ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ। ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ ଦ୍ବାରଫିଟା ନୀତି ହୋଇଛି। ରାତି ଗୋଟାଏ ୨୬ରେ ହୋଇଥିଲା ରାତ୍ର ପହୁଡ। ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ। ଅନ୍ଯାନ୍ଯ ନୀତି ପରେ ସକାଳ ୬ଟା ୩୦ରୁ ୮ଟା ମଧ୍ଯରେ ସକାଳଧୂପ କରାଯାଇ ୯ଟା ମଧ୍ଯରେ ମଇଲମ ବେଶ ନୀତି ସମ୍ପନ୍ନ ହେବ।

ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ଯରେ ମଧ୍ଯାହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ଯରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ସନ୍ଧ୍ଯା ସାଢେ ୬ଟାରେ ସନ୍ଧ୍ଯା ଆଳତି, ୭ଟାରୁ ରାତି ସାଢେ ୮ଟା ମଧ୍ଯରେ ସନ୍ଧ୍ଯା ଧୂପ, ରାତି ୧୦ଟାରେ ବଡସିଂହାର ବେଶ, ୧୦ଟା ୩୦ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି ୧୧ଟାରେ ରାତ୍ର ପହୁଡ଼ ପଡ଼ି ।  ମରାମତି କାର୍ଯ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ଯ ରଖାଯାଇଛି। ମରାମତି କାର୍ଯ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ମରାମତି ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।