spot_img
Home Blog Page 2177

ବିଭ୍ରାନ୍ତିକର ବିଜ୍ଞାପନ ନେଇ ପତଞ୍ଜଳିକୁ ନୋଟିସ୍

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମ ଝଟକା। ପତଞ୍ଜଳି ଆୟୁର୍ବେଦ ସହ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ରୋଗରୁ ଉପଶମ ନେଇ ଭ୍ରମିତ କରୁଥିବା ବିଜ୍ଞାପନକୁ ନେଇ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଭବିଷ୍ୟତରେ ଏଭଳି ସାମଗ୍ରୀ ନେଇ ଭ୍ରମିତ କରୁଥିବା ବିଜ୍ଞାପନ ପ୍ରଚାର କଲେ ପ୍ରତି ଉତ୍ପାଦନ ପାଇଁ ୧ କୋଟି ଲେଖାଏଁ ଜୋରିମାନା ହେବ ବୋଲି ଚେତାଇ ଦେଇଛନ୍ତି ଜଷ୍ଟିସ ଅମାନୁଲ୍ଲା। କମ୍ପାନୀ ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବନି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ।ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ଆଧାର କରି ଏହି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଛାପା ସହ ଅନ୍ଯ କୌଣସି ଗଣମାଧ୍ୟମରେ କୌଣସି ପ୍ରକାର ଚିକିତ୍ସା ପ୍ରଣାଳୀ ବିରୋଧରେ ବୟାନ ନଦେବାକୁ ମଧ୍ଯ ଚେତାଇ ଦେଇଛନ୍ତି।

ପୂର୍ବରୁ ମଧ୍ଯ ଗତ ୨୧ ନଭେମ୍ବରରେ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ନୋଟିସ ଜାରି କରିଥିଲେ। ପତଞ୍ଜଳି ପକ୍ଷରୁ ରକ୍ତଚାପ, ମଧୁମେହ, ଶ୍ଵାସ, ମେଦବହୁଳତା ରୋଗ ପୂରା ଉପଶମ କରିବା ଦାବି କେମିତି କରୁଛି ବୋଲି ପଚାରିଛନ୍ତି କୋର୍ଟ। ଏହା ଡ୍ରଗ୍ସ ଆଣ୍ଡ ମ୍ଯାଜିକ୍ ରିମେଡିଜ୍ ଅଧିନିୟମର ଉଲ୍ଲଂଘନ କରୁଛି। ଏହାସହ ଏଲାପାଥି ସହ ଅନ୍ଯ ଚିକିତ୍ସା ବ୍ୟବସ୍ଥାକୁ ନେଇ ମଧ୍ଯ ସମାଲୋଚନା ସହ ବଦନାମ କରିପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ୨୦୨୩ ନଭେମ୍ବର ୨୯ରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆବେଦନ ଉପରେ ପତଞ୍ଜଳି ଉପରେ କଡ଼ା ଆକ୍ଷେପ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ। ଆଲୋପାଥିକୁ ନେଇ ପତଞ୍ଜଳି ପକ୍ଷରୁ ବିଭିନ୍ନ ବୟାନ ସହ ଟିକା ବ୍ୟବସ୍ଥାକୁ ସମାଲୋଚନା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ନିନ୍ଦା କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ୮ ହଜାର ୯୫୮ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କଲେ 5T ଅଧ୍ୟକ୍ଷ

ଖୋର୍ଦ୍ଧା: ଖୋର୍ଦ୍ଧାରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧା ଜିଲ୍ଲାର ୮ ହଜାର ୯୫୮ ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍ ପ୍ରଦାନ କରାଯାଇଛି। ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରାଯାଇଛି। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ମାର୍ଚ୍ଚ ୫ ତାରିଖରେ ମଧ୍ୟରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ। ଖୋର୍ଦ୍ଧା ଜିଲ୍ଲାର ୯୮ ପ୍ରତିଶତ ପିଲା ଏହି ଛାତ୍ରବୃତ୍ତି ପାଉଛନ୍ତି। ଛାତ୍ରବୃତ୍ତି ମୁଖ୍ୟମନ୍ତ୍ରୀ ପ୍ରଦାନ କରୁଛନ୍ତି।

ବାପାମାଆ କଷ୍ଟ କରି ଆପଣଙ୍କୁ ପାଠ ପଢାଇବାକୁ କଷ୍ଟ କରୁଛନ୍ତି। ବାପାମାଆଙ୍କ ବୋଝ ହାଲକା କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଭାରତ ବର୍ଷରେ ଏଭଳି ଯୋଜନା କୌଣସି ରାଜ୍ଯରେ ନାହିଁ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ଏହି ନୂଆ-ଓ ସ୍କଲାରସିପ୍ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରଥମଥର ପାଇଁ ସମସ୍ତ ବର୍ଗର ପିଲା ପାଇବେ ଏହି ଛାତ୍ରବୃତ୍ତି। ବିପିଏଲ, ଏପିଏଲ ପିଲା ସମସ୍ତେ ପାଇବେ । ଏହି ଅବସରରେ ନବୀନ ମ୍ୟାଜିକ କାର୍ଡ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କହିଥିଲେ ଫାଇଭ ଟି ଅଧ୍ୟକ୍ଷ ।

ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ, ବେଗୁନିଆରେ ଛାତ୍ରବୃତ୍ତି ପ୍ରଦାନ କଲେ 5T ଅଧ୍ୟକ୍ଷ

ବେଗୁନିଆ: ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ। ଗତକାଲି ୩ ଜିଲ୍ଲାରେ ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରାଯାଇଥିବା ବେଳେ, ଆଜି ବେଗୁନିଆରେ ଦିଆଯାଇଛି ଛାତ୍ରବୃତ୍ତି। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ। ସମସ୍ତ ଯୋଗ୍ୟ ଛାତ୍ର ଏହି ଛାତ୍ରବୃତ୍ତି ପାଇବେ। ପାଖାପାଖି ଯୁକ୍ତ ୩ ଏବଂ ପିଜିର ୯୫ ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ। ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ ପ୍ରଦାନ କରି ବହୁତ ଖୁସି ଲାଗୁଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ବିଷୟରେ ସୂଚନା ଦେଇଥିଲେ। ଆସନ୍ତା ମାର୍ଚ୍ଚ ୫ରୁ ଏହି ନବୀନ ମ୍ଯାଜିକ କାର୍ଡ ଲାଗି ପଞ୍ଜୀକରଣ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟର ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି। ସେଥିଲାଗି ଏ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନୂଆ ଓଡ଼ିଶା ଗଠନରେ ଆପଣଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେଇଥିଲ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି। ରାଜ୍ୟର ସବୁ ସ୍କୁଲ ଓ କଲେଜର ପିଲା ସୁବିଧା ପାଇବେ। ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଆତ୍ମବିଶ୍ବାସକୁ ବୃଦ୍ଧି କରିବା ପାଇଁ ନୂଆ-ଓ କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍।

୨୨ ବର୍ଷରେ ଅଢେଇ ଗୁଣ ବଢିଛି ଖାଦ୍ଯଶସ୍ଯ ଉତ୍ପାଦନ, କୃଷି ଯନ୍ତ୍ରପାତି କିଣିବାକୁ ମିଳୁଛି ସବସିଡି

ଭୁବନେଶ୍ବର: କୃଷକଙ୍କ ସଶକ୍ତିକରଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ଯ ସରକାର । ଜୟ କିଷାନର ମାହାତ୍ମ୍ୟକୁ ପାଳନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଚାଷ ଓ ଚାଷୀଙ୍କ ବିକାଶକୁ ନେଇ ରାଜ୍ଯ ସରକାର କରିଥିବା ଉଲ୍ଲେଖନୀୟ ଯୋଜନାର ଓ କୃଷକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇଛି ବିଜେଡି । ବିଜେଡି ସାସଂଦ ସସ୍ମିତ ପାତ୍ର ଓ ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି, ଓଡ଼ିଶାରେ ୬୧ ଲକ୍ଷ ଜମିରେ କୃଷି କାର୍ଯ୍ୟ କରାଯାଉଛି । ଆମର ୯୩ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର । ରାଜ୍ଯ ସରକାର ସବୁବେଳେ କୃଷିକୁ ପ୍ରାଧାନ୍ଯ ଦେଉଛନ୍ତି । ୨ ହଜାର ମସିହାରେ ଓଡ଼ିଶାର ଶସ୍ଯ ଉତ୍ପାଦନ ୫୫ଲକ୍ଷ ଟନ ରହିଥିଲା । ଯାହାକି ଅଢେଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ୧ ଲକ୍ଷ ୪୧ ହଜାର ଟନରେ ପହଞ୍ଚିଛି । ୨ ହଜାର ମସିହାରେ ଓଡ଼ିଶା ଆବଶ୍ଯକତାଠାରୁ କମ ଶସ୍ଯ ଉତ୍ପାଦରେ କରୁଥିଲା । ଅନ୍ଯ ରାଜ୍ଯରୁ ଆଣି ରାସନ କାର୍ଡରେ ବଣ୍ଟନ ହେଉଥିଲା ।

