ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

1 min read

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ । ୮୬ ବର୍ଷ ବୟସରେ ହୃଦଘାତରେ ମନୋହରଙ୍କ ଦେହାନ୍ତି ହୋଇଛି। ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଫେବୃଆରୀ ୨୧ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଥିଲେ। ଅବିଭକ୍ତ ଶିବସେନାର ସେ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ଲୋକସଭା ବାଚସ୍ପତି। ସେ ୧୯୩୭ ଡିସେମ୍ବର ୨ରେ ରାଇଗଡ ଜିଲ୍ଲାର ନାନ୍ଦଭିରେ ଜନ୍ମଗ୍ରହଣ କରିଥିଲେ। ଜଣେ ଶିକ୍ଷକରୁ ରାଜନେତା ହୋଇଥିଲେ ମନୋହର। ସେ ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିଲେ। ଶିବସେନା ସହ ପ୍ରାୟ ୪୦ ବର୍ଷ ଧରି ସମ୍ପର୍କରେ ଥିଲେ। ୧୯୬୮ରୁ ୧୯୭୦ ଯାଏ ସେ ଥିଲେ ମୁମ୍ବାଇ ମ୍ୟୁନିସପାଲ କାଉନସିଲର। ସେ ୧୯୭୬ରୁ ୧୯୭୭ ଥିଲେ ମୁମ୍ବାଇ ମେୟର। ୧୯୯୦ରେ ବିଧାୟକ ହୋଇଥିବା ମନୋହର ୧୯୯୯ରେ ମୁମ୍ବାଇ ନର୍ଥ-ସେଣ୍ଟ୍ରାଲରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।