spot_img
Home Blog Page 22

ଦେବଗଡ଼ରେ ଲଜ୍ଜା: ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼ରେ ଲଜ୍ଜା । ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଦେବଗଡ଼ ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଅଘଟଣ । ଦୁଷ୍କର୍ମକାରୀ ଯୁବକକୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଅଭିଯୁକ୍ତ ବାରକୋଟ ଥାନାଞ୍ଚଳ ବାଲିରୋଇ ଗ୍ରାମର ୨୨ବର୍ଷୀୟ ଉତୀତ ପାତ୍ର l ପୋଲିସ ହେପାଜତରେ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି l ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ l

ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ କଡ଼ା ସମାଲୋଚନା କଲେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ଦେଇଥିବା ବକ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ସାଧାରଣତନ୍ତ୍ର ଦିବସ ଅଭିଭାଷଣ ଶୋଭା ପାଏନି। ତାଙ୍କ ସରକାରକୁ ୧୯ ମାସ ହେଲାଣି। ବିକାଶ ଗୋଟେ ନିରବଚ୍ଛିନ୍ନ ପ୍ରକ୍ରିୟା। ବିଜେପି ସରକାର ଯେଉଁ ମାନସିକତା ପ୍ରକଟ କରୁଛନ୍ତି ଯେ ସବୁ କରି ଦେବୁ, ଆଗ କରନ୍ତୁ। ନବୀନ ପଟ୍ଟନାୟକଙ୍କ ସରକାର ସମୟର ବିକାଶକୁ ନୀତି ଆୟୋଗଠାରୁ ଆରମ୍ଭ କରି ଉପା, NDA ସବୁ ସରକାର ପ୍ରଶଂସା କରିଛନ୍ତି। ତାହା ସ୍ୱୀକାର କରନ୍ତୁ। କହିଲେ, ବାଲି, ଖଣି ମାଫିଆଙ୍କୁ ଧରିବା ଥୟ। କିଛି ଦ୍ବିମତ ନ ହେଉ। ପ୍ରତିଶୃତି ରକ୍ଷା କରନ୍ତୁ। ତୋ ବାକ୍ୟ ତୁ ହିଁ ରକ୍ଷା କର, ହେ ସୌଦାଗର ବୋଲି କହିଛନ୍ତି ଦେବୀ ମିଶ୍ର।

ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି।

ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟ ପଥରେ ‘ବନ୍ଦେ ମାତରମ’ର ଝଲକ ଦେଖିବାକୁ ମିଳିଥିଲା । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଏହି ପ୍ରଜ୍ଞାପନ ଦର୍ଶାଇଥିଲା । ପ୍ରଜ୍ଞାପନ ମେଢ଼ରେ କୋରାପୁଟ୍ କଫି ଓ କୋଣାର୍କ ମନ୍ଦିରର ଝଲକ ଦେଖିବାକୁ ମିଳିଥିଲା । ଏଥିସହିତ ମହିଳାଙ୍କ ନେତୃତ୍ବ ଓ ସେମି କଣ୍ଡକ୍ଟର ଚିପକୁ ମଧ୍ୟ ଦର୍ଶାଇଥିଲା । ଏକତା ଓ ବିବିଧତାର କଳା ପ୍ରଦର୍ଶିତ ହୋଇଥିଲା  । ଏଥର ବେଶ ଆକର୍ଷଣୀୟ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିରେ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ଥାନ ପାଇଥିଲା। ପିପିପିଲର ଚାନ୍ଦୁଆ, ଘୋଡ଼ାନାଚ ଆଜି ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ପଥର ଖୋଦେଇ କରି ମୂର୍ତ୍ତି ନିର୍ମାଣ ଓ ବାଉଁଶରେ ଆସବାବପତ୍ର ନିର୍ମାଣ ମଧ୍ୟ ପ୍ରଦର୍ଶିତ ହୋଇଛି।

ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ: ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ଯପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କଲେ ପୁରୀର ସାହି ଯାତ । ଏହା ହେଉଛି ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟର ପରିଚୟ। ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି। ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ଏହି ନୃତ୍ୟ ପରିବେଷଣ ହୋଇଛି । ପୁରୀ ଜିଲ୍ଲାର ବଡଘୋଡା ନାଚ ପରିବେଷଣ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଛି। ଏହା ସହ ୧୨ ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ 

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ। ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କଲେ ପୁରୀର ସାହି ଯାତ । ଏହା ହେଉଛି ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟର ପରିଚୟ। ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି। ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ଏହି ନୃତ୍ୟ ପରିବେଷଣ ହୋଇଛି । ପୁରୀ ଜିଲ୍ଲାର ବଡଘୋଡା ନାଚ ପରିବେଷଣ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଛି। ଏହା ସହ ୧୨ ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି।

ଶଙ୍ଖ ଭବନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ ହୋଇଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ଦେଶର ମହାପୁରୁଷମାନଙ୍କୁ ସମସ୍ତେ ମନେ ପକାଇଥିଲେ । ସେମାନଙ୍କ ତ୍ୟାଗ, ସେବା ଓ ବଳିଦାନ ଯୋଗୁଁ ଆଜି ଦେଶରେ ସ୍ୱାଧୀନ ନାଗରିକ ଭାବେ ସମସ୍ତେ ରହୁଛନ୍ତି । ସେମାନଙ୍କ ମାର୍ଗ ଅନୁସରଣ କରି ଆଗେଇବାକୁ ସମସ୍ତେ ଶପଥ ନେଇଛନ୍ତି ।

ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ: ପେଟର ଭୋଟ ମେଣ୍ଟାଉଛି ଭାତ ସହ ଲୁଣ ଓ ଲଙ୍କା

ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ: ପେଟର ଭୋଟ ମେଣ୍ଟାଉଛି ଭାତ ସହ ଲୁଣ ଓ ଲଙ୍କା

ନନ୍ଦିଘୋଷ ବ୍ୟୁରୋ: ଆଜି ଆମେ ଏଭଳି ଏକ ଗାଁ ସମ୍ପର୍କରେ କହିବାକୁ ଯାଉଛି ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେନି । ଲୋକଙ୍କ ପାଖରେ ପହଞ୍ଚି ପାରନି ମୌଳିକ ସୁବିଧା ସୁଯୋଗ । ଯନ୍ତ୍ରଣାରେ କାଳ କାଟୁଛନ୍ତି ପିଲାଠୁ ବୟସ୍କ । ଡିଜିଟାଲ୍ ଇଣ୍ଡିଆର ନାରା ଦିଆଯାଉଥିବାବେଳେ ଏଠାରେ ମଣିଷ ନିଜ ପରିଚୟ ଖୋଜୁଛି । ଏଠିକାର ଲୋକଙ୍କ ପାଖରେ ନା ଅଛି ଆଧାର କାର୍ଡ, ନା ଅଛି ଭୋଟର ଆଇଡି । ଭାତ ଥାଳିରେ ଡାଲି, ତରକାରୀ ବଦଳରେ ସାହାରା ପାଲଟିଛି  ଲୁଣ, ଲଙ୍କା ଓ ଜଙ୍ଗଲୀ କନ୍ଦା । ଆଉ ଏହି ଗାଁଟି ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତର କୋହ୍ଲସାହି ।

ସତେ ଯେମିତି ବିକାଶ ଏଠି ଆଖିଠାର ମାରୁଛି । ସ୍ବାଧୀନତାକୁ ୭୮ ବର୍ଷ ପୂରିଥିଲେ ବି ଏମାନେ ନିଜ ମାଟିରେ ଖୋଜୁଛନ୍ତି ପରିଚୟ । ଏଠାରେ ବସବାସ କରନ୍ତି ୧୦ଟି ଭୂମିହୀନ ଆଦିବାସୀ ପରିବାର । ନା ମୁଣ୍ଡ ଗୁଞ୍ଜିବାକୁ ଅଛି ପକ୍କା ଘର, ନା ଅଛି ବିଦ୍ୟୁତ୍ ସଂଯୋଗ । ଝାଟିମାଟି ଛୋଟ କୁଡ଼ିଆ ସାହା ଭରସା । ଏମାନଙ୍କ ପାଖରେ ନାହିଁ ଆଧାର କାର୍ଡ କି ରାସନ କାର୍ଡ । କୌଣସି  ନେତା ଓ ମନ୍ତ୍ରୀଙ୍କ ପାଦ ଏହି ମାଟିରେ ପଡ଼ି ନାହିଁ । ଆଜିଯାଏଁ ନିର୍ବାଚନର ସ୍ୱାଦ ଚାଖିନାହାନ୍ତି ଏଠାକାର ଲୋକେ ।

ଭାତ ଥାଳିରେ ବାସୀ ଭାତ ସହ ଟିକେ ଲଙ୍କା ଗୁଣ୍ଡ । ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ । ଏଠାକାର ଲୋକଙ୍କ ପାଇଁ ଏହା ନିତିଦିନିଆ ବାସ୍ତବତା । ହାତରେ ମୁଠାଏ ବାସୀ ଭାତ ଆଉ ଲୁଣ, ଲଙ୍କା । ଏହାକୁ ଖାଇ ଜୀବନ ବଞ୍ଚୁଛନ୍ତି ଏହି ଅଭାବୀ ମଣିଷ । ତିଅଣ ଏଠି ସାତସପନ । କେବେ ଭାଗ୍ୟରେ ଭଲ ଥିଲେ ଜଙ୍ଗଲରୁ ମିଳେ ‘କନ୍ଦା’ । ସରକାରଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ଏଠି କାଗଜ କଲମରେ ସୀମିତ ।

ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା

ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା । ଚାଷୀଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି । କଟନି ଛଟନି ସହିତ ଶୋଷଣର ଶିକାର ହେଉଛନ୍ତି ଚାଷୀ । କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବାରୁ ବଢ଼ୁଛି ଅସନ୍ତୋଷ । ସେପଟେ ସରକାର କେବଳ ଚାଷୀଙ୍କୁ ବାହାସ୍ଫୋଟ ମାରି ଭୁଆଁ ବୁଲାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।

କେବେ ସରକାର କିଣିବେ ଚାଷୀଙ୍କ ଧାନ ?

ଗଞ୍ଜାମ ଜିଲ୍ଲାରେ ଗତ ଡିସେମ୍ବର ୨୩ରୁ ଖୋଲିଛି ମଣ୍ଡି । ହେଲେ ଏଯାଏଁ ଅଧିକାଂଶ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ବସ୍ତା ଧାନ । କିଏ ଶୀତ କାକରରେ ଖଳା ମୁଣ୍ଡରେ ଧାନକୁ ଜଗି ବସିଛି ତ ପୁଣି ଆଉ କିଏ ଘର, ବାରଣ୍ଡା ଓ ମନ୍ଦିର ପ୍ରାଙ୍ଗଣରେ ଅମଳ ଧାନକୁ ସାଇତି ରଖିଛି ।

ମିଲରଙ୍କ ମନମାନୀ !

ସେପଟେ ମିଲରେ ଚାଲୁଛି ମିଲରଙ୍କ ମନମାନୀ । ପ୍ରତି କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସୂତା ଅଖା ପାଇଁ ମିଲରେ ୭ ଶହ ଗ୍ରାମ କଟିଲା ପରେ ପୁଣି ୬ କିଲୋ ନେଉଥିବାରୁ ବଢୁଛି ଅସନ୍ତୋଷ । ପ୍ରତି ବ୍ଲକରେ ଚାଷୀଙ୍କଠାରୁ ଖୋଲା ଖୋଲି ମିଲର ଶୋଷଣ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଚାଷୀ ଅଭିଯୋଗ କଲେ ସେମାନଙ୍କୁ ସୋସାଇଟି କର୍ମଚାରୀ ନାଲି ଆଖି ଦେଖାଇବା ଓ ଅଖା ନଦେବା ଭଳି ଅଭିଯୋଗ ଧରାକୋଟ ଅଞ୍ଚଳରୁ ଆସିଛି । ଘଟଣାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଜେନା ହସ୍ତକ୍ଷେପ କରିବା ପରେ ଚାଷୀଙ୍କୁ ଅଖା ମିଳିଛି । କଟନୀ ଛଟନୀ ନେଇ କୌଣସି ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ଆରଜେଡି କାର୍ଯ୍ୟକାରୀ ସଭାପତି ହେଲେ ତେଜସ୍ବୀ ଯାଦବ

ଆରଜେଡି କାର୍ଯ୍ୟକାରୀ ସଭାପତି ହେଲେ ତେଜସ୍ବୀ ଯାଦବ

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ଜନତା ଦଳର କାର୍ଯ୍ୟକାରୀ ସଭାପତି ହେଲେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତେଜସ୍ବୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

ଏହି ଅବସରରେ ତେଜସ୍ବୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବଡି ଦେବୀ ଉପସ୍ଥିତ ଥିଲେ । ତେଜସ୍ବୀଙ୍କ ଏହି ଉତ୍ତରଣ ଦଳର ସାଂଗଠନିକ ବିନ୍ୟାସକୁ ସୁଦୃଢ଼ କରିବା ସହ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ତେଜସ୍ବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

ତେବେ ତେଜସ୍ବୀଙ୍କୁ ଏହି ପଦବୀ ଦେବା ପରେ ଖୁସିନାହାନ୍ତି ଭଉଣୀ ରୋହିଣୀ ଆଚାର୍ଯ୍ୟ । ଗତ ବିଧାନସଭା ନିର୍ବାଚନ ପରେ ନିଜକୁ ରାଜନୀତିକୁ ଦୂରେଇବା ସହ ଏହି ପରାଜୟ ଲାଗି ତେଜସ୍ବୀଙ୍କୁ ଦାୟୀ କରିଥିଲେ ସେ । ୨୦୧୫ରେ ପ୍ରଥମ ଥର ଲାଗି ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାସହ ସଡ଼କ ଓ ପୂର୍ତ୍ତ ବିଭାଗ ଦାୟିତ୍ବ ସମ୍ଭାଳି ଥିଲେ । ୨୦୨୨ରେ ପୁଣି ଥରେ ତେଜସ୍ବୀ ନୀତୀଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ହେବ ପଞ୍ଚାୟତ ନିର୍ବାଚନ

ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ହେବ ପଞ୍ଚାୟତ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ:  ନିର୍ଦ୍ଧାରିତ ସମୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଧନ ପାଢ଼ୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସବଡିଭିଜନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲପାଳଙ୍କ ସହ ବୈଠକ ହୋଇଛି । ବୁଥ, ବାଲଟ ବକ୍ସ ସହ ଯାହା ଯାହା ଆବଶ୍ୟକ ସେନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯେଉଁ ସ୍ତରରେ କାମ ହେବା କଥା ତାହା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।