spot_img
Home Blog Page 2174

ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସାମିଲ ହେବେ ନବୀନ

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ଯାସ କରିବେ । ଏହାପରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ପ୍ରଦାନ କରିବେ ।

ଶିଳାନ୍ଯାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ । ଡିସିପି ଓ ୫ ଅତିରିକ୍ତ ଡିସିପି ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ ।

୧୦ ଜଣ ଏସିପି ୧୯ ଇନ୍ସପେକ୍ଟର ୬୯ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୬ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ । ୫୦ ଜଣ ବନ୍ଧୁକ ଧାରୀ ପୋଲିସ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିପରି ସଭାସ୍ଥଳ ଓ ହେଲିପ୍ୟାଡ଼ ସ୍ଥାନରେ କଡ଼ା ସୁରକ୍ଷା ବ୍ଯବସ୍ଥା ଅବଲମ୍ବନ କରାଯାଇଛିା । ୩୨୦୦ରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ବମ୍ ସ୍କ୍ବାଡ୍ ସଭାସ୍ଥଳ ସ୍ଥିତି ଯାଞ୍ଚ କରୁଛନ୍ତି।

ବିଜେଡି ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ । ବିକାଶ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ ମ୍ୟାନ ଛାଡିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।

ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ବିଶାଳ ଆୟୋଜନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେଉଛି ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ।

ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ବିଜେଡି କର୍ମୀମାନେ ସଙ୍କଳ୍ପ ନେବେ ।

ଜୀବନ ବଞ୍ଚାଇଲା BSKY କାର୍ଡ

ବଲାଙ୍ଗୀର: ଜୀବନ ବଞ୍ଚାଇଲା ବିଏସ୍‌ କେ ୱାଇ କାର୍ଡ। ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ଏବେ ଏହି କାର୍ଡ । ଓଡ଼ିଶାର ଦୂରଦୂରାନ୍ତରୁ ଗରିବ ଲୋକ ଉଭୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ସୁପରସ୍ପେସାଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ପାଇ ବହୁ ଜଟିଳ ରୋଗରୁ ଭଲ ହେଉଛନ୍ତି । ବିଏସ୍‌ କେ ୱାଇ କାର୍ଡରେ ଓଡ଼ିଶା ବାହାରେ ଚିକିତ୍ସିତ ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲା ପୌରାଞ୍ଚଳ ୭ ନମ୍ବର ଓ୍ବାର୍ଡର ପ୍ରଭାତ କୁମାର ରାଉତ। ପାକସ୍ଥଳୀ ଏବଂ ଛାତିରେ ପାଣି ଜମିବା, ଅଣନିଶ୍ଵାସୀ ହେବା ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇପଡିଥିଲେ ସେ। ବି ଏସ୍ କେ ୱାଇ କାର୍ଡ ବଳରେ ବିଶାଖାପାଟଣା ମେଡିକଭର ହସ୍ପିଟାଲରେ  ହେଲା ଅତ୍ୟାଧୁନିକ ଚିକିତ୍ସା। ଫେବୃଆରୀ ୮ରେ  ବି ଏସ୍ କେ ୱାଇ କାର୍ଡ ବଳରେ ତାଙ୍କୁ ଆଡମିସନ ମିଳିଲା। ପରୀକ୍ଷା ନିରୀକ୍ଷାରୁ ତାଙ୍କର ଲିଭର ସିରୋସିସ ହୋଇଥିବା ଜଣାପଡ଼ିଲା। ଅତ୍ୟାଧୁନିକ ପଦ୍ଧତିରେ ତାଙ୍କର ଅପରେସନ ହୋଇଥିଲା। ଫେବୃଆରୀ ୨୯ ତାରିଖ ଦିନ ସେ ହସ୍ପିଟାଲରୁ ଡିସ ଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶିବଶଙ୍କର ଦଳେଇ କହିଛନ୍ତି, ‘’ ବି ଏସ୍ କେ ୱାଇ କାର୍ଡ ବ୍ୟବସ୍ଥା ପାଇଁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଏହି କାର୍ଡ ପାଇଁ ଓଡ଼ିଶାର ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ବଡବଡ ହସ୍ପିଟାଲ ଆସି ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇପାରୁଛନ୍ତି’’ ।

କଂଗ୍ରେସ ଫୋକସରେ ମିଡ଼ିଆ ଓ ସୋସିଆଲ ମିଡ଼ିଆ

ଭୁବନେଶ୍ବର: କଂଗ୍ରେସ ଫୋକସରେ ମିଡ଼ିଆ ଓ ସୋସିଆଲ ମିଡ଼ିଆ । ନିର୍ବାଚନରେ ସୋସିଆଲ ମିଡ଼ିଆକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ । ଏଥିପାଇଁ ଦଳର ମୁଖପାତ୍ର ଓ ବରିଷ୍ଠ ନେତାଙ୍କୁ ନେଇ ବସିଥିଲା ସଂକଳ୍ପ କର୍ମଶାଳା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଜାତୀୟ ମୁଖପାତ୍ର ଅଭୟ ଦୁବେ ଓ ପ୍ରଭାରୀ ଅଜୟ କୁମାର ଯୋଗ ଦେଇଥିଲେ । ସୋସିଆଲ ମିଡ଼ିଆକୁ ଅସ୍ତ୍ର କରି ସରକାରଙ୍କ ବିଫଳତା ଓ କଂଗ୍ରେସର ମୁଦ୍ଦାକୁ କେମିତି ଲୋକଙ୍କ ପାଖରେ କଂଗ୍ରେସ ପହଂଚାଇବ ସେ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ଏହା ସହ ଫେକ ନ୍ଯୁଜକୁ କିଭଳି କାଉଣ୍ଟର କରାଯିବ ସେ ନେଇ ଆଲୋଚନା କରାଯାଇଛି।

ଝାଡଖଣ୍ଡବାସୀଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନକୁ ଜେଲରେ ଠୁଙ୍କି ଦିଆଗଲା: କଳ୍ପନା ସୋରେନ୍

ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡବାସୀଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନକୁ ଜେଲରେ ଠୁଙ୍କି ଦିଆଗଲା। ଏହାର ଜବାବ ରାଜ୍ଯବାସୀ ଦେବେ ବୋଲି କହିଛନ୍ତି ପୂର୍ବତନ ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ଜେଏମଏମ ପ୍ରତିଷ୍ଠା ଦିବସରେ କଳ୍ପନା କହିଛନ୍ତି- ରାଜ୍ଯବାସୀ ତଥା ଦଳୀୟ କର୍ମୀ ତାଙ୍କ ପ୍ରତି ସମବେଦନା ଜଣାଉଛନ୍ତି। ସ୍ବାମୀ ହେମନ୍ତଙ୍କ ଗିରଫ ହୋଇଥିଲେ ବି ତାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଅତୁଟ ରହିଛି। ଗିରିଡିହରେ ଆୟୋଜିତ ସମାବେଶରେ ସେ ରାଜନୀତିରେ ବସ୍ତୁତଃ ପାଦ ଥାପିଛନ୍ତି। ଦଳର ୫୧ତମ ପ୍ରତିଷ୍ଠା ଦିବସକୁ ଆକ୍ରୋଶ ଦିବସ ଭାବେ ପାଳନ କରିଛି ଦଳ। ବାରିପଦାର ଝିଅ କଳ୍ପନା ଏମଟେକ ଓ ଏମବିଏ କରିଥିବାବେଳେ ହେମନ୍ତଙ୍କୁ ସେ ବାହା ହୋଇଥିଲେ। ଗତ ଜାନୁଆରୀ ୩୧ରେ ଜମି ସ୍କାମ ମାମଲାରେ ଗିରଫ ହୋଇଥିଲେ ହେମନ୍ତ। ତାଙ୍କ ପରେ ମୁଖ୍ଯମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ।

ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ସରକାରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରେକର୍ଡ । ୨୦୨୧ରୁ ୨୦୨୪ ଫେବୃଆରୀ ଭିତରେ ସରକାରୀ ନିଯୁକ୍ତି ପାଇଲେଣି ୫୪ ହଜାର ୩୨୨ । ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ନିଯୁକ୍ତି ଦିଆଯାଇଛି । ଯାହାକି ଜାତୀୟ ହାରଠାରୁ ଅଧିକ । ଖାଲି ସରକାରୀ ନିଯୁକ୍ତି ନୁହେଁ ଆତ୍ମନିଯୁକ୍ତି ଓ ଶିଳ୍ପ ପ୍ରତିଷ୍ଠା ଦ୍ବାରା ଲକ୍ଷାଧିକ ରୋଜଗାର ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ରାଜ୍ଯରେ ଚାଲିଛି ମେଗା ନିଯୁକ୍ତି ପର୍ବ । ବେକାରୀ ହ୍ରାସରେ ଓଡ଼ିଶାର ରେକର୍ଡ । ୨୦୨୩-୨୪ ବର୍ଷ ହୋଇଛି ନିଯୁକ୍ତିର ବର୍ଷ। ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ଢେର ଆଗୁଆ । ନୂଆ ମାହୋଲ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୩ ବର୍ଷ ଭିତରେ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ୫୪ ହଜାର ୩୨୨ ଜଣ ଯୁବକଯୁବତୀ । ଯାହାକି ଜାତୀୟ ହାରଠାରୁ ଅଧିକ । ସବୁଠୁ ଅଧିକ ନିଯୁକ୍ତି ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ । ୨୦୨୪ ଫେବୃଆରୀ ସୁଦ୍ଧା ଏହି ବିଭାଗ ଅଧୀନରେ ୧୯ ହଜାର ୯୧୫ ଜଣଙ୍କୁ ନିଯୁକ୍ତି ମିଳିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ପାଇଛନ୍ତି ୧୬ ହଜାର ୩୪୬ । ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ମିଳିବ । ୧୦ ବର୍ଷ ଭିତରେ ଅନ୍ୟୁନ ୨୦ କୋଟି ନିଯୁକ୍ତି ପାଇବା କଥା । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରି ଦେଖାନ୍ତି । ସବୁକ୍ଷେତ୍ରରେ କିପରି ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ନେଇ କରିଛନ୍ତି ବ୍ୟବସ୍ଥା ।

ଦିନ ଥିଲା ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିଲା । ଯେଉଁଥିପାଇଁ ସରକାରୀ ନିଯୁକ୍ତି ସଂକୁଚିତ କରାଯାଇଥିଲା । କିନ୍ତୁ ରାଜ୍ୟରେ ସ୍ଥିର ସରକାର ଯୋଗୁ ରାଜ୍ୟର ଆର୍ଥିକ ପ୍ରଗତି ତ୍ବରାନ୍ବିତ ହୋଇଛି । ରାଜସ୍ବ ବଳକା ରାଜ୍ୟ ହେବା ପରେ ସରକାରୀ ନିଯୁକ୍ତିକୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର । ଖାଲି ନିଯୁକ୍ତି ନୁହେଁ, ପଦୋନ୍ନତି କ୍ଷେତ୍ରରେ ମଧ୍ଯ ଦିଆଯାଇଛି ଗୁରୁତ୍ବ । 5T ଉପକ୍ରମରେ ପ୍ରତିଯୋଗିତା ମୂଳକ ପରୀକ୍ଷାଗୁଡ଼ିକ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯାଉଛି । ଆଗରୁ ନିଯୁକ୍ତି ପରୀକ୍ଷା ପ୍ରତିବର୍ଷ ହେଉନଥିଲା । ଏବେ ପଦୋନ୍ନତି ନିୟମିତ ହେଉଥିବାରୁ ମୂଳ ପଦବୀରେ ଖାଲି ସ୍ଥାନ ସୃଷ୍ଟି ହେଉଛି । ଫଳରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ଦ୍ବାରା ନୂଆ ନିଯୁକ୍ତି ପରୀକ୍ଷା ନିୟମିତ କରାଯାଉଛି । ଖାଲି ସେତିକି ନୁହେଁ, ଏବର ନିଯୁକ୍ତି ସ୍ବଚ୍ଛତାର ସହ ହେବା ସହ ଦକ୍ଷ କର୍ମଚାରୀ ଚାକିରି ପାଉଛନ୍ତି । ଯାହାକୁ ପ୍ରଶଂସା କରିଛି ସଚିବାଳୟ କର୍ମଚାରୀ ସଂଘ ।

ନବୀନ ଓଡିଶା ଗଠନର ଶପଥ ନେବେ ବିଜେଡିର ସବୁ ନେତା ଓ କର୍ମୀ 

ଭୁବନେଶ୍ବର: ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ। ଏହି ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତାଙ୍କ ଜୟନ୍ତୀକୁ ବିଜେଡି ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ଏବଂ ଜିଲ୍ଲା ସ୍ତରରେ ମହାସମାରୋହରେ ପାଳନ କରାଯିବ। ସକାଳୁ ସନ୍ଧ୍ଯା ପର୍ଯ୍ଯନ୍ତ ରହିଛି ବିଭିନ୍ନ କାର୍ଯ୍ଯକ୍ରମ। ବିଜୁବାବୁଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା ହେବ। ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ପାଇଁ ବିଜେଡି କର୍ମୀ ଓ ନେତା ଶପଥ ନେବେ।

ଘରେ ଘରେ ପହଁଚିବ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ । ନବୀନ ଓଡିଶା ଗଠନର ଶପଥ ନେବେ ବିଜେଡିର ସବୁ ନେତା ଓ କର୍ମୀ  । ବିଜୁ ଜୟନ୍ତୀରେ ସମୃଦ୍ଧ ଓ ସଶକ୍ତ ଓଡିଶା ଗଠନ ପାଇଁ ଅଙ୍ଗିକାରବଦ୍ଧତାର ନେବେ ସଂକଳ୍ପ । ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ଏଭଳି ବିଶାଳ ଆୟୋଜନ କରାଯାଇଛି। ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଦୃଢ଼ ଶପଥ ନେବେ ଦଳର ସବୁ ନେତା ଓ କର୍ମୀ। ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ନେବେ ସଙ୍କଳ୍ପ । ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ନିର୍ଭୀକତାର ସହିତ ସଂଗ୍ରାମ ଜାରି ରଖିବ ବିଜେଡି । ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ନିରନ୍ତର କାର୍ଯ୍ୟ କରିବା ସହିତ ଏକ ସମୃଦ୍ଧ, ସଶକ୍ତ ଓ ସ୍ମାଭିମାନୀ ” ନବୀନ ଓଡ଼ିଶା” ଗଢ଼ିବା ପାଇଁ ଦୃଢ଼ ଶପଥ ନେବେ ବିଜେଡିର ସବୁ କର୍ମୀ।

ବିଜୁ ଜୟନ୍ତୀ ସକାଳେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ହେବ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେବ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ । ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ। ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ।

ବିଜୁ ପଟ୍ଟନାୟକ ଓଡ଼ିଶା ବିକାଶର ବିନ୍ଧାଣି। ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତିକରଣରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ନୀତି ଓ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟର ବିକାଶରେ ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ଘରେ ଘରେ ବିକାଶର ଏହି ବାର୍ତ୍ତା ପହଁଚାଇବେ ବିଜେଡି କ୍ଯାଡର।

 

ପଦ୍ମକୁ ଟେନସନ ଦେବ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ମିଶ୍ରଣ

ଭୁବନେଶ୍ବର: ପଦ୍ମକୁ ଟେନସନ ଦେବ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ମିଶ୍ରଣ। ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହୋଇଥିବା ନେତାଙ୍କୁ ଆପଣାଇ ବଳଶାଳୀ ହେବାକୁ ଚାହୁଥିବା ବିଜେପିର ମିଶନ ପୁଣି ଫେଲ ହେବ। ରିଜେକ୍ଟ ନେତାମାନେ ଅନ୍ୟଦଳକୁ ଗଲେ କିଛି ଫରକ ପଡ଼ିବନି ବୋଲି ଶାସକ ଦଳ କହିବା ସହ ଓଡିଶାବାସୀ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବେ ବୋଲି ଦଳୀୟ ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ପ୍ରତ୍ୟାଖାତ ନେତାଙ୍କୁ ନେଇ ବିଜେପି ପୁଲକିତ। ବିଜେଡି କହିଲା ଦଳ ଉପରେ ପଡ଼ିବନି କୌଣସି ପ୍ରଭାବ । ନବୀନଙ୍କ ସାଥୀରେ  ଓଡ଼ିଶାବାସୀଙ୍କ ଆଶୀର୍ବାଦ । କଂଗ୍ରେସ ବି ବିଜେପିକୁ କଲା ଟାର୍ଗେଟ । ରିଜେକ୍ଟ ନେତାଙ୍କୁ ନେଇ ଚବିଶ ଅଙ୍କ କଷୁଛି ରାଜ୍ୟ ବିଜେପି । ଧୀରେଧୀରେ ଗୋଳିଆ ହେଲାଣି ପଦ୍ମ ପୋଖରୀ । ନୀତିହୀନ ନେତାଙ୍କ ମିଶ୍ରଣ ଦଳକୁ ମହଙ୍ଗାରେ ପକାଇବ । ଏକଥା ଜଳଜଳ କରି ଦିଶିଲାଣି । ବିଜେଡିର ଯୁକ୍ତି ହେଉଛି ୨୦୧୯ର ଦଶା ଭୋଗିବ ରାଜ୍ୟ ବିଜେପି । ବିଜେଡି ଯେଉଁ ନେତାମାନଙ୍କୁ ପ୍ରତ୍ୟାଖାତ କରିଛି ସେମାନଙ୍କୁ ଆପଣାଉଛି ବିଜେପି। ଯାହା ବିଜେଡି ପାଇଁ କୌଣସି ଫରକ ପଡ଼ିବନି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ବୋଲି ବିଜେଡି କହିଛି। ନିର୍ବାଚନ ସମୟରେ ଟିକେଟ ଆଶାରେ ଦଳ ଛାଡ଼ୁଛନ୍ତି ଯାହା ସ୍ବଭାବିକ ବୋଲି ଶାସକ ଦଳ କହିଛି ।

ସେପଟେ କଂଗ୍ରେସ ମଧ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛି । ପିସିସି ସଭାପତି କହିଛନ୍ତି, ଓଡ଼ିଶାବାସୀ କେବେ ବିଜେପିକୁ ବିଶ୍ବାସ କରିବେ ନାହିଁ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ନିର୍ବାଚନ ସମୟରେ ଟିକେଟ ଆଶାରେ ବହୁନେତା  ଏପରି ଦଳଡ଼ିଆଁ କରନ୍ତି। ରାଜ୍ୟ ରାଜନୀତିରେ ଗୁରୁତ୍ବ ହରାଇଥିବା ନେତାଙ୍କୁ ବିଜେପି କୋଳାଇ ନେଉଛି । ଯାହାର କୌଣସି ପ୍ରଭାବ ତୃଣମୂଳସ୍ତରରେ ପଡ଼ିବନି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

ନିଆରା ବିଶ୍ବାସ, ମା’ଙ୍କୁ ଦର୍ପଣ ଦାନ କଲେ ହୁଏନି ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱାସ ଏପରି ଏକ ଶବ୍ଦ ଯାହା କୁ କେବଳ ଅନୁଭଵ ହିଁ କରି ହୁଏ । ବିଶ୍ୱାସର ନା କୌଣସି ରୂପ ଅଛି ନା କୌଣସି ଚିତ୍ର। କିନ୍ତୁ ଆଜିକା ଯୁଗରେ ମଧ୍ୟ ଏପରି ଅଦୃଶ୍ୟ ଶକ୍ତି ଯାହାର ନାମ ‘ବିଶ୍ୱାସ ‘ । ତେବେ ବିଶ୍ଵାସକୁ ନେଇ ଆଜି ଆମେ ଏକ ଅଭଳି ଖବର ଦେଖାଇବୁ ଯାହା ଆପଣ ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ। ଭାରତରୁ ନେପାଳ କାଠମାଣ୍ଡୁ ଯିବା ରାସ୍ତା । ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ଉଚ୍ଚତମ ପାହଡର ବଡ ବଡ ଘାଟି। ଆଉ ସେହି ଉଚ୍ଚତମ ପାହାଡର ଚୁଡାରେ ରହିଛନ୍ତି ମାତା ସେତି ଦେବୀ।  ମାତା ସେତୀ ଦେବିଙ୍କର ରହିଛି ଅନେକ ମହିମା । ଭାରତ ସୀମାରୁ  ନେପାଳର କାଠମାଣ୍ଡୁକୁ ଯିବାକୁ ହେଲେ ଆପଣଙ୍କୁ ୨୨୦ କିଲୋମିଟର ଯାତ୍ରା କରିବାକୁ ପଡ଼ିବ । ଆଉ ସେଥି ମଧରୁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ରାସ୍ତା ୬୦ କି.ମି. ଯାହା ଆପଣଙ୍କୁ ଉଚ୍ଚା ଉଚ୍ଚା ପାହାଡ଼ ଅଣ ଚଉଡା ରାସ୍ତା ସହ ପ୍ରତ୍ୟେକ ମୁହୂର୍ତ୍ତରେ ପଡ଼ିଥାଏ ଗୋଟାଏ ଲେଖାଁଏ ବଙ୍କାଣି । ଯାହାକୁ ଆପଣ ସତର୍କତା ସହ ନଗଲେ ଭୋଗିବାକୁ ପଡ଼ିପାରେ ଭୟଙ୍କର ପରିସ୍ଥିତି। ଆଖି ପିଛୁଳାକେ କେତେବେଳେ ମୃତ୍ୟୁର ସାମ୍ନା କରିବେ ତାହା କହି ହେବନାହିଁ । ଯେଉଁଠି ପାଦେ ପାଦେରେ ଥିଲା ଦୁର୍ଘଟଣାର ଭୟ । ହେଲେ ଏଠି ବିରଜାମାନ ହୋଇଛନ୍ତି ମା ଶେତି ଦେବି ।

କଥାରେ ଅଛି ଯିଏ ବି ଏହି  ରାସ୍ତାରେ ଯାଉଛି  ମାତାଙ୍କ ପାଖରେ ନିମିଷକେ ଓହ୍ଲାଇ ଗୋଟିଏ ଭେଟ ସ୍ୱରୂପ ମା’ଙ୍କ ପାଖରେ ଗୋଟାଏ ଦର୍ପଣ ଚଢ଼ାନ୍ତି। କଥାଟି ନିଶ୍ଚିତ ଭାବରେ ଆପଣଙ୍କୁ ଅଡ଼ୁଆ ଲାଗୁ ଥାଇପାରେ ହେଲେ କଥାଟି ରହିଛି ବିଶ୍ଵାସର କଥା। ଯେଉଁ ବିଶ୍ଵାସ ନେଇ ଏଠି ଶହ ଶହ ଯାତ୍ରୀ ବିପଦପୂର୍ଣ୍ଣ ଭାବରେ ଯାତ୍ରା କରିଥାନ୍ତି। କାହିଁକି ନା ଏଠି  ତାଙ୍କୁ ରକ୍ଷା କରିବାକୁ ବସିଛନ୍ତି ବିଶ୍ଵାସର ଦେବୀ। ପ୍ରସାଦ ଦେବୀଙ୍କ ପାଖରେ ଚଢ଼ାନ୍ତୁ କିମ୍ବା ନ ଚଢାନ୍ତୁ କିନ୍ତୁ ଦର୍ପଣ ଖଣ୍ଡିକରେ ଆପଣ ଯାତ୍ରା କରୁଥିବା ଗାଡ଼ିର ନମ୍ବର୍ ସିନ୍ଦୂରରେ ଲେଖି ମା’ଙ୍କ ପାଖରେ ପୂଜା କରି ମନ୍ଦିର କାନ୍ଥ ପାର୍ଶ୍ଵରେ ଥିବା ପାହାଡର କାନ୍ଥରେ ଫଟୋ ପରି ମାରି ଦେଲେ ଆପଣଙ୍କ ଯାତ୍ରା ଶୁଭପ୍ରଦ ହେବା ସହିତ ଆଗରେ ଆସୁଥିବା ବାଧା ବିଘ୍ନକୁ ପାର୍ କରିବାର କ୍ଷମତା ରଖିଥାନ୍ତି। ପାହାଡ଼ର କାନ୍ଥରେ ଦୂର ଦୂର ପର୍ଯ୍ୟନ୍ତ ଲାଗିଛି କେବଳ ଦର୍ପଣ ହିଁ ଦର୍ପଣ । ଆଉ ବଡ କଥା ହେଉଛି ଏଠି ମା ସେତୀ ଦେବିଙ୍କ ମନ୍ଦିର ସ୍ଥାପନ ପରେ ଏ ବିପଦ ପୂର୍ଣ୍ଣ ରାସ୍ତାରେ ଆଉ ନା ହେଇଛି ଦୁର୍ଘଟଣା ନା ଯାଉଛି କେଉଁ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନ। ପାହାଡ଼ କାନ୍ଥରେ ଲାଗିଥିବା ଏହି ହଜାର ହଜାର ଦର୍ପଣ ସ୍ପଷ୍ଟ କହୁଛି ଏହାକୁ କୁହାଯାଏ ବିଶ୍ୱାସ।

ସଫଳ ଅଧିନାୟକ ରୋହିତ, ନଜର ପକାନ୍ତୁ ତିନୋଟି ଯାକ ଫର୍ମାଟର ରେକର୍ଡ ଉପରେ..

ନନ୍ଦିଘୋଷ ବ୍ୟୁରୋ: ଯେତେବେଳେ ଭାରତ ସଫଳ ଅଧିନାୟକ କିଏ ବୋଲି ପ୍ରଶ୍ନ କରାଯାଏ । ସେତେବେଳେ ମନକୁ ଗୋଟିଏ ନାମ ଆସିଥାଏ ମହେନ୍ଦ୍ର ସିଂ ଧୋନୀ । କାହିଁକି ନାଁ ସେ ଭାରତକକୁ ଦୁଇ ଦୁଇଟି ବିଶ୍ବକପ ଭେଟି ଦେଇଛନ୍ତି । ସେପଟେ କପିଲ ଦେବ ଭାରତକୁ ପ୍ରଥମ ବିଶ୍ବକପ ଭେଟି ଦେଇଥିବାବେଳେ ସଫଳ ଅଧିନାୟକଙ୍କ ମଧ୍ୟରେ ତାଙ୍କ ନାମ ମଧ୍ୟ ଆସିଥାଏ । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆ ମଧ୍ୟ ବହୁ କପ ଜିତିଛି । ତେବେ ଯଦିଓ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ଗୋଟିଏ ମଧ୍ୟ ବିଶ୍ବକପ ଜିତିନାହିଁ ତଥାପି ତାଙ୍କ ଅଧିନାୟକତ୍ବରେ ଭାରତ ସର୍ବାଧିକ ମ୍ୟାଚ ଜିତିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ଅଧିନାୟକତ୍ବ ଭାର ସମ୍ଭାଳିଥିବା ରୋହିତଙ୍କ ବିଜୟ ହାର ଧୋନୀଙ୍କଠାରୁ ମଧ୍ୟ ଉପରେ ରହିଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ୫୪ଟି ଟି-୨୦ ମ୍ୟାଚ ଖେଳିଛି । ଯେଉଁଥିରେ ଭାରତ ୪୧ଟି ବିଜୟ ହୋଇଛି । ଏଣୁ ରୋହିତଙ୍କ ବିଜୟ ହାର ରହିଛି ୭୬.୮୫ ପ୍ରତିଶତ । ଧୋନୀଙ୍କ ଅଧିନାୟକତ୍ବରେ ଭାରତ ୭୧ଟି ମ୍ୟାଚ ଖେଳିଥିବାବେଳେ ୪୧ଟି ବିଜୟୀ ହୋଇଛି । ଯାହାର ହାର ହେଉଛି ୫୯.୨୮ । ବିରାଟ କୋହଲି ୫୦ଟି ମ୍ୟାଚରେ ଅଧିନାୟକତ୍ବ କରିଥିବାବେଳେ ୩୦ଟି ବିଜୟୀ ହୋଇଛନ୍ତି । ବିଜୟ ହାର ୬୪.୫୮ ପ୍ରତିଶତ । ହାର୍ଦ୍ଦିକ ପାଣ୍ଡ୍ୟା ୧୬ଟିରୁ ୧୦ଟିରେ ବିଜୟୀ ହୋଇଛନ୍ତି । ୬୫.୬୨ ପ୍ରତିଶତ ରହିଛି ବିଜୟ ହାର ।

ଦିନିକିଆରେ ରୋହିତ ୪୫ଟି ମ୍ୟାଚରେ ଅଧିନାୟକତ୍ବ କରିଥିବାବାବେଳେ ୩୪ଟିରେ ବିଜୟୀ ହୋଇଛନ୍ତି । ଧୋନୀ, କୋହଲି, ଧାଓ୍ବନ ଏବଂ କପିଲଙ୍କ ବିଜୟ ହାରଠାରୁ ରୋହିତ ଅଧିନାୟକତ୍ବ ବିଜୟ ହାର ମଧ୍ୟ ଦିନିକିଆରେ ଅଧିକ ରହିଛି । ସେପଟେ ଟେଷ୍ଟରେ ମଧ୍ୟ ଆଗରେ ରହିଛନ୍ତି ବିରାଟ କୋହଲି । ତାଙ୍କ ଅଧିନାୟକତ୍ବରେ ଭାରତ ୭୦ ପ୍ରତିଶତ ମ୍ୟାଚ ଜିତିଛି । ଦ୍ବିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ତାଙ୍କ ଅଧିନାୟକତ୍ବରେ ଭାରତ ୬୯.୨୩ ପ୍ରତିଶତ ଜିତିଛି ।