ଛାତ୍ର-ଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ଏଣିକି ମିଳିବ ୯ ହଜାରରୁ ଉର୍ଦ୍ଧ୍ୱ ସ୍କଲାରସିପ୍

1 min read

ଯାଜପୁର: ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।  ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା। ଜାଣନ୍ତୁ କାହା ପାଇଁ କେତେ…

+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍। ଛାତ୍ରଙ୍କୁ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସ୍କଲାରସିପ୍ ଦିଆଯିବ । ଚଳିତ ବର୍ଷରୁ ମିଳିବ ଏହି ସ୍କଲାରସିପ୍ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବାକୁ ଥିବା ବେଳେ ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ହେବେ ଉପକୃତ। ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ୩ଶହ କୋଟିର କର୍ପସ ଫଣ୍ଡ । ନୂଆ ଓ କାର୍ଯ୍ୟକ୍ରମ ଲାଗି ଏ କର୍ପସ ଫଣ୍ଡ । କୋ-କରିକୁଲାର ଆକ୍ଟିଭିଟିଜ୍ ପାଇଁ ଏକ୍ସଟ୍ରା ପଏଣ୍ଟ ବ୍ୟବସ୍ଥା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ । ଅଧିକ ପଏଣ୍ଟ ପାଇବେ ଅଧିକ ଟଙ୍କା ସ୍କଲାରସିପ୍ ମିଳିବ । ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ହେବ । ଏ ସବୁଥିରେ ଭାଗନଲେ ସ୍ଲଲାରସିପ ଟଙ୍କା ବଢି ଚାଲିବ । ଅଂଶଗ୍ରହଣ କଲେ ଅଧିକ ଇନସେଣ୍ଟିଭସ ମିଳିବ ।

ଛାତ୍ରମାନେ ୯ ହଜାରୁ ଆରମ୍ଭ କରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ। ସେହିଭଳି ଛାତ୍ରୀମାନେ ୧୦ ହଜାରରୁ ୧୫ ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ।

ତେବେ ସରକାରୀ କର୍ମଚାରୀଙ୍କ ପିଲା ପାଇବେନି ଏହି ସ୍କଲାରସିପ୍ । ଆୟକରଦାତାଙ୍କ ପିଲା ମଧ୍ୟ ପାଇବେନି ଏହି ସ୍କଲାରସିପ୍ । ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡର ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଏହି ନୂଆ-ଓ ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ। ସରକାରୀ ବସ୍, ଟ୍ରେନ ଓ ଫ୍ଲାଇଟରେ ରିହାତି ଦରରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।

ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ୱାଇ-ଫାଇ ସୁବିଧା ଏହି କାର୍ଡରେ ମାଗଣାରେ ମିଳିପାରିବ। ଛାତ୍ରଛାତ୍ରୀଙ୍କ ସମସ୍ତ ଆକ୍ଟିଭିଟିର ତଥ୍ୟ ଏ କାର୍ଡରେ ରହିବ। ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯେତେ ଅଧିକ ଅଂଶଗ୍ରହଣ କରିବେ ସେତେ ଏ କାର୍ଡ ରିଚାର୍ଜ ହୋଇ ଚାଲିବ। କାର୍ଡରେ ଛାତ୍ରଛାତ୍ରୀଙ୍କ ପଏଣ୍ଟ ବଢି ଚାଲିବ। ପଏଣ୍ଟ ଅଧିକା ବଢ଼ିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ସ୍କଲାରସିପ ମିଳିବ।