କିନ୍ତୁ ଏବେ ଅନ୍ଯ ରାଜ୍ଯକୁ ଆମେ ଖାଦ୍ଯ ଶସ୍ଯ ଯୋଗାଣ କରୁଛି । ୨୦୦୦ ମସିହାରେ ପ୍ରତି ହେକ୍ଟରରେ ୧ ହଜାର ୪୧ କେଜି ଚାଉଳ ଉତ୍ପାଦନ ହେଉଥିବାବେଳେ ଏବେ ଏହା ୨ ହଜାର ୯୩୬କୁ ବୃଦ୍ଧି ପାଇଛି । ୨ ହଜାର ମସିହାରେ ୩୩ଲକ୍ଷ ଟନ ପରିବାର ଉତ୍ପାଦନ ହେଉଥିବାବେଳେ ଏବେ ଏହା ୩ ଗୁଣ ଅର୍ଥାତ ୯୮ ଲକ୍ଷ ଟନକୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ଯାନ୍ତ୍ରିକରଣରେ ଆଗେଇଛି ଓଡ଼ିଶା । ଏଥିପାଇଁ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯନ୍ତ୍ରପାତି କିଣିବାକୁ ୪୦ରୁ ୬୦ପ୍ରତିଶତ ଓ ମହିଳାଙ୍କୁ ୭୫ ପ୍ରତିଶତ ସବସିଡି ମିଳୁଛି । ଶସ୍ଯର ବିବିଧକରଣ କରିଛନ୍ତି ରାଜ୍ଯ ସରକାର । ଓଡ଼ିଶାର ମିଲେଟ ମିଶନ ପୃଥିବୀରେ ଉଦାହରଣ ସାଜିଛି । ଭାରତରେ ପ୍ରଥମ ରାଜ୍ଯ ଭାବେ ମିଲେଟକୁ ଏମଏସପିରେ ସାମିଲ କରିଛି ଓଡ଼ିଶା । ରାସନକାର୍ଡରେ ଗୋଟିଏ ଟଙ୍କାରେ ରାଗି ଦିଆଯାଉଛି । ୩୦ ଜିଲ୍ଲାର ୧୭୭ ବ୍ଲକରେ ମିଲେଟ ମିଶନ ଅଛି । ଏଥିପାଇଁ ନୀତି ଆୟୋଗ ମଧ୍ଯ ଓଡ଼ିଶାକୁ ସମ୍ମାନିତ କରିଛି । ୧୦ ନଭେମ୍ବରକୁ ମିଲେଟ ମିଶନ ଭାବେ ପାଳନ କରୁଛନ୍ତି ରାଜ୍ଯ ସରାକର ।

କୃଷିକ୍ଷେତ୍ରରେ ବିକାଶ ପାଇଁ ୫ଥର କୃଷି କର୍ମଣ ପୁରସ୍କାର ଓଡ଼ିଶା ପାଇଛି । ଏସବୁ ସଫଳତା ଓଡ଼ିଶା ସରକାରଙ୍କ କୃଷି ବିକାଶ ଆଭିମୁଖ୍ଯ ପାଇଁ ସମ୍ଭବ ହୋଇଛି । ସେହିପରି କାଳିଆ ସହାୟତା ଦେଶରେ ଉଦାହରଣ ସାଜିଛି । ରାଜ୍ଯ କ୍ଯାବିନେଟରେ କାଳିଆ ଯୋଜନାର ଅବଧିକୁ ଆହୁରି ୩ ବର୍ଷ ବଢାଇଛନ୍ତି ରାଜ୍ଯ ସରକାର । ଚାଷୀଙ୍କର ଡାଟାବେସ କରାଯାଇ ସେଥିରେ ୭୬ ଲକ୍ଷ ଚାଷୀଙ୍କ ସୂଚନା ରଖାଯାଇଛି । ସରକାରଙ୍କର ସଫଳ ଯୋଜନା ମାଧ୍ଯମରେ ଚାଷୀଙ୍କ ପାଇଁ ସେବାର ସରଳୀକରଣ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ଯ ଚାଷୀ ମାନଙ୍କର ସଶକ୍ତିକରଣକୁ ଗୁରୁତ୍ବ ଦେଇଛି । କୃଷି କ୍ଯାବିନେଟ ଓ କୃଷି ବଜେଟ ଆଣିବା ସହ ଜଳସେଚନ କ୍ଷେତ୍ରରେ ଇତିହାସ ଲେଖାହୋଇଛି ।

ଦିଲ୍ଲୀ ମଦ ନୀତି ମାମଲା; ୮ମ ଥର ପାଇଁ କେଜ୍ରିୱାଲଙ୍କୁ EDର ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ । ଦିଲ୍ଲୀ ମଦ ନୀତି ମାମଲାରେ ଅଷ୍ଟମ ଥର ପାଇଁ ତାଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଆସନ୍ତା ମାର୍ଚ୍ଚ ୪ ତାରିଖରେ ହାଜର ହେବାକୁ ସମନ କରିଛି ଇଡି। ଏହାପୂର୍ବରୁ କେଜ୍ରିୱାଲଙ୍କୁ ୭ ଥର ସମନ କରିସାରିଛି ଇଡି। ସବୁ ଥର ସମନ  ବେଆଇନ ବୋଲି ଦର୍ଶାଇ ଇଡିରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ବାରମ୍ବାର ସମନ ପଠାଉଥିଲେ ବି ଏହାକୁ ଏଡାଉଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି ଆମ ଆଦମି ପାର୍ଟି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରକାଶ କରିଛି ଦଳ।

ମା’ ହେବେ ସିଦ୍ଧୁ ମୁଶାୱାଲାଙ୍କ ମା’, ପରିବାରକୁ ମିଳିବ ଉତ୍ତରାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁଶାୱାଲାଙ୍କ ମା’ ଏବେ ପୁଣି ମା’ ହେବାକୁ ଯାଉଛନ୍ତି । ସେ ଆଗାମୀ ମାର୍ଚ୍ଚ ମାସରେ ଏକ ଶିଶୁକୁ ଜନ୍ମ ଦେବେ । ଚରଣକୌର ଆଇଭିଏଫ ଜ୍ଞାନକୌଶଳ ବ୍ୟବହାର କରି ଏହି ସନ୍ତାନକୁ ଜନ୍ମ ଦେବେ । ସିଦ୍ଧୁ ମୁଶାଓ୍ବାଲାଙ୍କ ମୃତ୍ୟୁ ପରେ ପୁଣି ତାଙ୍କ ଘରେ ଖୁସି ଲହରୀ ଖେଳିବାକୁ ଯାଉଛି ।

୨୦୨୨ ମସିହାରେ ଗୁଳି କରି ସିଦ୍ଧୁ ମୁଶାଓ୍ବାଲାଙ୍କୁ ହତ୍ୟା କରାଯାଇଥିଲା । ସେ ତାଙ୍କ ବାପା ମାଆଙ୍କର ଗୋଟିଏ ବୋଲି ପୁଅ ଥିଲେ । ଏବେ ଆଇଭିଏଫ ଟେକନିକ ବ୍ୟବହାର କରି ତାଙ୍କ ମା’ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ସୁରକ୍ଷା କାରଣରୁ ସିଦ୍ଧୁଙ୍କ ବାପା ଏ ନେଇ କିଛି ସୂଚନା ଦେଇ ନାହାନ୍ତି । ତାଙ୍କ ମାମୁଁ ଚମକୌର ସିଂହ କିନ୍ତୁ ସନ୍ତାନ ହେବା ନେଇ ସୂଚନା ଦେଇଛନ୍ତି । ସିଦ୍ଧୁଙ୍କ ପରିବାର ପାଇଁ ଜଣେ ଉତ୍ତରାଧିକାରୀ ଭାବେ ଶିଶୁ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ । ଏହି ଖବର ତାଙ୍କ ପ୍ରଶଂସକ ପାଇବା ପରେ ବେଶ ଖୁସି ଅନୁଭବ କରିଛନ୍ତି ।

ସଡ଼କ ଦୁର୍ଘଟଣାରେ ପଞ୍ଚାୟତ ସିରିଜ୍ ଅଭିନେତ୍ରୀଙ୍କ ମୃତ୍ୟୁ

0

ମୁମ୍ବାଇ: ୱେବ୍ ସିରିଜ୍ ‘ପଞ୍ଚାୟତ ୨’ର ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ ଥିଲେ। ଏହି ଦୁର୍ଘଟଣାରେ ମଧ୍ୟ ଅନ୍ୟ ଜଣେ ଭୋଜପୁରୀ ଅଭିନେତ୍ରୀ ସିମରନ୍ ଶ୍ରୀବାସ୍ତବ ଏବଂ କଣ୍ଠଶିଳ୍ପୀ ଛୋଟୁ ପାଣ୍ଡେଙ୍କର ମୃତ୍ୟୁ ଘଟିଛି।

ଏହି ସଡ଼କ ଦୁର୍ଘଟଣାରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ୪ ଜଣ ଉଦୀୟମାନ କଳାକାରଙ୍କ ଦେହାନ୍ତ ଘଟିଛି। ରବିବାର ସନ୍ଧ୍ୟାରେ ବିହାରର କେମୁର ସ୍ଥିତ ଦେବକଲି ଗ୍ରାମ ନିକଟ ଜିଟି ରୋଡରେ ଏହି ସଡକ ଦୁର୍ଘଟଣା ହୋଇଥିଲା।

‘ପଞ୍ଚାୟତ ୨’ରେ ମୁଖ୍ୟ ଅଭିନେତ୍ରୀଙ୍କ ସାଙ୍ଗ ଚରିତ୍ରରେ ନଜର ଆସିଥିଲେ। ମୃତକଙ୍କ ମଧ୍ୟରେ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ, ପ୍ରକାଶ ରାମ, ଦଦିବଲ ସିଂ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ର ଏବଂ ବାଗିଶ ପାଣ୍ଡେ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପ୍ରଥମେ ଏସୟୁଭି କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ  ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲା ।

ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ, ୪ ମାଓବାଦୀ ନିପାତ

ବିଜାପୁର: ଛତିଶଗଡ ବିଜାପୁର ପୋଲିସକୁ ମିଳିଲା ବଡ ଧରଣର ସଫଳତା । ବିଜାପୁର ଜିଲ୍ଲାର ଜାଙ୍ଗାଲ ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ । ଗୁଳିକାଣ୍ଡରେ ୪ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ ।

ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ, ମୃତଦେହ ଛାଡ଼ି ପଳାଇଲେ ସମ୍ପର୍କୀୟ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ I ମୃତଦେହ ଛାଡ଼ି ପଳାଇଲେ ସମ୍ପର୍କୀୟ। ମୃତ ମହିଳାଙ୍କ ନାଁ ମୁନି ଦୀପ । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୁନିଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନେବା ପାଇଁ ସମ୍ପର୍କୀୟ ଯୁବକ ହରେକୃଷ୍ଣ ଯାଦବ ଏକ ବୋଲେରୋ ଭଡାରେ ଆଣିଥିଲେ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଆଗରେ ମୃତଦେହ ରଖି ହରେକୃଷ୍ଣ ଯାଦବ ଫେରାର୍ ହୋଇଯାଇଛନ୍ତି। ଗାଡି ଡ୍ରାଇଭରକୁ ଟଙ୍କା ଆଣିବାକୁ ଯାଉଥିବା କହି ମୃତଦେହ ଛାଡ଼ି ଫେରାର ହୋଇଯାଇଛନ୍ତି । ଦୀର୍ଘ ସମୟ ଅପେକ୍ଷା କଲା ପରେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଗାଡି ଡ୍ରାଇଭର I ପୋଲିସର ତଦନ୍ତ ଆରମ୍ଭ କରିଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା। ମେହେର, ଅଗରିଆ, କୁଲତା ସମାଜ, ସନ୍ଥକବି ଭୀମ ଭୋଇ ଟ୍ରଷ୍ଟ, ୟୁନିଟ ୪ ମଜସିଦ ପ୍ରତିନିଧି, ଏପରି ୧୪ଟି ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନିଜ ନିଜ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି।