spot_img
Home Blog Page 2213

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା କଳାକାରଙ୍କ ଭତ୍ତା

ଭୁବନେଶ୍ବର: ଭୁବନେଶ୍ବର: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ  ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ଯତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ 5T ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ ।

ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାର ମାନଙ୍କୁ ମାସିକ ଟ୧୨୦୦/-ଙ୍କା(ବାରଶହ) ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦ କୁ ବୃଦ୍ଧି କରାଯାଇଅଛି ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି ।

ଅଶି ବର୍ଷ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୦୦୦/-ଙ୍କା (ଦୁଇ ହଜାର ଟଙ୍କା)କୁ ଓ ଅଶି ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୫୦୦/-ଙ୍କା (ଦୁଇ ହଜାର ପାଞ୍ଚଶହ ଟଙ୍କା)କୁ ବୃଦ୍ଧି କରାଯାଇଅଛି ।

ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ DBT ମାଧ୍ୟମରେ ଫେବୃଆରୀ ମାସ ୨୦ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଷଷ୍ଠଥର ଇଡିର ନୋଟିସ୍

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ନୋଟିସ୍ । ଏହା ଷଷ୍ଠଥର ପାଇଁ ନୋଟିସ ଜାରି କରିଛି ଇଡି । ଆସନ୍ତା ଫେବୃଆରୀ ୧୯ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ପାଞ୍ଚଥର ନୋଟିସ ହୋଇଥିବାବେଳେ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ଗତ ଫେବୃଆରୀ ୨ ତାରିଖରେ ହାଜର ହେବାକୁ ନୋଟିସ ହୋଇଥିଲା । ମାତ୍ର ସେ ଇଡି ଅଫିସରେ ହାଜର ହୋଇନଥିଲେ । କେନ୍ଦ୍ର ସରକାର ଜାଣିଶୁଣି ତାଙ୍କୁ ଇଡି ମାଧ୍ୟମରେ ନୋଟିସ୍ କରୁଛନ୍ତି ବୋଲି କେଜ୍ରିଓ୍ବାଲ ନିଜର ପ୍ରତିକ୍ରିୟାରେ କହିଥିଲେ । ଏହାସହ କହିଛନ୍ତି କି, ରାଜେନୖତିକ ଉଦ୍ଦେଶ୍ୟ ରଖି ଏଭଳି ତାଙ୍କୁ ନୋଟିସ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଜାଣନ୍ତୁ କେଉଁଠି କେମିତି ରହିବ ପାଗ

ଭୁବନେଶ୍ବର: ଓଡ଼ିଶାରେ ଲାଗିଛି ଖରା ଛାଇର ଖେଳ । ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଏଭଳି ପାଗ। ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି। କାଲି ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାର ସ ବୁ ଜିଲ୍ଲାରେ ପାଗ ମୁଖ୍ୟତ ଶୁଖିଲା ରହିବ। ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ବର୍ଷା ସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଏଥିପାଇଁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ ନୟାଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି  ସ ବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ରୁ ୨ଶହ ମିଟର ରହିବ। ତେଣୁ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ଯାନାବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ହେଲେ ବି ଦିନରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ।

ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧୀ

ଜୟପୁର: ରାଜ୍ୟସଭା ପାଇଁ ଲଢ଼ିବେ ସୋନିଆ। ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ଜୟପୁରରେ ନିଜ ସମର୍ଥକଙ୍କ ସହ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ସୋନିଆ  । ଉତ୍ତରପ୍ରଦେଶର ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି ସୋନିଆ ଗାନ୍ଧୀ।

୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି।

ଦାଗୀ ହେବେ ତଡିପାର, ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାରେ ହେବ ନିର୍ବାଚନ। ଦାଗୀ ହେବେ ତଡିପାର । ନିର୍ବାଚନକୁ ନେଇ ଭୁବନେଶ୍ୱରରେ ପୁଲିସ ଅଫିସରଙ୍କ ବୈଠକ । ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇ ସାରିଛି । ନିର୍ବାଚନ ପୂର୍ବରୁ ୨୪ ଶହରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ବିଶେଷକରି ଅଭ୍ୟାସଗତ ଅପରାଧୀ, ଅସାମାଜିକ, ଦାଗୀଙ୍କୁ ତଡିପାର କରିବାକୁ ଯୋଜନା କରାଯାଇଛି । ଯେଉଁମାନେ ନିର୍ବାଚନ ସମୟରେ ଉପସ୍ଥିତ ରହିଲେ, କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ହେବାର ସମ୍ଭାବନା ଆଶଙ୍କା ଥାଏ ସେମାନଙ୍କ ଉପରେ ନଜର ରଖାଯିବ । ଏଥିସହିତ ଲାଇସେନ୍ସ ବନ୍ଧୁକଧାରୀ ବ୍ୟକ୍ତିଙ୍କ ନାଁରେ ଯଦି କୌଣସି ମାମଲା ଥାଏ, କିମ୍ବା ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଥାଏ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ବନ୍ଧୁକ ପୈଠ କରିବା ପାଇଁ ନୋଟିସ ଜାରି କରାଯିବ । ସମସ୍ତ ଘଟଣା ଉପରେ ନଜର ରଖିବା ସହ ଦାଗୀଙ୍କୁ ସ୍କାନରରେ ରଖିବ କମିସନରେଟ ପୋଲିସ । ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିଚାଳନା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ନେଇ ପୁରୀ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୋଲିସ । ପ୍ରାଥମିକ ଭାବେ ଏ ନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ । ପୋଲିସର ଏପରି ପଦକ୍ଷେପକୁ ସେବାୟତ ବୁଦ୍ଧିଜୀବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।

ଶ୍ରୀମନ୍ଦିର ଉପରେ ଉଡ଼ି ପାରିବନି ଡ୍ରୋନ୍ । ଭିତରେ ଫଟୋ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଭିତର ବାହାରେ ନଜର ରଖିବ ପୁରୀ ପୋଲିସ୍ । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନର ସୁରକ୍ଷା ଓ ପବିତ୍ରତା ବଜାୟ ରଖିବା ପାଇଁ ଏପରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ପୁରୀ ପୋଲିସ୍ । ଏ ନେଇ ସୋସିଆଲ ମିଡିଆ ମାଧ୍ୟମରେ ପୋଲିସ ପକ୍ଷରୁ ସଚେତନତା ନେଇ ଅପିଲ ମଧ୍ୟ କରାଯାଇଛି । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ଯାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଉ ଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଶ୍ରୀମନ୍ଦିର ଭିତରେ ମଧ୍ୟ ମୋବାଇଲ ଫଟୋ ଉଠାଇବା ନଜରକୁ ଆସିଛି । ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୁରୀ ପୋଲିସ୍ । ପୁରୀ ଏସ୍ପି ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବା ବେଳେ ଆଗାମୀ ଦିନରେ ଏଭଳି ନିୟମ ଉଲ୍ଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।

ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଂ ଜୋନ ନେଇ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନ ପକ୍ଷରୁ ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଦାବି କରାଯାଉଥିଲା । ସେହିପରି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୁ ନେଇ ଶ୍ରୀମନ୍ଦିର ଭିତରକୁ ମୋବାଇଲ କଟକଣା ଉପରେ ଗୁରୁତ୍ୱ ଦିଆଯିବାକୁ ସେବାୟତ ମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଉପରେ ଫ୍ଲାଇଂ ଓ ଭିତର ଫୋଟୋ ଭାଇରାଲକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ଅନେକ ମାମଲା ରହିଥିବା ବେଳେ DGCA ପକ୍ଷରୁ ନିୟମ କୁ ନେଇ ସ୍ୱତନ୍ତ୍ର ପଦକ୍ଷେପର ଆବଶ୍ୟକତା ରହିଛି।

ରେଲଓ୍ବେରେ ଚାକିରୀ ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ସମ୍ବଲପୁର: ରେଳ ବିଭାଗରେ ଚାକିରି କରାଇଦେବାକୁ କହି କୋଟିକୋଟି ଟଙ୍କା ଠକେଇ ଅଭିଯୋଗ । ସମ୍ୱଲପୁରରୁ ଆସିଛି ଠକେଇ ଅଭିଯୋଗ । ଧର୍ମରାଜ ପାତ୍ର ବୋଲି ଜଣେ ଯୁବକ ନିଜକୁ ରେଳ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ୩୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଚାକିରି କରାଇଦେବା ନାଁରେ ଟଙ୍କା ନେଇ ମିଛ ଅଫର ଲେଟର ଦେଉଥିଲା ଅଭିଯୁକ୍ତ । ଏନେଇ ବରେଇପାଲି ଥାନାରେ ଅଭିଯୋଗ ପରେ ଠକେଇ ଘଟଣା ସାମ୍ନାକୁ ଆସିଛି । ଟଙ୍କା ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

ସବୁ ଧର୍ମର ସହଯୋଗରେ ତିଆରି ହୋଇଛି ଆବୁଧାବୀ ହିନ୍ଦୁ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁ ଧର୍ମର ଲୋକେ ମନ୍ଦିରକୁ ଯାଆନ୍ତି ଏବଂ ପୂଜା କରିଥାନ୍ତି । ମାତ୍ର ଦୁବାଇରେ ମନ୍ଦିର ନିର୍ମାଣ ବେଶ ଖାସ୍ । କାହିଁକି ନାଁ ଏହି ମନ୍ଦିରର ପ୍ରତିଷ୍ଠା ପାଇଁ ସମସ୍ତ ଧର୍ମର ଲୋକଙ୍କ ଅବଦାନ ରହିଛି । ବିଏପିଏସ ହିନ୍ଦୁ ମନ୍ଦିର ପଥରରେ ନିର୍ମାଣ କରାଯାଇଛି । ଏହା ହେଉଛି ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ପ୍ରଥମ ପଥରରେ ନିର୍ମାଣ ହୋଇଥିବା ମନ୍ଦିର । ଅବୁ ମୁରିଖାହ ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଭାରତ ଏବଂ ସଯୁକ୍ତ ଆରବ ମଧ୍ୟରେ ଥିବା ବନ୍ଧୁତାକୁ ସୂଚାଏ ।

୨୦୧୫ ମନ୍ଦିହାରେ ଆବୁଧାବୀର କ୍ରାଉନ ପ୍ରିନ୍ସ ତଥା ସଯୁକ୍ତ ଆରବର ଉପ ସର୍ବୋଚ୍ଚ କମାଣ୍ଡର ମହମ୍ମଦ ବିନ ମନ୍ଦିର ନିର୍ମାଣ ପାଇଁ ୧୩.୫ ଏକର ଜମି ଦେଇଥିଲେ । ୟୁଏଇ ସରକାର ୨୦୧୯ ୧୩.୫ ଏକର ଜମି ଆବଣ୍ଟନ କରିଥିଲେ । ଏଣୁ ମନ୍ଦିର ପାଇଁ ୨୭ ଏକର ଜମି ହୋଇଥିଲା । ତେବେ ମୁସଲିମଙ୍କ ଦ୍ବାରା ଜମି ପ୍ରଦାନ କରାଯାଇଛି । ମନ୍ଦିର ନିର୍ମାଣ କରିଥିବା ଆର୍କିଟେକ ପ୍ରୋଜେକ୍ଟ ମ୍ୟାନେଜର ହେଉଛନ୍ତି ଜଣେ ଶିଖ୍ । ନିର୍ମାଣ କରିଥିବା କଣ୍ଟ୍ରାକ୍ଟର ଜଣେ ପାର୍ସୀ, ଷ୍ଟ୍ରକଚର ଇଞ୍ଜିନିୟ ହେଉଛନ୍ତି ବୁଦ୍ଧିଷ୍ଟ, ନିର୍ମାଣ ହିନ୍ଦୁମାନେ କରିଥିଲେ । ସେପଟେ ମନ୍ଦିରର ପରାମର୍ଶଦାତା ହେଉଛନ୍ତି ଜଣେ ନାସ୍ତିକ । ଯିଏକି କୌଣସି ଧର୍ମର ନୁହେଁ । ଏଭଳି ଭାବେ ଏହି ମନ୍ଦିରଟି ନିର୍ମାଣ କରାଯାଇଛି ।

ଡ୍ରୋନକୁ ଚକମା ଦେବାକୁ ଗୁଡି଼ ଉଡାଉଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ: କୃଷକ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ଦ୍ବିତୀୟ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିଛି । ହରିୟାଣା ସୀମାରେ ଏହି ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ପାଇଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ଛଡ଼ାଯାଇଛି । ଡ୍ରୋନ ସାହାର୍ଯ୍ୟରେ ଳୁହାବୁହା ଗ୍ୟାସ ଛଡ଼ାଯାଉଥିବାବେଳେ ଚାଷୀମାନେ ଗୁଡ଼ି ଉଡ଼ାଇ ଏହାକୁ ପ୍ରତିବାଦ କରିବା ପାଇଁ ଗୁଡ଼ି ଉଡ଼ାଉଛନ୍ତି । ଡ୍ରୋନକୁ ଚମକା ଦେଇ ଖାସାଇ ଦେବାକୁ ଚାଷୀମାନେ ଏଭଳି ଗୁଡ଼ି ଉଡ଼ାଇଥିବା ଜଣାପଡ଼ିଛି । ହରିୟାଣା ପୋଲିସ ଏବଂ ସୁରକ୍ଷା କର୍ମୀମାନେ ଚାଷୀଙ୍କୁ ଅଟକାଇବା ପାଇଁ ଡ୍ରୋନ ଉଡ଼ାଇଥିବାବେଳେ ଚାଷୀମାନେ ପ୍ରଥମେ ଢ଼େଲା ମାରିଥିଲେ । ମାତ୍ର ଉଚ୍ଚତା କାରଣରୁ ଏହାକୁ ଲକ୍ଷ୍ୟ କରିପାରିନଥିଲେ । ସେପଟେ ହରିୟାଣାର ଜିନ୍ଦରେ ଥିବା ଚିନିକଳକୁ ଅସ୍ଥାୟୀ ହସ୍ପିଟାଲ କରାଯାଇଛି । ଅସୁସ୍ଥ ହେଉଥିବା ଆନ୍ଦୋଳନକାରୀ ଚାଷୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି ।

ବିଳମ୍ବିତ ରାତିରେ ବ୍ୟାଙ୍କରେ ସିନ୍ଧି କରି ଲୁଟ୍ ଉଦ୍ୟମ

ଉଦଳା: ବ୍ୟାଙ୍କରେ ସିନ୍ଧି କରି ଲୁଟ ଉଦ୍ୟମ। ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଆସିଲେ। ବ୍ୟାଙ୍କ କାନ୍ଥ ସିନ୍ଧି କରି ବ୍ୟାଙ୍କ ଭିତରେ ପଶିଲେ ହେଲେ ଲୁଟି ନ ପାରି ଅଧାରୁ ଚାଲିଗଲେ। କପ୍ତିପଦା ଥାନା ଶାଳଚୁଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଏଭଳି ଘଟଣା। ସକାଳୁ ବ୍ୟାଙ୍କ କାନ୍ଥରେ ସିନ୍ଧି ହୋଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସଟର ଖୋଲିଥିଲେ। ସଟର ଖୋଲିବା ପରେ ସାମ୍ନାକୁ ଆସିଥିଲା ଲୁଟେରାଙ୍କ କାରସାଦି। ଲୁଟେରାମାନେ ବ୍ୟାଙ୍କ ପଛପାଖ କାନ୍ଥ ସିନ୍ଧି କରି ବ୍ୟାଙ୍କରେ ପଶିବା ପରେ ସିସିଟିଭି ଭାଙ୍ଗିଛନ୍ତି। ଏହା ପରେ ଲୁଟେରାମାନେ ଷ୍ଟ୍ରଙ୍ଗରୁମ ଚାବି ଭାଙ୍ଗିଥିଲେ ସୁଦ୍ଧା ଷ୍ଟ୍ରଙ୍ଗ ରୁମ ଖୋଲି ନପାରି ଫେରି ଯାଇଥିବା ପୋଲିସ ଜାଣିବାକୁ ପାଇଛି। ବାରିପଦାରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି।