spot_img
Home Blog Page 2188

ଟ୍ରକ ଧକ୍କାରେ ବାପା ଓ ପୁଅ ମୃତ, ଖବର ପାଇ ହୃଦଘାତରେ ଦାଦାଙ୍କ ମୃତ୍ୟୁ

କେନ୍ଦୁଝର : ଟ୍ରକ ଧକ୍କାରେ ବାପା ଓ ପୁଅ ମୃତ। ଖବର ପାଇ ହୃଦଘାତରେ ଦାଦାଙ୍କ ମୃତ୍ୟୁ ହୋଇଛି। ଏପରି ମର୍ମନ୍ତୁଦ ଘଟଣା ଘଟିଛି କେନ୍ଦୁଝର ଘଟଗାଁରେ। ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣଙ୍କ ମୃତ୍ଯୁ ଘଟିଥିଲା।

ଅପରପଟେ ଏହି ଖବର ଗାଁରେ ପହଞ୍ଚିବା ପରେ ପୁଅର ଦାଦା ସମରା ମୁଣ୍ଡାଙ୍କ ହୃଦଘାତରେ ମୃତ୍ଯୁ ଘଟିଥିଲା। ଦୁର୍ଘଟଣା ପରେ ଉତ୍ତ୍ଯକ୍ତ ଲୋକେ କ୍ଷତିପୂରଣ ଦାବିରେ NH-20କୁ ଅବରୋଧ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଏନସିପି ଶରଦ ପାୱାର ଦଳକୁ ମିଳିଲା ନୂଆ ସଙ୍କେତ ‘ତୂରୀ ବାଦକ’

ବ୍ୟୁରୋ ରିପୋର୍ଟ: ଏନସିପି ଶରଦ ପାଓ୍ବାରଙ୍କ ଦଳକୁ ମିଳିଛି ନୂଆ ନିର୍ବାଚନୀ ଚିହ୍ନ। ଶରଦ ପାଓ୍ବାରଙ୍କ ଦଳକୁ ନୂଆ ନିର୍ବାଚନୀ ସଙ୍କେତ ‘ତୂରୀ ବାଦକ’ ଚିହ୍ନ ମିଳିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଚିହ୍ନ ଜାରି କରାଯାଇଛି। ମହାରାଷ୍ଟ୍ରର ସମସ୍ତ ସଂସଦୀୟ କ୍ଷେତ୍ରରେ ଏହି ଚିହ୍ନ ବ୍ୟବହାର କରିପାରିବ ଦଳ।  ଅଜିତ ପାଓ୍ବାର ଘଡି ଚିହ୍ନ ଛଡ଼ାଇନେବା ପରେ ଶରଦ ପାଓ୍ବାରଙ୍କୁ ମିଳିଛି ‘ତୂରୀ ବାଦକ’ ଚିହ୍ନ।

ଗୁରୁବାର ରାତିରେ ଏହି ଚିହ୍ନ ଦିଆଯାଇଥିବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କୁ ଏନସିପି ନାଁ ଓ ଘଣ୍ଟା ଚିହ୍ନ ଦିଆଯାଇଛି।

ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ ସେତୁ; ଉପକୃତ ହେବେ ୫ଟି ପଞ୍ଚାୟତ

ପୁରୀ: ଯାତାୟାତ ସୁବିଧା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସେତୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ । ଉପକୃତ ହେବେ ୫ଟି ପଞ୍ଚାୟତର ଶତାଧିକ ଲୋକ। ପୁରୀ କାକଟପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଗମନାଗମନ ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି।

କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତରେ ଅସ୍ତରଙ୍ଗ ବ୍ଲକ ଭଉଁରୀଆ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୫କୋଟି ୪୪ଲକ୍ଷ ୭୬ହଜାର ଟଙ୍କା ବ୍ୟୟ ଅଟକଳରେ ୬୨ମିଟର ସେତୁ ନିର୍ମାଣ ପାଇଁ ଶୁଭଭିତ୍ତି ପ୍ରସ୍ତର ସ୍ଥାପନ। ପାଣିଛତ୍ରରୁ ମହାଦେବବସ୍ତ ପ୍ରାଚୀ ନଦୀଉପରେ ବିଜୁ ସେତୁ ପାଇଁ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଶିଳାନ୍ୟାସ କରାଯାଇଛି ।

ଆଜିଠୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା !

ଭୁବନେଶ୍ୱର: ଆଜିଠୁ ରାଜ୍ଯରେ କମିବ ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ। ତେବେ ଆଜି କିଛି ସ୍ଥାନରେ ସ୍ଵାଭାବିକ ଠାରୁ ତାପମାତ୍ରା ଅଧିକ ରହିପାରେ। ମାତ୍ର ତାହା ପୂର୍ବାପେକ୍ଷା କମ ରହିବ।  କିନ୍ତୁ କାଲିଠାରୁ ତାପମାତ୍ରା ସ୍ଵାଭାବିକ ଓ ତାଠାରୁ କମ୍ ରହିବ। ୨୪ ଓ ୨୫ ତାରିଖରେ ସାରା ରାଜ୍ଯରେ ହାଲୁକାରୁ ମଧ୍ଯମଧରଣର ବର୍ଷା ହୋଇପାରେ।

ଗତକାଲି ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଏବେ ରାଜ୍ଯକୁ ସମୁଦ୍ର ମଧ୍ୟରୁ ବାୟୁ ଚଳାଚଳ ରହୁଛି। ଏହାର ପ୍ରଭାବରେ ଖରାର ପ୍ରକୋପ ହ୍ରାସ ପାଇବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନପାରେ। ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ଯୋଗୁ କିଛିଦିନ ହେଲା ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିଥିଲା ।

କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ଯୁ

ବ୍ୟୁରୋ ରିପୋର୍ଟ: କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ୟୁ। ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି. ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟି ହୋଇଯାଇଥିଲା କାର୍ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ୩୭ ବର୍ଷ ବୟସରେ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ ହୋଇଛି।

ତେଲେଙ୍ଗାନା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ ଲାସ୍ୟା ନନ୍ଦିତା। ତେଲେଙ୍ଗାନାରୁ ପ୍ରଥମ ଥର ବିଧାୟିକା ହୋଇଥିଲେ ଲାସ୍ୟା ନନ୍ଦିତା। ୨୦୧୬ରେ କାଭାଡିଗୁଡ଼ାର କର୍ପୋରେଟର ଭାବେ ଲାସ୍ୟା କାମ କରୁଥିଲେ। ତାଙ୍କ ବିଧାୟକ ବାପା ଜି. ସାୟାନାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ଦେଇ ବିଜୟୀ ହୋଇଥିଲେ।

ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ

ବ୍ୟୁରୋ ରିପୋର୍ଟ: ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ। ୧୯୬୯ରେ ପ୍ରଥମ ଥର ଲାଗି ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ଦେଇଥିଲେ ପାଦ। ପରଠାରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଲାଗି ଯୋଜନା ହୋଇଥିଲେ ବି ତାହା ରୂପାୟିତ ହୋଇପାରି ନଥିଲା। ଏହାର ଦୀର୍ଘ ବର୍ଷ ପରେ ଇନଟ୍ଯୁଟିଭ ମେସିନସ୍ ସହଭାଗିତାରେ ଚନ୍ଦ୍ରରେ ଅବତରଣ କରିଛି। ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ।

ତେବେ ଏହା ଦୁର୍ବଳ ସିଗନାଲ ଦେଉଥିବା ସୂଚନା ମିଳିଛି। ଚନ୍ଦ୍ରରେ ଅବତରଣ ପରେ ଏହା କୌଣସି ପ୍ରକାର ସିଗନାଲ ଦେବାକୁ ବିଫଳ ହୋଇଥିଲା। ମାତ୍ର ପରେ ଏହା ସାମାନ୍ୟ ସକ୍ରିୟ ହୋଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୩୦୦ କିଲୋମିଟର ଦୂର ମାଲାପେର୍ଟ-ଏ ନାମକ ବିପଜ୍ଜନକ ଗର୍ତ୍ତ ନିକଟରେ ଅବତରଣ କରିଥିଲା। ପ୍ରଖ୍ୟାତ ଜ୍ଯୋତିର୍ବିତ ଚାର୍ଲସ ମାଲାପେର୍ଟଙ୍କ ନାମାନୁସାରେ ଏହି ଗର୍ତ୍ତ ନାମିତ ହୋଇଥିବାବେଳେ ଏହା ଉପରେ ବର୍ତ୍ତମାନ ସୁଦ୍ଧା ବିଶେଷ ଗବେଷଣା କରାଯାଇନାହିଁ। ଗତ ଫେବ୍ରୁଆରୀ ୧୫ରେ କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକସ ଫାଲକନ-୯ ରକେଟରେ ଓଡିସସର ଉତକ୍ଷେପଣ ହୋଇଥିଲା। ଅତୀତରେ ଚନ୍ଦ୍ରକୁ ଯେଉଁ ପଥରେ ଆପୋଲୋ ମିଶନ ହୋଇଥିଲା ସେହି ପଥରେ ଚନ୍ଦ୍ରକୁ ଗତି କରିଥିଲା ଓଡିସସ। ଭାରତର ଚନ୍ଦ୍ରଯାନ-୩ ମିଶନ ପରି କିନ୍ତୁ ଓଡିସସର ଯାତ୍ରା ନଥିଲା। ମାତ୍ର ୮ ଦିନ ମଧ୍ଯରେ ଚନ୍ଦ୍ରକୁ ଯାଇଥିଲା ମହାକାଶଯାନ। ଏଥିରେ କ୍ରାୟୋଜେନି ପ୍ରପଲସନ ସିଷ୍ଟମ ରହିଥିଲା। କମର୍ସିଆଲ ଲୁନାର ପେଲୋଡ ସର୍ଭିସ ଇନିସିଏଟିଭରେ ଏଥିରେ ନାସା ଲାଗି ୬ଟି ପେଲୋଡ ପଠାଯାଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ । ୮୬ ବର୍ଷ ବୟସରେ ହୃଦଘାତରେ ମନୋହରଙ୍କ ଦେହାନ୍ତି ହୋଇଛି। ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଫେବୃଆରୀ ୨୧ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଥିଲେ। ଅବିଭକ୍ତ ଶିବସେନାର ସେ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ଲୋକସଭା ବାଚସ୍ପତି। ସେ ୧୯୩୭ ଡିସେମ୍ବର ୨ରେ ରାଇଗଡ ଜିଲ୍ଲାର ନାନ୍ଦଭିରେ ଜନ୍ମଗ୍ରହଣ କରିଥିଲେ। ଜଣେ ଶିକ୍ଷକରୁ ରାଜନେତା ହୋଇଥିଲେ ମନୋହର। ସେ ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିଲେ। ଶିବସେନା ସହ ପ୍ରାୟ ୪୦ ବର୍ଷ ଧରି ସମ୍ପର୍କରେ ଥିଲେ। ୧୯୬୮ରୁ ୧୯୭୦ ଯାଏ ସେ ଥିଲେ ମୁମ୍ବାଇ ମ୍ୟୁନିସପାଲ କାଉନସିଲର। ସେ ୧୯୭୬ରୁ ୧୯୭୭ ଥିଲେ ମୁମ୍ବାଇ ମେୟର। ୧୯୯୦ରେ ବିଧାୟକ ହୋଇଥିବା ମନୋହର ୧୯୯୯ରେ ମୁମ୍ବାଇ ନର୍ଥ-ସେଣ୍ଟ୍ରାଲରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ତାଲିମ ନେଲେ ଏସଏଚଜି ମହିଳା

ଭୁବନେଶ୍ୱର: ମହିଳାଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବାକୁ ସରକାରଙ୍କ ପ୍ରୟାସ। ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ମାଗଣା ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୩୦ ଜଣ ଏସଏଚଜି ମା’ ତାଲିମ ଶେଷ କରି ବାହାରିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ଏସଏଚଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା। ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ। ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍, ହେଡ୍ ମସାଜ୍ ଏବଂ ଥ୍ରେଡିଂ ଆଦି ଉପରେ ଶିଖିଥିଲେ।।

ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ମେକ୍ଅପ୍ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସଏଚଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ କରାଯାଇଥିଲା। ପରେ ଏସଏଚଜି ମା’ମାନେ ମିଶନ ଶକ୍ତି ଭବନକୁ ଆସି ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ କାର୍ତ୍ତିକେୟନ୍ ଓଡ଼ିଆ ବ୍ରାଇଡାଲ ମେକଅପ୍ ପାଠ୍ୟକ୍ରମ ଶେଷ କରିଥିବା ଏସ୍ଏଚଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ। ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ ଦ୍ବାରଫିଟା ନୀତି ହୋଇଛି। ରାତି ଗୋଟାଏ ୨୬ରେ ହୋଇଥିଲା ରାତ୍ର ପହୁଡ। ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ। ଅନ୍ଯାନ୍ଯ ନୀତି ପରେ ସକାଳ ୬ଟା ୩୦ରୁ ୮ଟା ମଧ୍ଯରେ ସକାଳଧୂପ କରାଯାଇ ୯ଟା ମଧ୍ଯରେ ମଇଲମ ବେଶ ନୀତି ସମ୍ପନ୍ନ ହେବ।

ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ଯରେ ମଧ୍ଯାହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ଯରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ସନ୍ଧ୍ଯା ସାଢେ ୬ଟାରେ ସନ୍ଧ୍ଯା ଆଳତି, ୭ଟାରୁ ରାତି ସାଢେ ୮ଟା ମଧ୍ଯରେ ସନ୍ଧ୍ଯା ଧୂପ, ରାତି ୧୦ଟାରେ ବଡସିଂହାର ବେଶ, ୧୦ଟା ୩୦ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି ୧୧ଟାରେ ରାତ୍ର ପହୁଡ଼ ପଡ଼ି ।  ମରାମତି କାର୍ଯ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ଯ ରଖାଯାଇଛି। ମରାମତି କାର୍ଯ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ମରାମତି ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଡୁଆ, CID ରେ ହାଜର ହେବେ ରାହୁଲ !

ବ୍ୟୁରୋ ରିପୋର୍ଟ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଡୁଆରେ। ଆଜି ଆସାମ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ ବା ସିଆଇଡିରେ ହାଜର ହୋଇପାରନ୍ତି ରାହୁଲଙ୍କ ସମେତ ୧୧ କଂଗ୍ରେସ ନେତା। ଭାରତ ଯୋଡ ଯାତ୍ରାକୁ ନେଇ ୨୩ରେ ହାଜର ହେବା ଲାଗି ରାହୁଲ, କେ.ସି. ଭେନୁଗୋପାଲ, ଜିତେନ୍ଦ୍ର ସିଂ, ପିସିସି ସଭାପତି ଭୂପେନ ବୋରା, ଗୌରବ ଗୋଗଇ, ଦେବବ୍ରତ ସାଇକିଆ, ଜାକିର ହୁସେନ ପ୍ରମୁଖଙ୍କୁ ସମନ ଦେଇଥିଲା ସିଆଇଡି।

ସେହିପରି ଯୁବକଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ, ଏନଏସୟୁଆଇ ଇନଚାର୍ଜ କହ୍ନେୟା କୁମାରଙ୍କୁ ବି ସମନ ଜାରି ହୋଇଛି। ଗତ ଜାନୁଆରୀ ୨୩ ତାରିଖରେ ରୁଜୁ ହୋଇଥିବା ମାମଲାରେ ଧାରା ୧୨୦ ଖ, ୧୪୨, ୧୪୭, ୨୮୩, ୨୫୩, ୩୩୨, ୧୮୮, ୪୨୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ନିରାକରଣ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କବଶିଷ୍ଠ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ସଂଘର୍ଷ ଘଟାଇଥିବା ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଥିଲା।