରେ ଗୋଟିଏ ବିମାନ ସହ କୋଷ୍ଟ ଗାର୍ଡ ବିମାନର ଧକ୍କା ହେବା ଯୋଗୁଁ ନିଆଁ ଲାଗିଯାଇଥିଲା । ଜାପାନରେ ହାନେଡା ଏୟାର ପୋର୍ଟ ସବୁଠୁ ବ୍ୟସ୍ତବହୁଳ । ନୂଆ ବର୍ଷ ପାଇଁ ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ । ଏଭଳି ଘଟଣା ପରେ ବିମାନ ବନ୍ଦରରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳିଯାଇଥିଲା । କୋଷ୍ଟଗାର୍ଡ ସହ ଧକ୍କା ହୋଇଥିବାବେଳେ ନିଆଁ ଲାଗିଯାଇଥିଲା । ସମସ୍ତ ଯାତ୍ରୀ ଭୟଭୀତ ହୋଇଥିବାବେଳେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । NHK ପକ୍ଷରୁ ସୂଚନା ଦିଆଯାଇଛି କି, ନିଆଁକୁ ଆୟତ୍ତ କରିବା ପାଇଁ ୭୦ରୁ ଅଧିକ ଅଗ୍ନି ଇଞ୍ଜିନ ନିୟୋଜିତ ହୋଇଛି ।

 

ଲାସ୍ ପଡ଼ିଛି,ଉଠେଇବ ଯାଅ,ସ୍ୱାମୀ-ଦେଢଶୂରଙ୍କୁ ଗୁଳି ମାରି ପୋଲିସକୁ କହିଲେ ମହିଳା

ଭୋପାଳ: ମଧ୍ୟ ପ୍ରଦେଶର ଉଜୈନରେ ଜମି ବିବାଦକୁ ନେଇ ଜଣେ ମହିଳା ସ୍ବାମୀ ଓ ଦେଢଶୂରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ପିସ୍ତଲ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ‘ମୁଁ ମୋ ମଥା ସିନ୍ଦୂର ପୋଛି ଦେଇଛି, ମୋ ସ୍ବାମୀ ଆଉ ଦେଢଶୂରଙ୍କ ଶବ ଉଠାଇ ଆଣ ’ । ହାତରେ ପିସ୍ତଲ ଧରିଥିବା ମହିଳାଙ୍କ ମୁହଁରୁ ଏଭଳି ଶୁଣିବା ପରେ ପୋଲିସର ହୋସ୍ ଉଡିଯାଇଛି ।
ଉଜୈନରୁ ୨୫ କିଲୋମିଟର ଦୂର ଇଙ୍ଗୋରିଆ ଗାଁରେ ଏହି ଅଘଟଣ ଘଟିଛି । ଅଭିଯୁକ୍ତ ମହିଳା ସବିତାଙ୍କ ପତି ରାଧେଶ୍ୟାମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ଦେଢଶୂର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସବିତା ଜଣେ ଅଙ୍ଗନୱାଡି ଦିଦି ହୋଇଥିବାବେଳେ ସମ୍ପତ୍ତି ବିବାଦରୁ ଏଭଳି କାଣ୍ଡ ଘଟାଇଛନ୍ତି ।
୪ ଥାକିଆ ରାଜପଥ କଡରେ ତାଙ୍କର ୫ କୋଟି ମୂଲ୍ୟର ଏକ ଜମି ରହିଛି । ଯାହାକୁ ହଡପ କରିବା ପାଇଁ ଦେଢଶୂର ଦିନେଶ ସବୁବେଳେ ଚାହୁଁଥିଲା । ଏଥିପାଇଁ ସେ ମହିଳାଙ୍କ ସ୍ବାମୀ ରାଧେଶ୍ୟାମକୁ ସବୁବେଳେ ଉସକାଉଥିଲେ । ରାଧେଶ୍ୟାମ ବି ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ବଡ ଭାଇଙ୍କ ପ୍ରରୋଚନାରେ ସବିତାଙ୍କୁ ପ୍ରତିଦିନ ମାଡ ମାରିବା ସହ ଜମି ଭାଇଙ୍କ ନାଁରେ କରିଦେବା ପାଇଁ ଧମକ ଦେଉଥିଲା ।

ପ୍ରତିଦିନ ମାଡଗାଳିରେ ଅତିଷ୍ଠ ହୋଇ ସ୍ବାମୀ ଓ ଦେଢଶୂରଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ସ୍ତ୍ରୀ । ଘଟଣା ଦିନ ସେ ପ୍ରଥମେ ଦେଢଶୂର ଓ ପରେ ସ୍ବାମୀଙ୍କୁ ଗୁଳି କରିଥିଲେ । ଦୁଇ ଝିଅ ଓ ଏକମାତ୍ର ପୁଅ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ

ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି  । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି  । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି  । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି  । ଉପଦେଷ୍ଟାମାନଙ୍କୁ ଆହୁରି ମନ ଲଗାଇ କାମ କରିବାକୁ ପରାମର୍ଶ ଦିଆଯାଇଛି  ।

ସେହିପରି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ବି ଜ୍ଞାପନ କରାଯାଇଛି  । କିଛି ଦିନ ତଳେ କଳିଙ୍ଗ ଷ୍ଟାଡିଅମ ନିକଟରେ ୧୧ ଟି ଭେଣ୍ଡିଂ ଜୋନ ଦୋକାନ ଜଳି ପାଉଁଶ ହୋଇଯାଇଥିଲା  । ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଦୁଇ ଦିନ ଭିତରେ ସମସ୍ତଙ୍କୁ 25 ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଆଗକୁ ମଧ୍ୟ ଭେଣ୍ଡିଂ ଜୋନରେ ଥିବା ଦୋକାନୀଙ୍କ ବିକାଶ ପାଇଁ କାମ ଜାରି ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଛି  । କେନ୍ଦୁପତ୍ର ତୋଳାଳିଙ୍କ ବିକାଶପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଉଥିବାରୁ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମଧ୍ୟ ଧନ୍ୟବାଦ ଜଣାଇଛି ।

ସଡକ ସୁରକ୍ଷା ସପ୍ତାହ ଅବସରରେ ମହିଳା ବାଇକ୍ ରାଲି, ସାମିଲ ହେଲେ ୪ଶହ ମହିଳା

ଭୁବନେଶ୍ୱର: ଭୁବନେଶ୍ୱରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୋଲିସ ତରଫରୁ ଆରମ୍ଭ ହୋଇଛି ମହିଳା ବାଇକ୍ ରାଲି । ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରୁ ରାଲି ବାହାରି ଜୟଦେବ ବିହାର ଦେଇ କିଟ୍ ଛକ ପର୍ଯ୍ୟନ୍ତ ଯିବ । ପରେ କିଟ୍ ଛକରୁ ନାଲକୋ ଛକ ,ଆଚାର୍ଯ୍ୟବିହାର , ଲୋୟର ପିଏମଜି ହେଇ ୧୨୦ ବାଟାଲିୟନ୍ରେ ଶେଷ ହେବ । ବାଇକ୍ ରାଲିରେ  ମହିଳା ବାଇକର୍ ଅମିତା ସିଂ ଓ ତାଙ୍କ ଟିମ୍ ସମେତ ଟ୍ରାଫିକ୍ ଲେଡି ୱିଙ୍ଗ୍,  ୱିମେନ୍ ପୋଲିସ୍ ୱିଙ୍ଗ୍ର ୪ଶହରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇଛନ୍ତି । ମହିଳାମାନେ ହାତରେ ସଡକ ସୁରକ୍ଷା ପରିବାର ରକ୍ଷା ପ୍ଲାଏକାର୍ଡ ଧରି ପୂରା ସହର ବୁଲିଛନ୍ତି  ।

ଏନଫୋର୍ସମେଣ୍ଟ, ଏଜୁକେସନ୍  ଏବଂ ଇନଞ୍ଜିନିୟର୍ସ ଏହି ଥ୍ରୀ ଇ ହିଁ ଜୀବନକୁ ସୁରକ୍ଷା ଦେବା ସହ ରୋଡ୍ ଆକ୍ସିଡେଣ୍ଟ  କମ୍ କରିପାରିବ ବୋଲି କହିଛନ୍ତି ପୋଲିସ କମିଶନର୍ । ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବ କମିଶନରେଟ୍ ପୋଲିସ ଏବଂ ଏହି  ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ  କରାଯିବ ବୋଲି କହିଛନ୍ତି  ।

ଆର୍ମି ଅଫିସର କହି ଅଭିନେତାଙ୍କ ଠୁ ଠକିନେଲା ୭୫ ହଜାର

ନୂଆଦିଲ୍ଲୀ: ବଲିଉଡ ତଥା ଟିଭି ଅଭିନେତା ରାକେଶ ବେଦିଙ୍କୁ ଚୁନା ଲଗାଇଲେ ସାଇବର ଠକ । ନିଜକୁ ସେନାର ଅଧିକାରୀ କହି ରାକେଶ ବେଦୀଙ୍କୁ ଲୁଟିଲେ । ଏହି ଘଟଣା ପରେ ପୋଲିସରେ ମାମଲା ରୁଜୁ କରିଛନ୍ତି ଅଭିନେତା । ମାମଲାର ତଦନ୍ତ କରୁଛି ପୋଲିସ ।

ଅଭିନେତା ଜଣକ ପୋଲିସକୁ ଠକର ନାଁ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଫଟୋ ଓ ଟ୍ରାଞ୍ଜାକ୍ସନ ଡିଟେଲ୍ସ ସେୟାର କରିଛନ୍ତି । ରାକେଶ କହିଛନ୍ତି ତାଙ୍କ ପାଖକୁ ପ୍ରଥମେ ଏକ କଲ୍‌ ଆସିଥିଲା । ସାଇବର ଠକ ନିଜକୁ ପ୍ରଥମେ ଆର୍ମି ଅଫିସର କହିଥିଲା । ସେ କହିଥିଲା ରାକେଶଙ୍କ ପୁଣେ ଫ୍ଲାଟ କିଣିବାକୁ ଆଗ୍ରହୀ ଅଛି । ଯେତେବେଳେ ରାକେଶଙ୍କୁ ଫୋନ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ସନ୍ଦେହ ହୋଇଥିଲା ସେତେବେଳେକୁ ସାଇବର ଠକ ତାହ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଗାଏବ କରିସାରିଥିଲା ।

୪ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ ଅଛନ୍ତି ରାକେଶ ବେଦୀ । ଫିଲ୍ମ ସହ ଟିଭି ଦୁନିଆରେ ବି ସେ ସକ୍ରିୟ । ପାଖାପାଖି ୧୫୦ ଫିଲ୍ମରେ ସେ କାମ କରିସାରିଛନ୍ତି । ଶେଷ ଥର ପାଇଁ ତାଙ୍କୁ ଗଦର ୨ରେ ଦେଖିବାକୁ ମିଳିଥିଲା ।

ଅଣଦାବିଦାର ଜମା ପରିମାଣ ହ୍ରାସ ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ, ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଲା ବ୍ୟାଙ୍କ

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ଥିବା ଅଣଦାବିଦାର ଜମା ପରିମାଣ ହ୍ରାସ ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ଏହି ଧରଣର ଜମାଗୁଡିକର ଯାଞ୍ଚ କରିବା ସହ ସେଗୁଡିକର ଆଇନସମ୍ମତ ଦାବିଦାରମାନଙ୍କୁ ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ, ୧୦ ବର୍ଷ କିମ୍ବା ଅଧିକ କାଳ ଧରି ଅପରେଟ ହେଉ ନଥିବା ବ୍ୟାଙ୍କ ଆକାଉଣ୍ଟ, ୧୦ ବର୍ଷ ଧରି କୌଣସି ଦାବିଦାର ନଥିବା ବ୍ୟାଙ୍କ ଆକାଉଣ୍ଟର ଟଙ୍କାକୁ ଡିପୋଜିଟର ଏଜୁକେସନ ଆଓ୍ବାରନେସ ଫଣ୍ଡ ବା ଡିଏଇ ଫଣ୍ଡକୁ ଟ୍ରାନ୍ସଫର  କରାଯିବ । ବିଭିନ୍ନ ଆକାଉଣ୍ଟରେ ହେଉଥିବା ଜାଲିଆତି ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛନ୍ତି ।

ଏହା ସହ ଦାବିଦାର ନଥିବା ଆକାଉଣ୍ଟଗୁଡିକର ନୋମିନି, ଆଇନଗତ ଉତ୍ତରାଧିକାରୀମାନଙ୍କର ସନ୍ଧାନ, ଆକାଉଣ୍ଟଗୁଡିକର ରିଆକ୍ଟିଭେସନ, କ୍ଲେମ ସେଟେଲମେଣ୍ଟ ଆଦି ସମ୍ପର୍କରେ ପଦକ୍ଷେପ ନେବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ସଂଶୋଧିତ ନିର୍ଦ୍ଦେଶନାମା ବଳବତ୍ତର ହେବ । ଅଚଳ ଆକାଉଣ୍ଟ, ଦାବିଦାର ନଥିବା ଆକାଉଣ୍ଟ ସମ୍ପର୍କରେ ସୂଚନା ଦେବା ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟଧାରୀଙ୍କ ନିକଟକୁ ଚିଠି, ଇମେଲ ବା ଏସଏମଏସ ପଠାଇବ । ଏହି ଧରଣର ଆକାଉଣ୍ଟଗୁଡିକର ଆକ୍ଟିଭେସନ ଲାଗି କେଓ୍ବାଇସି ଅପଡେଟ କରିବେ । ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରସେସ ବା ଭି-ସିପ ଜରିଆରେ ଏହି ପଦକ୍ଷେପ ନିଆଯିବ ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀ ଜଗନ୍ନାଥ ଧାମକୁ ଆସିଲା ନିମନ୍ତ୍ରଣ

ପୁରୀ: ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି |

ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଜେଇ ହୋଇଛି ପୂରା ଅଯୋଧ୍ୟା । ଯଦି ଆମେ ମନ୍ଦିର ବିଷୟରେ କହିବା ତାହାଲେ ସମଗ୍ର ମନ୍ଦିର କମ୍ପ୍ଲେକ୍ସ ହେଉଛି ୭୦ ଏକରର । ଯେଉଁଥିରୁ କେବଳ ୩୦ ପ୍ରତିଶତ ଯାଗାରେ ମନ୍ଦିର ହୋଇଛି । ୩୯୨ଟି ସ୍ତମ୍ଭ, ୪୪ ଫାଟକ ଏବଂ ନାଗର ଶୈଳୀରେ ତିଆରି ହୋଇଛି ମନ୍ଦିର । ୩୨ଟି ପାହାଚ ଦେଇ ଆପଣ ମନ୍ଦିରକୁ ପ୍ରବେଶ କରିବେ ।  ବାକି ସବୁଜ କ୍ଷେତ୍ର ପାଇଁ ଛଡାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ରହିଛି ରାତି ୧୨.୧୫ ।