spot_img
Home Blog Page 2208

୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଏମିତି ଠକୁଥିଲେ ମହିଳା

ଭୁବନେଶ୍ବର: ନୟାପଲ୍ଲୀ ପୋଲିସ ଜାଲରେ ଲେଡି 420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକିଛନ୍ତି ଏହି ମହିଳା । ଶୁଭଶ୍ରୀ ବାରିକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଓଲା ଗାଡି ଭଡାରେ ନେଇ ରାଜଧାନୀରେ ଘୁରି ବୁଲେ, ବିଭିନ୍ନ ପ୍ରକାର ବାହାନା ଦେଖାଇ ଛୁ ମାରେ । ପାଖାପାଖି ମାସେ ହେବ ଏଭଳି ତରିକା ଆପଣାଇ ଓଲା ଡ୍ରାଇଭରଙ୍କୁ ଠକୁଥିଲା ଏହି ଠକ । ଶେଷରେ ଆଜି କିଛି ଓଲା ଡ୍ରାଇଭର ଏହି ଠକ ଯୁବତୀଙ୍କୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଏକାଧିକ ଓଲା ଡ୍ରାଇଭର ଆଜି ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଜାଣନ୍ତୁ କେଉଁ ଦିନ ଜୋତା ଏବଂ ଚପଲ କିଣିବା ଅଶୁଭ

ଭୁବନେଶ୍ବର: ଆଧୁନିକ ଦୁନିଆରେ ଆଜି ମଧ୍ୟ ଅନେକ ଲୋକ ସାମାଜିକ ରୀତି ନୀତିକୁ ମାନି ଚଳନ୍ତି । ଯଦିଓ କିଛି କିଛି ଲୋକ ଏହାକୁ ବିଶ୍ବାସ କରନ୍ତି ନାହିଁ ତଥାପି ଆଜି ମଧ୍ୟ ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାମ କରନ୍ତି । ଜ୍ୟୋତିର୍ବିଦଙ୍କ ଉପଦେଶ ଅନୁସାରେ ଲୋକେ କେଉଁ ରଙ୍ଗର ଗାଡ଼ି କିଣିବେ କେଉଁଦିନ ଶୁଭ, କେଉଁଦିନ ଅଶୁଭ ମାନନ୍ତି। ତେବେ ଚପଲ ଏବଂ ଜୋତା ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଥିବାବେଳେ କେଉଁଦିନ ଏହା କିଣିଲେ ଅଶୁଭ ହୋଇଥାଏ ଜ୍ୟୋଜିର୍ବିଦମାନେ କୁହନ୍ତି । ମାନାଯାଏ କି, ମଙ୍ଗଳବାର, ଶନିବାର, ଚନ୍ଦ୍ରଗ୍ରହଣ ଏବଂ ଅମାବାସ୍ୟାରେ ଜୋତା ଚପଲ କିଣିବା ଅଶୁଭ ମାନାଯାଏ । ଏହିଦିନ ମାନଙ୍କରେ କିଣିଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ । କୁହାଯାଏ କି, ଶନିବାର ଜୋତା କିମ୍ବା ଚପଲ କିଣିଲେ ଶନି ଦଶା ପଡ଼ିଥାଏ ।

ତେବେ ବିଶ୍ବାସ ରହିଛି କି, ଶୁକ୍ରବାର ଦିନ ଜୋତା କିମ୍ବା ଚପଲ କିଣିବା ଶୁଭ ହୋଇଥାଏ । ଏହା ହେଉଛି ସର୍ବୋତ୍ତମ ଦିନ । ଶନିବାର ମନ୍ଦିର ଆଗରେ ଚପଲ ଛାଡ଼ି ଆସିବା ଦ୍ବାରା ଶନିଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଶେଜ ପାଖରେ କେବେ ମଧ୍ୟ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ।

 

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ!

ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବୋତଲରୁ ଆମେ ଅନେକ ସମୟରେ ପାଣି ପିଉଥାଉ। ତେବେ ଜାଣିଛନ୍ତି କି ଏହି ପ୍ଲାଷ୍ଟିକ ବୋତଲରେ ଥିବା ପାଣି ମନୁଷ୍ୟ ଶରୀର ଲାଗି କେତେ କ୍ଷତିକାରକ। ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।

ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ । ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି। ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ ୧୦ରୁ ୧୦୦ ଗୁଣା ଅଧିକା। ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।

ଆମେରିକାରେ ହୋଇଥିବା ଏକ ଗବେଷଣାରେ ୩ଟି ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ ବୋତଲରେ ଥିବା ପାଣିକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ୩ ବୋତଲରେ ଥିବା ପାଣିରେ ୧ ଲକ୍ଷ ୧୦ ହଜାରରୁ ୩ ଲକ୍ଷ ୧୦ ହଜାର ନାନୋପ୍ଲାଷ୍ଟିକ କଣିକା ଥିବା ଜଣାପଡିଥିଲା । ସେଥିମଧ୍ୟରୁ ୯୦ ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ ୧୦ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । ସ୍ବାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବକୁ ଭିତ୍ତିକରି ଏହି ସୂଚନା ଦେଇଛନ୍ତି ଗବେଷକ। ଆମେରିକାର ପ୍ରୋସିଡିଂ ଅପ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଉମ୍ରାନ ମଲ୍ଲିକଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ଏମିତି କହିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଉମ୍ରାନ ମଲ୍ଲିକ ଦୀର୍ଘଦିନ ହେବ ଟିମରେ ସ୍ଥାନ ପାଇନାହାନ୍ତି । ଟିମ ଇଣ୍ଡିଆର ବିଶ୍ବକପରେ ଦଳରେ ସ୍ଥାନ ଦେବା ପାଇଁ ଆଶା କରାଯାଉଥିବା ଉମ୍ରାନ ମଲ୍ଲିକ ନିୟମିତ ଦଳ ବ୍ୟତିତ ଇଣ୍ଡିଆ-ଏ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ । ଯାହାକୁ ନେଇ ଆକାଶ ଚେପ୍ରା ନିଜ ୟୁ୍ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଉମ୍ରାନଙ୍କ ପାଇଁ ଯୁକ୍ତି ବାଢ଼ିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ଉମ୍ରାନଙ୍କ ଭଳି ଜଣେ ଦୃତ ବୋଲରଙ୍କୁ ଦଳରେ ସ୍ଥାନ ନଦେବା ଦ୍ବାରା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ୩ ମାସ ହେବ ସେ କେଉଁ ଦଳରେ ମଧ୍ୟ ନଜର ଆସିନାହାନ୍ତି। ଏହା ତାଙ୍କ ସହ ଭଲ ହେଉନାହିଁ । ଶେଷଥର ପାଇଁ ଉମ୍ରାନ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଗତ ବର୍ଷ ଫେବୃଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ ଖେଳିଛନ୍ତି । ଯଦି ତାଙ୍କ କ୍ୟାରିୟର ଉପରେ ନଜର ପକାଇବା ତାହେଲେ ୧୦ଟି ଦିନିକିଆ ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଯଦି ଟି-୨୦ କଥା କହିବା ତାହେଲେ ସେ ୮ଟି ମ୍ୟାଚରେ ୧୧ ଓ୍ବିକେଟ ନେଇଥିଲେ । ଉମ୍ରାନଙ୍କ ବୋଲିଂ ଗତି ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହୋଇଛନ୍ତି । ଆଇପିଏଲରେ ତାଙ୍କ କ୍ୟାରିୟର ମଧ୍ୟ ଭଲ ରହିଛି । ଭାରତ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଥିବାବେଳେ ଉମ୍ରାନଙ୍କୁ ଦଳରେ ସ୍ଥାନ ମିଳିନାହିଁ । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଖେଳାଯିବାକୁ ଥିବାବେଳେ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୋ ସ୍ଥାନ ମିଳିନାହିଁ । ଏଣୁ ବିଶ୍ବକପ ଦଳରେ ତାଙ୍କ ସ୍ଥାନ କିଭଳିଭାବେ ସୁରକ୍ଷିତ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ରେକର୍ଡ କଲା ରଣବୀର କପୁରଙ୍କ ’ଆନିମଲ’, ’ପଠାନ’କୁ ପଛରେ ପକାଇ ରୋଜଗାର କଲାଣି…

ମୁମ୍ବାଇ: ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ’ଆନିମଲ’ ବକ୍ସ ଅଫିସରେ କମାଲ କରିଛି । ପଠାନକୁ ପଛରେ ପକାଇଛି ଆନିମଲ । ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ସର୍ବାଧିକ ରୋଜଗାର କରିଥିବା ୫ଟି ଫିଲ୍ମ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି । ଏକ ନମ୍ବରରେ ଶାହାରୁଖ ଖାନଙ୍କ ଅଭିନୀତି ଫିଲ୍ମ ’ଜଓ୍ବାନ’ ଏକ ନମ୍ବର ସ୍ଥାନରେ ରହିଛି । ଜଓ୍ବାନ ୬୪୫ କୋଟି ରୋଜଗାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ଆନିମଲ ୫୫୦.୫୭ କୋଟି ଟଙ୍କା ଆଦାୟ କରିଛି । ତିନି ନମ୍ବରେ ପଠାନ ଏବଂ ଚତୁର୍ଥ ସ୍ଥାନରେ ଗଦର-୨ ରହିଛି । ୨୦୨୩ରେ ରିଲିଜ ହୋଇଥିବା ଅନେକ ଫିଲ୍ମ ହିଟ ହୋଇଥିବାବେଳେ ଏହି ୫ ଫିଲ୍ମ ଅଧିକ ରୋଜଗାର କରିଛି । ସେପଟେ ଆନିମଲ ରିଲିଜ ହେବାର ଏକ ମାସ ହୋଇଗଲାଣି । ତଥାପି ଫିଲ୍ମର ଚାହିବା ରହିଛି । ବବି ଦେଓ୍ବଲଙ୍କ ଅଳ୍ପ ସମୟର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ପାଇଁ ୪୫୦ କୋଟି ଟଙ୍କା ମଂଜୁର

ନବରଙ୍ଗପୁର: ନବରଙ୍ଗପୁର ରାଇଘରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା  । ଗତ ମାର୍ଚ୍ଚ ମାସରେ ନବରଙ୍ଗପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ଅଗତ କରିଛନ୍ତି 5T ଅଧ୍ୟକ୍ଷ  । ୯ ମାସ ଭିତରେ ନବରଙ୍ଗପୁର ଜିଲ୍ଲା ୪୫୦ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଉମରକୋଟ୍ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଂଜୁର ହୋଇଛି  । ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଜାଡ଼ିଗାଁ, ରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି  । କଲେଜ ଗୁଡ଼ିକରେ ଚଳିତବର୍ଷରୁ ନାମଲେଖା ହେବ  । ଲୋକମାନେ ଦେଇଥିବା ଦରଖାସ୍ତର ବିଚାର କରାଯାଇ ଆସନ୍ତା ୧୦ଦିନରେ ଖୁସି ଖବର ଦିଆଯିବ ବୋଲି 5T ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି  ।

ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଉନ୍ନତି ପାଇଁ ଲୋକମାନଙ୍କୁ ଖୁସି ଖବର ମିଳିବ  । ଏହାସହି ମାସେ ଭିତରେ ଦରଖାସ୍ତର ଉତ୍ତର ପାଇବେ ଜନସାଧାରଣ  । ପାଣ୍ଡିଆନ କହିଥିଲେ , ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ପଂଜୀକରଣ ଚାଲିଛି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ  । ବିଏସକେଓ୍ବାଇ କାର୍ଡ ପାଇନଥିବା ସମସ୍ତେ ଏଥିପାଇଁ ଆବେଦନ କରିପାରିବେ । ସହରାଞ୍ଚଳ ଲୋକ, ସରକାରୀ କର୍ମଚାରୀ ପରେ ଯୋଜନାର ଲାଭ ପାଇବେ । ଅନ୍ୟପଟେ ଆସନ୍ତା ୨ ମାସ ଭିତରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବ  ।। ମକା ଚାଷୀଙ୍କୁ ସହଯୋଗ କରିବାକୁ ମକା ମିଶନ ଆରମ୍ଭ କରିଛନ୍ତି । ମଧୁବାବୁ ଭତ୍ତା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି ପାଣ୍ଡିଆନ କହିଛନ୍ତି ।

ରାଗିଂ ଅଭିଯୋଗ ଆସିଲେ ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ

ଭୁବନେଶ୍ବର: ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସବୁବେଳେ ସାଇଟରେ ଦିଆଯାଇଥିବା ଫର୍ମାଟରେ ଅପଲୋଡ୍‌ କରିବେ ।

ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ସମ୍ପୃକ୍ତ କଲେଜ କିମ୍ବା ବିଶ୍ବବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେମାନେ ହିଁ ଶିକ୍ଷାର ବାତାବରଣରେ ପରିବର୍ତ୍ତନ ଆଣି ପାରିବେ । ନହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ।

କାରକୁ ପିଟିଲା ଟ୍ରକ, ଦୁଇ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପିଟିଲା ଟ୍ରକ ,ଘଟଣାରେ ଦୁଇ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ।ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ । ମୃତକ ଦ୍ୱୟ ହେଲେ ଇନ୍ସପେକ୍ଟର ଦିନେଶ ବେନିୱାଲ ଓ ଇନ୍ସପେକ୍ଟର ରଣବୀର । ଉଭୟ ଦିଲ୍ଲୀ ପୁଲିସ୍‌ରେ କାମ କରୁଥିବା ଜଣାଯାଇଛି । ଗାଡ଼ିଟି ସୋନିପଥର କୁଣ୍ଡଳୀ ବର୍ଡର ଦେଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ  ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୋଲିସ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି  । ଏଥିସହ ଘଟଣା ସ୍ଥଳରେ ଦୁଇ ପୋଲିସ ଇନସପେକ୍ଟରଙ୍କରଙ୍କ ମୃତ୍ୟୁ ଘଟିଛି  ।  ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି  ।

 

ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା, ୧୪ଟି ଟିମ ମିଶି କରୁଛନ୍ତି ଗଣନା

ଅନୁଗୁଳ: ଅନୁଗୁଳ ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ସାତକୋଶିଆ, ଆଠମଲ୍ଲିକ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ୧୪ଟି ଟିମ୍‌ ବିଭିନ୍ନ ଜାଗାକୁ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି। ବନ ବିଭାଗର ୧୪ଟି ଦଳ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି। ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିଲୋମିଟର ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଗଣନା ନିମନ୍ତେ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ବୋଟିଂ । କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ଵତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ଗଣନା କାର୍ଯ୍ୟର ତଦାରଖ କରୁଛନ୍ତି ।

ଏମଭିଆଇଙ୍କ ପୁଳା ପୁଳା ସମ୍ପତ୍ତି, ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରହିଛି ୨୭ଟି ପ୍ଲଟ

ନୟାଗଡ଼: ନୟାଗଡ଼ ଏମଭିଆଇଙ୍କ ପୁଳା ପୁଳା ସମ୍ପତ୍ତି । ଭିଜିଲାନ୍ସ ଚଢ଼ାଉ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ରେଡ୍ ବେଳେ ଗୋଟିଏ ଦୁଇ ମହଲା କୋଠା ସହ ଗୋଟିଏ ଏକ ମହଲା କୋଠା ଠାବ ହୋଇଛି । ସେହିପରି ମୋଟ ୨୭ଟି ପ୍ଲଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଏଥିରୁ ୧୦ ପ୍ଲଟ ବେନାମୀ ଥିବା ଜଣାପଡିଛି । ଏହାଛଡ଼ା ୪ଟି ଚାରି ଚକିଆ ଗାଡି ବେନାମୀ ଥିବା ମଧ୍ୟ ଜଣାପଡିଛି ।

ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୨୭ଟି ଜାଗା ରହିଛି । ପଥରଗାଡିଆ ମୌଜାରେ ୧୨ଟି ପ୍ଲଟ ଓ ଦାରୁଠେଙ୍ଗରେ ୨ଟି, ସାମପୁର, ପାଣ୍ଡରା, ରଘୁନାଥପୁର ମୌଜାରେ ଗୋଟିଏ ଲେଖାଏ ପ୍ଲଟ ଠାବ ହୋଇଛି । ସେହିପରି ୧୦ଟି ବେନାମୀ ପ୍ଲଟ ମଧ୍ୟରେ ପଥରଗାଡିଆରେ ୬ଟି, ରଣସିଂହପୁରରେ ୩ଟି ଓ ଦୁତିଆଳରେ ଗୋଟିଏ ପ୍ଲଟ ରହିଛି । ଏହି ସବୁ ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଛି । ଠାବ ହୋଇଥିବା ପ୍ଲଟକୁ ବାଦଦେଲେ ବ୍ୟାଙ୍କ ପୋଷ୍ଟାଲ, ବୀମା ସହ ଅନ୍ୟାନ୍ୟ ଜମା ଥିବା ଜଣାପଡିଛି ।